Book of Common Prayer
118 ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି।
ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
2 ଇସ୍ରାଏଲ ଏବେ କହନ୍ତୁ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
3 ହାରୋଣର ପରିବାରବର୍ଗ [a] ବର୍ତ୍ତମାନ ଏବେ ଏହା କୁହନ୍ତୁ ଯେ,
“ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
4 ହେ ସଦାପ୍ରଭୁଙ୍କର ଉପାସନା କରୁଥିବା ଲୋକମାନେ, ଏହା କୁହ,
“ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।”
5 ମୁଁ ସଙ୍କଟରେ ଥିଲି, ତେଣୁ ସଦାପ୍ରଭୁଙ୍କର ସାହାଯ୍ୟ ପାଇଁ ଡାକିଲି।
ସଦାପ୍ରଭୁ ଉତ୍ତର ଦେଲେ ଏବଂ ମୋତେ ସେଥିରୁ ମୁକ୍ତ କଲେ।
6 ସଦାପ୍ରଭୁ ମୋ’ ସହିତ ଅଛନ୍ତି, ତେଣୁ ମୁଁ ଭୟ କରିବି ନାହିଁ।
ଲୋକମାନେ, ମୋତେ କ’ଣ କରି ପାରିବେ।
7 ସଦାପ୍ରଭୁ ମୋର ସାହାଯ୍ୟକାରୀ।
ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।
8 ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା
ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।
9 ଅଧିପତିମାନଙ୍କ ଉପରେ ବିଶ୍ୱାସ ରଖିବା ଅପେକ୍ଷା
ପରମେଶ୍ୱରଙ୍କଠାରେ ଶରଣାଗତ ହେବା ଉତ୍ତମ।
10 ଶତ୍ରୁମାନେ ମୋତେ ଘେରି ଯାଇଥିଲେ,
କିନ୍ତୁ ସଦାପ୍ରଭୁଙ୍କ ଶକ୍ତି ବଳରେ ମୁଁ ସେମାନଙ୍କୁ ପରାସ୍ତ କଲି।
11 ଶତ୍ରୁଗଣ ବାରମ୍ବାର ମୋତେ ଘେରି ରହୁଛନ୍ତି।
ମୁଁ ସେମାନଙ୍କୁ ସଦାପ୍ରଭୁଙ୍କ ଶକ୍ତିରେ ପରାସ୍ତ କରିବି।
12 ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ।
କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ।
ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।
13 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରି ପ୍ରାୟ ଧ୍ୱଂସ କରିବା ଉପରେ ଥିଲେ,
କିନ୍ତୁ ସଦାପ୍ରଭୁ ମୋତେ ସାହାଯ୍ୟ କଲେ।
14 ଯାହାଙ୍କୁ ମୁଁ ଗୀତରେ ଏବଂ ସ୍ତୁତିରେ [b] ପ୍ରଶଂସା କରେ, ସେ ହିଁ ସଦାପ୍ରଭୁ, ମୋର ଶକ୍ତି ଓ ସୁରକ୍ଷା।
ସଦାପ୍ରଭୁ ମୋତେ ରକ୍ଷା କଲେ।
15 ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜୟ ଧ୍ୱନି ତୁମ୍ଭେ ଶୁଣିପାରିବ।
ସଦାପ୍ରଭୁ ପୁନ୍ନରାୟ ତାଙ୍କର ମହାନ ଶକ୍ତି ପ୍ରଦର୍ଶନ କଲେ।
16 ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବିଜୟ ପାଇଁ ଉତ୍ଥିତ ହେଲା।
ଦେଖ, ସଦାପ୍ରଭୁ ପୁଣି ତାଙ୍କର ମହାଶକ୍ତି ଦେଖାଇଲେ।
17 ମୁଁ ମରିବି ନାହିଁ କିନ୍ତୁ ବଞ୍ଚିବି
ଏବଂ ସଦାପ୍ରଭୁଙ୍କ କର୍ମସବୁ ବର୍ଣ୍ଣନା କରିବି।
18 ସଦାପ୍ରଭୁ ମୋତେ ବୃହତ୍ ଶାସ୍ତି ଦେଇଅଛନ୍ତି।
ମାତ୍ର ସେ ମୋତେ ମରିବାକୁ ଦେଲେ ନାହିଁ।
19 ହେ ପରମେଶ୍ୱର, ମୋ’ ପାଇଁ ସତ୍ୟତାର ଫାଟ ସବୁ ଫିଟାଅ।
ମୁଁ ତହିଁ ମଧ୍ୟରେ ପ୍ରବେଶ କରିବି ଏବଂ ସଦାପ୍ରଭୁଙ୍କୁ ପ୍ରଶଂସା କରିବି।
20 ଏହିସବୁ ସଦାପ୍ରଭୁଙ୍କର ଦ୍ୱାର ସମୂହ।
କେବଳ ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରି ପାରିବେ।
21 ହେ ସଦାପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନାର ଉତ୍ତର ଦେଇଥିବାରୁ ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଛି।
ମୋତେ ପରିତ୍ରାଣ କରିଥିବାରୁ ତୁମ୍ଭଙ୍କୁ ଧନ୍ୟବାଦ।
22 ନିର୍ମାଣକାରୀମାନେ ଯେଉଁ ପଥର ସବୁ ଅଗ୍ରାହ୍ୟ କଲେ।
ତାହା କୋଣର ପ୍ରଧାନ ପଥର ହୋଇଅଛି।
23 ଏହାସବୁ ସଦାପ୍ରଭୁଙ୍କ କର୍ମ,
କିନ୍ତୁ ଆମ୍ଭ ଦୃଷ୍ଟିରେ ଏହା ଆଶ୍ଚର୍ଯ୍ୟ।
24 ଆଜି ଦିନକୁ ସଦାପ୍ରଭୁ ହିଁ ତିଆରି କରିଛନ୍ତି।
ଆସ ଆମ୍ଭେମାନେ ଆଜି ଆନନ୍ଦ ଓ ଉଲ୍ଲାସ କରିବା।
25 ଲୋକମାନେ କହନ୍ତି, “ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର।
ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।”
26 ଯାଜକମାନେ କହନ୍ତି, “ଯିଏ ସଦାପ୍ରଭୁଙ୍କ ନାମରେ ଆସନ୍ତି ତାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।
ଆମ୍ଭେମାନେ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ଆଶୀର୍ବାଦ କରୁ।
27 ସଦାପ୍ରଭୁ ପରମେଶ୍ୱର ଅଟନ୍ତି।
ଏବଂ ସେ ଆମ୍ଭମାନଙ୍କୁ ଗ୍ରହଣ କରନ୍ତି।
ଯଜ୍ଞବେଦିର ଶିଙ୍ଗରେ ରଜ୍ଜୁଦ୍ୱାରା ମେଷକୁ ବାନ୍ଧ।”
28 ହେ ସଦାପ୍ରଭୁ, ତୁମ୍ଭେ ମୋର ପରମେଶ୍ୱର, ମୁଁ ତୁମ୍ଭ ନାମର ଧନ୍ୟବାଦ କରୁଛି।
ମୁଁ ତୁମ୍ଭକୁ ପ୍ରଶଂସା କରୁଛି।
29 ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମୟ।
ହଁ, ତାଙ୍କର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ।
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି।
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ।
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ,
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ।
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ।
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ।
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ।
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ।
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ।
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ।
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ।
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ।
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି।
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ। [a]
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି।
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି।
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ।
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ଶାମୁୟେଲ ଶାଉଲଙ୍କୁ ଅଭିଷେକ କଲେ
10 ଶାମୁୟେଲ ଏକ ସ୍ୱତନ୍ତ୍ର ତୈଳପାତ୍ର ନେଇ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, “ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହେବା ପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସେମାନଙ୍କର ଚତୁର୍ଦ୍ଦିଗର ଶତ୍ରୁମାନଙ୍କଠାରୁ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହେବା ପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ୟତା ପ୍ରତିପାଦନ କରିବ। 2 ଆଜି ତୁମ୍ଭେ ମୋତେ ଏଠି ଛାଡ଼ି ଗଲାପରେ ବିନ୍ୟାମୀନ ସୀମାର ସେଲଠାରେ ରାହେଲର କବର ନିକଟରେ ଦୁଇ ପୁରୁଷଙ୍କ ସାକ୍ଷାତ ପାଇବ। ସେ ଦୁଇଜଣ ତୁମ୍ଭକୁ କହିବେ, ‘ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜୁଥିଲ, ସେମାନେ ମିଳିଛନ୍ତି। ତୁମ୍ଭ ବାପା ଗଧମାନଙ୍କ ପାଇଁ ବ୍ୟସ୍ତ ନୁହନ୍ତି ବରଂ ତୁମ୍ଭ ପାଇଁ ଅଟନ୍ତି ଓ କହନ୍ତି, ମୋ’ ପୁଅ ପାଇଁ ମୁଁ କ’ଣ କରିବି।’”
3 ଶାମୁୟେଲ କହିଲେ, “ତୁମ୍ଭେ ସେଠାରୁ ଆଗକୁ ଗଲେ ତାବୋରର ଅଲୋନବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥେଲ୍କୁ ପରମେଶ୍ୱରଙ୍କ ନିକଟକୁ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସେଠାରେ ଜଣେ ତିନୋଟି ଯୁବା ଛେଳି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ନେବ। 4 ସେମାନେ ତୁମ୍ଭକୁ ଅଭ୍ୟର୍ଥନା କରିବେ ଓ ଦୁଇଟି ରୋଟୀ ଦେବେ, ଏବଂ ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କରିବ। 5 ତା’ପରେ ତୁମ୍ଭେମାନେ ଗିବିୟୋଥ ଓ ଲୋହିମକୁ ଯିବ। ସେଠାରେ ପଲେଷ୍ଟୀୟମାନଙ୍କ ପ୍ରହରୀଗଣ ଅଛନ୍ତି। ଯେତେବେଳେ ତୁମ୍ଭେ ସହରର ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବ, ଉପାସନା ସ୍ଥଳରୁ ଦଳେ ଯାଜକ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି ବଇଁଶୀ, ତମ୍ବୁରା ଓ ବୀଣା ବଜାଇ ଆସୁଥିବାର ଦେଖିବ। 6 ସଦାପ୍ରଭୁଙ୍କର ଆତ୍ମା ତୁମ୍ଭ ନିକଟକୁ ବିରାଟ ଶକ୍ତିରେ ଆସିବ ଏବଂ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟଦ୍ବାଣୀ କହିବ ଏବଂ ତୁମ୍ଭେ ଜଣେ ଅଲଗା ବ୍ୟକ୍ତି ହୋଇଯିବ। 7 ସମ୍ଭବତଃ ସେହି ସମସ୍ତ ଚିହ୍ନ ଅତିକ୍ରମ କରିବାକୁ ଲାଗିଲା, ତୁମ୍ଭେ ଯାହା କରିବାକୁ ପସନ୍ଦ କରିବ ତାହା କରିବ। କାରଣ ପରମେଶ୍ୱର ତୁମ୍ଭ ସହିତ ଅଛନ୍ତି।
8 “ମୋ’ ପୂର୍ବରୁ ପ୍ରଥମେ ତୁମ୍ଭେ ଗିଲ୍ଗଲ୍କୁ ଯିବ। ତା’ପରେ ମୁଁ ସେଠାକୁ ହୋମବଳି ଓ ମଙ୍ଗଳାର୍ଥକ ବଳିରେ ଉତ୍ସର୍ଗ କରିବି। ମୁଁ ଆସି ତୁମ୍ଭକୁ କ’ଣ କରିବାକୁ ହେବ କହିବା ପର୍ଯ୍ୟନ୍ତ, ତୁମ୍ଭେ ସେଠାରେ ସାତ ଦିନ ଅପେକ୍ଷା କରିବାକୁ ହେବ।”
ଶାଉଲ ଭବିଷ୍ୟଦ୍ବକ୍ତାମାନଙ୍କ ପରି ହେଲେ
9 ଏହା ପରେ ସେ ଶାମୁୟେଲଙ୍କୁ ଛାଡ଼ିଯିବା ପାଇଁ ପିଠି ଫେରାନ୍ତେ ପରମେଶ୍ୱର ତାଙ୍କର ହୃଦୟ ପରିବର୍ତ୍ତନ କରିଦେଲେ ଓ ସେହି ଦିନ ସେ ସମସ୍ତ ଚିହ୍ନ ଘଟିଲା। 10 ଶାଉଲ ଏବଂ ତାଙ୍କର ସେବକ ଜିବେଥ୍ଇଲୋହିମ୍କୁ ଗଲେ। ସେହି ସ୍ଥାନରେ ଶାଉଲ ଦଳେ ଭବିଷ୍ୟଦ୍ବକ୍ତାଙ୍କୁ ଭେଟିଲେ। ପୁଣି ପରମେଶ୍ୱରଙ୍କ ଆତ୍ମା ତାହାଙ୍କୁ ଆକ୍ରାନ୍ତ କରନ୍ତେ ସେ ସେମାନଙ୍କ ଭିତରେ ନାଚି, ଗାଈ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରିବାକୁ ଲାଗିଲେ। 11 ଏଥିରେ ଯେଉଁମାନେ ପୂର୍ବରୁ ଶାଉଲଙ୍କୁ ଜାଣିଥିଲେ ସେମାନେ ଦେଖିଲେ ଯେ, ସେ ଭବିଷ୍ୟଦ୍ବକ୍ତାଙ୍କ ପରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ଗହଣରେ ନାଚୁଥିଲେ ଓ ଗାଉଥିଲେ। ତା’ପରେ ଲୋକମାନେ ପରସ୍ପର କୁହାକୁହି ହେବାକୁ ଲାଗିଲେ, “କୀଶ୍ର ପୁତ୍ର ପ୍ରତି କ’ଣ ଘଟିଲା? ଶାଉଲ କ’ଣ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ?”
12 ତହିଁରେ ସେହି ସ୍ଥାନସ୍ଥ ଜଣେ ଉତ୍ତର କରି କହିଲେ, “ଆଚ୍ଛା! ଏହା ଜଣାଯାଏ ଶାଉଲ ଜଣେ ଭବିଷ୍ୟଦ୍ବକ୍ତାମାନଙ୍କର ନେତା” ଏହେତୁ “ଶାଉଲ କି ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଜଣେ” ଏହି କଥା ଏକ ବଡ଼ ପ୍ରବାଦ ହୋଇ ଉଠିଲା।
ଶାଉଲ ଘରେ ପହଞ୍ଚିଲେ
13 ତା’ପରେ ସେ ଭବିଷ୍ୟଦ୍ବାଣୀ କହିବା ବନ୍ଦ କଲେ ଏବଂ ଉପାସନା କରିବାକୁ ଗୃହ ନିକଟସ୍ଥ ଉଚ୍ଚସ୍ଥଳୀକୁ ଗଲେ।
14 ଶାଉଲଙ୍କ କକା ତାଙ୍କୁ ଓ ତାଙ୍କର ଯୁବାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁଠାକୁ ଯାଇଥିଲ।”
ଶାଉଲ ଉତ୍ତର ଦେଲା, “ଗଧ ଖୋଜିବାକୁ ଯାଇଥିଲୁ। କିନ୍ତୁ ସେମାନେ ନ ମିଳିବାରୁ ଆମ୍ଭେ ଶାମୁୟେଲ ନିକଟକୁ ଦେଖାକରିବାକୁ ଆସିଲୁ।”
15 ଏଥିରେ ଶାଉଲଙ୍କ ପିତୃବ୍ୟ କହିଲେ, “ମୁଁ ନିବେଦନ କରୁଛି ଶାମୁୟେଲ ତୁମ୍ଭକୁ କ’ଣ କହିଲେ ମୋତେ କୁହ।”
16 ଶାଉଲ ଉତ୍ତରରେ କହିଲେ, “ସେ କହିଲେ ଯେ, ଗଧମାନେ ମିଳି ଗଲେଣି।” କିନ୍ତୁ ଶାଉଲ ତା’ର କକାକୁ ଶାମୁୟେଲ ଦ୍ୱାରା କୁହାଯାଇଥିବା ରାଜତ୍ୱ ବିଷୟରେ କହିଲେ ନାହିଁ।
ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ
13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା’ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା’ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।
16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା’ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। 17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” [a] ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।” [b] 19 ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। 20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। 21 ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଥିଲେ। 22 ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।” [c] 23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। 24 ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। 25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।
ଯିହୂଦୀ ନେତାମାନେ ଯୀଶୁଙ୍କ ଅଧିକାରକୁ ସନ୍ଦେହ କଲେ(A)
23 ଯୀଶୁ ମନ୍ଦିର ପରିସରକୁ ଗଲେ। ସେଠାରେ ସେ ଉପଦେଶ ଦେଉଥିବା ସମୟରେ ପ୍ରଧାନଯାଜକ ଓ ଲୋକମାନଙ୍କର ପ୍ରାଚୀନ ନେତାମାନେ ତାହାଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭକୁ କୁହ, ଏଭଳି ସବୁ କାମ କେଉଁ ଅଧିକାରରେ ତୁମ୍ଭେ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”
24 ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ତୁମ୍ଭେମାନେ ଯଦି ମୋ’ ପ୍ରଶ୍ନର ଉତ୍ତର ଦେଇ ପାରିବ, ତେବେ ମୁଁ କହିବି ଯେ ଏଭଳି କାମ କରିବାକୁ ମୋର କେଉଁ ଅଧିକାର ରହିଛି। 25 କୁହ, ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା?”ପରମେଶ୍ୱରଙ୍କ ପାଖରୁ ନା ମଣିଷ ପାଖରୁ?”
ମୁଖ୍ୟ ଯାଜକ ଓ ପ୍ରାଚୀନ ନେତାମାନେ ଯୀଶୁଙ୍କ ପ୍ରଶ୍ନ ବିଷୟରେ ଆଲୋଚନା କଲେ।” ସେମାନେ ନିଜ ନିଜ ଭିତରେ କୁହାକୁହି ହେଲେ, ‘ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା,’ ତେବେ ଯୀଶୁ ପଗ୍ଭରିବେ, ‘ତେବେ ଯୋହନଙ୍କୁ ତୁମ୍ଭେମାନେ କାହିଁକି ବିଶ୍ୱାସ କଲ ନାହିଁ?’ 26 କିନ୍ତୁ ଆମ୍ଭେ ଯଦି କହିବା, ‘ଏହା ମନୁଷ୍ୟ ପାଖରୁ ଆସିଛି,’ ତେବେ ଏଠାରେ ଜମା ହୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭେମାନେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସେମାନେ ସମସ୍ତେ ଯୋହନଙ୍କୁ ଭବିଷ୍ୟଦ୍ବକ୍ତା ରୂପେ ବିଶ୍ୱାସ କରନ୍ତି.”
27 ତେଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଯୋହନଙ୍କ ବାପ୍ତିସ୍ମ କେଉଁଠାରୁ ଆସିଥିଲା, ଆମ୍ଭେ ତାହା ଜାଣି ନାହୁଁ।”
ଯୀଶୁ କହିଲେ, “ତେବେ କେଉଁ ଅଧିକାରରେ ମୁଁ ଏସମସ୍ତ କାର୍ଯ୍ୟ କରୁଛି, ତାହା ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
ଯୀଶୁ ଦୁଇ ପୁଅର କାହାଣୀ କହିଲେ
28 “କୁହତ ଦେଖି, ତୁମ୍ଭେ ଏବିଷୟରେ କ’ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲେ, ‘ପୁଅ ଆଜି ଯା ଓ ଅଙ୍ଗୁର ବଗିଗ୍ଭରେ କାମ କର।’
29 “ପୁଅ କହିଲା, ‘ମୁଁ ଯିବି ନାହିଁ।’ କିନ୍ତୁ ପରେ ସେ ନିଜର ମନ ବଦଳାଇ ଗଲା।
30 “ତା’ପରେ ତା’ ବାପା ଅନ୍ୟ ପୁଅ ପାଖକୁ ଗଲେ ଓ ତାକୁ ସେହି କଥା କହିଲେ। ସେ କହିଲା, ‘ହଁ, ଆଜ୍ଞା ମୁଁ ଯିବି।’ କିନ୍ତୁ ଗଲା ନାହିଁ।
31 “ତେବେ କୁହ, ‘କେଉଁ ପୁଅ ତା’ର ବାପାଙ୍କ ବାଧ୍ୟ ହେଲା?”
ଯିହୂଦୀ ଧର୍ମ ନେତାମାନେ କହିଲେ, “ପ୍ରଥମ ପୁଅଟି ମାନିଲା।’
ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଭାବ ଯେ, କରଆଦାୟକାରୀ ଓ ବେଶ୍ୟାମାନେ ଖରାପ ମଣିଷ। କିନ୍ତୁ ସେମାନେ ତୁମ୍ଭମାନଙ୍କ ପୂର୍ବରୁ ଆଗ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବେ।” 32 ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ୍ ବାଟ ଦେଖାଇବାକୁ ଯୋହନ ଆସି ଥିଲେ। ତୁମ୍ଭେମାନେ ଯୋହନଙ୍କୁ ବିଶ୍ୱାସ କଲ ନାହିଁ। କିନ୍ତୁ କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କଲେ। କରଆଦାୟକାରୀ ଓ ବେଶ୍ୟାମାନେ ଯୋହନଙ୍କୁ ବିଶ୍ୱାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠାରେ ବିଶ୍ୱାସ କରିବା ଲାଗି ତୁମ୍ଭେମାନେ ହୃଦୟ ପରିବର୍ତ୍ତନ କଲ ନାହିଁ।
2010 by World Bible Translation Center