Book of Common Prayer
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ।
63 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର।
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି।
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ।
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି।
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ।
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ।
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି।
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି।
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ।
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି।
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି।
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି।
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ।
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି।
8 ମୁଁ ତୁମ୍ଭଠାରେ ଲାଗିରହେ।
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।
9 କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି।
କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ।
ସେମାନେ ନିଜ କବରରେ ମିଶି ଯିବେ।
10 ସେମାନଙ୍କୁ ଖଡ଼୍ଗରେ ହତ୍ୟା କରାଯିବ।
ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ।
ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ।
ଏକ ପ୍ରଶଂସାର ଗୀତ।
98 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନୂତନ ସଙ୍ଗୀତ ଗାନ କର।
କାରଣ ସେ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି!
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ
ତାଙ୍କୁ ଆଉଥରେ ଗୌରବ ଆଣିଛି।
2 ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି।
ଜାତି ଉଦ୍ଦେଶ୍ୟରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦେଖାଇଛନ୍ତି।
3 ଇସ୍ରାଏଲୀୟମାନଙ୍କ ପ୍ରତି ପରମେଶ୍ୱରଙ୍କ ପ୍ରେମ ଓ ବିଶ୍ୱସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି।
ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି।
4 ହେ ପୃଥିବୀର ପ୍ରତ୍ୟେକ ଲୋକ ସଦାପ୍ରଭୁଙ୍କର ଜୟଧ୍ୱନି କର।
ସ୍ତୁତି ଗାନ ଶୀଘ୍ର ଆରମ୍ଭ କର।
5 ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର,
ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର।
6 ବଂଶୀ ବଜାଅ ଓ ତୂରୀ ଫୁଙ୍କ।
ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ୱନି କର।
7 ସମୁଦ୍ର, ଜଗତ ଓ ତହିଁର ଜୀବ ସକଳ
ସମସ୍ତେ ଗାନ କର।
8 ନଦନଦୀଗଣ କରତାଳି ଦିଅ!
ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ୱନି କର।
9 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର।
କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି।
ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ
ବିଗ୍ଭର ଓ ନ୍ୟାୟ କରିବେ।
ଦାଉଦଙ୍କର ଏକ ଗୀତ।
103 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ମୋର ସବୁ ଅଙ୍ଗପ୍ରତ୍ୟଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
2 ହେ ମୋର ପ୍ରାଣ, ସଦାପ୍ରଭୁଙ୍କ ପ୍ରଶଂସା କର।
ତାଙ୍କର ମଙ୍ଗଳଦାନସବୁ ପାଶୋର ନାହିଁ।
3 ହେ ମୋର ପ୍ରାଣ, ସଦାପ୍ରଭୁ ତୁମ୍ଭର ସମସ୍ତ ପାପଗୁଡ଼ିକ କ୍ଷମା କରନ୍ତି।
ସେ ତୁମ୍ଭର ରୋଗସବୁ ସୁସ୍ଥ କରନ୍ତି।
4 ପରମେଶ୍ୱର ବିନାଶରୁ ମୋତେ ମୁକ୍ତ କରନ୍ତି।
ସେ ମୋତେ ସ୍ନେହପୂର୍ଣ୍ଣ କରୁଣା ଏବଂ ଦୟା ଦେଖାନ୍ତି।
5 ପରମେଶ୍ୱର ମୋତେ ପ୍ରଚୁର ସୁଦ୍ରବ୍ୟ ଦିଅନ୍ତି।
ସେ ମୋତେ ପୁନ୍ନରାୟ ଉତ୍କ୍ରୋଷ ପକ୍ଷୀ ପରି
ଯୁବକ କରନ୍ତି।
6 ସଦାପ୍ରଭୁ ନ୍ୟାୟବାନ୍।
ସେ ସେହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ଯେଉଁମାନଙ୍କୁ ଅନ୍ୟମାନଙ୍କ ଦ୍ୱାରା ଅନ୍ୟାୟ କରାଯାଇଛି।
7 ପରମେଶ୍ୱର ମୋଶାଙ୍କୁ ଆପଣା ପଥ
ଓ ଇସ୍ରାଏଲ ସନ୍ତାନଗଣଙ୍କୁ ଆପଣା କ୍ରିୟାସବୁ ଜଣାଇଥିଲେ।
8 ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ,
ସେ ଧୈର୍ଯ୍ୟଶୀଳ ଏବଂ ପ୍ରେମରେ ପରିପୂର୍ଣ୍ଣ।
9 ସଦାପ୍ରଭୁ ସର୍ବଦା ସମାଲୋଚନା କରିବେ ନାହିଁ,
କିଅବା ସେ ଚିରଦିନ ପାଇଁ କ୍ରୋଧିତ ରହିବେ ନାହିଁ।
10 ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ।
କିନ୍ତୁ ସେ ଆମ୍ଭକୁ ଦଣ୍ଡ ଦେଇ ନାହାନ୍ତି, ଯାହା ଆମ୍ଭେ ପାଇବା କଥା।
11 ପୃଥିବୀରୁ ଆକାଶମଣ୍ଡଳ ଯେପରି ଉଚ୍ଚ
ସେହିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରେମ ମହାନ।
12 ପୂର୍ବରୁ ପଶ୍ଚିମ ଯେତେ ଦୂର, ପରମେଶ୍ୱର ଆମ୍ଭମାନଙ୍କଠାରୁ
ଆମ୍ଭମାନଙ୍କ ପାପ ସେତିକି ଦୂରେଇ ନେଇଛନ୍ତି।
13 ଯେପରି ଜଣେ ପିତା ତା’ର ସନ୍ତାନ ପ୍ରତି ପ୍ରେମ କରେ,
ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସେପରି ଦୟା କରନ୍ତି।
14 ପରମେଶ୍ୱର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ।
ପରମେଶ୍ୱର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
15 ମଣିଷ ଜୀବନ ଘାସପରି।
ସେମାନେ ଜଙ୍ଗଲି ଫୁଲ ପରି, ଯାହାକି ଶୀଘ୍ର ବଢ଼ନ୍ତି ଏବଂ ସୌନ୍ଦର୍ଯ୍ୟ ଦିଅନ୍ତି।
16 କିନ୍ତୁ ଯେତେବେଳେ ଗରମ ପବନ ବହେ, ଏହା ମରିଯାଏ।
ହଠାତ୍ ତୁମ୍ଭେ କହିପାରିବ ନାହିଁ କେଉଁଠାରେ ଫୁଲ ଫୁଟିଥିଲା ବୋଲି।
17 କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରେମ କରନ୍ତି,
ତାଙ୍କର ସେହି ସ୍ନେହ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ।
ପରମେଶ୍ୱର ସେମାନଙ୍କୁ ଓ ସେମାନଙ୍କର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
18 ଯେଉଁମାନେ ତାଙ୍କର ନିୟମ ମାନନ୍ତି ଏବଂ ତାଙ୍କର ନିର୍ଦ୍ଦେଶରେ ଗ୍ଭଲନ୍ତି,
ସେହିମାନଙ୍କ ପ୍ରତି ପରମେଶ୍ୱର ଉତ୍ତମ।
19 ପରମେଶ୍ୱରଙ୍କ ସିଂହାସନ ସ୍ୱର୍ଗରେ ଅଛି
ଏବଂ ସେ ସବୁଆଡ଼େ ଶାସନ କରନ୍ତି।
20 ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ୟ ଯେଉଁମାନେ ପରମେଶ୍ୱରଙ୍କର ଆଦେଶ ମାନନ୍ତି ଓ ସେ ଯାହା କହନ୍ତି, ତାଙ୍କର ବାକ୍ୟଗୁଡ଼ିକ ପାଳନ କରନ୍ତି।
21 ହେ ସଦାପ୍ରଭୁଙ୍କର ସୈନ୍ୟସକଳ, ତୁମ୍ଭେମାନେ ତାଙ୍କର ଧନ୍ୟବାଦ କର।
ତୁମ୍ଭେମାନେ ତାଙ୍କର ସେବକ ଅଟ।
ସଦାପ୍ରଭୁ ଯାହା ଗ୍ଭହାନ୍ତି ତୁମ୍ଭେମାନେ ତାହା କର।
22 ହେ ସଦାପ୍ରଭୁଙ୍କ ହସ୍ତକୃତ ସୃଷ୍ଟିସକଳ ଓ ରାଜ୍ୟର ସର୍ବତ୍ର,
ସମସ୍ତେ ତାଙ୍କର ପ୍ରଶଂସା କର।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର।
15 ସପ୍ତମ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେମାନେ ସହରକୁ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ୟ ସେହି ପଥଦେଇ ଗଲେ। କିନ୍ତୁ ସେହି ଦିନ ସେମାନେ ସାତଥର ନଗର ପରିକ୍ରମା କଲେ। 16 ସପ୍ତମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ତୂରୀ ବଜାଇଲେ। ଏହି ସମୟରେ ଯିହୋଶୂୟ ନିର୍ଦ୍ଦେଶ ଦେଲେ, “ବର୍ତ୍ତମାନ ଜୟଧ୍ୱନି ଦିଅ। ଯେହେତୁ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ। 17 ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। କେବଳ ବ୍ୟଭିଗ୍ଭରଣୀ ରାହାବ, ସେହି ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। 18 ତୁମ୍ଭେମାନେ ସେହି ଦ୍ରବ୍ୟରୁ କିଛି ନ ଦେବା ପାଇଁ ସାବଧାନ ହେବା ଉଚିତ୍, ଯାହାକି ନଷ୍ଟ କରାଯିବ। ଯଦି ତୁମ୍ଭେମାନେ ସେହି ଦ୍ରବ୍ୟଗୁଡ଼ିକୁ ଇସ୍ରାଏଲର ଛାଉଣି ଭିତରକୁ ନିଅ, ତେବେ ତୁମ୍ଭେମାନେ ଆପଣା ଉପରକୁ ବିପଦ ଆଣିବ ଏବଂ ତୁମ୍ଭେମାନେ ଇସ୍ରାଏଲ ଛାଉଣି ଧ୍ୱଂସ କରିବାର କାରଣ ହେବ। 19 ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।”
20 ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ। 21 ଲୋକମାନେ ସହରରେ ଧ୍ୱଂସର ଲୀଳା ଚଳାଇଲେ। ସେମାନେ ସେଠାରେ ଥିବା ସମସ୍ତ ଜୀବିତ ବସ୍ତୁକୁ ଧ୍ୱଂସ କଲେ। ସେମାନେ ଯୁବକମାନଙ୍କୁ ହତ୍ୟା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀଲୋକମାନଙ୍କୁ, ପଶୁ, ମେଷ ଏବଂ ଗଧମାନଙ୍କୁ ହତ୍ୟା କଲେ।
22 ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।”
23 ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା’ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ।
24 ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ। 25 ଯିହୋଶୂୟ ରାହାବକୁ ଓ ତା’ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।
26 ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ,
“ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ,
ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ,
ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ
ତହିଁର ଭିତ୍ତିମୂଳ ସ୍ଥାପନ କରିବ
ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ
ତହିଁର ଦ୍ୱାରମାନ ସ୍ଥାପନ କରିବ।”
27 ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା।
ପାଉଲ ଯିହୂଦୀ ନେତାମାନଙ୍କ ସହିତ କଥାବାର୍ତ୍ତା ହେଲେ
30 ତହିଁ ଆର ଦିନ ସେନାଧ୍ୟକ୍ଷ ଜାଣିବା ପାଇଁ ଗ୍ଭହିଁଲେ, ଯିହୂଦୀମାନେ ପ୍ରକୃତରେ ପାଉଲଙ୍କ ବିରୁଦ୍ଧରେ କ’ଣ ଦୋଷାରୋପ କରୁଥିଲେ। ତେଣୁ ସେ ପାଉଲଙ୍କୁ ମୁକ୍ତ କରିଦେଲେ ଏବଂ ଯିହୂଦୀ ମୁଖ୍ୟ ଯାଜକମାନଙ୍କୁ ଓ ସମଗ୍ର ଯିହୂଦୀ ମହାସଭା ଏକାଠି ହେବାକୁ ଆଦେଶ ଦେଲେ। ତା’ପରେ ସେନାଧ୍ୟକ୍ଷ ପାଉଲଙ୍କର ଶିକୁଳି ଖୋଲି ଦେଲେ। ସେ ପାଉଲଙ୍କୁ ମହାସଭା ସମ୍ମୁଖରେ ବିଗ୍ଭର ପାଇଁ ଠିଆ କରାଇଲେ।
23 ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।” 2 ଏହା ଶୁଣି ମହାଯାଜକ ହନାନିୟ ତାହାଙ୍କ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ତାହାଙ୍କ ମୁହଁରେ ଗ୍ଭପୁଡ଼ା ମାରିବା ପାଇଁ ଆଦେଶ ଦେଲେ। 3 ପାଉଲ ହନାନିୟଙ୍କୁ କହିଲେ, “ପରମେଶ୍ୱର ତୁମ୍ଭକୁ ମଧ୍ୟ ଆଘାତ କରିବେ। ତୁମ୍ଭେ ଗୋଟିଏ ମଇଳା କାନ୍ଥ ପରି ଯାହା ଉପରେ ଧଳା ରଙ୍ଗ ବୋଳା ଯାଇଛି। ତୁମ୍ଭେ ବ୍ୟବସ୍ଥା ଅନୁଯାୟୀ ମୋର ନ୍ୟାୟ କରିବା ପାଇଁ ବସିଛି, କିନ୍ତୁ ବ୍ୟବସ୍ଥା ବିରୁଦ୍ଧରେ ମୋତେ ଆଘାତ ଦେବା ପାଇଁ ଆଦେଶ ଦେଉଛ। ଏହା ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧ।”
4 ପାଉଲଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ କହିଲେ, “ତୁମ୍ଭେ ପରମେଶ୍ୱରଙ୍କର ମହାଯାଜକଙ୍କୁ ସେପରି କଥା କହିପାରିବ ନାହିଁ। ତୁମ୍ଭେ ଏପରି କହି ତାହାଙ୍କୁ ଅପମାନ କରୁଛ।”
5 ପାଉଲ ଉତ୍ତର ଦେଲେ, “ଭାଇମାନେ, ମୁଁ ତାହାଙ୍କୁ ମହାଯାଜକ ବୋଲି ଜାଣି ନ ଥିଲି। ଏହା ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମ୍ଭର ନିଜ ଲୋକଙ୍କ ନେତା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ।’ [a]”
6 ସଭାରେ ସେମାନଙ୍କ ଭିତରୁ କେତେକ ଲୋକ ସାଦ୍ଦୂକୀ ଓ ଅନ୍ୟ କେତେକ ଫାରୂଶୀ ମଧ୍ୟ ଥିଲେ। ଏହା ପାଉଲ ଜାଣି ପାରିଲେ। ତେଣୁ ସେ ଖୁବ୍ ଜୋର୍ରେ କହିଲେ, “ହେ ଭାଇମାନେ, ମୁଁ ଜଣେ ଫାରୂଶୀ ଓ ମୋ’ ପିତା ମଧ୍ୟ ଫାରୂଶୀ ଥିଲେ। ମୁଁ ଲୋକମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନରେ ବିଶ୍ୱାସ କରେ। ଏହି ବିଶ୍ୱାସ ପାଇଁ ମୁଁ ଆଜି ଏଠାରେ ଏହି ବିଗ୍ଭରର ସମ୍ମୁଖୀନ ହେଉଛି।”
7 ପାଉଲ ଏପରି କହିବା ମାତ୍ରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରେ ବହୁତ ତର୍କ-ବିତର୍କ ହେଲା। ସଭା ଦୁଇ ଦଳରେ ଭାଗ ହୋଇଗଲା। 8 ସାଦ୍ଦୂକୀମାନେ ବିଶ୍ୱାସ କରନ୍ତି ଯେ ମୃତ ଲୋକମାନଙ୍କର ପୁନରୁତ୍ଥାନ ହୁଏ ନାହିଁ କି କୌଣସି ସ୍ୱର୍ଗଦୂତ କିଅବା ଆତ୍ମା କେହି ନାହାନ୍ତି। କିନ୍ତୁ ଫାରୂଶୀମାନେ ଏ ଦୁଇଟି ବିଷୟକୁ ବିଶ୍ୱାସ କରନ୍ତି। 9 ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତେଜଣ ବ୍ୟବସ୍ଥା ଶିକ୍ଷକ ଠିଆ ହୋଇ ପାଉଲଙ୍କ ସପକ୍ଷରେ ଯୁକ୍ତି କଲେ। ସେମାନେ କହିଲେ, “ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉ ନାହୁଁ। ହୁଏତ କୌଣସି ଆତ୍ମା କି ସ୍ୱର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହୋଇଥିଲେ।”
10 ଧୀରେ ଧୀରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହୋଇଉଠିଲା। ସେନାଧ୍ୟକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ । ତେଣୁ ପାଉଲଙ୍କୁ ସେମାନଙ୍କ ନିକଟରୁ ନେଇଆସି ସୈନ୍ୟ ନିବାସ ଭିତରୁ ନେଇ ଯିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
11 ସେହି ରାତିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ସାହସୀ ହୁଅ। ତୁମ୍ଭେ ମୋ’ ବିଷୟରେ ଯିରୁଶାଲମରେ ଯେପରି ସାକ୍ଷ୍ୟ ଦେଇଛ ଠିକ୍ ସେହିପରି ରୋମରେ ମଧ୍ୟ ଦେବ।”
ପକ୍ଷାଘାତ ରୋଗୀକୁ ଯୀଶୁ ସୁସ୍ଥ କଲେ(A)
2 କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫେରି ଆସିଲେ। ଯୀଶୁ ଘରକୁ ଫେରି ଆସିଛନ୍ତି ବୋଲି ଖବର ବ୍ୟାପିଗଲା। 2 ଅନେକ ଲୋକ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଜମା ହୋଇଗଲେ। ଘରଟି ପୁରିଗଲା। ଘରେ କି ବାହାରେ କେଉଁଠି ହେଲେ ଠିଆ ହେବାକୁ ଜାଗା ନ ଥିଲା। ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। 3 ସେହି ସମୟରେ କେତେକ ଲୋକ ତାହାଙ୍କ ପାଖକୁ ଗୋଟିଏ ପକ୍ଷାଘାତ ରୋଗଗ୍ରସ୍ତ ଲୋକକୁ ଆଣିଲେ। ରୋଗୀକୁ ଗ୍ଭରି ଜଣ ଲୋକ ବୋହି କରି ଆଣିଥିଲେ। 4 ଲୋକ ଭିଡ଼ ହୋଇ ଯାଇଥିବାରୁ ସେମାନେ ରୋଗୀଟିକୁ ଯୀଶୁଙ୍କ ପାଖକୁ ଆଣି ପାରିଲେ ନାହିଁ। ତେଣୁ ସେମାନେ ଯୀଶୁ ଥିବା ଘରର ଛାତ କଣା କଲେ ଓ ବିଛଣାରେ ପଡ଼ିଥିବା ପକ୍ଷାଘାତ ରୋଗୀଟିକୁ ସେହି କଣା ବାଟରେ ଯୀଶୁ ଥିବା ସ୍ଥାନ ପର୍ଯ୍ୟନ୍ତ, ତଳକୁ ଝୁଲାଇ ଦେଲେ। 5 ଯୀଶୁ ଦେଖିଲେ ଯେ, ସେହି ଲୋକମାନଙ୍କର ଗଭୀର ବିଶ୍ୱାସ ଅଛି। ତେଣୁ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, “ହେ ଯୁବକ, ତୁମ୍ଭ ପାପଗୁଡ଼ିକୁ କ୍ଷମା କରାଗଲା।”
6 କେତେଜଣ ଧର୍ମଶାସ୍ତ୍ରୀ ସେଠାରେ ବସିଥିଲେ। ଯୀଶୁଙ୍କ କାମ ସେମାନେ ଦେଖିଲେ। ସେମାନେ ନିଜ ଭିତରେ କୁହାକୁହି ହେଲେ, 7 “ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?”
8 ଧର୍ମଶାସ୍ତ୍ରୀମାନେ ତାହାଙ୍କ ବିଷୟରେ ସେସବୁ ଭାବୁଛନ୍ତି ବୋଲି ଯୀଶୁ ସଙ୍ଗେ ସଙ୍ଗେ ଜାଣି ପାରିଲେ। ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନରେ ଏସବୁ କଥା କାହିଁକି ଭାବୁଛ? 9 ଏହି ପକ୍ଷାଘାତ ଲୋକଙ୍କୁ କେଉଁ କଥାଟି କହିବା ସରଳ? ‘ତୁମ୍ଭ ପାପ ଗୁଡ଼ିକୁ କ୍ଷମା କରି ଦିଆଗଲା।’ ନା’ ତାକୁ କହିବା: ‘ଠିଆ ହୁଅ ଓ ତୁମ୍ଭର ବିଛଣା ଧରି ଗ୍ଭଲ?’ 10 କିନ୍ତୁ, ମୁଁ ତୁମ୍ଭ ଆଗରେ ପ୍ରମାଣିତ କରିଦେବି ଯେ, ଏହି ପୃଥିବୀରେ ମନୁଷ୍ୟପୁତ୍ରଙ୍କର ପାପଗୁଡ଼ିକୁ କ୍ଷମା କରିବା ଶକ୍ତି ଅଛି।” ତା’ପରେ ଯୀଶୁ ପକ୍ଷାଘାତ ଲୋକଟିକୁ କହିଲେ, 11 “ମୁଁ ତୁମ୍ଭକୁ କହୁଛି, ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।”
12 ପକ୍ଷାଘାତ ଲୋକଟି ଠିଆ ହେଲା। ବିଛଣା ଧରିଲା ଏବଂ ଘର ଭିତରୁ ବାହାରକୁ ବାହାରିଗଲା। ସବୁ ଲୋକେ ତାକୁ ଦେଖି ପାରିଲେ। ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରମେଶ୍ୱରଙ୍କ ମହିମା ଗାନ କଲେ। ସେମାନେ କହିଲେ, “ଆମ୍ଭେମାନେ ଏଭଳି ଆଶ୍ଚର୍ଯ୍ୟ ଘଟଣା କେବେ ହେଲେ ଦେଖି ନ ଥିଲୁ।”
2010 by World Bible Translation Center