Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 102

ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
    ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
    ମୋ’ ପ୍ରତି କର୍ଣ୍ଣପାତ କର।
    ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
    ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
ମୋର ଶକ୍ତିସବୁ ଶେଷ ହୋଇଯାଇଛି।
    ମୁଁ ଯେପରି ଶୁଖିଲା ତୃଣପରି।
    ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
ମୋର ଦୁଃଖ ସକାଶୁ ବର୍ତ୍ତମାନ
    ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
    ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
    ମୁଁ ଶୋଇପାରେ ନାହିଁ।
ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
    ମୋତେ ସେମାନେ ପରିହାସ କରନ୍ତି।
ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
    ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
    ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।

11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
    ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
    ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
    ସେହି ଯଥାର୍ଥ ସମୟ ଆସିଅଛି।
    ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
    ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
    ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
    ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
    ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
18 ଭବିଷ୍ୟତ ବଂଶଧର ପାଇଁ ଏହିକଥା ଲେଖି ରଖ ଏବଂ ଯେପରିକି ଲୋକମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇ ନାହାନ୍ତି,
    ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରିବେ।
19 ସଦାପ୍ରଭୁ ତାଙ୍କର ପବିତ୍ର ସ୍ଥାନ ଉପରୁ ତଳକୁ ଗ୍ଭହିଁବେ।
    ସଦାପ୍ରଭୁ ସ୍ୱର୍ଗରୁ ପୃଥିବୀକୁ ଗ୍ଭହିଁବେ।
20 ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ।
    ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।
21 ଏହା ପରେ ସିୟୋନର ଲୋକମାନେ ସଦାପ୍ରଭୁଙ୍କ ବିଷୟରେ କହିବେ।
    ସେମାନେ ତାଙ୍କ ନାମ ଯିରୁଶାଲମରେ ପ୍ରଶଂସା କରିବେ।
22 ସମସ୍ତ ଜାତି ଏକତ୍ରିତ ହେବେ
    ଓ ସକଳ ରାଜ୍ୟ ସଦାପ୍ରଭୁଙ୍କର ସେବା ପାଇଁ ଆସିବେ।

23 ମୋର ଜୀବନର ମଝିରେ ସଦାପ୍ରଭୁ ମୋର ବଳକୁ ହ୍ରାସ କରି,
    ସେ ମୋର ଆୟୁ ଊଣା କରିଛନ୍ତି।
24 ତେଣୁ ମୁଁ କହିଲି, “ମୋ’ ପରମେଶ୍ୱର ଯୁବାବସ୍ଥାରେ ମୋର ପ୍ରାଣ ନିଅ ନାହିଁ।
    ତୁମ୍ଭେ ଚିରଦିନ ଆମର।
25 ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ।
    ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
26 ପୃଥିବୀ ଓ ଆକାଶ ଦିନେ ଶେଷ ହେବ,
    କିନ୍ତୁ ତୁମ୍ଭେ ନିତ୍ୟ ବିରାଜିତ।
ତାହା ସବୁ ବସ୍ତ୍ରପରି
    ସେସବୁ ବଦଳାଇ ଦେବ।
27 କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ।
    ତୁମ୍ଭେ ଚିରକାଳ ରହିବ।
28 ଆମ୍ଭେମାନେ ତୁମ୍ଭର ଦାସ ଅଟୁ
    ଏବଂ ଆମ୍ଭର ସନ୍ତାନମାନେ ଏଠାରେ ନିରାପଦରେ ବାସ କରିବେ।
    ଏବଂ ସେମାନଙ୍କର ବଂଶଧରମାନେ ତୁମ୍ଭର ସୁରକ୍ଷାରେ ସୁରକ୍ଷିତ ରହିବେ।”

ଗୀତସଂହିତା 107:1-32

ପଞ୍ଚମ ପୁସ୍ତକ

(ଗୀତସଂହିତା 107-150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
    ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
    କିନ୍ତୁ ସେମାନେ ପାଇଲେ ନାହିଁ।
ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
    ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
    କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
    କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।

10 ପରମେଶ୍ୱରଙ୍କର କିଛି ଲୋକ ଦୁଃଖ ଓ ଲୌହ ଶୃଙ୍ଖଳରେ ବନ୍ଧାହୋଇ
    ଅନ୍ଧକାରରେ ଥିଲେ।
11 କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧାଚରଣ କଲେ।
    ସେମାନେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ଉପଦେଶକୁ ମାନିବାକୁ ମନା କଲେ।
12 ପରମେଶ୍ୱର ସେମାନଙ୍କୁ ନମ୍ର କରେଇବା ପାଇଁ
    ଅସୁବିଧାର ସମ୍ମୁଖୀନ କଲେ।
ସେମାନେ ପତିତ ହେଲେ
    ଓ ସାହାଯ୍ୟ କରିବାକୁ କେହି ନ ଥିଲେ।
13 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ସେମାନଙ୍କୁ ବିପଦରୁ ରକ୍ଷା କଲେ।
14 ପରମେଶ୍ୱର ସେମାନଙ୍କୁ ଅନ୍ଧକାର ଓ ମୃତ୍ୟୁ ଛାୟାରୁ ସେମାନଙ୍କୁ ବାହାର କରି ଆଣିଲେ
    ଓ ସେମାନଙ୍କ ବନ୍ଧନ ଛେଦନ କଲେ।
15 ସେମାନେ ସଦାପ୍ରଭୁଙ୍କର କରୁଣା ପ୍ରେମ ପାଇଁ ତାଙ୍କୁ ଧନ୍ୟବାଦ କରନ୍ତୁ।
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
16 ପରମେଶ୍ୱର ପିତ୍ତଳ ଫାଟକକୁ ଭାଙ୍ଗି ଦେଇ ପାରିବେ।
    ସେ କଏଦୀମାନଙ୍କର ଲୌହ ନିର୍ମିତ ଫାଟକରେ ଥିବା ଲୁହା ଅର୍ଗଳକୁ ଭାଙ୍ଗି ଚୂନା କରି ପାରିବେ।

17 କେତେକ ମୂର୍ଖ ହୋଇଗଲେ କାରଣ ସେମାନଙ୍କର ନିଜର ପାପ ଯୋଗୁଁ
    ଏବଂ ସେମାନେ ଅଧର୍ମାଚରଣ କଲେ।
18 ସେହି ଲୋକମାନେ ବହୁତ ରୁ‌‌ଗ୍‌‌ଣ ଥିଲେ।
    ଖାଦ୍ୟ ପରିତ୍ୟାଗ କରିଥିଲେ।
    ସେମାନେ ପ୍ରାୟ ମୃତବତ୍ ରହିଥିଲେ।
19 ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ସେ ସେମାନଙ୍କ ଦୁର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କଲେ।
20 ପରମେଶ୍ୱର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ।
    ଏବଂ ସେ ବିନାଶରୁ ସେମାନଙ୍କୁ ମୁକ୍ତ କଲେ।
21 ସଦାପ୍ରଭୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ କରୁଣା ନିମନ୍ତେ ଧନ୍ୟବାଦ କର
    କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
22 ସେମାନେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରନ୍ତୁ
    ଓ ଗାନ କରି ତାଙ୍କ କର୍ମସକଳ ବର୍ଣ୍ଣନା କରନ୍ତୁ।

23 କେତେକ ଲୋକ ସେମାନଙ୍କର କାର୍ଯ୍ୟ ପାଇଁ
    ନୌକାରେ ସମୁଦ୍ର ପାର ହୁଅନ୍ତି।
24 ସେମାନେ ସଦାପ୍ରଭୁଙ୍କର କାର୍ଯ୍ୟ
    ଓ ସମୁଦ୍ର ଜଳରେ ତାଙ୍କର ଅ‌ଦ୍‌ଭୂତ କାର୍ଯ୍ୟ ଦେଖନ୍ତି।
25 ପରମେଶ୍ୱର ଆଜ୍ଞା କଲେ ଏବଂ ପ୍ରବଳ ବାୟୁ ଉଠି ଆସିଲା।
    ଢେଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
26 ସେମାନେ ସେହି ଢେଉରେ ଆକାଶକୁ ଉଠିଲେ
    ଓ ଏହା ପରେ ଜଳଗର୍ଭକୁ ଖସିଲେ।
    ଝଡ଼ ଏତେ ବିପଦପୂର୍ଣ୍ଣ ଥିଲା ଯେ, ସେମାନେ ସେମାନଙ୍କର ସାହସ ହରାଇଲେ।
27 ସେମାନେ ମତ୍ତଲୋକ ପରି ଏକଡ଼ ସେକଡ଼ ଦୋହଲନ୍ତି।
    ଏବଂ ସେମାନଙ୍କର ବୁଦ୍ଧି ହଜିଯାଏ।
28 ତେବେ ସେମାନେ ଆପଣା ସଙ୍କଟ ସମୟରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ
    ଏବଂ ତହିଁରେ ପରମେଶ୍ୱର ସେମାନଙ୍କୁ ସଙ୍କଟରୁ ଉଦ୍ଧାର କଲେ।
29 ପରମେଶ୍ୱର ବତାସକୁ ସ୍ଥିର କଲେ
    ଓ ସମୁଦ୍ରର ତରଙ୍ଗମାଳାକୁ ଶାନ୍ତ କଲେ।
30 ସମୁଦ୍ର ଶାନ୍ତ ହୋଇଗଲା ବୋଲି ନାବିକମାନେ ଖୁସୀ ହେଲେ,
    କାରଣ ସେମାନେ ଯେଉଁଠାକୁ ଯିବାକୁ ଗ୍ଭହିଁଥିଲେ ପରମେଶ୍ୱର ତାଙ୍କୁ ପୋତାଶ୍ରୟକୁ ନିରାପଦରେ ଆଗେଇ ନେଲେ।
31 ସେମାନେ ସଦାପ୍ରଭୁଙ୍କ ମଙ୍ଗଳଦାନ ପାଇଁ ତାଙ୍କୁ ଧନ୍ୟବାଦ କର,
    ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି ବୋଲି।
32 ଲୋକମାନଙ୍କ ମହାସଭାରେ ପରମେଶ୍ୱରଙ୍କର ପ୍ରଶଂସା କରିବା ଉଚିତ୍
    ଓ ପ୍ରାଚୀନବର୍ଗମାନଙ୍କ ସଭାରେ ତାଙ୍କ ପ୍ରଶଂସା କରିବା ଉଚିତ୍।

ବିଗ୍ଭରକର୍ତ୍ତାମାନଙ୍କ ବିବରଣ 14:20-15

20 ଶା‌ମ୍‌ଶୋନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକୁ ନେଲେ ନାହିଁ। ବିବାହରେ ତାଙ୍କର ସାଙ୍ଗମାନଙ୍କ ମଧ୍ୟରୁ ଜଣେ ଉତ୍ତମ ବନ୍ଧୁର ସେ ସ୍ତ୍ରୀ ହେଲେ।

ଶା‌ମ୍‌ଶୋନ୍ ପଲେଷ୍ଟୀୟମାନଙ୍କ ପାଇଁ ଅସୁବିଧା କଲେ

15 ଅମଳ ସମୟରେ ଶା‌ମ୍‌ଶୋନ୍ ଗୋଟିଏ ଯୁବା ଛେଳି ଉପହାର ଧରି ନିଜର ସ୍ତ୍ରୀକୁ ଦେଖିବାକୁ ଗଲେ ଏବଂ ସେ କହିଲେ, “ମୁଁ ମୋର ସ୍ତ୍ରୀକୁ ଦେଖିବାକୁ ଯାଇପାରେ କି?”

କିନ୍ତୁ ସେଥିରେ ତା’ର ପିତା ଶା‌ମ୍‌ଶୋ‌ନ୍‌କୁ ଯିବାକୁ ଅନୁମତି ଦେଲେ ନାହିଁ। ତାଙ୍କର ପିତା ଶା‌ମ୍‌ଶୋ‌ନଙ୍କୁ କହିଲେ, “ମୁଁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ୟନ୍ତ ଘୃଣା କର। ଏଣୁ ମୁଁ ତାହାକୁ ତୁମ୍ଭ ମିତ୍ରଙ୍କୁ ଦେଲି। ତା’ର ସାନ ଭଉଣୀ ତା’ଠାରୁ ବହୁତ ସୁନ୍ଦର ତାହାକୁ ଗ୍ରହଣ କର।”

କିନ୍ତୁ ଶା‌ମ୍‌ଶୋନ୍ ତାଙ୍କୁ କହିଲେ, “ପଲେଷ୍ଟୀୟମାନଙ୍କୁ ଦୁଃଖ ଦେବା ପାଇଁ ଗୋଟିଏ ଭଲ କାରଣ ମିଳିଗଲା। ମୋତେ ଆଉ କୌଣସି ଲୋକ ଦୋଷାରୋପ କରି ପାରିବେ ନାହିଁ।”

ଏହା ପରେ ଶା‌ମ୍‌ଶୋନ୍ 300 ବିଲୁଆ ଧରି ଯୋଡ଼ା ଯୋଡ଼ା କରି ଗୋଟିଏର ଲାଙ୍ଗୁଡ଼କୁ ଅନ୍ୟ ଗୋଟିଏ ଲାଙ୍ଗୁଡ଼ରେ ବାନ୍ଧି ଦେଲେ। ତା’ପରେ ସେ ପ୍ରତ୍ୟେକର ଯୋଡ଼ାଏ ଲାଙ୍ଗୁଡ଼ରେ ଏକ ମଶାଲ ବାନ୍ଧି ଦେଲେ। ତହୁଁ ସେ ମଶାଲ ଜଳାଇ ପଲେଷ୍ଟୀୟମାନଙ୍କ ବଢ଼ନ୍ତା କ୍ଷେତ ମଧ୍ୟକୁ ସେମାନଙ୍କୁ ଛାଡ଼ି ଦେଲେ। ଯେତେବେଳେ ସେମାନେ ଶସ୍ୟବିଡ଼ାର କ୍ଷେତ ଦେଇ, ଦ୍ରାକ୍ଷାକ୍ଷେତ୍ର ଦେଇ ଏବଂ ଅଲିଭ୍ କ୍ଷେତ ଦେଇ ଗଲେ, ସବୁକିଛି ପୋଡ଼ି ପାଉଁଶ ହୋଇଗଲା।

ପଲେଷ୍ଟୀୟ ଲୋକମାନେ ପଗ୍ଭରିଲେ, “ଏପରି କିଏ କଲା?”

କେହି ଜଣେ ତାଙ୍କୁ କହିଲା, “ଶା‌ମ୍‌ଶୋନ୍ ଯେ କି ତିମ୍ନୀୟର ଜ୍ଜାଇଁ ଏପରି କରିଅଛି। ସେ ଏପରି କରିଛନ୍ତି କାରଣ ତାଙ୍କର ଶ୍ୱଶୁର ଶା‌ମ୍‌ଶୋ‌ନଙ୍କର ଭାର୍ଯ୍ୟାଙ୍କୁ ତାଙ୍କର ବନ୍ଧୁଙ୍କୁ ବିବାହ ଦେଇ ଦେଲେ।” ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କର ସ୍ତ୍ରୀ ଓ ତାଙ୍କ ସ୍ତ୍ରୀର ପିତାଙ୍କୁ ଅଗ୍ନିରେ ଦ‌ଗ୍‌ଧ କଲେ।

ଶା‌ମ୍‌ଶୋନ୍ ପଲେଷ୍ଟୀୟ ଲୋକମାନଙ୍କୁ କହିଲେ, “ତୁମ୍ଭେ ମୋ’ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରିଅଛ। ମୁଁ ମଧ୍ୟ ତୁମ୍ଭ ପ୍ରତି ଖରାପ ବ୍ୟବହାର ଦେଖାଇବି, ମୁଁ ତୁମ୍ଭ ଉପରେ ପ୍ରତିଶୋଧ ନ ନେବା ପର୍ଯ୍ୟନ୍ତ ଚୁପ୍ ହେବି ନାହିଁ।”

ଏହା ପରେ ଶା‌ମ୍‌ଶୋନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ହତ୍ୟା କଲେ। ଏବଂ ଏହା ପରେ ସେ ଏକ ଗୁମ୍ଫାରେ ଯାଇ ବାସ କଲେ ଯେଉଁ ଗୁମ୍ଫାର ନାମ ଥିଲା ଏଟ‌ମ୍‌ ଶୈଳ।

ତେଣୁ ପଲେଷ୍ଟୀୟମାନେ ଯାଇ ଯିହୁଦା ଦେଶରେ ଛାଉଣି ସ୍ଥାପନ କରି ଲିହୀରେ ବ୍ୟାପି ରହିଲେ। ସେମାନଙ୍କର ସୈନ୍ୟ ଯୁଦ୍ଧ ପାଇଁ ସେଠାରେ ନିଜକୁ ପ୍ରସ୍ତୁତ କଲେ। 10 ସେମାନଙ୍କର ସୈନ୍ୟମାନେ ସେଠାରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଲେ, ଯିହୁଦା ପରିବାରବର୍ଗର ଲୋକମାନେ ସେମାନଙ୍କୁ ପଗ୍ଭରିଲେ, “ହେ ପଲେଷ୍ଟୀୟଗଣ, ତୁମ୍ଭେମାନେ କାହିଁକି ଆମ୍ଭ ସହିତ ଯୁଦ୍ଧ କରିବା ପାଇଁ ଆସିଛ?”

ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଶା‌ମ୍‌ଶୋ‌ନଙ୍କୁ ନେବା ପାଇଁ ଆସିଅଛୁ। ଆମ୍ଭେ ତାଙ୍କୁ ଆମ୍ଭର ବନ୍ଦୀ କରିବାକୁ ଗ୍ଭହୁଁ। ସେ ଆମ୍ଭର ଲୋକଙ୍କ ସହିତ ଯାହା କଲେ, ଆମ୍ଭେ ତାଙ୍କୁ ଦଣ୍ତ ଦେବା ପାଇଁ ଗ୍ଭହୁଁ।”

11 ଏହା ପରେ ଯିହୁଦାର 3000 ପରିବାରବର୍ଗ ଶା‌ମ୍‌ଶୋ‌ନଙ୍କ ଏଟ‌ମ୍‌ ଶୈଳର ଗୁମ୍ଫା ନିକଟକୁ ଗଲେ ଏବଂ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ପଲେଷ୍ଟୀୟମାନେ ହେଉଛନ୍ତି ଆମ୍ଭର ପ୍ରଭୁ? ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?”

ଶା‌ମ୍‌ଶୋନ୍ ସେମାନଙ୍କୁ ଉତ୍ତର ଦେଲେ, ଯେ “ସେମାନେ ମୋ’ ପାଇଁ ଯେପରି କଲେ, ମୁଁ ତାଙ୍କ ପାଇଁ ସେହିପରି କଲି।”

12 ଏହା ପରେ ସେମାନେ ଶା‌ମ୍‌ଶୋ‌ନଙ୍କୁ କହିଲେ, “ଆମ୍ଭେମାନେ ଆସିଛୁ ତୁମ୍ଭକୁ ବାନ୍ଧି ପଲେଷ୍ଟୀୟମାନଙ୍କୁ ଦେବୁ।”

ଶା‌ମ୍‌ଶୋନ୍ ଯିହୁଦା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତିଜ୍ଞା କର ତୁମ୍ଭେମାନେ ମୋତେ ହତ କରିବ ନାହିଁ।”

13 ଯିହୁଦାର ଲୋକମାନେ କହିଲେ, “ଆମ୍ଭେ ଏହି ପ୍ରସ୍ଥାବରେ ରାଜିଅଛୁ। ଆମ୍ଭେ କେବଳ ତୁମ୍ଭକୁ ଧରିବୁ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦେବୁ। ଆମ୍ଭେ ପ୍ରତିଜ୍ଞା କରୁଛୁ ତୁମ୍ଭକୁ କେବେ ହତ୍ୟା କରିବୁ ନାହିଁ।” ତେଣୁ ସେମାନେ ଦୁଇଟି ନୂତନ ରସିରେ ଶା‌ମ୍‌ଶୋ‌ନ୍‌କୁ ବାନ୍ଧି ଶୈଳ ବାହାରକୁ ଆଣିଲେ।

14 ସେ ଯେତେବେଳେ ଲିହୀ ରାଜ ପ୍ରାସାଦରେ ପହଞ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକୁ ଆସିଲେ। ସେମାନେ ଖୁସୀରେ ଜୟ ଜୟ ଧ୍ୱନି କରୁଥିଲେ। ଏହା ପରେ ତାଙ୍କ ଉପରକୁ ସଦାପ୍ରଭୁଙ୍କର ଆତ୍ମା ଯେତେବେଳେ ଆସିଲା, ସେ ଶକ୍ତିଶାଳୀ ହୋଇ ଉଠିଲେ। ଶା‌ମ୍‌ଶୋନ୍ ଦୌଡ଼ିଟିକୁ ଛିଣ୍ତାଇ ଦେଲେ, ତାଙ୍କ ହାତରୁ ଦଉଡ଼ିଗୁଡ଼ିକ ମିଳାଇ ଗଲାପରି ଏବଂ ପୋଡ଼ାସୂତା ପରି ଝରି ପଡ଼ିଲା। 15 ଶା‌ମ୍‌ଶୋନ୍ ଗୋଟିଏ ଗଧର କଞ୍ଚା ଥୋମଣି ପାଇଲେ ସେ ସେଥିରେ ସେଠାରେ ଥିବା 1000 ପଲେଷ୍ଟୀୟମାନଙ୍କୁ ହତ୍ୟା କଲେ।

16 ଏହା ପରେ ଶା‌ମ୍‌ଶୋନ୍ କହିଲେ,

“ଗଧର ହନୁହାଡ଼ ଫୁଙ୍ଗି
    ମୁଁ 1000 ପୁରୁଷ ପଦାକଲି!”

17 ଯେତେବେଳେ ଶା‌ମ୍‌ଶୋନ୍ ଏ କଥା କହିଲେ, ତା’ପରେ ସେ ଗଧର ହନୁହାଡ଼କୁ ଫିଙ୍ଗି ଦେଲେ, ଏହା ପରେ ସେହି ସ୍ଥାନର ନାମ ରାମ‌ତ୍‌ଲିହୀ [a] (ଥୋମଣି ଗିରି) ରହିଲା।

18 ଶା‌ମ୍‌ଶୋନ୍ ବହୁତ ତୃଷାର୍ତ୍ତ ଥିଲେ। ତେଣୁ ସେ ସଦାପ୍ରଭୁଙ୍କୁ ନିବେଦନ କଲେ, “ମୁଁ ତୁମ୍ଭର ଦାସ, ତୁମ୍ଭେ ମୋତେ ମହତ ବିଜୟ ଦେଇଅଛ। ଏବେ ମୁଁ ଶୋଷରେ ମରୁଛି। ମୁଁ ଅସୁନ୍ନତ ଲୋକମାନଙ୍କ ହସ୍ତରେ ପଡ଼ିବାକୁ ଯାଉଛି, ତେଣୁ ମୋତେ ରକ୍ଷା କର।”

19 ପରମେଶ୍ୱର ଲିହୀସ୍ଥିତ ଏକ ଖୋଲ ବିଦୀର୍ଣ୍ଣ କରିବାରୁ ତହିଁରୁ ଜଳ ନିର୍ଗତ ହେଲା। ଶା‌ମ୍‌ଶୋନ୍ ସେହି ଜଳ ପାନ କଲେ ଏବଂ ତାଙ୍କର ଶକ୍ତି ଫେରି ଆସିଲା। ସେ ଏହି ସ୍ଥାନର ନାମ ଐ‌ନ୍‌ହ‌କ୍‌କରୀ [b] ଦେଲେ। ଯାହାକି ଏବେ ପର୍ଯ୍ୟନ୍ତ ଲିହୀରେ ଅଛି।

20 ତେଣୁ ଶା‌ମ୍‌ଶୋନ୍ ଇସ୍ରାଏଲର ଲୋକମାନଙ୍କ ଉପରେ ବିଗ୍ଭରକର୍ତ୍ତା ହୋଇ କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ରହିଲେ। ଯାହାକି ପଲେଷ୍ଟୀୟମାନଙ୍କର ସମୟ କାଳ ଥିଲା।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7:17-29

17 “ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। 18 ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ। 19 ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।

20 “ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା। 21 ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ। 22 ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।

23 “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ। 24 ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା। 25 ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।

26 “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’ 27 ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା? 28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’ [a] 29 ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।

ଯୋହନ ଲିଖିତ ସୁସମାଗ୍ଭର 4:43-54

ଜଣେ ରାଜକର୍ମଗ୍ଭରୀଙ୍କ ପୁତ୍ରକୁ ଯୀଶୁ ସୁସ୍ଥ କଲେ(A)

43 ସେଠାରେ ଦୁଇ ଦିନ ରହିବା ପରେ ଯୀଶୁ ଗାଲିଲୀକୁ ଯାତ୍ରା କଲେ। 44 ଯୀଶୁ ପୂର୍ବରୁ କହିଥିଲେ ଯେ ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନ ପାଏନାହିଁ। 45 ପୁଣି ଯୀଶୁ ଯେତେବେଳେ ଗାଲିଲୀରେ ପହଞ୍ଚିଲେ, ସେଠାରେ ଲୋକେ ତାହାଙ୍କୁ ସ୍ୱାଗତ କଲେ। ପୂର୍ବରୁ ଯିରୁଶାଲମରେ ନିସ୍ତାରପର୍ବ ବେଳେ ସେମାନେ ତାହାଙ୍କର କାର୍ଯ୍ୟ ସବୁ ଦେଖିଥିଲେ। ସେହି ଲୋକମାନେ ପର୍ବ ସମୟରେ ମଧ୍ୟ ଉପସ୍ଥିତ ଥିଲେ।

46 ଯୀଶୁ ଗାଲୀଲର କାନ୍ନା ନଗରକୁ ପୁଣି ଥରେ ଗଲେ। କାନ୍ନାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ୟକର୍ମଗ୍ଭରୀ କଫର୍ନାହୂମ ନଗରରେ ବାସ କରୁଥିଲେ। ଏହି ବ୍ୟକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା। 47 ସେହି ବ୍ୟକ୍ତି ଶୁଣିଲେ ଯେ ଯୀଶୁ ଯିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲିଲୀରେ ଅଛନ୍ତି, ତେଣୁ ସେ ବ୍ୟକ୍ତି କାନ୍ନାରେ ଯୀଶୁଙ୍କୁ ଦେଖାକଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବେଦନ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହେଇଥିଲା। 48 ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଅଲୌକିକ ଓ ଆଶ୍ଚର୍ଯ୍ୟଜନକ କାର୍ଯ୍ୟମାନ ନ ଦେଖିଲେ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।”

49 ରାଜକର୍ମଗ୍ଭରୀଜଣକ କହିଲେ, “ମହାଶୟ, ମୋ’ ପୁତ୍ର ମରିବା ପୂର୍ବରୁ ଆପଣ ମୋ’ ଘରକୁ ଆସନ୍ତୁ।”

50 ଯୀଶୁ ଉତ୍ତର ଦେଲେ, “ଯାଅ, ତୁମ୍ଭର ପୁଅ ବଞ୍ଚିବ।”

ଯୀଶୁଙ୍କ କଥା ସେ ବ୍ୟକ୍ତିଟି ଶୁଣି ବିଶ୍ୱାସ କଲେ ଓ ଘରକୁ ଗ୍ଭଲିଗଲେ। 51 ଘରକୁ ଯିବା ବାଟରେ ତାହାଙ୍କର କେତେଜଣ ଗ୍ଭକର ଆସି ତାହାଙ୍କୁ ଭେଟିଲେ। ସେମାନେ ତାହାଙ୍କୁ କହିଲେ, “ତୁମ୍ଭର ପୁଅ ସୁସ୍ଥ ହେଲାଣି।”

52 “ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡ଼କୁ ଗତି କଲା? ସେ ପଗ୍ଭରିଲେ।

ଗ୍ଭକରମାନେ କହିଲେ, “ଗତକାଲି ପ୍ରାୟ ଗୋଟାଏ ବେଳୁ ତା’ର ଜ୍ୱର ଛାଡ଼ିଗଲା।”

53 “ତୁମ୍ଭର ପୁଅ ବଞ୍ଚିବ,” ବୋଲି ଯୀଶୁ ଠିକ୍ ସେହି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସେହି ରାଜକର୍ମଗ୍ଭରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠାରେ ବିଶ୍ୱାସ କଲେ।

54 ଯିହୂଦା ପ୍ରଦେଶରୁ ଗାଲିଲୀକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ୱିତୀୟ ଆଶ୍ଚର୍ଯ୍ୟକାର୍ଯ୍ୟ ଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center