Book of Common Prayer
ପ୍ରଧାନ ବାଦ୍ୟକର ପାଇଁ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।
55 ହେ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ମୋର କରୁଣା ପ୍ରାପ୍ତି କରୁଥିବା ପ୍ରାର୍ଥନାକୁ ଉପେକ୍ଷା କର ନାହିଁ।
2 ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ।
ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।
3 ମୋର ଶତ୍ରୁମାନେ ମୋତେ ଭୟଭୀତ କଲେ।
ସେହି ଦୁଷ୍ଟ ଲୋକମାନେ ମୋ’ ଉପରେ ପାଟି କଲେ।
ମୋର ଶତ୍ରୁମାନେ ମୋ’ ଉପରେ ବିରକ୍ତି ହୋଇ ଆକ୍ରମଣ କଲେ।
ସେମାନେ ମୋ’ ଉପରେ ବିଭିନ୍ନ ବିପଦ ଆଣିଲେ।
4 ମୋ’ ଅନ୍ତରରେ ମୋର ହୃଦୟ ଅତ୍ୟନ୍ତ ବିଦୀର୍ଣ୍ଣ ହେଉଅଛି।
ମୁଁ ମୃତ୍ୟୁକୁ ବହୁତ ଭୟ କରୁଛି।
5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି,
ଆଉ ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
6 ଆଃ, ଯେବେ କପୋତ ପରି ମୋର ପକ୍ଷ ଥା’ନ୍ତା
ତେବେ ମୁଁ ଉଡ଼ିଯାଆନ୍ତି ଓ ବିଶ୍ରାମ ପାଇଁ ସ୍ଥାନ ବାଛନ୍ତି।
7 ଦେଖ! ତେବେ ମୁଁ ଦୂରରୁ ଭ୍ରମଣ କରି ମରୁଭୂମି ମଧ୍ୟକୁ ପଳାନ୍ତି।
8 ମୁଁ ପ୍ରବଳ ବାୟୁ ଓ ତୋଫାନ ମଧ୍ୟରୁ ତରବର ହୋଇ
ଏକ ନିରାପଦ ସ୍ଥାନକୁ ପଲାୟନ କରନ୍ତି।
9 ହେ ମୋର ପ୍ରଭୁ, ସେମାନଙ୍କୁ ବିନାଶ କର।
ସେମାନଙ୍କର ବକ୍ତୃତାକୁ ପଣ୍ଡ କର।
ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଛି।
10 ନଗରରେ ଦିନରାତି, ପ୍ରତ୍ୟେକ ପଡ଼ୋଶୀମାନଙ୍କଠାରେ
ଦୋଷ ଓ ଅସଭ୍ୟତା ପୁରି ରହିଛି।
11 ଅପରାଧ ସବୁଠାରେ ପ୍ରଚଳିତ ଅଛି।
ଅରାଜକତା ଓ ପ୍ରତାରଣା ସର୍ବସାଧାରଣ ସ୍ଥାନ କେବେ ଛାଡ଼ି ନାହିଁ।
12 ଯଦି କୌଣସି ଶତ୍ରୁ ମୋତେ ତିରସ୍କାର କଲା,
ମୁଁ ସହନ୍ତି।
ଯଦି ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଆକ୍ରମଣ କରନ୍ତି,
ମୁଁ ତାଙ୍କଠାରୁ ନିଜକୁ ଲୁଗ୍ଭନ୍ତି।
13 କିନ୍ତୁ ତୁମ୍ଭେ ମୋର ସହଯୋଗୀ,
ସହପାଠୀ ଓ ସାଙ୍ଗ, ଯିଏ ଏହା କରନ୍ତି।
14 ଆମ୍ଭେମାନେ ଏକତ୍ର ଗୁପ୍ତ ମନ୍ତ୍ରଣା କଲୁ।
ଆମ୍ଭେମାନେ ଲୋକମାନଙ୍କ ସଙ୍ଗେ ପରମେଶ୍ୱରଙ୍କ ମନ୍ଦିରକୁ ଗଲୁ।
15 ମୁଁ ଇଚ୍ଛା କରେ ଯେ, ମୃତ୍ୟୁ ମୋର ଶତ୍ରୁଗଣଙ୍କୁ ହଠାତ୍ ଆକ୍ରମଣ କରୁ,
ମୁଁ ଇଚ୍ଛାକରେ ପୃଥିବୀ ଖୋଲି ହୋଇଯାଉ ଓ ସେମାନଙ୍କୁ ଜିଅନ୍ତା ଗ୍ରାସ କରି ଗମନ କରନ୍ତୁ।
କାରଣ ସେମାନଙ୍କର ବାସସ୍ଥାନରେ ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
16 ମୁଁ ପରମେଶ୍ୱରଙ୍କଠାରେ ସାହାଯ୍ୟ ପାଇଁ ପ୍ରାର୍ଥନା କରିବି।
ଏବଂ ସଦାପ୍ରଭୁ ମୋତେ ରକ୍ଷା କରିବେ।
17 ମୁଁ ସନ୍ଧ୍ୟା, ସକାଳେ ଓ ମଧ୍ୟାହ୍ନରେ ପରମେଶ୍ୱରଙ୍କୁ କଥା କୁହେ।
ମୁଁ ତାଙ୍କୁ କୁହେ, ମୋତେ କ’ଣ ବ୍ୟସ୍ତ କରୁଅଛି ଏବଂ ସେ ମୋର କଥା ଶୁଣନ୍ତି!
18 ସେ ଯୁଦ୍ଧରେ ମୋର ଜୀବନ ରକ୍ଷା କରିଛନ୍ତି,
ଯେତେବେଳେ ବହୁତ ଲୋକ ମୋ’ ବିରୁଦ୍ଧରେ ଥିଲେ।
19 ପରମେଶ୍ୱର, ଯିଏ ଦୀର୍ଘଦିନ ଧରି ରାଜତ୍ୱ କରିଛନ୍ତି,
ମୋ’ କଥା ଶୁଣିବେ ଓ ସେମାନଙ୍କୁ ଦଣ୍ଡିତ କରିବେ।
20 ମୋର ଶତ୍ରୁମାନେ ସେମାନଙ୍କର ଜୀବନ ଧାରଣର ପଥ ବଦଳାଇବେ ନାହିଁ।
ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ କି ସମ୍ମାନ ଦିଅନ୍ତି ନାହିଁ।
21 ମୋର ଶତ୍ରୁ ତା’ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା’ର ପ୍ରତିଜ୍ଞା ଭଙ୍ଗ କରେ।
ତା’ର କଥାଗୁଡ଼ିକ ଲବଣୀ ତୁଲ୍ୟ ଚିକ୍କଣ।
କିନ୍ତୁ ତା ହୃଦୟରେ ଘୃଣା ଅଛି।
ତା’ର କଥାଗୁଡ଼ିକ ତେଲ ସଦୃଶ ପିଛିଳ, କିନ୍ତୁ ସେଗୁଡ଼ିକ ଧାରୁଆ ଖଡ଼୍ଗ ତୁଲ୍ୟ କାଟନ୍ତି।
22 ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦେଇଦିଅ,
ତହିଁରେ ସେ ତୁମ୍ଭର ଯତ୍ନ ନେବେ।
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହେବାକୁ ଦେବେ ନାହିଁ।
23 ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ୱର ସେହି ମିଥ୍ୟାବାଦୀମାନଙ୍କୁ
ଓ ହତ୍ୟାକାରୀମାନଙ୍କୁ ସେମାନଙ୍କର ଜୀବନର ଅଧା ମଧ୍ୟ ଶେଷ ନ ହୋଇଥିବା ପୂର୍ବରୁ କବରକୁ ପଠେଇ ଦିଅନ୍ତି!
ମୋର ଚୁକ୍ତିର ଅଂଶ ରୂପେ ମୁଁ ମୋର ବିଶ୍ୱାସ ତୁମ୍ଭଠାରେ କରିବି।
ଦାଉଦଙ୍କର ଗୀତ
138 ହେ ପରମେଶ୍ୱର, ମୁଁ ମୋର ହୃଦୟ ସହିତ ତୁମ୍ଭର ପ୍ରଶଂସା ଗାନ କରିବି।
ସମସ୍ତ ଦେବତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
2 ହେ ପରମେଶ୍ୱର, ମୁଁ ତୁମ୍ଭର ପବିତ୍ର ମନ୍ଦିର ପ୍ରତି ପ୍ରଣାମ ଦଣ୍ଡବତ କରିବି।
ମୁଁ ତୁମ୍ଭର ନାମ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଏବଂ ତୁମ୍ଭର ସତ୍ୟତାକୁ ପ୍ରଶଂସା କରିବି।
ତୁମ୍ଭେ ପ୍ରସିଦ୍ଧ ଅଟ
ଏବଂ ଯାହା ତୁମ୍ଭେ କରିବା ପାଇଁ ପ୍ରତିଜ୍ଞା କର ତାହା ଏପରିକି ମଧ୍ୟ ତୁମ୍ଭକୁ ଅଧିକ ପ୍ରସିଦ୍ଧ କରିବ।
3 ହେ ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକିଲି।
ତୁମ୍ଭେ ମୋତେ ଉତ୍ତର ଦେଲ! ତୁମ୍ଭେ ମୋତେ ସାହସୀ ଏବଂ ଶକ୍ତ କଲ।
4 ସଦାପ୍ରଭୁ, ପୃଥିବୀର ସମସ୍ତ ରାଜା ତୁମ୍ଭକୁ ପ୍ରଶଂସା କରିବେ,
ଯେତେବେଳେ ସେମାନେ ତୁମ୍ଭର ପ୍ରତିଜ୍ଞାଗୁଡ଼ିକୁ ଶୁଣିବେ।
5 ସେମାନେ ସଦାପ୍ରଭୁଙ୍କର ପଥ ବିଷୟରେ ଗାନ କରିବେ,
କାରଣ ସଦାପ୍ରଭୁଙ୍କର ମହିମା ହେଉଛି ମହାନ।
6 ସଦାପ୍ରଭୁ ସମସ୍ତଙ୍କ ଉପରେ ମୁଖ୍ୟ ଅଟନ୍ତି।
କିନ୍ତୁ ଏପର୍ଯ୍ୟନ୍ତ ନମ୍ର ଲୋକମାନଙ୍କର ଯତ୍ନ ନିଅନ୍ତି।
କିନ୍ତୁ ଏପରିକି ବହୁ ଦୂରରୁ, ସେ ଜାଣନ୍ତି
ଗର୍ବୀ ଲୋକମାନେ କ’ଣ କରୁଛନ୍ତି।
7 ହେ ସଦାପ୍ରଭୁ, ଯଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମୋତେ ଜୀବିତ ରଖ।
ଯଦି ମୋର ଶତ୍ରୁଗଣ ତେବେ ମୋ’ ଉପରେ କ୍ରୋଧ କରନ୍ତି, ତୁମ୍ଭେ ସେମାନଙ୍କଠାରୁ ମୋତେ ବଞ୍ଚାଅ।
8 ସଦାପ୍ରଭୁ, ତୁମ୍ଭେ ପ୍ରତିଜ୍ଞା କରିଥିବା ଜିନିଷ ମୋତେ ଦିଅ।
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାୟୀ।
ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କୁ ସୃଷ୍ଟି କଲ।
ତେଣୁ ଆମ୍ଭକୁ ପରିତ୍ୟାଗ କର ନାହିଁ।
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
ମୁଁ କ’ଣ କହିବାକୁ ଯାଉଛି।
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
ମୁଁ ତାକୁ ବୁଝିପାରେ ନାହିଁ।
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ।
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।
19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର।
ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ।
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି।
ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି।
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ।
ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ।
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ।
ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି।
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼।
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ।
ଫାରୋଙ୍କର ସ୍ୱପ୍ନ
41 ଦୁଇ ବର୍ଷ ପରେ ଫାରୋ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ, ସେ ନୀଳ ନଦୀ କୂଳରେ ଛିଡ଼ା ହୋଇଛନ୍ତି। 2 ସେହି ସ୍ୱପ୍ନରେ ସାତୋଟି ଗାଈ ନଦୀ ମଧ୍ୟରୁ ବାହାରିଲେ ଏବଂ ସେଠାରେ ଘାସ ଚରିଲେ। ସେମାନେ ଦେଖିବାକୁ ହୃଷ୍ଟପୁଷ୍ଟ ଓ ସୁନ୍ଦର ଥିଲେ। 3 ପୁଣି ସାତୋଟି ଦୁର୍ବଳ, ରୁଗ୍ଣ ଦେଖାଯାଉଥିବା ଗାଈ ନଦୀ ମଧ୍ୟରୁ ବାହାରିଲେ। ଏବଂ ନଦୀ କୂଳରେ ସେହି ସ୍ୱାସ୍ଥ୍ୟବାନ ଗାଈମାନଙ୍କ ପାଖରେ ଛିଡ଼ା ହେଲେ। କିନ୍ତୁ ସେହି ଗାଈଗୁଡ଼ିକ ଦୁର୍ବଳ ଓ ରୋଗୀଣା ଥିଲେ। 4 ସେହି ସାତୋଟି ଦୁର୍ବଳ ଓ ରୁଗ୍ଣ ଦେଖାଯାଉଥିବା ଗାଈଗୁଡ଼ିକ ସେହି ସାତୋଟି ସ୍ୱାସ୍ଥ୍ୟବାନ ଗାଈକୁ ଖାଇଗଲେ। ସେତେବେଳେ ଫାରୋ ନିଦରୁ ଉଠି ପଡ଼ିଲେ।
5 ଫାରୋ ପୁନରାୟ ଶୟନ କଲେ ଓ ପୁନରାୟ ସ୍ୱପ୍ନ ଦେଖିଲେ। ଗୋଟିଏ ଶଣ୍ଢାରେ ସାତୋଟି ପରିପୁଷ୍ଟ ଓ ଉତ୍ତମ ଶୀଷା ବାହାରିଲା। 6 ସେମାନଙ୍କ ପରେ, ସାତ ଧାନର ମୁଣ୍ଡ ବାହାରି ଆସିଲା। କିନ୍ତୁ ଏହା କ୍ଷୀଣ ଥିଲା ଏବଂ ପୂର୍ବ ବାୟୁରେ ଶୁଖିଗଲା ପରି ଦେଖା ଯାଉଥିଲା। 7 ପୁଣି ସେହି ସାତୋଟି ପରିପୁଷ୍ଟ ଶୀଷାକୁ ଏହି ସାତୋଟି କ୍ଷୀଣ ଶୀଷା ଗିଳି ପକାଇଲେ। ଏହି ସମୟରେ ଫାରୋଙ୍କର ନିଦ୍ରା ଭଙ୍ଗ ହୁଅନ୍ତେ ସ୍ୱପ୍ନମାତ୍ର ଜ୍ଞାନ ହେଲା। 8 ଏହା ପରେ ପ୍ରଭାତରେ ତାଙ୍କର ମନ ଉଦ୍ବିଗ୍ନ ହେଲା। ତେଣୁ ସେ ଲୋକ ପଠାଇ ମିଶର ଦେଶୀୟ ପ୍ରତ୍ୟେକ ମନ୍ତ୍ରଜ୍ଞ ଓ ଜ୍ଞାନୀ ଲୋକମାନଙ୍କୁ ଡକାଇଲେ। ମାତ୍ର ଫାରୋ ସେମାନଙ୍କ ନିକଟରେ ଆପଣା ସ୍ୱପ୍ନର କଥା କୁହନ୍ତେ ସେମାନଙ୍କ ମଧ୍ୟରୁ କେହି ତା’ର ଅର୍ଥ କହି ପାରିଲେ ନାହିଁ।
ଦାସଜଣକ ଫାରୋଙ୍କୁ ଯୋଷେଫଙ୍କ ବିଷୟରେ କହିଲେ
9 ସେତେବେଳେ ମୂଖ୍ୟ ପାନପାତ୍ରବାହକ ଫାରୋଙ୍କୁ ନିବେଦନ କଲା। ସେ କହିଲା, “ମୁଁ ଆଜି ସ୍ମରଣ କରୁଛି ଏକ ଅପରାଧ ମୁଁ କରିଥିଲି।” 10 ଆପଣ ମୋ’ ପ୍ରତି କ୍ରୋଧିତ ହୋଇ ଏବଂ ପ୍ରଧାନ ସୂପକାର ଓ ଆମ୍ଭମାନଙ୍କୁ କାରାବାସ କରିଥିଲେ। 11 ଏହା ପରେ ସେହି ରାତ୍ରିରେ ଆମ୍ଭେମାନେ ପ୍ରତ୍ୟେକେ ଏକ ଏକ ସ୍ୱପ୍ନ ଦେଖିଲୁ ଏବଂ ଦୁହିଁଙ୍କ ସ୍ୱପ୍ନର ଅର୍ଥ ଥିଲା। 12 ସେଠାରେ ଜଣେ ଏବ୍ରୀୟ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳାରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ୟାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ୱପ୍ନ ବିଷୟରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ୱପ୍ନର ଅର୍ଥ ବୁଝାଇ ଦେଲେ। 13 ସେ ଆମ୍ଭମାନଙ୍କୁ ଯାହାସବୁ କହିଥିଲେ ତାହା ସତ୍ୟ ହେଲା। ସେ କହିଥିଲେ ମୁଁ ମୁକ୍ତ ହେବି ଏବଂ ମୋର କର୍ମରେ ନିଯୁକ୍ତ ହେବି। ଠିକ୍ ସେହିପରି ହେଲା। ସେ କହିଥିଲେ ସୂପକାର ମରିବ। ସେ ମଧ୍ୟ ମଲା।”
ଖ୍ରୀଷ୍ଟଙ୍କର ପ୍ରେରିତଗଣ
4 ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି। 2 ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍। 3 ତୁମ୍ଭେମାନେ ଯଦି ମୋର ବିଗ୍ଭର କର କିଅବା କୌଣସି ଅଦାଲତ, ଯଦି ମୋର ବିଗ୍ଭର କରେ, ତେବେ ମୁଁ ତାହାକୁ ଆଦୌ ଖାତିରି କରେ ନାହିଁ। ଏପରି କି ମୋ’ ନିଜର ବିଗ୍ଭର ମଧ୍ୟ ମୁଁ କରେ ନାହିଁ। 4 ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି। 5 ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।
6 ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା’ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।” 7 କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା’ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।
କେତେକ ଯିହୂଦୀ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କୁ ସମାଲୋଚନା କଲେ(A)
23 ବିଶ୍ରାମ ଦିବସରେ ଯୀଶୁ ଶସ୍ୟ-କ୍ଷେତ୍ର ଦେଇ ଯାଉଥିଲେ। ତାହାଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଯାଉଥିଲେ। ଯାଉ ଯାଉ ତାହାଙ୍କ ଶିଷ୍ୟମାନେ ଖାଇବା ପାଇଁ ଶସ୍ୟକ୍ଷେତ୍ରରୁ ଶସ୍ୟ-କେଣ୍ଡା ଛିଣ୍ତେଇଲେ। 24 ଫାରୂଶୀମାନେ ତାହା ଦେଖି ଯୀଶୁଙ୍କୁ କହିଲେ, “ତୁମ୍ଭ ଶିଷ୍ୟମାନେ ଏଭଳି କାହିଁକି କରୁଛନ୍ତି? ବିଶ୍ରାମ ଦିବସରେ ଏଭଳି କାମ ଯିହୂଦୀ ନିୟମର ବିରୁଦ୍ଧାଚରଣ ଅଟେ।”
25 ଯୀଶୁ କହିଲେ, “ତୁମ୍ଭେମାନେ ଦାଉଦଙ୍କ ବିଷୟରେ ପଢ଼ିଛ ଯେ, ସେ ଓ ତାହାଙ୍କ ସହିତ ଥିବା ଲୋକେ ଭୋକରେ ଥିଲାବେଳେ ଓ ଆହାରର ଆବଶ୍ୟକ ଥିଲାବେଳେ କ’ଣ କରିଥିଲେ? 26 ତୁମ୍ଭେମାନେ କ’ଣ ପଢ଼ି ନାହଁ ଯେ, ଅବିୟାଥର ମହାଯାଜକ ଥିବା ସମୟରେ ଦାଉଦ ପରମେଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ପରମେଶ୍ୱରଙ୍କୁ ଅର୍ପଣ କରାଯାଇଥିବା ଖାଦ୍ୟ ଖାଇଥିଲେ? ମୋଶାଙ୍କ ନିୟମ ଅନୁସାରେ ଯାଜକମାନେ କେବଳ ସେହି ଖାଦ୍ୟ ଖାଇ ପାରିବେ। ତାହାଙ୍କ ବ୍ୟତୀତ ଆଉ କାହାରିକୁ ସେହି ଖାଦ୍ୟ ଖାଇବାର ଅଧିକାର ନାହିଁ। କିନ୍ତୁ ଦାଉଦ ସେ ଖାଦ୍ୟରୁ କିଛି ମଧ୍ୟ ତାହାଙ୍କ ସହିତ ଥିବା ଲୋକମାନଙ୍କୁ ଖାଇବାକୁ ଦେଇଥିଲେ।”
27 ତା’ପରେ ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବିଶ୍ରାମ ଦିବସ ସୃଷ୍ଟି ହୋଇଛି। ବିଶ୍ରାମ ଦିବସ ଦ୍ୱାରା ପରିଗ୍ଭଳିତ ହେବା ପାଇଁ ମନୁଷ୍ୟ ସୃଷ୍ଟି ହୋଇ ନାହିଁ। 28 ଏଣୁ ମନୁଷ୍ୟପୁତ୍ର ପ୍ରତ୍ୟେକ ଦିନର ମାଲିକ, ଏପରିକି ବିଶ୍ରାମ ଦିନର ମଧ୍ୟ।”
ଯୀଶୁ ଜଣେ ଖଞ୍ଜ ଲୋକର ହାତ ସୁସ୍ଥ କଲେ(B)
3 ଆଉ ଥରେ ଯୀଶୁ ଯିହୂଦୀମାନଙ୍କ ସମାଜଗୃହକୁ ଯାଇଥିଲେ। ସେଠାରେ ଜଣେ ଖଞ୍ଜ ଲୋକ ଥିଲା। 2 ସେଠାରେ କେତେକ ଲୋକ ଜଗି ରହିଥିଲେ ଯେ, ଯଦି ଯୀଶୁ ସେ ଲୋକଟିକୁ ବିଶ୍ରାମ ଦିବସରେ ସୁସ୍ଥ କରିଦେବେ, ତେବେ ସେମାନେ ଯୀଶୁଙ୍କ ଦୋଷାରୋପ କରିବାକୁ ସୁଯୋଗ ପାଇବେ। 3 ଯୀଶୁ ସେଠାରେ ଥିବା ଖଞ୍ଜ ଲୋକଟିକୁ ଆଦେଶ ଦେଲେ, “ଏଠାରେ ଠିଆ ହୁଅ ଯେପରି ତୁମ୍ଭକୁ ସମସ୍ତେ ଦେଖି ପାରିବେ।”
4 ତା’ପରେ ଯୀଶୁ ଲୋକମାନଙ୍କୁ ପଗ୍ଭରିଲେ, “ବିଶ୍ରାମ ଦିବସରେ କେଉଁ କାମ କରିବା ଠିକ୍? ଭଲ କାମ ନା ମନ୍ଦ କାମ? ଜଣକର ଜୀବନ ରକ୍ଷା କରିବା ଠିକ୍ ନା ଜୀବନ ନଷ୍ଟ କରିବା ଠିକ୍?” କିନ୍ତୁ ସେମାନେ ନୀରବ ରହିଲେ।
5 ତା’ପରେ ଯୀଶୁ ଲୋକମାନଙ୍କ ଆଡ଼କୁ ରାଗରେ ଗ୍ଭହିଁଲେ, କିନ୍ତୁ ସେମାନଙ୍କ ହୃଦୟର କଠିନତା ଲକ୍ଷ୍ୟ କରି ବହୁତ ଦୁଃଖୀ ହେଲେ। ଯୀଶୁ ସେହି ଲୋକଟିକୁ କହିଲେ, “ତୁମ୍ଭ ହାତ ମୋତେ ଦେଖାଅ।” ଲୋକଟି ଯୀଶୁଙ୍କ ଆଡ଼କୁ ହାତଟି ବଢ଼ାଇ ଦେଲା ଓ 6 ତା’ ହାତ ଭଲ ହୋଇଗଲା। ତା’ପରେ ଫାରୂଶୀମାନେ ସେଠାରୁ ଗ୍ଭଲି ଗଲେ ଓ ହେରୋଦୀୟମାନଙ୍କ ସହିତ ମିଶି ଯୀଶୁଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ।
2010 by World Bible Translation Center