Book of Common Prayer
ଏକ ଆରୋହଣ ସଙ୍ଗୀତ।
131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
ଆଗ୍ରହୀ ହୋଇ ନାହିଁ।
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
ଏକ ଶିଶୁ ତା’ର ମା କୋଳରେ ଥିବାପରି
ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
ଆରୋହଣ ଗୀତ।
132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
3 “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
4 ମୁଁ ଶୟନ କରିବି ନାହିଁ।
ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
5 ମୁଁ ମୋର ଗୃହକୁ ଯିବି ନାହିଁ
ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”
6 ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
7 ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
9 ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
“ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”
13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
3 ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି।
4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି।
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ।
9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
ବେଙ୍ଗଗୁଡ଼ିକ
25 ସଦାପ୍ରଭୁ ନୀଳନଦୀରୁ ଜଳକୁ ସାତ ଦିନ ପରେ ପରିବର୍ତ୍ତନ କଲେ।
8 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଫାରୋଙ୍କ ନିକଟକୁ ଯାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ‘ମୋର ଲୋକମାନଙ୍କୁ ଯିବା ପାଇଁ ଦିଅ, ଯାହାଫଳରେ ସେମାନେ ମୋତେ ଉପାସନା କରିବେ। 2 ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଛାଡ଼ିବାକୁ ମନା କରିବ, ତେବେ ମୁଁ ମିଶରକୁ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ କରି ଦେବି। 3 ନୀଳନଦୀ ସମ୍ପୂର୍ଣ୍ଣ ବେଙ୍ଗରେ ପରିପୂର୍ଣ୍ଣ ହେବ। ସେମାନେ ନଦୀରୁ ଆସି ତୁମ୍ଭର ଘରେ ପଶିବେ। ସେମାନେ ତୁମ୍ଭର ଶୟନ କକ୍ଷ ଓ ଶେଯରେ ପଡ଼ି ରହିବେ ଏବଂ ସେମାନେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡ଼ିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀରେ ପ୍ରବେଶ କରିବେ। 4 ବେଙ୍ଗମାନେ ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।’”
5 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ସେ ତା’ର ଆଶାବାଡ଼ିକୁ ଧରି ନଦୀ, ହ୍ରଦ, କେନାଲ୍, ସବୁଆଡ଼େ ବୁଲାଉ। ଏହା ପରେ ବେଙ୍ଗମାନେ ମିଶରର ସ୍ଥଳଭାଗକୁ ଉଠି ଆସିବେ।”
6 ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥିରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହୋଇଗଲେ।
7 ମନ୍ତ୍ରଜ୍ଞମାନେ ମଧ୍ୟ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ବଳରେ ଠିକ୍ ସେହିପରି ବେଙ୍ଗମାନଙ୍କୁ ବାହାର କରି ପାରିଲେ। ଯେଉଁଥିପାଇଁ ସମଗ୍ର ମିଶର ବେଙ୍ଗରେ ପରିପୂର୍ଣ୍ଣ ହୋଇଗଲା।
8 ଫାରୋ ମୋଶା ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, “ସଦାପ୍ରଭୁଙ୍କୁ କୁହ ମୋ’ ଉପରୁ, ମୋର ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢ଼ି ନିଅନ୍ତୁ। ମୁଁ ତାଙ୍କର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଛାଡ଼ି ଦେବି।”
9 ମୋଶା ଫାରୋଙ୍କୁ କହିଲେ, “ଦୟାକରି କୁହ ତୁମ୍ଭେ କେତେବେଳେ ଗ୍ଭହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଗ୍ଭରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବି। ତା’ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କେବଳ ନଦୀରେ ରହିବେ।”
10 ଫାରୋ ଉତ୍ତର ଦେଲେ, “ଆସନ୍ତାକାଲି।”
ମୋଶା କହିଲେ, “ତୁମ୍ଭେ ଯେପରି କହିଲ ସେହିପରି ହେବ। ଏହି ପ୍ରକାରେ ତୁମ୍ଭେ ଜାଣିବ ଏପରି ଦେବତା ନାହିଁ ଯାହା ଆମ୍ଭର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପରି ହେବ। 11 ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଗ୍ଭରୀମାନଙ୍କୁ ଛାଡ଼ି ପଳାଇବେ। ସେମାନେ କେବଳ ନଦୀରେ ରହିବେ।”
12 ମୋଶା ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାୟ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧରେ ପଠାଇଥିଲେ, ସେଗୁଡ଼ିକୁ ହଟାଇ ନେବା ପାଇଁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। 13 ଏବଂ ମୋଶା ଯାହା ଗ୍ଭହିଁଲେ ସଦାପ୍ରଭୁ ସେହିପରି କଲେ। ଯେଉଁ ବେଙ୍ଗମାନେ ଘରେ, ଅଗଣାରେ ଏବଂ ଜମିରେ ଥିଲେ ସେଗୁଡ଼ିକ ମରିଗଲେ। 14 ସେମାନେ ଗଦା ହୋଇ ରୁଣ୍ଡ ହେଲେ ଏବଂ ସେଗୁଡ଼ିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା। 15 ଫାରୋ ହୃଦୟଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସେହିପରି ସବୁ ଘଟିଗଲା।
ଉକୁଣିଆ ପୋକ
16 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ହାରୋଣକୁ କୁହ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଯିବେ।”
17 ସେମାନେ ସେହିପରି କଲେ। ହାରୋଣ ତାଙ୍କର ଆଶାବାଡ଼ି ଉଠାଇ ଭୂମିରେ ଆଘାତ କଲେ ଏବଂ ମିଶରରେ ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହୋଇଗଲା। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ବ୍ୟାପିଗଲେ।
18 ମିଶରର ମନ୍ତ୍ରଜ୍ଞମାନେ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ଦ୍ୱାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରି ପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ରହିଗଲେ। 19 ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ୱର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ।
ନୂତନ ଚୁକ୍ତି ଅଧିକ ମହିମା ଆଣେ
7 ମୃତ୍ୟୁଦାୟକ ସେବାର ବ୍ୟବସ୍ଥା ଶିଳା ଲେଖା ହୋଇ ଥିଲା। ଏହା ପରମେଶ୍ୱରଙ୍କ ମହିମାରେ ପୂର୍ଣ୍ଣ ଥିଲା। ତଦ୍ଦ୍ୱାରା ମୋଶାଙ୍କ ଚେହେରା ଏତେ ତେଜସ୍ୱୀ ହେଲା ଯେ, ଇସ୍ରାଏଲର ଲୋକେ ତାହାଙ୍କ ଚେହେରାକୁ ଦେଖି ମଧ୍ୟ ପାରିଲେ ନାହିଁ। ଏହି ତେଜ ପରେ ଲୋପ ପାଇଗଲା। 8 ତା’ହେଲେ ଆତ୍ମାଙ୍କର ଜୀବନଦାୟକ ସେବା କେତେ ଅଧିକ ମହିମାଯୁକ୍ତ ନ ହେବ? 9 ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସେଭଳି ସେବାରେ ଯଦି ପ୍ରଭୁଙ୍କ ମହିମା ଅଛି; ତା’ହେଲେ ଯେଉଁ ସେବା ଲୋକମାନଙ୍କୁ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହେବ। 10 ପୁରାତନ ସେବାରେ ମହିମା ଥିଲା, କିନ୍ତୁ ଅଧିକ ମହିମାଯୁକ୍ତ ନୂତନ ସେବା ସହିତ ତୁଳନା କଲେ, ସେହି ପ୍ରଥମ ମହିମା କିଛି ନୁହେଁ। 11 ଯେଉଁ ସେବା ଅଦୃଶ୍ୟ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା’ହେଲେ ଏହି ଅନନ୍ତ କାଳସ୍ଥାୟୀ ସେବା ଅତ୍ୟଧିକ ମହିମାମୟ ହେବା ସ୍ୱାଭାବିକ।
12 ଆମ୍ଭମାନଙ୍କଠାରେ ଏହି ପ୍ରକାରର ଭରସା ରଖିଥିବା ହେତୁ ଆମ୍ଭେ ଅତି ସାହସୀ। 13 ଆମ୍ଭେ ମୋଶାଙ୍କ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇସ୍ରାଏଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମୋଶା ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସେବାର ଅନ୍ତ ଦେଖନ୍ତୁ, ମୋଶା ଏହା ଇଚ୍ଛା କରୁ ନ ଥିଲେ। 14 କିନ୍ତୁ ସେମାନଙ୍କର ମନଗୁଡ଼ିକ ଅବରୁଦ୍ଧ ହୋଇଯାଇଥିଲା। ଏପରିକି ଆଜି ମଧ୍ୟ ସେମାନେ ଯେତେବେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସେହି ଆବରଣଟି ଅର୍ଥକୁ ଲୁଗ୍ଭଇ ରଖେ। ସେ ଆବରଣ କଢ଼ା ଯାଇ ନାହିଁ। କେବଳ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି। 15 କିନ୍ତୁ ଏପରି କି ଆଜି ଯେତେବେଳେ ଏହି ଲୋକମାନେ ମୋଶାଙ୍କ ନିୟମକୁ ପଢ଼ନ୍ତି, ସେହି ଆବରଣ ହେତୁ ସେମାନେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ। 16 କିନ୍ତୁ ଜଣେ ଲୋକ ଯେତେବେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସେହି ଆବରଣଟି ବାହାର କରିଦିଆ ଯାଏ। 17 ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠାରେ ପ୍ରଭୁଙ୍କର ଆତ୍ମା ବିଦ୍ୟମାନ, ସେହିଠାରେ ସ୍ୱାଧୀନତା ଅଛି। 18 ଆମ୍ଭ ଚେହେରାଗୁଡ଼ିକ ଆଚ୍ଛାଦିତ ନୁହେଁ। ଆମ୍ଭେ ସମସ୍ତେ ପ୍ରଭୁଙ୍କର ମହିମା ପ୍ରତିଫଳିତ କରି ପାରୁ। ଆମ୍ଭେ ତାହାଙ୍କ ଭଳି ହେବାକୁ ନିଜକୁ ପରିବର୍ତ୍ତିତ କରୁ। ଏହି ପରିବର୍ତ୍ତନ ଆମ୍ଭ ଭିତରେ ଅଧିକରୁ ଅଧିକ ମହିମା ଆଣିଦିଏ। ଉକ୍ତ ମହିମା ପ୍ରଭୁଙ୍କଠାରୁ ଅର୍ଥାତ୍ ଆତ୍ମାଙ୍କଠାରୁ ପ୍ରାପ୍ତ ହେଉ।
ଯୀଶୁଙ୍କୁ ଅନୁସରଣ କରିବାକୁ ଜଣେ ଧନୀ ଲୋକର ଅସ୍ୱୀକାର(A)
17 ଯୀଶୁ ଯାଉଥିବା ବେଳେ ଜଣେ ଲୋକ ଦୌଡ଼ି ଦୌଡ଼ି ତାହାଙ୍କ ପାଖକୁ ଆସିଲା ଓ ଯୀଶୁଙ୍କ ଆଗରେ ଆଣ୍ଠୁମାଡ଼ି ବସି ପଡ଼ିଲା। ସେ ପଗ୍ଭରିଲା, “ହେ ଉତ୍ତମ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ମୁଁ କ’ଣ କରିବି?”
18 ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଉତ୍ତମ ବୋଲି କାହିଁକି କହୁଛ? କେବଳ ପରମେଶ୍ୱରଙ୍କ ଛଡ଼ା ଆଉ କେହିହେଲେ ଉତ୍ତମ ନୁହନ୍ତି। 19 କିନ୍ତୁ ମୁଁ ତୁମ୍ଭ ପ୍ରଶ୍ନର ଉତ୍ତର ଦେଉଛି। ତୁମ୍ଭେ ଆଜ୍ଞା ଗୁଡ଼ିକ ଜାଣିଛ: ହତ୍ୟା କର ନାହିଁ, ବ୍ୟଭିଗ୍ଭର କର ନାହିଁ, ଗ୍ଭେରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଠକ ନାହିଁ, ଆପଣା ବାପା-ମାଙ୍କୁ ଆଦର କର।”
20 ସେହି ଲୋକ ଯୀଶୁଙ୍କୁ କହିଲା, “ଗୁରୁ, ମୁଁ ମୋ’ ପିଲାଦିନୁ ଏହିସବୁ କଥା ମାନି ଚଳୁଛି।”
21 ଯୀଶୁ ତାହାଙ୍କୁ ଗ୍ଭହିଁଲେ ଓ ସ୍ନେହ କଲେ। ସେ ତାହାଙ୍କୁ କହିଲେ, “ତୁମ୍ଭର ଏବେ ବି ଗୋଟିଏ କଥାର ଅଭାବ ଅଛି। ତୁମ୍ଭେ ଯାଅ, ଯାହାକିଛି ତୁମ୍ଭ ପାଖରେ ଅଛି ସେତକ ବିକି ଦେଇ ଗରିବଙ୍କୁ ସେ ଧନ ବାଣ୍ଟି ଦିଅ। ସ୍ୱର୍ଗରେ ତୁମ୍ଭକୁ ଧନ ମିଳିବ। ତା’ପରେ ଆସ ଓ ମୋର ଅନୁସରଣ କର।”
22 ଯୀଶୁଙ୍କ କଥା ଶୁଣି ଲୋକଟିର ମନ ଦୁଃଖ ହୋଇଗଲା। ସେ ମନ ଦୁଃଖରେ ଫେରିଗଲା। କାରଣ ସେ ବହୁତ ଧନୀ ଥିଲା ଓ ତା’ର ଧନ ନିଜ ପାଖରେ ରଖିବାକୁ ଗ୍ଭହୁଁଥିଲା।
23 ଯୀଶୁ ଗ୍ଭରିଆଡ଼େ ଗ୍ଭହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀ ଲୋକମାନଙ୍କ ପକ୍ଷରେ ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବଡ଼ କଠିନ ବିଷୟ।”
24 ଯୀଶୁଙ୍କ କଥା ଶୁଣି ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଯୀଶୁ ସେମାନଙ୍କୁ ପୁଣି କହିଲେ, “ହେ ମୋର ପିଲାମାନେ, ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପ୍ରକୃତରେ କେଡ଼େ କଠିନ। 25 ଜଣେ ଧନୀ ଲୋକର ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା, ଗୋଟିଏ ଓଟ, ଗୋଟିଏ ଛୁଞ୍ଚି କଣାରେ ଗଳି ଯାଇ ପାରିବା ସହଜ।”
26 ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପରସ୍ପର କୁହାକୁହି ହେଲେ, “ତେବେ କିଏ ଉଦ୍ଧାର ପାଇ ପାରିବ?”
27 ଯୀଶୁ ସେମାନଙ୍କୁ ଗ୍ଭହିଁ କହିଲେ, “ଏହା ମନୁଷ୍ୟମାନଙ୍କ ପାଇଁ ଅସମ୍ଭବ। କିନ୍ତୁ ପରମେଶ୍ୱରଙ୍କ ପାଇଁ ନୁହେଁ। ପରମେଶ୍ୱର ସବୁକିଛି କରି ପାରିବୋ”
28 ପିତର ଯୀଶୁଙ୍କୁ କହିଲେ, “ଆପଣଙ୍କୁ ଅନୁସରଣ କରିବା ପାଇଁ ଆମ୍ଭେମାନେ ସବୁକିଛି ତ୍ୟାଗ କରିଛୁ।”
29 ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେ ମୋ’ ପାଇଁ ଓ ସୁସମାଗ୍ଭର ପାଇଁ ଘରଦ୍ୱାର, ଭାଇ ଭଉଣୀ, ବାପା-ମା, ପିଲାଛୁଆ ଓ ଜମିବାଡ଼ି ଛାଡ଼ି ଦେଇ ପାରିଛି, 30 ସେ ନିଶ୍ଚୟ ଆପଣାର ସେହି ଛାଡ଼ିଥିବା ବସ୍ତୁଠାରୁ ଶହେ ଗୁଣ ଅଧିକ ଇହକାଳରେ ପାଇ ପାରିବ। ସେ ଅଧିକ ଘରଦ୍ୱାର, ଭାଇ ଭଉଣୀ, ମା, ପିଲା ପିଲି, ଓ ଜମି ବାଡ଼ି ପାଇବ ଏବଂ ନିର୍ଯ୍ୟାତନା ସହିତ ସେ ଏହିସବୁ ଜିନିଷ ପାଇବ କିନ୍ତୁ ପରକାଳରେ ସେ ଅନନ୍ତ ଜୀବନ ଲାଭ କରିବ। 31 ବର୍ତ୍ତମାନ ଯେଉଁ ଲୋକମାନେ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନକୁ ଗ୍ଭଲିଯିବେ, ଏବଂ ବର୍ତ୍ତମାନ ଯେଉଁମାନେ ଶେଷ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ପ୍ରଥମ ସ୍ଥାନକୁ ଗ୍ଭଲିଯିବେ।”
2010 by World Bible Translation Center