Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 31

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।

31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
    ମୋତେ ତୁମ୍ଭେ ନିରାଶ କର ନାହିଁ।
    ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
    ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
    ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
    ମୋର ନିରାପତ୍ତା ବଳୟ ହୁଅ।
    ମୋତେ ରକ୍ଷା କର।
ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
    ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
    ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
    ତୁମ୍ଭେ ମୋର ନିରାପଦ ସ୍ଥଳ।
ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ।
    ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି।
    ମୋତେ ରକ୍ଷା କର।
ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ।
    ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ।
ପରମେଶ୍ୱର ଦୟାର ସାଗର।
ତେଣୁ ମୋତେ ସୁଖରେ ରଖନ୍ତି।
    ତୁମ୍ଭେ ମୋର ଦୂରାବସ୍ଥା ଦେଖିଛ।
    ତୁମ୍ଭେ ଜାଣ ମୋ’ ଉପରେ ଯେଉଁ ବିପଦ ପଡ଼ିଥିଲା।
ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ।
    ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ।
ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର।
    ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି।
    ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି।
10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି।
ମୋର ଜୀବନ ଦୁଃଖରେ ସରିଯିବ।
    ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି
    ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି।
11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି,
    ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି।
ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ
    ଭୟ କରି ମୋ’ଠାରୁ ଦୂରେଇ ଯାଆନ୍ତି।
12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି
    ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ,
    ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି।
    ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।

14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ।
    ତୁମ୍ଭେ ହିଁ ମୋର ପରମେଶ୍ୱର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
    କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
    ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
    ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି,
    ତୁମ୍ଭେ ମୋତେ ନିରାଶ କରିବ ନାହିଁ।
ଦୁଷ୍ଟ ଲୋକମାନେ ନିରାଶ ହେବେ।
    ସେମାନେ ନୀରବରେ କବରକୁ ଯିବେ।
18 ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ।
    ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି।
ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ।
    ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ।

19 ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ।
    ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର।
    ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
20 ଦୁଷ୍ଟ ଲୋକମାନେ ଏକତ୍ରିତ ହୋଇ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଗ୍ଭହାନ୍ତି।
    ସେହି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସେହି ଉତ୍ତମ ଲୋକଙ୍କୁ ଲୁଗ୍ଭଇ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସେମାନଙ୍କୁ ଆପଣା ଆଶ୍ରୟ ସ୍ଥଳରେ ରକ୍ଷାକର।
21 ସଦାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ।
    ମୁଁ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ନଗରରେ କବଳିତ ହେଲି, ସେତେବେଳେ ସେ ମୋତେ ଅନୁଗ୍ରହ ପ୍ରଦର୍ଶନ କଲେ।
22 ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।”
    କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ।

23 ହେ ପରମେଶ୍ୱରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ।
    ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି,
କିନ୍ତୁ ସଦାପ୍ରଭୁ ସେହି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରନ୍ତି।
    ସେ ସେହିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ଦଣ୍ଡର ଅଧିକାରୀ।
24 ହେ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛ।
    ସାହସୀ ହୁଅ, ତାହାହେଲେ ପରମେଶ୍ୱର ତୁମ୍ଭକୁ ଶକ୍ତିଶାଳୀ କରିବେ।

ଗୀତସଂହିତା 35

ଦାଉଦଙ୍କର ଗୀତ

35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
    ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
    ଜାଗ୍ରତ ହୁଅ, ମୋର ସହାୟ ହୁଅ।
ଏକ ବର୍ଚ୍ଛା ଓ କୁନ୍ତ ଧର
    ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”

କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
    ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
    ସେମାନଙ୍କୁ ଘଉଡ଼ାଇ ଦିଅ।
    ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
    ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
    ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
    ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
    ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
    ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
    ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
    ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
    ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
    ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
    ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
    ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
    ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
    ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
    ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
    ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ।
    ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
    ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
    ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
    ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।

17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
    ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
    ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
    ସେମାନେ ସିଂହ ତୁଲ୍ୟ ଅଟନ୍ତି।

18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
    ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
    ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
    ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
    ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
    ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ।
    ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
    ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
    ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
    ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ।
    ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
    ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
    ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”

28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
    ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

ଯିହୋଶୂୟଙ୍କର ପୁସ୍ତକ 4:19-5:1

19 ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗି‌ଲ୍‌ଗ‌ଲ୍‌ଠାରେ ଛାଉଣି ସ୍ଥାପନ କଲେ। 20 ସେମାନେ ଯର୍ଦ୍ଦନରୁ ଆଣିଥିବା ସେହି ବାରଟି ଶିଳାଖଣ୍ଡକୁ ଯିହୋଶୂୟ ଗି‌ଲ୍‌ଗ‌ଲ୍‌ଠାରେ ସ୍ଥାପନ କଲେ। 21 ତା’ପରେ ଯିହୋଶୂୟ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ଭବିଷ୍ୟତରେ ତୁମ୍ଭର ପିଲାମାନେ ସେମାନଙ୍କର ପିତାମାତାଙ୍କୁ ପଗ୍ଭରିବେ, ‘ଏ ପଥରଗୁଡ଼ିକ କ’ଣ?’ 22 ତୁମ୍ଭେ ତୁମ୍ଭର ପିଲାମାନଙ୍କୁ କହିବ, ‘ଏହି ଶିଳାଖଣ୍ତଗୁଡ଼ିକ ଅତୀତର ସ୍ମୃତି, କିପରି ଇସ୍ରାଏଲର ଲୋକମାନେ ଶୁଖିଲା ଭୂମିରେ ଯର୍ଦ୍ଦନ ନଦୀ ପାର ହୋଇଥିଲେ। 23 ଆମ୍ଭେମାନେ ପାର ହେବାଯାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତାଙ୍କର ଶକ୍ତିବଳରେ ସୂଫସାଗର ଶୁଷ୍କ କରିଥିଲେ, ସେହିପରି ତୁମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନ ନଦୀ ଶୁଷ୍କ କଲେ।’ 24 ସଦାପ୍ରଭୁ ଏହିପରି କଲେ, କାରଣ ପୃଥିବୀସ୍ଥ ସମୁଦାୟ ଲୋକ ସଦାପ୍ରଭୁ ଶକ୍ତିଶାଳୀ ବୋଲି ଜାଣି ପାରିବେ, ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସର୍ବଦା ଭୟ ଓ ସମ୍ମାନ କରିବ।”

ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ।

ଯିହୋଶୂୟଙ୍କର ପୁସ୍ତକ 5:10-15

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା। 11 ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ। 12 ତା’ ପରଦିନ ସକାଳେ, ସ୍ୱର୍ଗର ଖାଦ୍ୟ ମାନ୍ନା ଆକାଶରୁ ପଡ଼ିବା ବନ୍ଦ ହେଲା, ସେମାନେ ସେହି ଦେଶର ଶସ୍ୟ ଭୋଜନ କଲାରୁ ଏପରି ହେଲା। ତେଣୁ ଇସ୍ରାଏଲର ଲୋକମାନେ ଆଉ ମାନ୍ନା ଖାଦ୍ୟ ପାଇଲେ ନାହିଁ। ସେହି ସମୟଠାରୁ ସେମାନେ କିଣାନର ଶସ୍ୟ ଖାଇଲେ।

The Commander of the Lord’s Army

13 ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା’ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା’ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”

14 ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦେଲା, “ମୁଁ ତୁମ୍ଭର ଶତ୍ରୁ ନୁହେଁ, ମୁଁ ସଦାପ୍ରଭୁଙ୍କ ସୈନ୍ୟର ସେନାପତି ଅଟେ। ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସିଲି।”

ଏହା ପରେ ଯିହୋଶୂୟ ସମ୍ମାନ ଜଣାଇ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେ କହିଲେ, “ମୋର ପ୍ରଭୁ ତାଙ୍କର ଦାସ ମୋ’ ପାଇଁ କିଛି ବାର୍ତ୍ତା ପଠାଇଛନ୍ତି କି?”

15 ସଦାପ୍ରଭୁଙ୍କର ସୈନ୍ୟଦଳର ସେନାପତି ଉତ୍ତର ଦେଲେ, “ତୁମ୍ଭ ପାଦରୁ ପାଦୂକା କାଢ଼, କାରଣ ଯେଉଁ ସ୍ଥାନରେ ତୁମ୍ଭେ ଛିଡ଼ା ହୋଇଅଛ, ସେ ସ୍ଥାନ ପବିତ୍ର।” ତେଣୁ ଯିହୋଶୂୟ ସେହିପରି କଲେ।

ରୋମୀୟଙ୍କ ପ୍ରତି ପତ୍ର 12:9-21

ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର। 10 ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା’ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ। 11 ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍‌‌ଯୋଗ ହୁଅ। 12 ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର। 13 ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।

14 ଯେଉଁମାନେ ତୁମ୍ଭମାନଙ୍କ ପ୍ରତି ମନ୍ଦ ଆଚରଣ କରୁଛନ୍ତି ସେମାନଙ୍କ ପ୍ରତି ତୁମ୍ଭେ ଭଲ ଆଚରଣ କର। ସେମାନଙ୍କୁ ଅଭିଶାପ ଦିଅ ନାହିଁ, ବରଂ ସେମାନଙ୍କୁ ଭଲ କଥା କୁହ। 15 ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ। 16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।

17 ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ। 18 ଲୋକଙ୍କ ସହିତ ଶାନ୍ତିରେ ରହିବା ପାଇଁ ଯଥାସାଧ୍ୟ ଚେଷ୍ଟା କର। 19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି,

“ଦଣ୍ତ ଦେବା ମୋର କାମ।
    ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।” (A)

20 କିନ୍ତୁ ତୁମ୍ଭେମାନେ ଏପରି କରିବା ଉଚିତ୍:

“ଯଦି ତୁମ୍ଭର ଶତ୍ରୁ ଭୋକରେ ଅଛି,
    ତାହାକୁ ଖାଇବାକୁ ଦିଅ,
ଯଦି ତୁମ୍ଭ ଶତ୍ରୁ ତୃଷିତ ଅଛି,
    ତାହାକୁ ପିଇବାକୁ ଦିଅ।
ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରି ପାରିବ।” (B)

21 ମନ୍ଦ ଦ୍ୱାରା ହାରି ଯାଅ ନାହିଁ। ତୁମ୍ଭେ ଭଲ କାମ କରି ମନ୍ଦକୁ ହରାଇବାକୁ ଚେଷ୍ଟା କର।

ମାଥିଉ ଲିଖିତ ସୁସମାଗ୍ଭର 26:17-25

ଶିଷ୍ୟମାନଙ୍କ ସହିତ ଯୀଶୁଙ୍କ ନିସ୍ତାରପର୍ବର ଭୋଜି(A)

17 ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସିଲେ। ସେମାନେ କହିଲେ, “ନିସ୍ତାରଭୋଜି ଖାଇବାକୁ ଆପଣଙ୍କ ପାଇଁ ଆମ୍ଭେ ସବୁକିଛି ପ୍ରସ୍ତୁତ କରିବୁ। ଆପଣ କେଉଁଠାରେ ଭୋଜି ଖାଇବା ପାଇଁ ଗ୍ଭହାନ୍ତି?”

18 ଯୀଶୁ କହିଲେ, “ନଗରରେ ଥିବା ମୋର ଜଣେ ଚିହ୍ନା ଲୋକ ପାଖକୁ ଯାଅ। ତାକୁ କୁହ ‘ଗୁରୁ କହିଛନ୍ତି ‘ମନୋନୀତ ସମୟ ଆସି ପାଖେଇ ଗଲାଣି ଓ ମୁଁ ତୁମ୍ଭ ଘରେ ମୋ’ ଶିଷ୍ୟମାନଙ୍କ ସହିତ ନିସ୍ତାରପର୍ବ ଭୋଜି ଉତ୍ସବ ପାଳନ କରିବି।’” 19 ଯୀଶୁଙ୍କ କହିବା ଅନୁସାରେ ଶିଷ୍ୟମାନେ କଲେ। ସେମାନେ ନିସ୍ତାରପର୍ବର ଭୋଜି ପ୍ରସ୍ତୁତ କଲେ।

20 ସନ୍ଧ୍ୟାବେଳେ ଯୀଶୁ ନିଜର ବାରଜଣଯାକ ଶିଷ୍ୟଙ୍କ ସହିତ ଖାଇବାକୁ ବସିଲେ। 21 ସେମାନେ ଖାଉଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ତୁମ୍ଭମାନଙ୍କ ମଧ୍ୟରେ ଥିବା ବାରଜଣଙ୍କ ଭିତରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ।”

22 ଏହା ଶୁଣି ସେମାନେ ବହୁତ ଦୁଃଖିତ ହେଲେ। ପ୍ରତ୍ୟେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ନିଶ୍ଚିତଭାବରେ ସେ ଜଣକ ମୁଁ ନୁହେଁ! କୁହନ୍ତୁ ମୁଁ କି?”

23 ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ମୋ’ ସାଙ୍ଗରେ ଗିନାରେ ତା’ର ହାତ ବୁଡ଼ାଇଛି, ସେ ମୋ’ ସହିତ ବିଶ୍ୱାସଘାତକତା କରିବ। 24 ମନୁଷ୍ୟପୁତ୍ର ଯିବେ ଓ ମରିଯିବେ। ଏହା ହିଁ ହେବ ବୋଲି ଶାସ୍ତ୍ରରେ ଲେଖାଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ମାରିବା ପାଇଁ ଶତ୍ରୁ ହାତରେ ଦେଇଦେବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନ ହୋଇଥିଲେ ବରଂ ଭଲ ହୋଇଥା’ନ୍ତା।”

25 ତା’ପରେ ଯିହୂଦା, “ଯିଏ ତାହାଙ୍କୁ ଶତ୍ରୁମାନଙ୍କୁ ଧରେଇ ଦେବାକୁ ଯାଉଥିଲା, କହିଲା ଗୁରୁ, ସେ କ’ଣ ମୁଁ?”

ଯୀଶୁ କହିଲେ, “ହଁ, ତୁମ୍ଭେ ସେହି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center