Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 131-135

ଏକ ଆରୋହଣ ସଙ୍ଗୀତ।

131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
    ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
    ଆଗ୍ରହୀ ହୋଇ ନାହିଁ।
ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
    ଏକ ଶିଶୁ ତା’ର ମା କୋଳରେ ଥିବାପରି
    ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
    ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।

ଆରୋହଣ ଗୀତ।

132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
    ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
“ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
    ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
ମୁଁ ଶୟନ କରିବି ନାହିଁ।
    ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
ମୁଁ ମୋର ଗୃହକୁ ଯିବି ନାହିଁ
    ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”

ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
    ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
    ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
    ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
    ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
    ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
    “ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
    ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”

13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
    ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
    ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
    ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
    ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
    ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
    କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

ଆରୋହଣ ଗୀତ।

134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
    ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
    ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
    ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।

135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
    ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
    ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
    ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।

ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
    ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
    ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
    ସେ ବର୍ଷା ସହିତ ବିଜୁଳି କରାନ୍ତି।
    ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ।
    ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
    ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
    ଓ ବାଶନର ରାଜା ଓ‌ଗ୍‌କୁ
    ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
    ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
    ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
    ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
    ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
    ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
    ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
    ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଶାମୁୟେଲଙ୍କ ପ୍ରଥମ ପୁସ୍ତକ 13:5-18

ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମି‌କ୍‌ମ‌ସ୍‌ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।

ଇସ୍ରାଏଲୀୟମାନେ ଆପଣାମାନଙ୍କୁ ବିପଦଗ୍ରସ୍ତ ଦେଖିଲେ। ଏଣୁ ଏମାନେ ଗୁମ୍ଫା, ପଥରଖୋଲ, ଶୈଳ, କୂପ ଓ ଅନ୍ୟାନ୍ୟ ଗାତ୍ରରେ ଆତ୍ମଗୋପନ କଲେ। ଏପରିକି ଏବ୍ରୀୟମାନେ ଯର୍ଦ୍ଦନ ନଦୀ ପାର ହୋଇ ଗାଦ୍ ଓ ଗିଲିୟଦ ରାଜ୍ୟକୁ ଖସି ପଳାଇଲେ। ଶାଉଲ କିନ୍ତୁ ଗି‌ଲ୍‌ଗ‌ଲ୍‌ରେ ରହିଲେ। ତାଙ୍କ ସୈନ୍ୟବାହିନୀର ସମସ୍ତ ସୈନିକମାନେ ଭୟରେ ଥରିବାକୁ ଲାଗିଲେ।

ଶାମୁୟେଲ କହିଲେ ସେ ଗି‌ଲ୍‌ଗ‌ଲ୍‌ରେ ଶାଉଲଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଶାଉଲ ସେଠାରେ ସାତ ଦିନ ଅପେକ୍ଷା କଲେ କିନ୍ତୁ ଶାମୁୟେଲ ଗି‌ଲ୍‌ଗଲ୍ ଆସିଲେ ନାହିଁ। ଏବଂ ସୈନିକମାନେ ଶାଉଲଙ୍କଠାରୁ ଧୀରେ ଧୀରେ ବିଦାୟନେବା ଆରମ୍ଭ କଲେ। ଶାଉଲ କହିଲେ, “ଏଥର ମୋ’ ପାଇଁ ହୋମବଳି ଓ ମଙ୍ଗଳାର୍ଥକ ବଳି ଆଣ।” ଏବଂ ସେ ନିଜେ ହୋମବଳି ଉତ୍ସର୍ଗ କଲେ। 10 ଶାଉଲ ବଳି କାର୍ଯ୍ୟ ସମାପ୍ତ କରିବା ମାତ୍ରକେ ଶାମୁୟେଲ ସେଠାରେ ପହଞ୍ଚିଲେ। ଶାଉଲ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଲେ।

11 ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?”

ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ଏକଜୁଟ ହୋଇଛନ୍ତି। 12 ଏଥିପାଇଁ ମୁଁ ଭାବିଲି, ‘ପଲେଷ୍ଟୀୟମାନେ ଗି‌ଲ୍‌ଗଲ୍ ଆସି ଆକ୍ରମଣ କରିବେ ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ। ତେଣୁ ମୁଁ ବାଧ୍ୟ ହୋଇ ହୋମବଳି ଉତ୍ସର୍ଗ କରିଛି।’”

13 ଶାମୁୟେଲ କହିଲେ, “ତୁମ୍ଭେ ନିର୍ବୋଧ କାର୍ଯ୍ୟ କରିଛ। ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ମାନିଲ ନାହିଁ। ଯଦି ତୁମ୍ଭେ ପରମେଶ୍ୱରଙ୍କ ଆଦେଶ ମାନି କାର୍ଯ୍ୟ କରିଥା’ନ୍ତ ତେବେ ପରମେଶ୍ୱର ତୁମ୍ଭ ବଂଶକୁ ଅନନ୍ତକାଳ ପାଇଁ ଇସ୍ରାଏଲର ଶାସନଭାର ସମ୍ପାଦନ କରିବାକୁ ଦେଇଥା’ନ୍ତେ। 14 ମାତ୍ର ଏବେ ତୁମ୍ଭ ରାଜ୍ୟ ଆଗକୁ ଯିବ ନାହିଁ, ପରମେଶ୍ୱର ଏଭଳି ଲୋକ ଗ୍ଭହାନ୍ତି ଯିଏ ତାଙ୍କ ଆଜ୍ଞା ପାଳନ କରୁଥିବ। ପରମେଶ୍ୱର ସେହି ବ୍ୟକ୍ତିକୁ ବାଛିଛନ୍ତି ଯିଏ କି ତାଙ୍କର ଲୋକମାନଙ୍କର ନୂଆ ନେତା ନିର୍ବାଚିତ ହେବେ। ତୁମ୍ଭେ ସଦାପ୍ରଭୁଙ୍କ ଆଦେଶ ଅବମାନନା କରିଥିବାରୁ ସଦାପ୍ରଭୁ ନୂଆ ରାଜା ବାଛିଛନ୍ତି।”

ମି‌କ୍‌ମ‌ସ୍‌ରେ ଯୁଦ୍ଧ

15 ଶାଉଲ ଏବଂ ତାଙ୍କ ଅବଶିଷ୍ଟ ସୈନ୍ୟ ଗି‌ଲ୍‌ଗଲ୍ ପରିତ୍ୟାଗ କଲେ। ସେମାନେ ବିନ୍ୟାମୀନ ଦେଇ ଗିବିୟାକୁ ଯାତ୍ରା କଲେ। ଶାଉଲ ଗଣନା କଲେ ଓ ପାଇଲେ ଯେ, ସେ ପର୍ଯ୍ୟନ୍ତ ତାଙ୍କ ସହ 600 ଲୋକ ଅଛନ୍ତି। 16 ଶାଉଲ ଏବଂ ତାଙ୍କ ପୁଅ ଯୋନାଥନ ସୈନ୍ୟମାନଙ୍କ ସହିତ ବିନ୍ୟାମୀନର ଗିବିୟାକୁ ଯାତ୍ରା କଲେ।

ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ସେମାନଙ୍କ ଶିବିର ସ୍ଥାପନ କଲେ। 17 ପଲେଷ୍ଟୀୟମାନେ ସେ ଅଞ୍ଚଳରେ ରହୁଥିବା ସ୍ରାଏଲୀୟମାନଙ୍କୁ ଦଣ୍ତିତ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କର ସୁଦକ୍ଷ ପଲେଷ୍ଟୀୟ ଯୋଦ୍ଧାଗଣ ଆକ୍ରମଣ କରିବାକୁ ଆରମ୍ଭ କଲେ। ସେମାନେ ତିନି ଦଳରେ ବିଭକ୍ତ ହୋଇ ଦଳେ ଶୂୟାଲ୍ ନିକଟରେ ଓ ଅଫ୍ରା ରାସ୍ତାର ଉତ୍ତରକୁ ଗଲେ। 18 ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 8:26-40

ଫିଲି‌ପ୍‌ପଙ୍କର ଇଥିଓପିଆରୁ ଆସିଥିବା ଲୋକଙ୍କୁ ଶିକ୍ଷା

26 ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଫିଲି‌ପ୍‌ପଙ୍କୁ କହିଲେ, “ପ୍ରସ୍ତୁତ ହୁଅ। ଯିରୁଶାଲମରୁ ମରୁଭୂମି ଦେଇ ଯେଉଁ ରାସ୍ତା ଗ‌ଜ୍‌‌ଜାକୁ ଯାଉଅଛି, ସେହି ରାସ୍ତାରେ ଯାଅ।”

27 ଫିଲି‌ପ୍‌ପ ପ୍ରସ୍ତୁତ ହୋଇ ବାହାରିଲେ। ସେହି ରାସ୍ତାରେ ଜଣେ ନପୁଂସକ ସଙ୍ଗରେ ଦେଖା ହେଲା। ସେହି ନପୁଂସକ ଇଥିଓପିଆରୁ ଆସିଥିଲେ। ସେ କାଣ୍ଡାକି ନାମ୍ନୀ ରାଣୀଙ୍କର ଜଣେ ଉଚ୍ଚ ପଦସ୍ଥ କର୍ମଗ୍ଭରି ଥିଲେ। ସେ ତାହାଙ୍କର ସମସ୍ତ ସମ୍ପତ୍ତିର ଦାୟିତ୍ୱରେ ଥିଲେ। ନପୁଂସକ ଜଣକ ଉପାସନା କରିବା ପାଇଁ ଯିରୁଶାଲମକୁ ଯାଇଥିଲେ। 28 ସେ ରଥରେ ବସି ଫେରିବା ସମୟରେ ଭାବବାଦୀ ଯିଶାଇୟଙ୍କର ପୁସ୍ତକରୁ ପ‌ଢୁଥିଲେ।

29 ସେତେବେଳେ ପବିତ୍ରଆତ୍ମା ଫିଲି‌ପ୍‌ପଙ୍କୁ କହିଲେ, “ତୁମ୍ଭେ ସେ ରଥ ପାଖକୁ ଯାଇ ସେଠାରେ ରୁହ।” 30 ଫିଲି‌ପ୍‌ପ ରଥ ପାଖକୁ ଯାଇ ତାହାଙ୍କୁ ଯିଶାଇୟ ଭାବବାଦୀଙ୍କର ପୁସ୍ତକ ପଢ଼ିବାର ଶୁଣିଲେ। ସେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ଯାହା ପଢ଼ୁଛ, ତାହା କ’ଣ ବୁଝିପାରୁଛ?”

31 ସେ ନପୁଂସକ କହିଲେ, “ଯଦି କେହି ଏହା ବୁଝିବାକୁ ସାହାଯ୍ୟ କରିବେ ନାହିଁ, ତେବେ ମୁଁ ଏହା କିପରି ବୁଝିବି?” ତେଣୁ ସେ ଫିଲି‌ପ୍‌ପଙ୍କୁ ରଥରେ ଚଢ଼ି ନିଜ ପାଖରେ ବସିବା ପାଇଁ ଅନୁରୋଧ କଲେ। 32 ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:

“ତାହାଙ୍କୁ ଗୋଟିଏ ମେଣ୍ଢାପରି ବଧ ହେବା ପାଇଁ ବଧସ୍ଥାନକୁ ନିଆଗଲା।
    ଗୋଟିଏ ମେଣ୍ଢା ଛୁଆ ଯେପରି ଲୋମ ଛେଦକ ସାମନାରେ ଚୁ‌ପ୍‌ହୋଇ ଠିଆ ହୁଏ,
    ସେହିପରି ସେ ଚୁପ୍ ହୋଇ ଠିଆ ହେଲେ।
33 ତାହାଙ୍କୁ ଅପମାନିତ କରାଗଲା ଓ ତାହାଙ୍କର ସମସ୍ତ ଅଧିକାର କାଢ଼ି ନିଆଗଲା।
    ଏହି ପୃଥିବୀରେ ତାହାଙ୍କର ଜୀବନକାଳ ଶେଷ ହେଲା।
    କିଏ ତାହାଙ୍କ ବଂଶ ବିଷୟରେ କଥାବାର୍ତ୍ତା କରିବ?”(A)

34 ନପୁଂସକ ଫିଲି‌ପ୍‌ପଙ୍କୁ କହିଲେ, “ମୋତେ ଦୟାକରି କୁହ, କାହା ବିଷୟରେ ଭବିଷ୍ୟ‌ଦ୍‌ବକ୍ତା ଏହା କହୁଛନ୍ତି? ସେ ତାହାଙ୍କ ନିଜ ବିଷୟରେ କହୁଛନ୍ତି ନା ଆଉ କାହା ବିଷୟରେ କହୁଛନ୍ତି?” 35 ତା’ପରେ ଫିଲି‌ପ୍‌ପ ଶାସ୍ତ୍ରର ସେହି ବାକ୍ୟରୁ ଆରମ୍ଭ କରି ଯୀଶୁଙ୍କର ସୁସମାଗ୍ଭର ପର୍ଯ୍ୟନ୍ତ ତାହାଙ୍କୁ କହିଲେ।

36 ସେମାନେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗାରେ ପହଞ୍ଚିଲେ, ଓ ନପୁଂସକ ଜଣକ କହିଲେ, “ଦେଖ, ଏଠାରେ ତ ଜଳ ଅଛି। ଏବେ ମୋର ବାପ୍ତିଜିତ ହେବାର କିଛି ଅସୁବିଧା ଅଛି କି?” 37 [a] 38 ତା’ପରେ ସେ ରଥ ରଖିବାକୁ ଆଦେଶ ଦେଲେ। ତା’ପରେ ଫିଲି‌ପ୍‌ପ ଓ ନପୁଂସକ ଦୁହେଁ ଜଳ ଭିତରକୁ ଓହ୍ଲାଇ ଗଲେ ଓ ଫିଲି‌ପ୍‌ପ ତାହାଙ୍କୁ ବାପ୍ତିସ୍ମ ଦେଲେ। 39 ସେମାନେ ଦୁହେଁ ଜଳ ଭିତରୁ ଉଠି ଆସିବା ପରେ ପ୍ରଭୁଙ୍କର ଆତ୍ମା ଫିଲି‌ପ୍‌ପଙ୍କୁ ନେଇଗଲେ। ନପୁଂସକ ତାହାଙ୍କୁ ଆଉ ଦେଖି ପାରିଲେ ନାହିଁ। ସେ ଖୁସୀରେ ତାହାଙ୍କ ବାଟରେ ଗ୍ଭଲିଗଲେ। 40 କିନ୍ତୁ ଫିଲି‌ପ୍‌ପ ଅ‌ଷ୍‌‌ଦୋଦ ନଗରରେ ଦେଖା ଦେଲେ ଓ କାଇସରୀଆ ନଗରକୁ ଯିବା ବାଟରେ ସବୁ ସହରରେ ଲୋକମାନଙ୍କୁ ସୁସମାଗ୍ଭର ପ୍ରଗ୍ଭର କରି ଗ୍ଭଲିଲେ।

ଲୂକ ଲିଖିତ ସୁସମାଗ୍ଭର 23:13-25

ଯୀଶୁଙ୍କର ମୃତ୍ୟୁ ନିଶ୍ଚିତ(A)

13 ପୀଲାତ, ପ୍ରଧାନଯାଜକ ଓ ଯିହୂଦୀନେତାଙ୍କ ସହିତ ସବୁ ଲୋକଙ୍କୁ ଏକାଠି ଡାକିଲେ। 14 ପୀଲାତ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯୀଶୁଙ୍କୁ ମୋ’ ପାଖକୁ ଆଣିଛ। ତୁମ୍ଭେମାନେ କହୁଛ ଯେ ସେ ଲୋକଙ୍କ ମଧ୍ୟରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତିରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କଠାରେ ମୁଁ କୌଣସି ଭୁଲ୍ ଦେଖି ପାରିଲି ନାହିଁ। ତୁମ୍ଭେମାନେ ଯାହା କହୁଛ, ଯୀଶୁ ସେଥିରେ ଦୋଷୀ ନୁହନ୍ତି। 15 ତାଛଡ଼ା ହେରୋଦ ମଧ୍ୟ ତାହାଙ୍କଠାରେ କୌଣସି ଭୁଲ୍ ଦେଖି ନାହାନ୍ତି। ହେରୋଦ ଆମ୍ଭ ପାଖକୁ ଯୀଶୁଙ୍କୁ ପଠାଇ ଦେଇଛନ୍ତି। ଦେଖ, ଯୀଶୁ କିଛି ହେଲେ ଭୁଲ୍ କାମ କରି ନାହାନ୍ତି। ତେଣୁ ତାହାଙ୍କୁ ବଧ କରିବା ଠିକ୍ ହେବ ନାହିଁ। 16 ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବାପରେ ମୁଁ ତାହାଙ୍କୁ ମୁକ୍ତ କରି ଗ୍ଭଲିଯିବାକୁ ଅନୁମତି ଦେବି।” 17 [a]

18 କିନ୍ତୁ ସବୁଲୋକେ ପାଟିକରି ଉଠିଲେ, “ତାହାକୁ ମାରିଦିଅ। ବାର‌ବ୍‌ବାକୁ ମୁକ୍ତ କରିଦିଅ।” 19 ବାର‌ବ୍‌ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା।

20 ପୀଲାତ ଯୀଶୁଙ୍କୁ ମୁକ୍ତ କରି ଦେବାକୁ ଗ୍ଭହୁଁଥିଲେ। ତେଣୁ ପୁଣି ଥରେ ପୀଲାତ ସେମାନଙ୍କୁ କହିଲେ ଯେ ସେ ଯୀଶୁଙ୍କୁ ଛାଡ଼ି ଦେବେ। 21 କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, “ତାହାଙ୍କୁ ମାରିଦିଅ। ତାହାଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ।”

22 ତୃତୀୟ ଥର ପାଇଁ ପୀଲାତ ସେମାନଙ୍କୁ କହିଲେ, “କାହିଁକି, ସେ କ’ଣ ଭୁଲ୍ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମୁଁ କୌଣସି କାରଣ ଦେଖି ପାରୁ ନାହିଁ। ତେଣୁ ତାହାଙ୍କୁ ସାମାନ୍ୟ ଦଣ୍ଡ ଦେବା ପରେ ମୁଁ ତାହାଙ୍କୁ ଛାଡ଼ି ଦେବି।”

23 କିନ୍ତୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ। ସେମାନେ ଦାବି କଲେ ଯେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇ ମାରିଦିଅ। ସେମାନଙ୍କର ପାଟିତୁଣ୍ଡ ଏତେ ତୀବ୍ର ହେଲା ଯେ, 24 ପୀଲାତ ଲୋକଙ୍କ ଇଚ୍ଛା ଅନୁଯାୟୀ ନିର୍ଣ୍ଣୟ ନେଲେ। 25 ଲୋକମାନେ ବାର‌ବ୍‌ବାକୁ ମୁକ୍ତ ହୋଇ ଗ୍ଭଲିଯିବାକୁ ଗ୍ଭହୁଁଥିଲେ। ବାର‌ବ୍‌ବା ନରହତ୍ୟା ଓ ବିଦ୍ରୋହ ଅପରାଧରେ କାରାଗାରରେ ଥିଲା। ପୀଲାତ ବାର‌ବ୍‌ବାଙ୍କୁ ମୁକ୍ତ କରିଦେଲେ। ପୀଲାତ ଯୀଶୁଙ୍କୁ ମାରିଦେବା ପାଇଁ ଲୋକମାନଙ୍କ ହାତରେ ସମର୍ପି ଦେଲେ। ଲୋକମାନେ ତାହା ଗ୍ଭହୁଁଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center