Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।
66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
2 ତାହାଙ୍କ ନାମର ମହିମା ଗାନ କର।
ସ୍ତୁତି ଗାନ କରି ଗୌରବାନ୍ୱିତ କର।
3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
ସେମାନେ ତୁମ୍ଭକୁ ଭୟ କରନ୍ତି।
4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।”
5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
ତାଙ୍କ ବିପକ୍ଷରେ ଜିଦ୍ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ।
8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।
10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ।
ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।
11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ।
ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।
12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ।
ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ।
କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।
13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି।
ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି।
ମୁଁ ତୁମ୍ଭ ଆଗରେ ଶପଥ କରିଛି।
ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।
15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି।
ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି।
ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି।
16 ହେ ସମସ୍ତ ଲୋକ ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର,
ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।
17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି।
ମୁଁ ତାଙ୍କର ପ୍ରଶଂସା କରିଥିଲି।
18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ।
ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।
19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି।
ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।
20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି।
ସେ ମୋର ପ୍ରାର୍ଥନା ଶୁଣିଛନ୍ତି।
ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।
67 ହେ ପରମେଶ୍ୱର, ଆମ୍ଭମାନଙ୍କ ଉପରେ ଦୟା କରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ଆପଣା ମୁଖ ପ୍ରସନ୍ନ କରନ୍ତୁ।
2 ତା’ପରେ ପୃଥିବୀର ଲୋକେ ତୁମ୍ଭ ବିଷୟରେ ଜାଣିବେ
ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ।
3 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ।
4 ଜାତିଗଣ ଖୁସୀ ହୁଅ ଓ ଆନନ୍ଦରେ ଜୟଗାନ କର,
କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ
ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗେଇ ନିଅ।
5 ହେ ପରମେଶ୍ୱର, ଗୋଷ୍ଠୀୟମାନେ ତୁମ୍ଭର ପ୍ରଶଂସା କରନ୍ତୁ।
ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ।
6 ଭୂମି ତା’ର ଫସଲ ଦିଏ।
ହେ ପରମେଶ୍ୱର, ଆମ୍ଭର ପରମେଶ୍ୱର, ଆମ୍ଭକୁ ଆଶୀର୍ବାଦ କରିବା ଗ୍ଭଲୁ ରଖ।
7 ପରମେଶ୍ୱର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ
ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରନ୍ତୁ।
ଦାଉଦଙ୍କର ଏକ ଗୀତ
19 ଆକାଶ ପରମେଶ୍ୱରଙ୍କର ମହିମା ଓ ଗୌରବ ବର୍ଣ୍ଣନା କରେ।
ଆକାଶ ତାଙ୍କର ହସ୍ତ ନିର୍ମିତ ସମସ୍ତ ଉତ୍ତମ ବସ୍ତୁର ବର୍ଣ୍ଣନା କରେ।
2 ପ୍ରତି ନୂତନ ଦିନ, ନୂଆ ନୂଆ କାହାଣୀ କହିଗ୍ଭଲେ।
ପ୍ରତ୍ୟେକ ରାତ୍ରି ପରମେଶ୍ୱରଙ୍କ ଶକ୍ତି ବିଷୟରେ ନାନା ତଥ୍ୟ ପ୍ରଦାନ କରେ।
3 ତୁମ୍ଭେ କୌଣସି ବାକ୍ୟ କିମ୍ବା ଶବ୍ଦ ଶୁଣିପାର ନାହିଁ
କାରଣ ଏହା କୌଣସି ଶବ୍ଦ ସୃଷ୍ଟି କରେ ନାହିଁ, ଯାହାକୁ ଆମ୍ଭେ ଶୁଣି ପାରିବା।
4 କିନ୍ତୁ ସେମାନଙ୍କର “କଣ୍ଠସ୍ୱର” ସମଗ୍ର ପୃଥିବୀରେ ଶୁଣାଯାଏ।
ସେମାନଙ୍କର “ବାକ୍ୟ” ପୃଥିବୀର ଶେଷ ସୀମାକୁ ଯାଇପାରିବ।
ଆକାଶ ହେଉଛି ସୂର୍ଯ୍ୟର ବାସସ୍ଥଳୀ ଭଳି।
5 ସୂର୍ଯ୍ୟ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ।
ସୂର୍ଯ୍ୟ ଆକାଶରେ ଗ୍ଭଲିବାକୁ ଆରମ୍ଭ କରେ।
ଠିକ୍ ଯେମିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
6 ସୂର୍ଯ୍ୟ ଆକାଶର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଏ।
ତା’ର ଉତ୍ତପ୍ତ କିରଣରୁ କୌଣସି ବସ୍ତୁ ଗୁପ୍ତ ହୋଇ ରହିପାରିବ ନାହିଁ।
ସଦାପ୍ରଭୁଙ୍କ ନୀତିଶିକ୍ଷାଗୁଡ଼ିକ ଠିକ୍ ସେହିଭଳି।
7 ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
8 ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।
9 ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।
12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା’ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଅଲମୋତ ସ୍ୱରର ଗୋଟିଏ ଗୀତ।
46 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ।
ଆମ୍ଭେ ବିପଦ ସମୟରେ ତାଙ୍କର ସାହାଯ୍ୟ ପାଇପାରୁ।
2 ତେଣୁ ଯେତେବେଳେ ଭୂମି କମ୍ପିତ ହୁଏ,
ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହେବା ନାହିଁ।
3 ଯେତେବେଳେ ସମୁଦ୍ର ଅଶାନ୍ତ ଓ ଅନ୍ଧକାର ହୋଇଯାଏ
ଏବଂ ପର୍ବତଗୁଡ଼ିକ ଥରିଉଠେ, ତଥାପି ଆମ୍ଭେ ଭୟଭୀତ ହେବା ନାହିଁ।
4 ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା
ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।
5 ପରମେଶ୍ୱର ସେହି ନଗରୀରେ ବାସ କରନ୍ତି।
ଏହା କେବେ ବି ଧ୍ୱଂସ ପାଇବ ନାହିଁ।
ପରମେଶ୍ୱର ଏପରିକି ସୂର୍ଯ୍ୟୋଦୟ ପୂର୍ବରୁ ସାହାଯ୍ୟ କରିବାକୁ ଉପସ୍ଥିତ ଥା’ନ୍ତି।
6 ସଦାପ୍ରଭୁଙ୍କ ଚିତ୍କାର ଶୁଣି ରାଜ୍ୟମାନେ ଭୟରେ କମ୍ପି ଉଠନ୍ତି।
ସେହି ରାଜ୍ୟସବୁ ଭାଙ୍ଗି ପଡ଼ିବ ଏବଂ ପୃଥିବୀରେ ଭୂମିକମ୍ପ ହେବ।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
8 ସଦାପ୍ରଭୁ ସୃଷ୍ଟି କରିଥିବା ସେହି ଆଶ୍ଚର୍ଯ୍ୟଜନକ ବସ୍ତୁକୁ ଦେଖ।
ଏ ପୃଥିବୀର ବସ୍ତୁକୁ ସେ କିପରି ଧ୍ୱଂସ କରି ପାରନ୍ତି।
9 ସଦାପ୍ରଭୁ ଏ ପୃଥିବୀର ଯେକୌଣସି ସ୍ଥାନରେ ଗ୍ଭହିଁଲେ ଯୁଦ୍ଧ ବନ୍ଦ କରି ପାରିବେ।
ଯଦି ସେ ଗ୍ଭହେଁ ସୈନିକର ଧନୁକୁ ଭାଙ୍ଗି ପାରିବେ, ସେ ବର୍ଚ୍ଛାକୁ ଖଣ୍ଡ ଖଣ୍ଡ କରି ପାରିବେ, ସେ ଢାଲକୁ ପୋଡ଼ି ଦେଇ ପାରିବେ।
10 ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର।
ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି।
ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”
11 ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି।
ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ।
11 ଯିପ୍ତହ ନାମକ ଜଣେ ଲୋକ ଗିଲିୟଦର ପରିବାରବର୍ଗର ଜଣେ ସାହସୀ ଯୋଦ୍ଧା ଥିଲେ। କିନ୍ତୁ ସେ ଜଣେ ବେଶ୍ୟାର ପୁତ୍ର ଥିଲେ। ଗିଲିୟଦ ତାଙ୍କର ପିତା ଥିଲେ। 2 ଗିଲିୟଦର ସ୍ତ୍ରୀ ତାହାର କେତେକ ପୁତ୍ର ଜନ୍ମ କଲା ଏବଂ ଯେତେବେଳେ ପୁତ୍ରମାନେ ବଡ଼ ହେଲେ ସେମାନେ ଯିପ୍ତହକୁ ଏହା କହି ତଡ଼ି ଦେଲେ, “ଆମ୍ଭର ପିତୃ ସମ୍ପତ୍ତିରେ ତୁମ୍ଭର କୌଣସି ଅଧିକାର ନାହିଁ, କାରଣ ତୁମ୍ଭେ ଅନ୍ୟ ସ୍ତ୍ରୀର ପୁତ୍ର।” 3 ସେଥିରେ ଯିପ୍ତହ ନିଜର ଭାଇମାନଙ୍କ ସମ୍ମୁଖରୁ ପଳାଇ ଟୋବ୍ ଦେଶରେ ବାସ କଲା। ସେଥିରେ କେତେ ଗୁଡ଼ିଏ ଅଗାଡ଼ି ଲୋକ ଯିପ୍ତହ ସଙ୍ଗେ ମିଳି ତାହାଙ୍କ ସହଚର ହେଲେ।
4 କିଛି ଦିନପରେ ଅମ୍ମୋନ ସନ୍ତାନଗଣ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଲାଗିଲେ। 5 ଯେତେବେଳେ ଅମ୍ମୋନୀୟମାନେ ଇସ୍ରାଏଲ ସହିତ ଯୁଦ୍ଧ କଲେ, ଗିଲିୟଦର ନେତୃବର୍ଗ ପ୍ରାଚୀନବର୍ଗ ଯିପ୍ତହଙ୍କୁ ପାଇବାକୁ ଟୋବ୍ ଦେଶକୁ ଗଲେ।
6 ସେମାନେ ଯିପ୍ତହଙ୍କୁ କହିଲେ, “ଆମ୍ଭେମାନେ ଅମ୍ମୋନ ସନ୍ତାନଗଣ ସହିତ ଯେମନ୍ତ ଯୁଦ୍ଧ କରିବାକୁ ଗ୍ଭହୁଁଛୁ, ଏଥିପାଇଁ ତୁମ୍ଭେ ଆସି ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ।”
7 ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ବଳପୂର୍ବକ ମୋର ପିତୃଗୃହରୁ ତଡ଼ି ଦେଇଥିଲ। ତୁମେ ମୋତେ ଘୃଣା କର। ଯେତେବେଳେ ତୁମ୍ଭର ଅସୁବିଧା ହୁଏ, ତେବେ କାହିଁକି ତୁମ୍ଭେ ଏବେ ମୋ’ ପାଖକୁ ଆସିଛ?”
8 ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଏଇଥିପାଇଁ ଆମ୍ଭେ ତୁମ୍ଭ ପାଖକୁ ଆସିଅଛୁ ବର୍ତ୍ତମାନ ଦୟାକରି ଆମ୍ଭ ସହିତ ଆସ ଓ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କର ଏବଂ ଗିଲିୟଦରେ ନେତା ହୁଅ।”
9 ଏହା ପରେ ଯିପ୍ତହ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ମୋତେ ଫେରାଇ ନେଉଛ, ଯଦି ସଦାପ୍ରଭୁ ସେମାନଙ୍କୁ ପରାସ୍ତ କରିବାକୁ ମୋତେ ସହାୟ ହୁଅନ୍ତି ତେବେ ମୁଁ ତୁମ୍ଭମାନଙ୍କର ନେତା ହେବି।”
10 ଗିଲିୟଦର ପ୍ରାଚୀନ ନେତୃବର୍ଗ ଯିପ୍ତହକୁ କହିଲେ, “ଆମ୍ଭେ କହିଥିବା ସମସ୍ତ କଥା ସଦାପ୍ରଭୁ ଶୁଣିଛନ୍ତି। ଆମ୍ଭେମାନେ ଆପଣଙ୍କୁ କଥା ଦେଉଛୁ ଯେ, ତୁମ୍ଭେ ଯାହାସବୁ କହିବ, ଆମ୍ଭେମାନେ କରିବୁ।”
11 ତେଣୁ ଗିଲିୟଦର ପ୍ରାଚୀନ ନେତୃବର୍ଗମାନଙ୍କ ସହିତ ଯିପ୍ତହ ଗଲେ। ଲୋକମାନେ ତାଙ୍କୁ ସେମାନଙ୍କର ମୁଖ୍ୟ ରୂପେ ଓ ଶାସକ ରୂପେ ଗ୍ରହଣ କଲେ। ମିସ୍ପୀରେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣାର ସମସ୍ତ କଥା ପୁନରାବୃତ୍ତି କଲେ।
ଯିପ୍ତହର ପ୍ରତିଜ୍ଞା
29 ଏହା ପରେ ସଦାପ୍ରଭୁଙ୍କ ଆତ୍ମା ଯିପ୍ତହ ଉପରେ ଅଧିଷ୍ଠାନ କଲା। ସେ ଗିଲିୟଦ ଓ ମନଃଶି ଦେଇ ଗଲେ। ସେ ଗିଲିୟଦ ଦେଇ ମିସ୍ପୀକୁ ଗଲେ ଏବଂ ଅମ୍ମୋନୀୟଙ୍କ ଦେଇ ଅତିକ୍ରମ କଲେ।
30 ସେହି ସମୟରେ ଯିପ୍ତହ ସଦାପ୍ରଭୁଙ୍କ ନିକଟରେ ଏକ ପ୍ରତିଜ୍ଞା କଲେ, “ଯଦି ତୁମ୍ଭେ ଅମ୍ମୋନ ଲୋକମାନଙ୍କୁ ମୋ’ ହସ୍ତରେ ସମର୍ପଣ କର, 31 ତେବେ ମୁଁ ଅମ୍ମୋନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧରୁ ନିରାପଦରେ ଫେରି ଆସିବି। ସେହି ସମୟରେ ମୋ’ ଘର ଭିତରୁ ପ୍ରଥମେ ଯିଏ ମୋତେ ଅଭ୍ୟର୍ଥନା କରିବା ପାଇଁ ବାହାରି ଆସିବ ସେ ତୁମ୍ଭର ହେବ। ମୁଁ ତାହାଙ୍କୁ ହୋମବଳି ରୂପେ ଉତ୍ସର୍ଗ କରିବି।”
32 ଏହା ପରେ ଯିପ୍ତହ ଅମ୍ମୋନ ସନ୍ତାନଗଣ ଦେଶକୁ ଗଲେ। ଯିପ୍ତହ ସେମାନଙ୍କ ସହିତ ଯୁଦ୍ଧ କଲେ। ସଦାପ୍ରଭୁ ଯିପ୍ତହର ସହାୟ ହେଲେ ସେମାନଙ୍କୁ ପରାସ୍ତ କରିବା ପାଇଁ। 33 ଯିପ୍ତହ ଆରୋୟରଠାରୁ ଆରମ୍ଭ କରି ମିନ୍ନୀତ ଅବେଲ-କରାମୀମ୍ ପର୍ଯ୍ୟନ୍ତ କୋଡ଼ିଏଟି ନଗରକୁ ପରାସ୍ତ କଲେ ଏବଂ ସେମାନଙ୍କର ସମସ୍ତ ବାସିନ୍ଦାମାନଙ୍କୁ ହତ୍ୟା କଲେ। ଏହିପରି ଭାବରେ ଅମ୍ମୋନୀମାନେ ଇସ୍ରାଏଲୀୟମାନଙ୍କ ଦ୍ୱାରା ପରାସ୍ତ ହେଲେ।
34 ଯିପ୍ତହ ମିସ୍ପୀକୁ ଗଲେ, ସେ ତାଙ୍କ ଘରେ ପହଞ୍ଚିବା ମାତ୍ରେ ତାଙ୍କର ଝିଅ ତାଙ୍କୁ ଦେଖିବାକୁ ପ୍ରଥମେ ବାହାରି ଆସିଲା। ତାଙ୍କର ଝିଅ ଦାରା ନେଇ ନାଚି ନାଚି କରି ଆସିଥିଲା। ସେ ଥିଲା ଯିପ୍ତହଙ୍କର ଏକମାତ୍ର ଅଲିଅଳି କନ୍ୟା। ଯାହାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ଯିପ୍ତହଙ୍କର ଏହି ଝିଅ ବ୍ୟତୀତ ଆଉ କୌଣସି ପୁଅଝିଅ ନ ଥିଲେ। 35 ଯେତେବେଳେ ଯିପ୍ତହ ଦେଖିଲେ ତାଙ୍କର କନ୍ୟା ଯେ କି ପ୍ରଥମେ ଗୃହରୁ ବାହାର ହୋଇ ତାଙ୍କୁ ଦେଖା ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, “ହେ ମୋର କନ୍ୟା! ତୁମ୍ଭେ ମୋତେ ଧ୍ୱଂସ କରିଦେଲ। ତୁମ୍ଭେ ମୋର ଦୁଃଖର କାରଣ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ପ୍ରତିଜ୍ଞା ଫେରାଇ ନେଇପାରିବି ନାହିଁ।”
36 ଯିପ୍ତହର କନ୍ୟା କହିଲା, “ହେ ମୋର ପିତା, ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମୋ’ ପ୍ରତି ସେହି ଅନୁସାରେ କର। ଯେହେତୁ, ସଦାପ୍ରଭୁ ତୁମ୍ଭର ଶତ୍ରୁ ଅମ୍ମୋନୀୟମାନଙ୍କୁ ପରାସ୍ତ କରିବାରେ ତୁମ୍ଭଙ୍କୁ ସାହାଯ୍ୟ କଲେ।”
37 ସେ ଆହୁରି ତାଙ୍କ ପିତାଙ୍କୁ କହିଲା, “କିନ୍ତୁ ପ୍ରଥମେ ମୋ’ ପାଇଁ ଏହିପରି କର। ମୋତେ ପ୍ରଥମେ ଦୁଇମାସ ଏକୁଟିଆ ରହିବାକୁ ଦିଅ। ତହିଁରେ ମୁଁ ମୋର ସାଙ୍ଗମାନଙ୍କ ସଙ୍ଗରେ ପର୍ବତମୟ ସ୍ଥାନକୁ ଯାଇ ନିଜର କୁମାରିତ୍ୱ ବିଷୟରେ ବିଳାପ କରିବି।”
38 ଯିପ୍ତହ କହିଲେ, “ଯାଅ” ଏବଂ ସେହିପରି କର। ମୋତେ ଦୁଇମାସ ପାଇଁ ରହିବାକୁ ଦିଅ। ତହିଁରେ ସେ ଓ ତାହାର ସଖୀମାନେ ପର୍ବତମୟ ସ୍ଥାନକୁ ଯାଇ ତା’ର କୁମାରିତ୍ୱ ବିଷୟରେ ବିଳାପ କଲେ।
39 ଦୁଇମାସ ଶେଷରେ ଯିପ୍ତହର କନ୍ୟା ତାଙ୍କର ପିତାଙ୍କ ନିକଟକୁ ଫେରି ଆସିଲେ। ଯିପ୍ତହ ଏହିପରି କଲେ ସେ ଯେପରି ଭାବରେ ସଦାପ୍ରଭୁଙ୍କଠାରେ ଶପଥ କରିଥିଲେ। ଯିପ୍ତହଙ୍କର କନ୍ୟା କାହାରି ସହିତ ଯୌନ ସମ୍ପର୍କ ରଖିଲେ ନାହିଁ। ତେଣୁ ଏହା ଇସ୍ରାଏଲର ଏକ ପ୍ରଥା ରୂପେ ରହିଗଲା। 40 ପ୍ରତି ବର୍ଷ ଇସ୍ରାଏଲୀୟ କନ୍ୟାମାନେ ଗିଲିୟଦୀୟ ଯିପ୍ତହ କନ୍ୟାର ଦୁଃଖର ସ୍ମରଣାତ୍ସବକୁ ବର୍ଷକେ ଗ୍ଭରି ଦିନ ପାଇଁ ପାଳନ କଲେ। ଏହା ସେଠାରେ ଏକ ପରମ୍ପରା ହେଲା।
21 ଏହା କହିବା ମୋ’ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭେମାନେ ଅତି “ଦୁର୍ବଳ” ହୋଇଯାଇଛୁ।
ମୁଁ ମୂର୍ଖତା ପୂର୍ବକ କହୁଛି ଯେ, ଯଦି ଜଣେ ଗର୍ବ କରିବାରେ ସାହସୀ, ତା’ହେଲେ ମୁଁ ମଧ୍ୟ ଗର୍ବ କରିବା ପାଇଁ ସାହସୀ ହେବି। 22 ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ। 23 ସେମାନେ କ’ଣ କେବଳ ଇସ୍ରାଏଲୀୟ? ମୁଁ ମଧ୍ୟ। ସେମାନେ କ’ଣ କେବଳ ଅବ୍ରହାମଙ୍କ ବଂଶଧାର? ମୁଁ ମଧ୍ୟ। ସେମାନେ କ’ଣ କେବଳ ଖ୍ରୀଷ୍ଟଙ୍କ ସେବକ? ମୁଁ ମଧ୍ୟ। ମୁଁ କ’ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି? ସେମାନଙ୍କ ତୁଳନାରେ ମୁଁ ଅଧିକ କଠୋର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମୋତେ ଥରକୁ ଥର ମାଡ଼ ମରାଯାଇଛି। ଅନେକ ଥର ମୁଁ ମୃତ୍ୟୁର ସନ୍ନିକଟ ହୋଇଛି।
24 ମୁଁ ଯିହୂଦୀମାନଙ୍କଠାରୁ ପାଞ୍ଚ ଥରରେ ଅଣଗ୍ଭଳିଶ୍ ଥର ଗ୍ଭବୁକ ମାଡ଼ ଖାଇଛି। 25 ମୁଁ ତିନିଥର ବେତ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନିଥର ଜାହାଜ ଭାଙ୍ଗିବା ବେଳେ ସେଥିରେ ଥିଲି, ତା’ମଧ୍ୟରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ରରେ ପଡ଼ି ରହିଥିଲି। 26 ମୁଁ ଅନେକ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କରେ ନଦୀରେ ଲୁଣ୍ଠନକାରୀମାନଙ୍କଠାରୁ ମୋର ନିଜ ଲୋକମାନଙ୍କଠାରୁ, ଅଣଯିହୂଦୀମାନଙ୍କଠାରୁ ମୁଁ ବିପଦରେ ଥିଲି। ନଗରମାନଙ୍କରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ରରେ, ମଧ୍ୟ ମୁଁ ବିପଦରେ ପଡ଼ିଥିଲି। ଯେଉଁ ଲୋକମାନେ ମିଛରେ ଭାଇ ବୋଲାଉ ଥିଲେ ସେମାନଙ୍କ ପାଇଁ ମୁଁ ବିପଦରେ ପଡ଼ିଥିଲି।
27 ମୁଁ କଠୋର ପରିଶ୍ରମ କରି କ୍ଳାନ୍ତିପୂର୍ଣ୍ଣ ଜୀବନଯାପନ କରିଛି। ଅନେକ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ୟଦେଇ ଗତି କରିଛି। ଅନେକ ଥର ମୋ’ ପାଖରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡାରେ ମୁଁ ରହିଛି। 28 ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି। 29 ଯଦି ଜଣେ କେହି ଦୁର୍ବଳ, ମୁଁ ମଧ୍ୟ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଗ୍ଭଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତେବେ ମୁଁ ଅନ୍ତର ମଧ୍ୟରୁ ଯନ୍ତ୍ରଣା ଅନୁଭବ କରେ।
30 ଯଦି ମୋର ଦର୍ପ (ଗର୍ବ) କରିବା କଥା, ତା’ହେଲେ ମୁଁ ମୋ’ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି। 31 ପରମେଶ୍ୱର ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।
ଯୀଶୁ ଝଡ଼ ବନ୍ଦ କରିଦେଲେ(A)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା’ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା’ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା’ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
2010 by World Bible Translation Center