Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 45

ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ ସ୍ୱରରେ କୋରହ ପରିବାରର ଏହା ଏକ ପ୍ରେମର ଗୀତ।

45 ସୁନ୍ଦର ଭାବନାସବୁ ମୋର ମନକୁ ଭରିଦିଏ,
    ଯେବେ ଏହିସବୁ ପଦଗୁଡ଼ିକ ରାଜାଙ୍କ ପାଇଁ କହେ।
ଏହି ଶବ୍ଦଗୁଡ଼ିକ ମୋ’ ଜିହ୍ୱାରେ ପ୍ରବାହୀତ ହୋଇଥାଏ,
    ନିପୁଣ ଲେଖକର କଲମରୁ ଆସିଲା ପରି।

ତୁମ୍ଭେ ଅନ୍ୟମାନଙ୍କଠାରୁ ଅଧିକ ସୁନ୍ଦର ଅଟ,
    ଏବଂ ତୁମ୍ଭେ ଏପରି ସୁଖଦାୟକ କଥା କୁହ,
    ସେଥିପାଇଁ ପରମେଶ୍ୱର ତୁମ୍ଭକୁ ସର୍ବଦା ଆଶୀର୍ବାଦ କରିବେ।
ହେ ବୀର, ତୁମ୍ଭର ଖ‌ଡ଼୍‌ଗ ଧାରଣ କର,
    ତୁମ୍ଭର ଶରୀରରେ ମହିମା ମଣ୍ଡିତ ପୋଷାକ ଶୋଭା ପାଉ।
ତୁମ୍ଭେ ଆଶ୍ଚର୍ଯ୍ୟ ଦିଶୁଛ।
    ଯାଅ ନ୍ୟାୟ ଓ ଧର୍ମପାଇଁ ଯୁଦ୍ଧରେ ବିଜୟୀ ହୁଅ।
    ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ପ୍ରଶିକ୍ଷିତ।
ତୁମ୍ଭର ଶକ୍ତିଶାଳୀ ମୁନିଆ ତୀର ଶତ୍ରୁର ବକ୍ଷସ୍ଥଳ ଭେଦ କରିବାକୁ
    ସମର୍ଥ ଲୋକମାନେ ତୁମ୍ଭ ସମ୍ମୁଖରେ ଧୂଳିରେ ଲୋଟି ଯିବେ।
ପରମେଶ୍ୱର, [a] ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ବିରାଜମାନ କରିବେ।
    ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର।
    ପରମେଶ୍ୱର ତୁମ୍ଭର ବନ୍ଧୁମାନଙ୍କ ମଧ୍ୟରୁ
    ତୁମ୍ଭକୁ ରାଜା ହେବାକୁ ମନୋନୀତ କଲେ।
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିଯୁକ୍ତ ଅଗୁରୁ ଡା‌ଲ୍‌ଚିନି ମସଲାର ବାସନା ଭାସି ଆସୁଛି।
    ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
ତୁମ୍ଭ ବିବାହରେ ଯୋଗ ଦେଇଥିବା ସ୍ତ୍ରୀ ଲୋକମାନେ ରାଜକୁମାରୀ ଅଟନ୍ତି।
    ରାଜକୁମାରୀମାନେ ତୁମ୍ଭର ବଧୂ, ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ଶୁଦ୍ଧ ସୁବର୍ଣ୍ଣ ମୁକୁଟ
    ଓ ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି।

10 ହେ ରାଜକୁମାରୀ, ଶୁଣ।
    ଯଦି ତୁମ୍ଭେ ମନଦେଇ ଶୁଣ, ତେବେ ସବୁ ବୁଝିପାରିବ,
ଓ ତୁମ୍ଭର ପରିବାରକୁ ଭୁଲିଯାଅ।
11     ତୁମ୍ଭର ସୌନ୍ଦର୍ଯ୍ୟରେ ରାଜା ମୁ‌‌ଗ୍‌‌ଧ ହେବେ।
ସେ ତୁମ୍ଭର ନୂତନ ପତି ହେବେ,
    ତେଣୁ ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବା ଉଚିତ୍।
12 ସୋର ଦେଶର ଧନଶାଳୀ ବ୍ୟକ୍ତିମାନେ ତୁମ୍ଭକୁ ଉପହାର ଦେବାକୁ ଉପସ୍ଥିତ ହେବେ।
    ସେମାନେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

13 ତା’ର ସମସ୍ତ ମହିମାରେ,
    ମୁକ୍ତା ସୁବର୍ଣ୍ଣରେ ଖଚିତ ହେବାପରି ରାଜକୁମାରୀ ତାଙ୍କର ବସ୍ତ୍ରରେ ଦେଖାଯା’ନ୍ତି।
14 ସୌନ୍ଦର୍ଯ୍ୟରେ ମଣ୍ଡିତ ହୋଇ ସେ ରାଜାଙ୍କ ନିକଟକୁ ଆଗେଇ ଯାଏ,
    ତା’ର ସଖିମାନେ ତା’ ପଛରେ ଅନୁସରଣ କରନ୍ତି।
15 ସେମାନେ ଆନନ୍ଦ ଉଲ୍ଲାସରେ ଆସିବେ।
    ସେମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ରାଜାଙ୍କ ଅଟ୍ଟାଳିକାରେ ପ୍ରବେଶ କରିବେ।

16 ସେମାନଙ୍କର ପୂର୍ବପୁରୁଷଗଣଙ୍କ ପରି ତୁମ୍ଭର ପୁତ୍ରଗଣ ରାଜା ହେବେ।
    ସାରା ଦେଶରେ ତୁମ୍ଭେ ସେମାନଙ୍କୁ ଶାସନ କରିବ।
17 ତୁମ୍ଭେ ପୁରୁଷାନୁକ୍ରମେ ବିଖ୍ୟାତ ହେବ।
    ଲୋକମାନେ ଅନନ୍ତକାଳାବଧି ତୁମ୍ଭକୁ ପ୍ରଶଂସା କରିବେ।

ଗୀତସଂହିତା 47-48

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

47 ହେ ସର୍ବଗୋଷ୍ଠୀୟମାନେ ଆନନ୍ଦରେ କରତାଳି ଦିଅ।
    ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ସର୍ବୋପରିସ୍ଥ ସଦାପ୍ରଭୁ ସବୁଠାରୁ ଭୟଙ୍କର ଅଟନ୍ତି।
    ଏ ପୃଥିବୀରେ ସେ ସବୁଠାରୁ ଶ୍ରେଷ୍ଠ ରାଜା ଅଟନ୍ତି।
ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାଯ୍ୟ କରନ୍ତି।
    ସେ ସେହି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।
ପରମେଶ୍ୱର ଆମ୍ଭମାନଙ୍କୁ ଦେଶ ଦେବା ପାଇଁ ମନୋନୀତ କରିଛନ୍ତି।
    ସେ ଯାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥିଲେ।

ସଦାପ୍ରଭୁ ଯେତେବେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି,
    ସେତେବେଳେ ତୂରୀ ଓ ଜୟଜୟକାର ନାଦରେ ଗଗନ ପବନ ମୁଖରିତ ହୁଏ।
ପରମେଶ୍ୱରଙ୍କ ଗୁଣ କୀର୍ତ୍ତନ କର।
    ତାଙ୍କର ପ୍ରଶଂସାରେ ଶତ ମୁଖର ହୋଇ ଉଠ।
ଆମ୍ଭର ରାଜାଙ୍କୁ ପ୍ରଶଂସା କର।
    ତାଙ୍କର ମହିମା ଗାନ କର।
ପରମେଶ୍ୱର ହେଉଛନ୍ତି ଏ ସମସ୍ତ ପୃଥିବୀର ରାଜା।
    ତେଣୁ ତାଙ୍କର ମହିମା ଗାନ କର।
ପରମେଶ୍ୱର ତାଙ୍କର ପବିତ୍ର ସିଂହାସନରେ ବସନ୍ତି।
    ପରମେଶ୍ୱର ସମସ୍ତ ରାଜ୍ୟମାନଙ୍କୁ ଶାସନ କରନ୍ତି।
ସେହି ଲୋକମାନେ ପରସ୍ପର ସହିତ ମିଳିତ ହୁଅନ୍ତି
    ଓ ସେମାନେ ଅବ୍ରହାମର ପରମେଶ୍ୱରଙ୍କ ରାଜ୍ୟର ଲୋକମାନଙ୍କ ସହିତ ମିଶନ୍ତି।
ସେହିସବୁ ନେତାମାନେ ପରମେଶ୍ୱରଙ୍କ ଆଶ୍ରିତ।
    ପରମେଶ୍ୱର ସେମାନଙ୍କ ଊର୍ଦ୍ଧ୍ୱରେ ଅଟନ୍ତି।

କୋରହ ପରିବାରର ପ୍ରଶଂସାଯୁକ୍ତ ଗୀତ।

48 ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭର ପରମେଶ୍ୱରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
ପରମେଶ୍ୱରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ।
    ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ।
ସିୟୋନ ପର୍ବତ ପ୍ରକୃତରେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଅଟେ।
    ଏହା ସେହି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
ଯେଉଁ ଲୋକମାନେ ସେହିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି ସେମାନେ ଜାଣନ୍ତି ଯେ,
    ତାଙ୍କର ସମସ୍ତ ପ୍ରାସାଦର ଆଶ୍ରୟସ୍ଥଳର ନିରାପଦ ଆଶ୍ରୟସ୍ଥଳ ପରମେଶ୍ୱର ଅଟନ୍ତି।
ଗୋଟିଏ ସମୟରେ ଅନେକ ରାଜା ଏକତ୍ରିତ ହୋଇ
    ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ।
ସେମାନେ ସେହି ନଗର ଆଡ଼କୁ ଗମନ କଲେ।
    କିନ୍ତୁ ସେହି ରାଜାମାନେ ସେଠାରେ ଯାହା ଦେଖିଲେ ସେଥିରେ ସେମାନେ ଆଶ୍ଚର୍ଯ୍ୟ ହେଲେ।
    ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଓ ସେମାନେ ଦୌଡ଼ି ପଳାଇ ଗଲେ।
ଭୟ ସେହି ରାଜାମାନଙ୍କୁ ଥରାଇ ଦେଲା
    ଓ ସେମାନେ ଭୟରେ ଥରି ଉଠିଲେ।
ହେ ପରମେଶ୍ୱର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି
    ସେମାନଙ୍କ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
ହଁ, ଆମ୍ଭେମାନେ ତୁମ୍ଭର ଶକ୍ତି ବିଷୟରେ ସେହି ଗଳ୍ପ ସବୁ ଶୁଣିଅଛୁ।
    କିନ୍ତୁ ଆମ୍ଭେ ପରମେଶ୍ୱରଙ୍କର ଶକ୍ତି ଦେଖିଅଛୁ।
ଆମ୍ଭେ ସେହି ପରମେଶ୍ୱରଙ୍କ ନଗରରେ ବାସ କରୁ, ଯେପରି ସୈନ୍ୟାଧିପତି ପରମେଶ୍ୱର ଚିରଦିନ ଲାଗି ସେହି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।

ପରମେଶ୍ୱର, ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାକୁ ଧ୍ୟାନ କରୁ।
10 ହେ ପରମେଶ୍ୱର, ତୁମ୍ଭେ ମହାନ ଅଟ।
    ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି।
    ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ ଅଟ।
11 ହେ ପରମେଶ୍ୱର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ।
    ଯିହୁଦାର ସହର ସବୁ ଉଲ୍ଲସିତ।
    କେବଳ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହୋଇଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର।
    ସେହି ନଗରୀକୁ ଗ୍ଭହଁ ଓ ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ।
    ସିୟୋନ ପ୍ରାସାଦକୁ ନୀରିକ୍ଷଣ କର,
    ଯାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ୱର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ୱର ଅଟନ୍ତି।
    ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

ଯିହୋଶୂୟଙ୍କର ପୁସ୍ତକ 8:1-22

ଅୟ ଧ୍ୱଂସ ହେଲା

ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି। ତୁମ୍ଭେ ଅୟ ପ୍ରତି ସେହିପରି କର ଯେପରି ତୁମ୍ଭେ ଯିରୀହୋ ଓ ତା’ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସେମାନଙ୍କର ଧନ, ସମ୍ପଦ ଓ ପଶୁମାନଙ୍କୁ, ତୁମ୍ଭମାନଙ୍କ ଭିତରେ ବାଣ୍ଟି ନେବ। ବର୍ତ୍ତମାନ କିଛି ସୈନ୍ୟଗଣଙ୍କୁ ନଗର ପଛପଟେ ଲୁଗ୍ଭଇ ରଖ।”

ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ। ଯିହୋଶୂୟ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ତୁମ୍ଭେମାନେ ମୋର କଥାକୁ ଭଲ ଭାବରେ ଶୁଣ। ତୁମ୍ଭେମାନେ ନଗର ବାହାରେ ଲୁଚି ରହିବ। ଆକ୍ରମଣ କରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ। ସହରଠାରୁ ଦୂରକୁ ଯିବ ନାହିଁ। ସର୍ବଦା ପ୍ରସ୍ତୁତ ଥିବ ଓ ନଜର ରଖିଥିବ। ମୋ’ ସହିତ ସମସ୍ତ ସୈନ୍ୟଗଣ ନଗର ନିକଟକୁ ଯିବୁ। ସେମାନେ ଯେତେବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭେମାନେ ବୁଲିପଡ଼ିବୁ ଓ ସେମାନଙ୍କ ନିକଟରୁ ଦୌଡ଼ି ପଲାଇବୁ ଆମ୍ଭେମାନେ ପୂର୍ବରୁ ଯେପରି କରିଥିଲୁ। ସେମାନେ ଆମ୍ଭ ପଛରେ ଗୋଡ଼ାଇବେ ନଗର ବାହାରକୁ। ସେମାନେ ଭାବିବେ ଆମ୍ଭେ ସେମାନଙ୍କୁ ଭୟରେ ପୂର୍ବଥର ପରି ଡରି ପଳାଇ ଯାଉଛୁ। ତେଣୁ ଆମ୍ଭେମାନେ ଦୌଡ଼ି ପଲାଇବୁ। ତୁମ୍ଭେମାନେ ତୁମ୍ଭମାନଙ୍କର ଲୁଚି ରହିଥିବା ସ୍ଥାନରୁ ବାହାରି ନଗରକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ନଗରକୁ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦେବେ।

“ତୁମ୍ଭେମାନେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁଁ ନଗରକୁ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତୁମ୍ଭ ନିୟନ୍ତ୍ରଣକୁ ଆଣିବା ପରେ ସେହି ନଗରରେ ଅଗ୍ନି ସଂଯୋଗ କର।”

ଏହା ପରେ ଯିହୋଶୂୟ ସୈନ୍ୟମାନଙ୍କୁ ସେମାନଙ୍କର ଲୁଚି ରହିବା ସ୍ଥାନକୁ ପଠାଇ ଦେଲେ। ସେମାନେ ବୈଥେଲ୍ ଏବଂ ଅୟର ମଧ୍ୟସ୍ଥାନରେ ଲୁଚି ରହିଲେ। ଏହି ସ୍ଥାନଟି ଥିଲା ଅୟର ପଶ୍ଚିମ ପଟରେ। ଏବଂ ଯିହୋଶୂୟ ସୈନ୍ୟମାନଙ୍କ ସହିତ ସେଠାରେ ରାତ୍ରିଯାପନ କଲେ।

10 ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ। 11 ସମସ୍ତ ସୈନ୍ୟ ଯେଉଁମାନେ କି ଯିହୋଶୂୟଙ୍କ ସହିତ ଥିଲେ, ସେମାନେ ଅୟ ଆଡ଼କୁ ଅଗ୍ରସର ହେଲେ। ସେମାନେ ନଗରର ସମ୍ମୁଖରେ ରହିଲେ। ସୈନ୍ୟମାନେ ସେମାନଙ୍କର ଛାଉଣି ଉତ୍ତର ପଟେ ପ୍ରସ୍ତୁତ କଲେ। ସୈନ୍ୟ ଛାଉଣି ଓ ଅୟର ମଧ୍ୟରେ ଏକ ଉପତ୍ୟକା ମଧ୍ୟ ଥିଲା।

12 ଏହା ପରେ ଯିହୋଶୂୟ 5000 ସୈନ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ନଗରର ପଶ୍ଚିମ ପଟେ ଲୁଚି ରହିବାକୁ ପଠାଇ ଦେଲେ। ସେହି ସ୍ଥାନଟି ବୈଥେଲ୍ ଓ ଅୟର ମଝିରେ ଥିଲା। 13 ଏହିପରି ଭାବରେ ଯିହୋଶୂୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ମୂଖ୍ୟ ଛାଉଣି ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସେହି ରାତ୍ରିରେ ଯିହୋଶୂୟ ଉପତ୍ୟକା ମଧ୍ୟକୁ ଗଲେ।

14 ଯେତେବେଳେ ଅୟର ରାଜା ଇସ୍ରାଏଲର ସୈନ୍ୟମାନଙ୍କୁ ଦେଖିଲେ, ଅୟର ରାଜା ଏବଂ ତାଙ୍କର ସୈନ୍ୟମାନେ ଇସ୍ରାଏଲର ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ତରବର ହୋଇ ବାହାରି ଆସିଲେ। ଅୟର ରାଜା ପୂର୍ବ ପଟରେ ଥିବା ଯର୍ଦ୍ଦନ ଉପତ୍ୟକା ଆଡ଼କୁ ଅଗ୍ରସର ହେଲେ। ସେ ଲକ୍ଷ୍ୟ କରି ନ ଥିଲେ ଯେ ସୈନ୍ୟମାନେ ନଗରର ପଛ ପଟେ ଲୁଚି ଅଛନ୍ତି ବୋଲି।

15 ଯିହୋଶୂୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସେମାନଙ୍କଠାରୁ ପରାସ୍ତ ହେଲାପରି ସେମାନଙ୍କ ଆଗରେ ମରୁଭୂମି ଆଡ଼କୁ ଦୌଡ଼ିଲେ। 16 ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ। 17 ଅୟର ସମସ୍ତ ଲୋକ ଓ ବୈଥେ‌ଲ୍‌ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ।

18 ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ। 19 ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର ଲୁଚିବା ସ୍ଥାନରୁ ସେ ବର୍ଚ୍ଛା ବିସ୍ତାର କରୁଥିବାର ଦେଖିଲେ। ସେମାନେ ନଗର ଆଡ଼କୁ ତରବର ହୋଇ ଦୌଡ଼ିଲେ। ସେମାନେ ଏହିପରି ନଗର ମଧ୍ୟକୁ ପ୍ରବେଶ କଲେ ଓ ନଗରକୁ ନିଜର ଆୟତାଧୀନ କଲେ। ଏହା ପରେ ସୈନ୍ୟମାନେ ଗ୍ଭରିଆଡ଼େ ଅଗ୍ନି ସଂଯୋଗ କଲେ।

20 ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା। 21 ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଅନୁଭବ କଲେ ଯେ, ଲୁଚିଥିବା ସୈନ୍ୟମାନେ ନଗରଟିକୁ ସେମାନଙ୍କର ନିୟନ୍ତ୍ରଣ ମଧ୍ୟକୁ ନେଇ ଗଲେଣି। ସେମାନେ ଧୂଆଁର ସ୍ତମ୍ଭ ଆକାଶରେ ଦେଖିବାକୁ ପାଇଲେ। ଏଣୁ ସେମାନେ ଅୟର ସୈନ୍ୟ ଆଡ଼କୁ ଦୌଡ଼ିଗଲେ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। 22 ଏହା ପରେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନେ ବାହାରି ଆସିଲେ ଏବଂ ଯୁଦ୍ଧ କଲେ। ଏହିପରି ଅୟର ଲୋକମାନଙ୍କର ଉଭୟ ପାର୍ଶ୍ୱରେ ଇସ୍ରାଏଲର ସୈନ୍ୟମାନେ ଜଗି ଗଲେ ଓ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲର ସୈନ୍ୟମାନେ ଅୟର ଗୋଟିଏ ସୈନ୍ୟକୁ ମଧ୍ୟ ଛାଡ଼ିଲେ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 14:1-12

ଅନ୍ୟ ଲୋକଙ୍କୁ ସମାଲୋଚନା କର ନାହିଁ

14 ଯେଉଁ ଲୋକର ବିଶ୍ୱାସ ଦୁର୍ବଳ, ସେ ଲୋକକୁ ନିଜ ଦଳ ଭିତରେ ଗ୍ରହଣ କରିବା ପାଇଁ ମନା କର ନାହିଁ। ସେହି ଲୋକର ଭିନ୍ନ ମତ ପାଇଁ, ତା’ ସହିତ ଯୁକ୍ତିତର୍କ କର ନାହିଁ। ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଇପାରେ ସେ ଗର୍ବ କରିବା ଉଚିତ୍ ନୁହେଁ ଯେ, ସେ ଶାକାହାରୀ ଲୋକଠାରୁ ଅଧିକ ଭଲ। ସେହିପରି ଶାକାହାରୀ ଲୋକ ସ୍ଥିର ନ କରୁ ଯେ, ସମସ୍ତ ପ୍ରକାର ଭୋଜନ କରୁଥିବା ଲୋକ ମନ୍ଦ ଅଟେ। ପରମେଶ୍ୱର ତାହାକୁ ଗ୍ରହଣ କରିଛନ୍ତି। ତୁମ୍ଭେ ଅନ୍ୟ ଲୋକର ଗ୍ଭକରକୁ ବିଗ୍ଭର କର ନାହିଁ। ତାହାର ମାଲିକ କେବଳ ଜାଣିପାରେ ଯେ ଗ୍ଭକରଟି ଭଲ କି ମନ୍ଦ। ଏବଂ ପରମେଶ୍ୱରଙ୍କ ସେବକମାନେ ଯୋଗ୍ୟ, କାରଣ ପରମେଶ୍ୱର ସେମାନଙ୍କୁ ଯୋଗ୍ୟ ବିବେଚିତ କରିଛନ୍ତି।

ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍। ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ।

ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୃତ୍ୟୁବରଣ କରୁ। ଆମ୍ଭେ ଜୀବିତ ରହିଲେ ପ୍ରଭୁଙ୍କ ପାଇଁ ଜୀବିତ ରହୁ ଓ ମୃତ୍ୟୁବରଣ କଲେ ମଧ୍ୟ ତାହାଙ୍କ ପାଇଁ ମୃତ୍ୟୁ ବରଣ କରୁ। ତା’ହେଲେ ଜୀବିତ ରହୁ ବା ମୃତ୍ୟୁ ବରଣ କରୁ, ଆମ୍ଭେ ପରମେଶ୍ୱରଙ୍କର ହିଁ ଅଟୁ। ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।

10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ। 11 ଶାସ୍ତ୍ରରେ ଲେଖା ଅଛି:

“ପ୍ରଭୁ କହିଛନ୍ତି: ପ୍ରତ୍ୟେକ ଲୋକ
    ମୋ’ ଆଗରେ ଆଣ୍ଠୁ ମାଡ଼ି ବସିବ।
    ପ୍ରତ୍ୟେକ ଲୋକ ମୋତେ ପରମେଶ୍ୱର ବୋଲି କହିବ।
    ମୁଁ ଜୀବିତ ଥିବା ଯେପରି ସତ୍ୟ, ସେହିପରି ଏହା ଘଟିବ।” (A)

12 ଅତଏବ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କ ସାମନାରେ ନିଜ ଜୀବନର ହିସାବ ଦେବାକୁ ହେବ।

ମାଥିଉ ଲିଖିତ ସୁସମାଗ୍ଭର 26:47-56

ଯୀଶୁ ବନ୍ଦୀ ହେଲେ(A)

47 ଯୀଶୁ ଏହି କଥା କହୁଥିବା ସମୟରେ ଯିହୂଦା ସେଠାକୁ ଆସିଲା। ସେ ଯୀଶୁଙ୍କର ବାରଜଣ ଶିଷ୍ୟଙ୍କ ମଧ୍ୟରୁ ଜଣେ ଥିଲା। ଯିହୂଦାଙ୍କ ସହିତ ମଧ୍ୟ ଅନେକ ଲୋକ ଥିଲେ। ଯିହୂଦା ଓ ସେହି ଲୋକମାନେ ଖଣ୍ଡା ଓ ଠେଙ୍ଗା ଧରିଥିଲେ। ସେମାନଙ୍କୁ ପ୍ରଧାନଯାଜକ ଓ ପ୍ରାଚୀନମାନେ ପଠାଇଥିଲେ। 48 ଯିହୂଦା ଲୋକମାନଙ୍କୁ ଯୀଶୁ କିଏ ବୋଲି ଚିହ୍ନେଇ ଦେବା ପାଇଁ ଗୋଟିଏ ସଙ୍କେତ ବତେଇ ଦେଲେ। ସେ କହିଲେ, “ମୁଁ ଯାହାକୁ ଚୁମ୍ବନ କରିବି, ସେ ସେହି ଲୋକ। ତାକୁ ବନ୍ଦୀ କରିବ।” 49 ତା’ପରେ ଯିହୂଦା ଯୀଶୁଙ୍କ ପାଖରେ ପହଞ୍ଚି ତାହାଙ୍କୁ କହିଲେ, “ହେ ଗୁରୁ, ନମସ୍କାର” ତା’ପରେ ସେ ଯୀଶୁଙ୍କୁ ଚୁମ୍ବନ ଦେଲେ।

50 ଯୀଶୁ କହିଲେ, “ବନ୍ଧୁ ତୁମ୍ଭେ ଯେଉଁ କାମରେ ଆସିଛ, ତାହା କର!”

ତା’ପରେ ଯିହୂଦାଙ୍କ ସହିତ ଆସିଥିବା ଲୋକମାନେ ସେଠାରେ ପହଞ୍ଚି ଯାଇ ଯୀଶୁଙ୍କୁ ବନ୍ଦୀ କରି ନେଲେ। 51 ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସେମାନଙ୍କ ଭିତରୁ ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କ ଗ୍ଭକରକୁ ସେଥିରେ ଆଘାତ କଲା, ଫଳରେ ଗ୍ଭକରର କାନ କଟିଗଲା।

52 ଯୀଶୁ ସେହି ଲୋକକୁ କହିଲେ, “ତୁମ୍ଭ ଖଣ୍ଡାକୁ ଖୋଳ ଭିତରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ୟବହାର କରନ୍ତି. ସେମାନଙ୍କୁ ଖଣ୍ଡା ଦ୍ୱାରା ହତ୍ୟା କରା ଯାଇଥାଏ। 53 ତୁମ୍ଭେ କ’ଣ ଜାଣି ନାହଁ ଯେ ମୁଁ ମୋର ପରମପିତାଙ୍କୁ ମାଗିଲେ ସେ ସଙ୍ଗେ ସଙ୍ଗେ ମୋତେ ବାରଟି ସେନାବାହିନୀରୁ ଅଧିକ ଯୋଗେଇବେ। 54 କିନ୍ତୁ ମୁଁ ତା’ କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହେବ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ରରେ ଲେଖା ଅଛି।”

55 ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, “ତୁମ୍ଭେସବୁ ଖଣ୍ଡା ଓ ଠେଙ୍ଗା ନେଇ ମୋତେ ବନ୍ଦୀ କରିବା ପାଇଁ ଏପରି ଭାବରେ ଆସିଛ, ସତେ ଯେପରି ମୁଁ ଗୋଟିଏ ଅପରାଧୀ। ମୁଁ ସବୁଦିନ ମନ୍ଦିର ପରିସରରେ ବସି ଲୋକମାନଙ୍କୁ ଉପଦେଶ ଦେଉଥିଲି। ସେତେବେଳେ ତୁମ୍ଭେ ମୋତେ ବନ୍ଦୀ କରିଲ ନାହିଁ। 56 କିନ୍ତୁ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ଯେଉଁଭଳି ଲେଖିଥିଲେ, ସେହିଭଳି ହେବା ପାଇଁ ଏହିସବୁ କଥା ଘଟିଲା,” ତା’ପରେ ସମସ୍ତ ଶିଷ୍ୟମାନେ ଯୀଶୁଙ୍କୁ ଛାଡ଼ି ପଳାଇଗଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center