Book of Common Prayer
ମେମ୍
97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
ନୂନ୍
105 ସଦାପ୍ରଭୁ, ତୁମ୍ଭର ବାକ୍ୟ ମୋର ପାଦ ପାଇଁ ବତୀ ସଦୃଶ,
ଓ ମୋର ପଥ ପାଇଁ ଆଲୋକ ଅଟେ।
106 ତୁମ୍ଭର ବିଗ୍ଭର ଉତ୍ତମ
ଏବଂ ମୁଁ ତାହା ସବୁ ମାନିବା ପାଇଁ ଶପଥ କରେ।
107 ହେ ସଦାପ୍ରଭୁ, ମୁଁ ବହୁତ ଯନ୍ତ୍ରଣା ଭୋଗି ଅଛି।
ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅ ଓ ମୋତେ ଆଉଥରେ ବଞ୍ଚିବାକୁ ଦିଅ।
108 ସଦାପ୍ରଭୁ, ମୋର ପ୍ରଶଂସା ଗ୍ରହଣ କର।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
109 ମୋ’ ଜୀବନ ବିପଦପୂର୍ଣ୍ଣ ସବୁବେଳେ ଥାଏ,
କିନ୍ତୁ ମୁଁ ଏବେ ପର୍ଯ୍ୟନ୍ତ କଦାପି ତୁମ୍ଭ ଶିକ୍ଷା ପଥରୁ ନିବୃତ୍ତ ହୋଇ ନାହିଁ।
110 ଦୁଷ୍ଟ ଲୋକମାନେ ସର୍ବଦା ମୋତେ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶ କେବେ ଅବମାନନା କରି ନାହିଁ।
111 ସଦାପ୍ରଭୁ, ମୁଁ ତୁମ୍ଭର ନିୟମକୁ ସବୁଦିନ ଦେଖାଇବାକୁ ଉପହାର ଆକାରରେ ଗ୍ରହଣ କରିଅଛି।
ଏହା ମୋତେ ବହୁ ଆନନ୍ଦ ଦିଏ।
112 ତୁମ୍ଭର ନିୟମସବୁ ମାନିବା ପାଇଁ ମୁଁ ଆପଣା ମନକୁ ପ୍ରବର୍ତ୍ତାଇଛି,
ତାହା ମୋର ପୁରସ୍କାର ହେବ।
ସାମକ୍
113 ହେ ସଦାପ୍ରଭୁ, ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି, ମୁଁ ସେମାନଙ୍କୁ ଘୃଣା କରେ।
କିନ୍ତୁ ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
114 ତୁମ୍ଭେ ହେଉଛ ମୋର ଲୁଚିବା ସ୍ଥାନ ଏବଂ ସୁରକ୍ଷା ବ୍ୟକ୍ତି।
ମୁଁ ତୁମ୍ଭ ବାକ୍ୟରେ ସର୍ବଦା ଭରସା କରେ।
115 ମନ୍ଦ ଲୋକମାନେ, ମୋ’ ନିକଟକୁ ଆସନ୍ତି ନାହିଁ,
ଯେପରିକି ମୁଁ ମୋର ପରମେଶ୍ୱରଙ୍କର ଆଜ୍ଞାମାନ ପାଳନ କରି ପାରିବି।
116 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ମନୋନୀତ କଲ, ଯେପରି ମୁଁ ବଞ୍ଚିପାରିବି।
ମୁଁ ତୁମ୍ଭ ଉପରେ ଭରସା ରଖେ, ମୋତେ ହତୋତ୍ସାହ କର ନାହିଁ।
117 ମୋର ସହାୟ ହୁଅ, ସଦାପ୍ରଭୁ, ମୁଁ ସୁରକ୍ଷିତ ହେବି।
ମୁଁ ସର୍ବଦା ତୁମ୍ଭର ନିୟମ ମାନିବି।
118 ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରେଇ ଯାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ।
କାରଣ ସେମାନେ ମିଥ୍ୟାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ୱସ୍ତ ନୁହନ୍ତି।
119 ହେ ସଦାପ୍ରଭୁ, ପୃଥିବୀର ଦୁଷ୍ଟଗଣଙ୍କୁ ତୁମ୍ଭେ ଆବର୍ଜ୍ଜନା ପରି ଫିଙ୍ଗିଦିଅ।
ଯେପରି ମୁଁ ତୁମ୍ଭର ନିୟମକୁ ସ୍ନେହ କରିବି।
120 ତୁମ୍ଭ ପ୍ରତି ଭୟ ଯୋଗୁଁ ମୁଁ ଥରେ।
ମୁଁ ତୁମ୍ଭର ବ୍ୟବସ୍ଥାକୁ ଭୟ କରେ ଓ ସମ୍ମାନ କରେ।
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।
81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ଗୀତ ଆରମ୍ଭ କର
ଓ ଦାରା ବଜାଅ,
ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
3 ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
4 କାରଣ ଏହା ଇସ୍ରାଏଲ ପାଇଁ ନିୟମ।
ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
6 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
7 ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।”
8 “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
9 ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
ଆମ୍ଭେ ଖୁଆଇ ଦେବା।
11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”
ଆସଫର ଗୀତ।
82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
2 ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”
3 “ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
4 ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।
5 “ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
6 ମୁଁ (ପରମେଶ୍ୱର) କହିଲି,
“ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
7 ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”
8 ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
ସମସ୍ତ ଜାତିଗଣ ତୁମ୍ଭର ଅଟେ।
16 ଯୋଷେଫଙ୍କ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ୟ ଜାଣି ପାରିଲେ। ଏଥିରେ ଫାରୋ ଓ ତାଙ୍କର ଦାସ ସମୂହ ଆନନ୍ଦିତ ହେଲେ। 17 ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ଭାଇମାନଙ୍କୁ କୁହ ତାଙ୍କର ପଶୁମାନଙ୍କୁ ଖାଦ୍ୟ ଶସ୍ୟରେ ଲଦି ଦିଅନ୍ତୁ ଏବଂ କିଣାନ ଦେଶକୁ ଗ୍ଭଲିଯାଆନ୍ତୁ। 18 ତାଙ୍କୁ କୁହ, ତୁମ୍ଭର ପିତା ଏବଂ ତାଙ୍କର ପରିବାର ଧରି ଏଠାକୁ ଆସନ୍ତୁ। ମୁଁ ସେମାନଙ୍କୁ ମିଶରର ସବୁଠାରୁ ଉତ୍ତମ ଭୂମି ଦେବି ଏବଂ ସେମାନେ ଏଠାରେ ଥିବା ପର୍ଯ୍ୟନ୍ତ ଆମ୍ଭର ଖାଦ୍ୟ ଖାଇବେ।” 19 ଏହା ପରେ ଫାରୋ କହିଲେ, “ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ୱାରା ସେମାନଙ୍କର ଭୂମିକୁ ଯାତ୍ରା କରନ୍ତୁ ଏବଂ ସେମାନଙ୍କର ପିତା, ସେମାନଙ୍କର ସ୍ତ୍ରୀମାନଙ୍କୁ ଏବଂ ସେମାନଙ୍କର ପିଲାମାନଙ୍କୁ ଆଣନ୍ତୁ। 20 ସମସ୍ତ ମିଶର ଦେଶର ଉତ୍ତମ ଦ୍ରବ୍ୟ ତୁମ୍ଭମାନଙ୍କର ଅଟେ। ତୁମ୍ଭର ସମ୍ପତ୍ତିକୁ ତୁମ୍ଭର ଜନ୍ମଭୂମିରେ ପରିତ୍ୟାଗ କରିବା ବିଷୟରେ ଦୁଃଖ କର ନାହିଁ।”
21 ତେଣୁ ଇସ୍ରାଏଲଙ୍କ ପୁତ୍ରମାନେ ସେହିପରି କଲେ। ଫାରୋ କହିବା ଅନୁସାରେ ଯୋଷେଫ ସେମାନଙ୍କୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ଯାତ୍ରା ପାଇଁ ଆବଶ୍ୟକ ଦ୍ରବ୍ୟମାନ ମଧ୍ୟ ଦେଲେ। 22 ଯୋଷେଫ ତାଙ୍କର ପ୍ରତ୍ୟେକ ଭାଇମାନଙ୍କୁ ଗୋଟିଏ ଯୋଡ଼ା ଉତ୍ତମ ବସ୍ତ୍ର ଦେଲେ। ମାତ୍ର ବିନ୍ୟାମୀନକୁ 300 ରୌପ୍ୟ ମୁଦ୍ରା ଓ ପାଞ୍ଚ ଯୋଡ଼ା ସୁକ୍ଷ୍ମ ବସ୍ତ୍ର ଦେଲେ। 23 ପୁଣି ଯୋଷେଫ ତାଙ୍କର ପିତାଙ୍କ ନିମନ୍ତେ ମିଶର ଦେଶର ଉତ୍ତମ ଦ୍ରବ୍ୟରେ ନଦା ଦଶ ଗଧ ଓ ପିତାଙ୍କ ପାଥେୟ ନିମନ୍ତେ ଶସ୍ୟ ଓ ରୋଟୀ ଆଦି ଭକ୍ଷ୍ୟ ଦ୍ରବ୍ୟରେ ନଦା ଦଶ ଗର୍ଦ୍ଦଭୀ ପାଠାଇଲେ। 24 ଏହା ପରେ ଯୋଷେଫ ତାଙ୍କର ଭାଇମାନଙ୍କୁ କହିଲେ, ସେମାନଙ୍କର ଘର ରାସ୍ତାରେ ଯିବାକୁ ଏବଂ ସେମାନଙ୍କୁ ସାବଧାନ କରାଇ କହିଲେ, “ସିଧା ଘରକୁ ଯାଅ। ବାଟରେ ଝଗଡ଼ା କର ନାହିଁ।”
25 ଏହିପରି ଭାବରେ ଯୋଷେଫଙ୍କର ଭାଇମାନେ ମିଶର ଛାଡ଼ି କିଣାନ ଦେଶକୁ ଗଲେ। ତା’ପରେ ସେମାନେ ସେମାନଙ୍କର ପିତା ଯାକୁବଙ୍କ ଆଗକୁ ଆସିଲେ। 26 ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।”
ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ। 27 ତା’ପରେ ଯୋଷେଫଙ୍କ ସମସ୍ତ କଥା ସେମାନେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟମାନ ଦେଖିଲେ। ଏହା ପରେ ଯାକୁବ ଅତ୍ୟନ୍ତ ଆନନ୍ଦିତ ହେଲେ। 28 ଯାକୁବ କହିଲେ, “ଏହା ଯଥେଷ୍ଟ! ଆଉ ତୁମ୍ଭର ଅଧିକ କିଛି କହିବା ଦରକାର ନାହିଁ। ମୋର ପୁତ୍ର ଯୋଷେଫ ଏବେବି ଜୀବିତ। ମୁଁ ମଲା ପୂର୍ବରୁ ତାକୁ ଦେଖିବାକୁ ଯିବି।”
ମୂର୍ତ୍ତିଠାରେ ଉତ୍ସର୍ଗ ହୋଇଥିବା ପ୍ରସାଦ
8 ଏବେ ମୁଁ ମୂର୍ତ୍ତିଗୁଡ଼ିକଠାରେ [a] ଉତ୍ସର୍ଗୀକୃତ ମାଂସ ବିଷୟରେ କହିବି। ଆମ୍ଭେ ଜାଣୁ “ଆମ୍ଭ ସମସ୍ତଙ୍କ ପାଖରେ ଜ୍ଞାନ ଅଛି।” କିନ୍ତୁ “ଜ୍ଞାନ” ତୁମ୍ଭମାନଙ୍କୁ ଅହଂକାରୀ କରିଦିଏ। 2 କିନ୍ତୁ ପ୍ରେମ ଅନ୍ୟମାନଙ୍କୁ ବଳିଷ୍ଠ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା’ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍। 3 କିନ୍ତୁ ଯିଏ ପରମେଶ୍ୱରଙ୍କୁ ପ୍ରେମ କରେ, ପରମେଶ୍ୱର ତାହାର ପରିଚୟ ନିଅନ୍ତି।
4 ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। 5 ଆକାଶ ବା ପୃଥିବୀରେ ଅନେକଗୁଡ଼ିଏ ତଥା-କଥିତ ଦେବତା ଥାଇ ପାରନ୍ତି (ଲୋକେ ଅନେକ ବସ୍ତୁକୁ “ଦେବଗଣ” ଓ “ପ୍ରଭୁଗଣ” ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ୱପୂର୍ଣ୍ଣ ନୁହେଁ।) 6 କିନ୍ତୁ ଆମ୍ଭ ପାଇଁ ଜଣେ ପରମେଶ୍ୱର ଅଛନ୍ତି। ସେ ଆମ୍ଭର ପରମପିତା। ସମସ୍ତ ବିଷୟ ତାହାଙ୍କଠାରୁ ଆସେ, ଓ ଆମ୍ଭେ ତାହାଙ୍କ ପାଇଁ ଜୀବିତ ଅଛୁ। ପ୍ରଭୁ କେବଳ ଜଣେ। ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରତ୍ୟେକ ବିଷୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ନିର୍ମିତ, ଓ ସେ ଆମ୍ଭମାନଙ୍କୁ ଜୀବନ ଦେଇଛନ୍ତି।
7 କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖରେ ନାହିଁ। କେତେକ ଲୋକ ପୂର୍ବ ଅଭ୍ୟାସ ଯୋଗୁଁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ୍ କି ନୁହେଁ, ଏ ସମ୍ବନ୍ଧରେ ସେମାନଙ୍କର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି। 8 ଖାଦ୍ୟ ଆମକୁ ପରମେଶ୍ୱରଙ୍କ ନିକଟବର୍ତ୍ତୀ କରାଏ ନାହିଁ। ଖାଦ୍ୟ ନ ଖାଇବା ଦ୍ୱାରା ପରମେଶ୍ୱରଙ୍କ ସହ ଆମର ସମ୍ପର୍କରେ କ୍ଷତି ହୁଏ ନାହିଁ, ଓ ଖାଇବା ଦ୍ୱାରା ଆମ୍ଭର କିଛି ଲାଭ ମଧ୍ୟ ହୁଏ ନାହିଁ।
9 କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ। 10 ତୁମ୍ଭମାନଙ୍କର ହିତାହିତ ଜ୍ଞାନ ଅଛି। ତେଣୁ ତୁମ୍ଭେ ଦେବ ମନ୍ଦିର ଭୋଜନ ଶାଳାରେ ବସି ଖାଇବା ପାଇଁ ଉଚିତ୍ ମନେ କରିପାର। କିନ୍ତୁ କୌଣସି ଦୁର୍ବଳ ବିଶ୍ୱାସୀ, ସେଠାରେ ତୁମ୍ଭମାନଙ୍କୁ ଦେଖି ମୂର୍ତ୍ତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ମାଂସ ଖାଇବାକୁ ସାହସ ପାଇବ। ସେ ଏପରି କରିବା ଭୁଲ୍ ଜାଣି ମଧ୍ୟ ଏହାକୁ ଖାଇବ। 11 ଅତଏବ ସେହି ଦୁର୍ବଳ ବିଶ୍ୱାସୀ ଯାହା ନିମନ୍ତେ ଯୀଶୁ ଖ୍ରୀଷ୍ଟ ପ୍ରାଣତ୍ୟାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାୟୀ ହେବ। 12 ତୁମ୍ଭେମାନେ ଖ୍ରୀଷ୍ଟିୟ ଭାଇ ଓ ଭଉଣୀମାନଙ୍କ ବିରୁଦ୍ଧରେ ପାପ କରୁଛ, ଓ ସେମାନେ ଭୁଲ୍ ବୋଲି ଅନୁଭବ କରୁଥିବା କାମଗୁଡ଼ିକ କରିବାକୁ ଉତ୍ସାହିତ କରି ସେମାନଙ୍କ ବିବେକକୁ ଆଘାତ ଦେଉଛ। ଏହା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ମଧ୍ୟ ପାପ କରୁଛ। 13 ଯଦି ମୋର ମାଂସ ଖାଇବା ଦ୍ୱାରା ମୋ’ ଭାଇ ପାପରେ ପଡ଼ିବ, ତା’ହେଲେ ମୁଁ ଭବିଷ୍ୟତରେ ଆଉ ମାଂସ ଖାଇବି ନାହିଁ। ଏପ୍ରକାରେ ମୁଁ ମୋ’ ଭାଇର ବିଘ୍ନର କାରଣ ହେବି ନାହିଁ।
13 ସେମାନେ ଲୋକଙ୍କ ଦେହରୁ ଅନେକ ଭୂତଙ୍କୁ ତଡ଼ିଦେଲେ। ସେମାନେ ଅନେକ ରୋଗୀଙ୍କୁ ତୈଳ ଲଗାଇ ସୁସ୍ଥ କରିଦେଲେ।
ହେରୋଦ ଭାବନ୍ତି ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ(A)
14 ରାଜା ହେରୋଦ ଯୀଶୁଙ୍କ ବିଷୟରେ ଶୁଣିଲେ। କାରଣ ବର୍ତ୍ତମାନ ଯୀଶୁଙ୍କ ଖ୍ୟାତି ଗ୍ଭରିଆଡ଼େ ବ୍ୟାପି ଯାଇଥିଲା। କେତେକ ଲୋକ କହୁଥିଲେ, “ଯୀଶୁ ହେଉଛନ୍ତି ବାପ୍ତିଜକ ଯୋହନ। ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି। ସେଥି ଯୋଗୁଁ ସେ ଆଶ୍ଚର୍ଯ୍ୟକାର୍ଯ୍ୟ କରି ପାରୁଛନ୍ତି।”
15 ଅନ୍ୟମାନେ କହୁଥିଲେ, “ସେ ହେଉଛନ୍ତି ଏଲିୟ।”
ଆଉ କେତେକ କହୁଥିଲେ, “ଯୀଶୁ ହେଉଛନ୍ତି ଭବିଷ୍ୟଦ୍ବକ୍ତା, ପ୍ରାଚୀନ କାଳର ଭବିଷ୍ୟଦ୍ବକ୍ତାଙ୍କ ଭଳି ସେ ମଧ୍ୟ ଜଣେ ଭବିଷ୍ୟଦ୍ବକ୍ତା।”
16 ହେରୋଦ ଯୀଶୁଙ୍କ ବିଷୟରେ ଏସବୁ ଶୁଣିଲେ। ସେ କହିଲେ, “ମୁଁ ଯୋହନଙ୍କ ମୁଣ୍ଡ କାଟ କରି ହତ୍ୟା କରିଛି। ବର୍ତ୍ତମାନ ଯୋହନ ମୃତ୍ୟୁରୁ ପୁଣି ବଞ୍ଚି ଉଠିଛନ୍ତି।”
ବାପ୍ତିଜକ ଯୋହନ କିପରି ହତ୍ୟା ହେଲେ
17 ନିଜେ ହେରୋଦ ଯୋହନଙ୍କୁ ବନ୍ଦୀ କରିବା ପାଇଁ ତାହାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଇଥିଲେ। ଯୋହନଙ୍କୁ କାରାଗାରରେ ରଖାଯାଇଥିଲା। ହେରୋଦ ତାହାଙ୍କ ସ୍ତ୍ରୀ ହେରୋଦିଆଙ୍କୁ ଖୁସୀ କରିବା ପାଇଁ ଏହା କରିଥିଲେ। ପ୍ରଥମେ ହେରୋଦିଆ ହେରୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ। ପରେ ହେରୋଦ ତାହାଙ୍କୁ ବିବାହ କରିଥିଲେ। 18 ଯୋହନ ହେରୋଦଙ୍କୁ କହିଥିଲେ, “ତୁମ୍ଭ ଭାଇଙ୍କ ସ୍ତ୍ରୀଙ୍କୁ ବିବାହ କରିବା ଠିକ୍ ନୁହେଁ।” 19 ତେଣୁ ହେରୋଦିଆ ଯୋହନଙ୍କୁ ଶତ୍ରୁ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ୟା କରିବାକୁ ଗ୍ଭହୁଁଥିଲେ। କିନ୍ତୁ ସେ ଏଥିପାଇଁ ହେରୋଦଙ୍କୁ ପ୍ରବର୍ତ୍ତାଇବାରେ ଅସଫଳ ହୋଇଥିଲେ। 20 ହେରୋଦ ଯୋହନଙ୍କୁ ମାରିବାକୁ ଭୟ କରୁଥିଲେ। ସେ ଜାଣି ଥିଲେ ଯେ ସମସ୍ତ ଲୋକ ଯୋହନଙ୍କୁ ଜଣେ ଭଲ ଓ ପବିତ୍ର ଲୋକ ଭାବୁଥିଲେ। ତେଣୁ ହେରୋଦ ଯୋହନଙ୍କୁ ରକ୍ଷା କରୁଥିଲେ। ଯୋହନଙ୍କ ଉପଦେଶ ଶୁଣିବାକୁ ହେରୋଦ ଖୁବ୍ ଭଲ ପାଉଥିଲେ। ତଥାପି ଯୋହନଙ୍କ ଉପଦେଶ ହେରୋଦଙ୍କୁ ସବୁବେଳେ ବିଚଳିତ କରୁଥିଲା।
21 କିଛି ଦିନ ପରେ ହେରୋଦଙ୍କ ଜନ୍ମ ଦିନରେ ଯୋହନଙ୍କ ମୃତ୍ୟୁ ଘଟାଇବା ପାଇଁ ହେରୋଦିଆକୁ ଗୋଟିଏ ସୁଯୋଗ ମିଳିଗଲା। ତାହାଙ୍କର ଉଚ୍ଚ ଅଧିକାରୀ, ସେନାପତିଗଣ ଏବଂ ଗାଲିଲୀର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ହେରୋଦ ରାତ୍ରି ସମୟରେ ଭୋଜି ଦେଉଥା’ନ୍ତି। 22 ହେରୋଦିଆଙ୍କ ଝିଅ ଭିତରକୁ ଆସି ନାଚିଲା। ତା’ ନାଚରେ ଅତିଥିଗଣ ଓ ନିଜେ ହେରୋଦ ବହୁତ ଖୁସୀ ହେଲେ।
ହେରୋଦ ଝିଅକୁ କହିଲେ, “ତୋର ଯାହା ଦରକାର ମୋତେ ମାଗ। ମୁଁ ତୋତେ ତାହା ଦେବି।” 23 ହେରୋଦ ଶପଥ ପୂର୍ବକ ମଧ୍ୟ କହିଲେ, “ତୁ ଯାହା ମାଗିବୁ ମୁଁ ତୋତେ ତାହା ଦେବି। ଏପରିକି ମୁଁ ମୋ’ ରାଜ୍ୟର ଅଧା ଭାଗ ତୋତେ ଦେଇପାରେ।”
24 ଝିଅଟି ତା’ ମା ପାଖକୁ ଯାଇ ପଗ୍ଭରିଲା, “ରାଜା ହେରୋଦଙ୍କୁ ମୁଁ କ’ଣ ମାଗିବି?”
ତା’ ମା କହିଲେ, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ମାଗ।”
25 ଝିଅଟି ଅତି ଶୀଘ୍ର ରାଜାଙ୍କ ପାଖକୁ ଗ୍ଭଲିଗଲା। ସେ ରାଜାଙ୍କୁ କହିଲା, “ମୋତେ ବାପ୍ତିଜକ ଯୋହନଙ୍କ ମୁଣ୍ଡ ଗୋଟିଏ ଥାଳିରେ ରଖି ବର୍ତ୍ତମାନ ଦିଅ।”
26 ରାଜା ହେରୋଦ ବହୁତ ଦୁଃଖ କଲେ। କିନ୍ତୁ ସେ ଝିଅର ଇଚ୍ଛା ଅନୁସାରେ ଦାନ ଦେବାକୁ ଶପଥ କରି ସାରିଥିଲେ। ସେଠାରେ ହେରୋଦଙ୍କ ସହିତ ଖାଉଥିବା ଅତିଥିମାନେ ମଧ୍ୟ ହେରୋଦଙ୍କ ଶପଥ ବିଷୟରେ ଶୁଣି ସାରିଥିଲେ। ତେଣୁ ଝିଅ ଯାହା ମାଗିଥିଲା, ତାହା ଦେବା ପାଇଁ ହେରୋଦ ମନା କରିବାକୁ ଇଚ୍ଛା କଲେ ନାହିଁ। 27 ଏଣୁ ରାଜା ଯୋହନଙ୍କ ମୁଣ୍ଡ ନେଇ ଆସିବାକୁ ଆଜ୍ଞା ଦେଇ ତୁରନ୍ତ ଜଣେ ସୈନ୍ୟକୁ ପଠାଇଲେ। ସେ ଯାଇ କାରାଗାରରେ ଯୋହନଙ୍କ ମୁଣ୍ଡ କାଟିଦେଲା। 28 ଯୋହନଙ୍କ ସେହି ମୁଣ୍ଡ ସେ ଗୋଟିଏ ଥାଳିରେ ଆଣି ଝିଅକୁ ତାହା ଦେଲା। ସେ ଝିଅ ସେହି ମୁଣ୍ଡ ନେଇ ତା’ ମାକୁ ଦେଲା। 29 ଏହିସବୁ ଘଟଣା ଯୋହନଙ୍କ ଶିଷ୍ୟମାନେ ଶୁଣିଲେ। ସେମାନେ ଆସି ଯୋହନଙ୍କ ମୃତ ଶରୀରକୁ ନେଇ କବର ଦେଲେ।
2010 by World Bible Translation Center