Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:97-120

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ନୂନ୍

105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
    ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
    ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
    ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
    ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
    କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
    ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
    ତାହା ମୋର ପୁରସ୍କାର ହେବ।

ସାମକ୍

113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
    କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
    ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
    ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
    ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
    ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
    କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
    ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
    ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।

ଗୀତସଂହିତା 81-82

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।

81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
    ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ଗୀତ ଆରମ୍ଭ କର
    ଓ ଦାରା ବଜାଅ,
    ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
    ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
କାରଣ ଏହା ଇସ୍ରାଏଲ ପାଇଁ ନିୟମ।
    ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
    ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
    ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
    ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
    ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।”

“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
    ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
    ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
    ଆମ୍ଭେ ଖୁଆଇ ଦେବା।

11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
    ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
    ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
    ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
    ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
    ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
    ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”

ଆସଫର ଗୀତ।

82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
    ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
    ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”

“ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
    ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
    ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।

“ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
    କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
    ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
ମୁଁ (ପରମେଶ୍ୱର) କହିଲି,
    “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
    ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”

ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
    ସମସ୍ତ ଜାତିଗଣ ତୁମ୍ଭର ଅଟେ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 59:15-21

15 ତେଣୁ ସତ୍ୟତାର ଅଭାବ ହୋଇଅଛି
    ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।

ପୁଣି ସଦାପ୍ରଭୁ ଏହା ଦେଖିଲେ
    ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ।
    ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ।
ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା
    ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ,
    ପରିତ୍ରାଣରୂପକ ଟୋପି ମସ୍ତକରେ,
ପ୍ରତିଶୋଧରୂପକ ବସ୍ତ୍ର
    ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।
18 ସେ ପାପ କର୍ମର ପରିମାଣ ଅନୁସାରେ
    ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ।
ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ।
    ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ
    ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ।
କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ
    ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।
20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ
    ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।

21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 1:15-2:13

15 ତୁମ୍ଭେ ଜାଣ ଯେ ଏସିଆ [a] ପ୍ରଦେଶର ପ୍ରତ୍ୟେକ ଲୋକ ମୋତେ ପରିତ୍ୟାଗ କରିଛନ୍ତି। ଏପରିକି ଫୁଗେଲ ଓ ହର୍ମଗେନା ମଧ୍ୟ ମୋତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦେଖାନ୍ତୁ। ଅନୀସିଫର ମୋତେ ଅନେକ ଥର ସାହାଯ୍ୟ କରିଛନ୍ତି। 16 ମୁଁ ଜେ‌‌‌‌‌‌‌‌ଲ୍‌‌‌‌‌‌‌ରେ ରହିବା ଦ୍ୱାରା ସେ ଲଜ୍ଜିତ ହୋଇ ନାହାନ୍ତି। 17 ସେ ରୋମକୁ ଯେତେବେଳେ ଆସିଲେ, ମୋତେ ପାଇବା ପର୍ଯ୍ୟନ୍ତ ସେ ଅତି ଯତ୍ନ ସହକାରେ ମୋତେ ଖୋଜି ଥିଲେ। 18 ମୁଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରେ ଯେ ସେ ସେହି ମହାଦିନରେ ଅନୀସିଫରକୁ ଦୟା ଦାନ କରନ୍ତୁ। ଅନ୍ୟ ସମସ୍ତଙ୍କ ଅପେକ୍ଷା ତୁମ୍ଭେ ଭଲ ଭାବରେ ଜାଣ ଯେ ଏଫିସଠାରେ ଅନେକ ପ୍ରକାରେ ସେ ମୋତେ ସାହାଯ୍ୟ କରିଛନ୍ତି।

ଯୀଶୁ ଖ୍ରୀଷ୍ଟଙ୍କର ଏକ ବିଶ୍ୱସ୍ତ ସୈନିକ

ତୀମଥି, ତୁମ୍ଭେ ମୋର ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭକୁ ମିଳିଥିବା ଅନୁଗ୍ରହରେ ଶକ୍ତିଶାଳୀ ହୁଅ। ମୁଁ ଶିକ୍ଷା ଦେଇଥିବା କଥାସବୁ ତୁମ୍ଭେ ଶୁଣିଛ। ଅନେକ ଅନ୍ୟ ଲୋକ ମଧ୍ୟ ସେହି କଥା ଶୁଣିଛନ୍ତି। ତୁମ୍ଭେ ସେହି ବିଷୟ ଗୁଡ଼ିକ ଶିକ୍ଷାଦେବା ଉଚିତ୍। ଯେଉଁ କେତେକଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ, ସେମାନଙ୍କୁ ସେହି ଉପଦେଶଗୁଡ଼ିକ ଦିଅ। ତା’ହେଲେ ସେମାନେ ଅନ୍ୟଲୋକମାନଙ୍କୁ ସେହି ଉପଦେଶଗୁଡ଼ିକ ଦେଇ ପାରିବେ। ଆମ୍ଭ ସମସ୍ତଙ୍କ କଷ୍ଟରେ ଭାଗୀ ହୁଅ। ଖ୍ରୀଷ୍ଟ ଯୀଶୁଙ୍କ ଜଣେ ଅନୁଗତ ଓ ପ୍ରକୃତ ସୈନିକ ଭାବରେ ସେହି କଷ୍ଟଗୁଡ଼ିକ ସହିଯାଅ। ଜଣେ ସୈନିକ ତା’ର ନାୟକକୁ ଖୁସୀ କରିବାକୁ ଚେଷ୍ଟା କରେ। ଅତଏବ ଦୈନିକ ଜୀବନର ଘଟଣାରେ ସେ ନିଜର ସମୟ ଅତିବାହିତ କରେ ନାହିଁ। ଜଣେ ଖେଳାଳୀ ପୁରସ୍କାର ଜିଣିବା ପାଇଁ ଦୌଡ଼ର ସମସ୍ତ ନିୟମ ପାଳନ କରିବା ଦରକାର। ଜଣେ ଗ୍ଭଷୀ ନିଜର କଠିନ ପରିଶ୍ରମ କରି ଯେଉଁ ଶସ୍ୟ ଉତ୍ପାଦନ କରିଛି, ସେ ପ୍ରଥମରେ ସେହି ଉତ୍ପାଦନରୁ ଖାଦ୍ୟ ପାଇବା ଉଚିତ୍। ମୁଁ ଯେଉଁ କଥା କହୁଛି, ତାହା ବିଷୟରେ ଚିନ୍ତା କର। ପ୍ରଭୁ ତୁମ୍ଭକୁ ଏହି ସମସ୍ତ କଥାଗୁଡ଼ିକ ବୁଝିବା ପାଇଁ ଶକ୍ତି ଦେବେ।

ଯୀଶୁ ଖ୍ରୀଷ୍ଟଙ୍କୁ ମନେ ପକାଅ। ସେ ଦାଉଦ [b]ଙ୍କ ପରିବାରର ଅଟନ୍ତି। ଯୀଶୁ ମୃତ୍ୟୁପରେ ପୁନଃ ଜୀବିତ ହୋଇଉଠିଲେ। ଏହି ସୁସମାଗ୍ଭର ମୁଁ ଲୋକଙ୍କୁ ଶୁଣାଏ। ସେହି ସୁସମାଗ୍ଭର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳିରେ ବନ୍ଧା ମଧ୍ୟ ହୋଇଛି। 10 ଅତଏବ ମୁଁ ଧୈର୍ଯ୍ୟପୂର୍ବକ ଉକ୍ତ କଷ୍ଟଗୁଡ଼ିକୁ ସହି ନେଉଛି। ପରମେଶ୍ୱର ଯେତେ ଲୋକଙ୍କୁ ବାଛିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏପରି କରୁଛି। ମୁଁ ଏଗୁଡ଼ିକ ସହି ନେବାର କାରଣ ଯେ, ସେହି ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ପରିତ୍ରାଣ ପାଇ ପାରିବେ। ସେହି ପରିତ୍ରାଣ ଗୋଟିଏ ଅସୀମ ମହିମା ସହିତ ଆସେ।

11 ଏହି ଶିକ୍ଷା ସତ୍ୟ ଅଟେ:

ଯଦି ଆମ୍ଭେ ତାହାଙ୍କ ସହିତ ମରୁ,
    ତା’ହେଲେ ଆମ୍ଭେ ତାହାଙ୍କ ସହିତ ବଞ୍ଚିବା।
12 ଯଦି ଆମ୍ଭେ ଯାତନା ସହିବା,
    ତା’ହେଲେ ଆମ୍ଭେ ତାଙ୍କ ସହିତ ଶାସନ କରିବା।
ଯଦି ଆମ୍ଭେ ତାଙ୍କୁ ଗ୍ରହଣ କରିବା ପାଇଁ ମନା କରିବା,
    ତା’ହେଲେ ସେ ଆମ୍ଭକୁ ଗ୍ରହଣ କରିବା ପାଇଁ ମନା କରିବେ।
13 ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ,
    ତଥାପି ସେ ବିଶ୍ୱସ୍ତ ହୋଇ ରହିବେ।
    କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।

ମାର୍କ ଲିଖିତ ସୁସମାଗ୍ଭର 10:1-16

ବିବାହ ବିଚ୍ଛେଦ ସମ୍ପର୍କରେ ଯୀଶୁଙ୍କ ଶିକ୍ଷା(A)

10 ତା’ପରେ ଯୀଶୁ ସେ ସ୍ଥାନ ଛାଡ଼ିଦେଲେ। ସେ ଯିହୂଦା ଅଞ୍ଚଳ ଓ ଯର୍ଦ୍ଦନ ନଦୀର ଅପର ପାରିକୁ ଗଲେ। ପୁଣି ବହୁତ ଲୋକ ତାହାଙ୍କ ପାଖରେ ଜମା ହୋଇଗଲେ। ସବୁ ସମୟ ଭଳି ଯୀଶୁ ଲୋକମାନଙ୍କୁ ଶିକ୍ଷା ଦେଲେ।

କେତେକ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସେମାନେ ଯୀଶୁଙ୍କ ଭୁଲ୍ ଧରିବା ପାଇଁ ଚେଷ୍ଟା କଲେ। ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଜଣେ ପୁରୁଷ ତା’ର ସ୍ତ୍ରୀକୁ ଛାଡ଼ପତ୍ର ଦେବା କ’ଣ ଆଇନ ସଙ୍ଗତ କାର୍ଯ୍ୟ?”

ଯୀଶୁ କହିଲେ, “ମୋଶା ତୁମ୍ଭମାନଙ୍କୁ କ’ଣ ଆଜ୍ଞା ଦେଇଛନ୍ତି?”

ସେମାନେ କହିଲେ, “ଜଣେ ପୁରୁଷ ଛାଡ଼ପତ୍ର ପାଇଁ ପ୍ରମାଣପତ୍ର ଲେଖିଦେଇ ତା’ପରେ ନିଜ ସ୍ତ୍ରୀକୁ ଛାଡ଼ି ଦେଇ ପାରିବ ବୋଲି, ମୋଶା କହିଥିଲେ।”

ଯୀଶୁ ସେମାନଙ୍କୁ କହିଲେ, “ମୋଶା ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭେମାନେ ପରମେଶ୍ୱରଙ୍କ ଉପଦେଶ ମାନିବାକୁ ମନାକଲ। କିନ୍ତୁ ପରମେଶ୍ୱର ଯେତେବେଳେ ଜଗତ ସୃଷ୍ଟି କଲେ, ‘ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।’ [a] “ଏଣୁ ଜଣେ ପୁରୁଷ ନିଜ ବାପା-ମାଙ୍କୁ ଛାଡ଼ି ନିଜ ସ୍ତ୍ରୀ ସହିତ ମିଳିତ ହେବ ଏବଂ ସେମାନେ ଏକ ହୋଇଯିବେ।’ [b] ତେଣୁ ସେମାନେ ଦୁଇଜଣ ନୁହନ୍ତି ବରଂ ଏକ। ପରମେଶ୍ୱର ଯଦି ଏହି ଦୁଇଜଣ ମନୁଷ୍ୟଙ୍କୁ ଏକାଠି କରିଛନ୍ତି, ତାହାଙ୍କୁ କୌଣସି ବ୍ୟକ୍ତି ଅଲଗା କରିଦେବା ଉଚିତ୍ ନୁହେଁ।”

10 ଯୀଶୁ ଓ ଶିଷ୍ୟମାନେ ଘରକୁ ଫେରିବା ପରେ ଶିଷ୍ୟମାନେ ଯୀଶୁଙ୍କୁ ପୁଣି ଥରେ ଛାଡ଼ପତ୍ର ବିଷୟରେ ପଗ୍ଭରିଲେ। 11 ଯୀଶୁ କହିଲେ, “ଯେଉଁ ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ସେହି ପୁରୁଷ ତା ପତ୍ନୀ ପ୍ରତି ପାପ କରିବା କାରଣରୁ ଦୋଷୀ ହୁଏ। ସେ ବ୍ୟଭିଗ୍ଭର ପାପ ପାଇଁ ଦୋଷୀ ହୁଏ। 12 ଏବଂ ଯଦି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରେ ତେବେ ସେ ମଧ୍ୟ ବ୍ୟଭିଗ୍ଭର ପାପରେ ଦୋଷୀ ହୁଏ।”

ପିଲାମାନଙ୍କୁ ଯୀଶୁ ଗ୍ରହଣ କଲେ(B)

13 ପୁଣି ଲୋକମାନେ ଯୀଶୁଙ୍କ ପାଖକୁ ସେମାନଙ୍କର ଛୋଟ ଛୋଟ ପିଲାମାନଙ୍କୁ ଆଣିଲେ ଯେପରି ଯୀଶୁ ପିଲାମାନଙ୍କୁ ଛୁଇଁ ଦେଇ ଆଶୀର୍ବାଦ କରିବେ। କିନ୍ତୁ ଯୀଶୁଙ୍କ ଶିଷ୍ୟମାନେ ଲୋକମାନଙ୍କୁ ବାରଣ କଲେ ଯେ, ସେମାନେ ସେମାନଙ୍କର ପିଲାମାନଙ୍କୁ ଯୀଶୁଙ୍କ ପାଖକୁ ନ ଆଣନ୍ତୁ। 14 ଏହା ଦେଖି ଯୀଶୁ ବହୁତ ରାଗିଗଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଛୋଟ ଛୋଟ ପିଲାମାନେ ମୋ’ ପାଖକୁ ଆସନ୍ତୁ। ସେମାନଙ୍କୁ ଅଟକାଅ ନାହିଁ। କାରଣ ପରମେଶ୍ୱରଙ୍କ ରାଜ୍ୟ ଏହି ପିଲାମାନଙ୍କ ଭଳି ସରଳ ଲୋକମାନଙ୍କର ଅଟେ। 15 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଗୋଟିଏ ଛୋଟ ପିଲା ସରଳ ମନରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭେମାନେ ପରମେଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବା ଉଚିତ୍, ନଚେତ୍ ତୁମ୍ଭେ ସେଠାରେ କେବେ ହେଲେ ପ୍ରବେଶ କରି ପାରିବ ନାହିଁ।” 16 ତା’ପରେ ଯୀଶୁ ପିଲାମାନଙ୍କୁ କୋଳକୁ ଉଠେଇ ନେଲେ। ସେ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center