Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 131-135

ଏକ ଆରୋହଣ ସଙ୍ଗୀତ।

131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
    ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
    ଆଗ୍ରହୀ ହୋଇ ନାହିଁ।
ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
    ଏକ ଶିଶୁ ତା'ର ମା କୋଳରେ ଥିବାପରି
    ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।

ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
    ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।

ଆରୋହଣ ଗୀତ।

132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
    ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
“ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
    ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
ମୁଁ ଶୟନ କରିବି ନାହିଁ।
    ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
ମୁଁ ମୋର ଗୃହକୁ ଯିବି ନାହିଁ
    ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”

ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
    ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
    ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
    ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
    ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
    ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
    “ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
    ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”

13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
    ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
    ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
    ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
    ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
    ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
    କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
    ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
    ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
    ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।

ଆରୋହଣ ଗୀତ।

134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
    ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
    ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
    ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।

135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
    ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
    ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
    ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।

ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
    ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
    ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
    ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
    ସେ ବର୍ଷା ସହିତ ବିଜୁଳି କରାନ୍ତି।
    ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅ‌ଦ୍‌ଭୂତ କାର୍ଯ୍ୟମାନ କଲେ।
    ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
    ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
    ଓ ବାଶନର ରାଜା ଓ‌ଗ୍‌କୁ
    ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
    ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।

13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
    ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
    ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
    ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
    ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
    ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
    ସେମାନେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
    ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
    ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 19:1-23

ଯୋୟାବ ଦାଉଦଙ୍କୁ ଗାଳି ଦେଲେ

19 ଲୋକମାନେ ଯୋୟାବକୁ ଏ ଖବର ଜଣାଇଲେ। ସେମାନେ ଯୋୟାବକୁ କହିଲେ, “ଦେଖନ୍ତୁ ରାଜା ଅବଶାଲୋମ ପାଇଁ କ୍ରନ୍ଦନ କରୁଛନ୍ତି ଓ ଶୋକ ମଧ୍ୟ କରୁଛନ୍ତି।” ଦାଉଦଙ୍କର ସୈନ୍ୟଦଳ ସେଦିନ ଯୁଦ୍ଧରେ ଜୟଲାଭ କଲେ। କିନ୍ତୁ ଜୟଲାଭ କରିବାର ଆନନ୍ଦ ସମସ୍ତ ଲୋକମାନଙ୍କ ପାଇଁ ଦୁଃଖରେ ପରିଣତ ହେଲା। ଏହା ଥିଲା ଏକ ଦୁଃଖର ଦିନ, କାରଣ ଲୋକମାନେ ଶୁଣିବାକୁ ପାଇଲେ ଯେ, “ରାଜା ତାଙ୍କର ନିଜ ପୁତ୍ର ପାଇଁ ଅତ୍ୟନ୍ତ ଦୁଃଖିତ।”

ସୈନ୍ୟମାନେ ନଗରକୁ ପ୍ରବେଶ କରୁଥିଲେ, ଯେପରି ସେମାନଙ୍କର ପରାସ୍ତ ସୈନିକମାନେ ଲଜ୍ଜା ବସତଃ ନଗରରେ ପ୍ରବେଶ କରନ୍ତି। ରାଜା ତାଙ୍କର ମୁହଁକୁ ଢାଙ୍କି ଉଚ୍ଚସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ, “ହେ ମୋର ପୁତ୍ର ଅବଶାଲୋମ, ହେ ମୋର ପୁତ୍ର ଅବଶାଲୋମ।”

ଯୋୟାବ ରାଜ ଗୃହରେ ପ୍ରବେଶ କରି ରାଜାଙ୍କୁ କହିଲେ, “ଆପଣ ଆଜି ଆପଣଙ୍କର ପଦସ୍ଥ କର୍ମଗ୍ଭରୀମାନଙ୍କୁ ଲଜ୍ଜିତ କରିଛନ୍ତି। ଆପଣ ସେଇ ପଦସ୍ଥ କର୍ମଗ୍ଭରୀମାନଙ୍କୁ ଅପମାନିତ କରିଛନ୍ତି, ଯେଉଁମାନେ ଆଜି ଆପଣଙ୍କର ପୁତ୍ର, କନ୍ୟା, ସ୍ତ୍ରୀ ଓ ଆପଣଙ୍କର ଉପପତ୍ନୀମାନଙ୍କର ଜୀବନ ରକ୍ଷା କରିଛନ୍ତି। କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ଆପଣ ସେମାନଙ୍କୁ ପ୍ରେମ କରୁଛନ୍ତି। ଏବଂ ଆପଣ ସେମାନଙ୍କୁ ଘୃଣା କରନ୍ତି, ଯେଉଁମାନେ ଆପଣଙ୍କୁ ଭଲ ପାଆନ୍ତି। ଏବଂ ସେମାନଙ୍କୁ ଆପଣ ଭଲ ପାଆନ୍ତି, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି। ମୁଁ ଆଜି ଦେଖୁଛି, ଯେ ଯଦି ଆଜି ଆମ୍ଭେମାନେ ସମସ୍ତେ ମରିଥା’ନ୍ତୁ ଓ ଅବଶାଲୋମ ଜୀବିତ ଥା’ନ୍ତା ତେବେ ଆପଣ ଖୁସୀ ହୋଇଥା’ନ୍ତେ। ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।”

ଏହା ପରେ ରାଜା ଉଠି ନଗର ଦ୍ୱାରରେ ବସିଲେ, ଏ ଖବର ଗ୍ଭରିଆଡ଼େ ପ୍ରଗ୍ଭରିତ ହୋଇଗଲା ଯେ ରାଜା ନଗରଦ୍ୱାର ନିକଟରେ ବସିଛନ୍ତି। ତେଣୁ ସମସ୍ତ ଲୋକ ରାଜା ଦାଉଦଙ୍କୁ ଦେଖିବାକୁ ଆସିଲେ। ଏଥି ମଧ୍ୟରେ ସମସ୍ତ ଇସ୍ରାଏଲୀୟ, ଯେଉଁମାନେ ଅବଶାଲୋମକୁ ଅନୁସରଣ କରୁଥିଲେ, ନିଜ ନିଜ ତମ୍ବୁକୁ ପଳାୟନ କଲେ।

ଦାଉଦ ପୁଣି ଥରେ ରାଜା ହେଲେ

ବର୍ତ୍ତମାନ ଇସ୍ରାଏଲର ପରିବାରବର୍ଗର ସମସ୍ତ ଲୋକ ଯୁକ୍ତି କରିବାକୁ ଲାଗିଲେ ଏବଂ ସେମାନେ କହିଲେ, “ରାଜା ଦାଉଦ ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କଲେ, ଏବଂ ଅନ୍ୟ ଶତ୍ରୁମାନଙ୍କଠାରୁ ମଧ୍ୟ ଆମ୍ଭକୁ ସେ ରକ୍ଷା କଲେ। ଦାଉଦ ଅବଶାଲୋମ ଯୋଗୁଁ ରାଜ୍ୟ ଛାଡ଼ି ପଳାଇଛନ୍ତି। 10 ତେଣୁ ବର୍ତ୍ତମାନ ଅବଶାଲୋମକୁ ଆମ୍ଭେ ଯାହାକୁ ରାଜା କରିଥିଲୁ ସେ ବର୍ତ୍ତମାନ ମୃତ। ସେ ଯୁଦ୍ଧରେ ମୃତ୍ୟୁବରଣ କଲେ। ତେଣୁ ଆମ୍ଭେମାନେ ଦାଉଦଙ୍କୁ ଆଉଥରେ ଆମ୍ଭମାନଙ୍କର ରାଜା କରିବୁ।”

11 ରାଜା ଦାଉଦ ସାଦୋକ୍ ଓ ଅବିୟାଥରଙ୍କୁ ଯାଜକମାନଙ୍କ ନିକଟକୁ ଗୋଟିଏ ବାର୍ତ୍ତା ପଠାଇଲେ। ଦାଉଦ କହିଲେ, “ତୁମ୍ଭେମାନେ ଯାଅ ଓ ଯିହୁଦାର ପ୍ରାଚୀନବର୍ଗମାନଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସସମ୍ତ ଇସ୍ରାଏଲ କହନ୍ତି। ତାହାହେଲେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ? 12 ତୁମ୍ଭେମାନେ ମୋର ଭାଇ, ତୁମ୍ଭେ ହେଉଛ ମୋର ପରିବାରବର୍ଗ, ତେବେ ତୁମ୍ଭେମାନେ ରାଜାଙ୍କୁ ଫେରାଇ ଆଣିବାରେ କାହିଁକି ଅନ୍ତିମ ଗୋଷ୍ଠୀ ହେଉଛ?’ 13 ପୁଣି ତୁମ୍ଭେ ଯାଅ ଅମାସାକୁ କୁହ, ‘ତୁମ୍ଭେ ହେଉଛ ମୋର ପରିବାର ଅଂଶ ସଦସ୍ୟ, ଯଦି ମୁଁ ଯୋୟାବଙ୍କ ସ୍ଥାନରେ ତୁମ୍ଭକୁ ସେନାପତି ନ କରେ ପରମେଶ୍ୱର ମୋତେ ଦଣ୍ତ ଦେବେ।’”

14 ଦାଉଦ ଏହିପରି ଭାବରେ ଯିହୁଦାର ସମସ୍ତ ଲୋକମାନଙ୍କର ହୃଦୟକୁ ଛୁଁଇ ଥିଲେ। ତେଣୁ ସେମାନେ ସମସ୍ତେ ଗୋଟିଏ ଲୋକପରି ଏ କଥାରେ ସମ୍ମତି ପ୍ରକାଶ କଲେ। ଯିହୁଦାର ଲୋକମାନେ ରାଜା ଦାଉଦଙ୍କ ନିକଟକୁ ଦୂତ ପଠାଇଲେ, ସେମାନେ କହିଲେ, “ଆପଣ ଓ ଆପଣଙ୍କର ସମସ୍ତ ଦାସ ଫେରି ଆସନ୍ତୁ।”

15 ତେଣୁ ରାଜା ଦାଉଦ ଯର୍ଦ୍ଦନ ନଦୀ ପର୍ଯ୍ୟନ୍ତ ଗଲେ। ଯିହୁଦାର ଲୋକମାନେ ରାଜାଙ୍କୁ ଗି‌ଲ୍‌ଗ‌ଲ୍‌ଠାରେ ଭେଟିଲେ ଓ ଯର୍ଦ୍ଦନ ପାର କରି ନେଇଗଲେ।

ଶିମିୟି ଦାଉଦଙ୍କୁ କ୍ଷମା ମାଗିଲେ

16 ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମିୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ରାଜା ଦାଉଦଙ୍କୁ ଭେଟିବା ପାଇଁ ଆସିଲେ। 17 ବିନ୍ୟାମୀନ ପରିବାରବର୍ଗର 1,000 ଲୋକ ଶିମିୟି ସଙ୍ଗରେ ଆସିଲେ। ସୀବଃ ଶାଉଲ ପରିବାରର ଦାସ, ତାଙ୍କ ସହିତ ତାଙ୍କର ପନ୍ଦର ଜଣ ପୁଅଙ୍କୁ ଓ କୋଡ଼ିଏ ଜଣ ଗ୍ଭକରକୁ ଆଣିଲେ। ଏ ସମସ୍ତ ଲୋକ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।

18 ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ରାଜାଙ୍କ ପରିବାର ଓ ରାଜାଙ୍କୁ ନଦୀ ପାର କରି ଯିହୁଦାକୁ ଆଣିବାକୁ ଗଲେ। ରାଜା ଯାହା ଇଚ୍ଛା କଲେ ଲୋକମାନେ ତାହା କଲେ। ଯେତେବେଳେ ରାଜା ନଦୀ ପାର ହୋଉଥିଲେ, ସେହି ସମୟରେ ଶିମିୟିର ପୁତ୍ର ଗେରା ରାଜାଙ୍କୁ ସାକ୍ଷାତ କରିବାକୁ ଆସିଲା। ଶିମିୟି ଆସି ରାଜାଙ୍କ ସମ୍ମୁଖରେ ଭୂମିଷ୍ଟ ପ୍ରଣାମ କଲା। 19 ଶିମିୟି ରାଜାଙ୍କୁ କହିଲା, “ହେ ସଦାପ୍ରଭୁ ମୋର ପ୍ରଭୁ, ମୁଁ କରିଥିବା ପାପ ବିଷୟରେ ଚିନ୍ତା କର ନାହିଁ। ଆପଣ ଯିରୁଶାଲମରୁ ଗଲାପରେ ମୁଁ ଯେଉଁ କୁକର୍ମ କରିଛି ତାହାକୁ ସ୍ମରଣ କରନ୍ତୁ ନାହିଁ। 20 ଆପଣ ଜାଣନ୍ତି ଯେ ମୁଁ ପାପ କରିଛି। ଯେଉଁଥିପାଇଁ ଯୋଷେଫଙ୍କର ବଂଶରୁ ମୁଁ ପ୍ରଥମ ବ୍ୟକ୍ତି, ମୁଁ ଆଜି ମୋର ପ୍ରଭୁ ମହାରାଜାଙ୍କୁ ଭେଟିବାକୁ ଆସିଲି।”

21 କିନ୍ତୁ ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମିୟିକୁ ଆମେ ନିଶ୍ଚିତ ମାରିଦେବୁ କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତକୁ ଶାପ ଦେଇ ଅଛି।”

22 ଦାଉଦ କହିଲେ, “ହେ ସରୁୟାର ପୁତ୍ର, ତୁମ୍ଭମାନଙ୍କ ସହିତ ମୁଁ କ’ଣ କରିବି? ଆଜି ତୁମ୍ଭେମାନେ ମୋର ବିରୁଦ୍ଧରେ ଅଛ। ଇସ୍ରାଏଲରେ କୌଣସି ଲୋକକୁ ମୃତ୍ୟୁ ଦଣ୍ତ ଦିଆଯିବ ନାହିଁ। ଆଜି ମୁଁ ଜାଣେ ଯେ ମୁଁ ଇସ୍ରାଏଲ ଉପରେ ରାଜା ଅଟେ।”

23 ତା'ପରେ ରାଜା ଶିମିୟିକୁ କହିଲେ, “ତୁମ୍ଭେ ମରିବ ନାହିଁ।” ରାଜା ଏହା ଶିମିୟି ନିକଟରେ ଶପଥ କଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 24:1-23

ପାଉଲଙ୍କ ଉପରେ ଯିହୂଦୀମାନଙ୍କର ଅଭିଯୋଗ

24 ମହାଯାଜକ ହନାନିୟ ପାଞ୍ଚ ଦିନ ପରେ କେତକ ଯିହୂଦୀୟ ନେତା ଓ ତର୍ତ୍ତୁଲ୍ଲ ନାମକ ଜଣେ ଓକିଲଙ୍କୁ ନେଇ କାଇସରୀଆରେ ପହଞ୍ଚିଲେ। ସେଠାରେ ସେମାନେ ରାଜ୍ୟପାଳଙ୍କ ସାମନାରେ ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ତେଣୁ ପାଉଲଙ୍କୁ ଡକା ହେଲା। ତର୍ତ୍ତୁଲ୍ଲ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ,

“ହେ ମହାମାନ୍ୟ ଫେଲୀ‌କ୍‌ସ! ଆମ୍ଭ ଲୋକମାନେ ଆପଣଙ୍କ ସକାଶେ ବହୁତ ଶାନ୍ତିରେ ଜୀବନଯାପନ କରୁଛନ୍ତି, ତେଣୁ ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଜଣାଉଅଛୁ। ଆପଣଙ୍କ ଦୂରଦୃଷ୍ଟି ଯୋଗୁଁ ଏ ଜାତି ନିମନ୍ତେ ବହୁତ ଉନ୍ନତିକର କାର୍ଯ୍ୟ ହୋଇ ପାରୁଛି। ଏଥିପାଇଁ ଆମ୍ଭେ ସବୁ ପ୍ରକାର ଓ ସର୍ବଦା ଆପଣଙ୍କ ନିକଟରେ ଅତ୍ୟନ୍ତ କୃତଜ୍ଞ। ଏବେ ମୁଁ ଆପଣଙ୍କର ଅଧିକ ସମୟ ନଷ୍ଟ କରିବାକୁ ଇଚ୍ଛା ନ କରି, ସଂକ୍ଷେପରେ ଆମ୍ଭ କଥା କହିବି। ତେଣୁ ଆପଣ ଧୈର୍ଯ୍ୟ ଧରି ଆମ୍ଭ କଥା ଶୁଣନ୍ତୁ। ଏ ବ୍ୟକ୍ତି ଜଣେ ଗଣ୍ଡଗୋଳକାରୀ। ସେ ସାରା ପୃଥିବୀର ଯିହୂଦୀମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି କରୁଛି ଓ ଆନ୍ଦୋଳନ କରିବା ପାଇଁ ମତାଉଛି। ସେ ନାଜରିତୀୟ ସମ୍ପ୍ରଦାୟର ଜଣେ ମୁଖ୍ୟ ନେତା। ଏପରିକି ସେ ମନ୍ଦିରକୁ ଅପବିତ୍ର କରିବା ପାଇଁ ମଧ୍ୟ ଚେଷ୍ଟା କରୁଥିଲା। କିନ୍ତୁ ସେତିକିବେଳେ ଆମ୍ଭେ ତାହାକୁ ଧରିନେଲୁ। [a] ଆପଣ ନିଜେ ତାକୁ ପରୀକ୍ଷା କରି ତାହାଠାରୁ ଆମ୍ଭେ ତାଙ୍କ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣି ପାରିବେ।” ତା'ପରେ ସମସ୍ତ ଯିହୂଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି କହିଲେ।

ଫେଲୀ‌କ୍‌ସ ଆଗରେ ଗଲେ ନିଜକୁ ବଞ୍ଚାଇଲେ

10 ରାଜ୍ୟପାଳ ଯେତେବେଳେ ପାଉଲଙ୍କୁ କହିବା ପାଇଁ ଆଦେଶ ଦେଲେ, ସେତେବେଳେ ପାଉଲ ଉତ୍ତର ଦେଇ କହିଲେ, “ମୁଁ ଜାଣେ ଯେ ଆପଣ ଅନେକ ବର୍ଷ ଧରି ଏ ଜାତିର ବିଗ୍ଭରକର୍ତ୍ତା ଭାବରେ କାର୍ଯ୍ୟ କରିଆସୁଛନ୍ତି। ତେଣୁ ଆପଣଙ୍କ ସମ୍ମୁଖରେ ମୁଁ ଆନନ୍ଦରେ ମୋର ପକ୍ଷସମର୍ଥନ କରୁଅଛ। 11 ଆପଣ ନିଜେ ଜାଣି ପାରିବେ ଯେ ମୁଁ କେବଳ ଉପାସନା କରିବା ପାଇଁ ମାତ୍ର ବାରଦିନ ପୂର୍ବରୁ ଯିରୁଶାଲମରେ ପହଞ୍ଚିଥିଲି। 12 ସେମାନେ ମୋତେ ମନ୍ଦିରରେ ବା କୌଣସି ସମାଜଗୃହରେ ବା ସହରରେ କାହାରି ସହ ଯୁକ୍ତିତର୍କ କରିବା ବା ଭିଡ଼ ଜମେଇବାର ଦେଖି ନାହାନ୍ତି। 13 ଏହି ଲୋକମାନେ ମୋ’ ବିରୁଦ୍ଧରେ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ସେମାନେ ଦେଇ ପାରିବେ ନାହିଁ।

14 “କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି, ଏମାନେ ଯେଉଁମାନଙ୍କୁ ଗୋଟିଏ ‘ଦଳ’ ବୋଲି କହନ୍ତି, ସେହି ମତାନୁଯାୟୀ ମୁଁ ମୋର ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ଉପାସନା କରେ। କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଯାହାସବୁ ଶିକ୍ଷା ଦିଏ, ଓ ଭାବବାଦୀ ପୁସ୍ତକରେ ଯାହାସବୁ ଲେଖାଅଛି, ସେ ସବୁ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। 15 ଏହି ବ୍ୟକ୍ତିମାନଙ୍କ ଭଳି, ମୁଁ ମଧ୍ୟ ପରମେଶ୍ୱରଙ୍କଠାରେ ଏହି ଭରସା ରଖିଛି ଯେ, ଉଭୟ ଉତ୍ତମ ଓ ଦୁଷ୍ଟ ଲୋକମାନଙ୍କର ମୃତ୍ୟୁରୁ ପୁନରୁ‌‌ତ୍‌‌ଥାନ ହେବ। 16 ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।

17 “ମୁଁ ବହୁତ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲି। ତା'ପରେ ମୋ’ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାଯ୍ୟ ଦେବା ପାଇଁ ଓ ପରମେଶ୍ୱରଙ୍କ ପାଖରେ ଦାନ ଉତ୍ସର୍ଗ କରିବା ପାଇଁ ଯିରୁଶାଲମକୁ ଫେରିଲି। 18 ମୁଁ ମନ୍ଦିରରେ ନିଜକୁ ଶୁଚି କରିବାକୁ ଯାଇଥିଲି। ଶୁଚିକରଣ ଉତ୍ସବ ସରିଗଲାପରେ କେତେକ ଯିହୂଦୀମାନେ ସେଠାରେ ମୋତେ ଦେଖିଲେ। ମୁଁ ସେଠାରେ କୌଣସି ଗଣ୍ଡଗୋଳ ସୃଷ୍ଟି କରି ନାହିଁ କି ମୋ’ ସହିତ କୌଣସି ଲୋକ ମଧ୍ୟ ନ ଥିଲେ। 19 ସେ ସମୟରେ ଏସିଆର କେତେକ ଯିହୂଦୀ ସେଠାରେ ଥିଲେ। ଯଦି ସେମାନଙ୍କର ମୋ’ ବିରୁଦ୍ଧରେ କିଛି ଆପତ୍ତି ଥାଏ ତେବେ ସେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହେବା ଉଚିତ୍, 20 ନଚେତ୍ ଆପଣ ଏଠାରେ ଉପସ୍ଥିତ ଥିବା ଯିହୂଦୀୟମାନଙ୍କୁ ପଗ୍ଭରନ୍ତୁ, ସେମାନଙ୍କ ପରିଷଦ ସଭାରେ, ସେମାନଙ୍କ ସମ୍ମୁଖରେ ମୁଁ ଯେତେବେଳେ ଠିଆହେଲି, ସେତେବେଳେ ସେମାନେ ମୋ'ଠାରେ କ’ଣ ସବୁ ଦୋଷ ଦେଖିଲେ? 21 ମୁଁ କେବଳ ଗୋଟିଏ କଥା ସେମାନଙ୍କ ମଧ୍ୟରେ ଠିଆ ହୋଇ ଜୋ‌ର୍‌‌ରେ କହିଥିଲି ଯେ, ‘ମୃତ୍ୟୁରୁ ଲୋକମାନଙ୍କର ପୁନରୁ‌‌ତ୍‌‌ଥାନ ହେବ ବୋଲି ବିଶ୍ୱାସ କରୁଥିବାରୁ ମୋର ଆଜି ସଭା ସମ୍ମୁଖରେ ବିଗ୍ଭର ହେଉଛି।’”

22 ଫେଲୀ‌କ୍‌ସ୍ ଖ୍ରୀଷ୍ଟଙ୍କର ମାର୍ଗ ବିଷୟରେ ଭଲ ଭାବରେ ଜାଣିଥିବାରୁ ଶୁଣାଣି ସ୍ଥଗିତ ରଖିଲେ। ସେ କହିଲେ, “ସେନାଧ୍ୟକ୍ଷ ଲୂସିୟା ଆସିବା ପରେ ମୁଁ ତୁମ୍ଭମାନଙ୍କ ବିଗ୍ଭର କରିବି।” 23 ଫେଲୀ‌କ୍‌ସ୍ ଶତସେନାପତିଙ୍କ ଜିମାରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀରେ ରଖି କିଛି ସ୍ୱାଧୀନତା ଦେବା ପାଇଁ ମଧ୍ୟ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ୟକୀୟ ଜିନିଷ ନେଇ ଆସନ୍ତି, ତେବେ ସେମାନଙ୍କୁ ବାଧା ନ ଦେବା ନିମନ୍ତେ ମଧ୍ୟ ସେ ସେହି ଶତସେନାପତିଙ୍କୁ ଆଦେଶ ଦେଲେ।

ମାର୍କ ଲିଖିତ ସୁସମାଗ୍ଭର 12:28-34

କେଉଁ ଆଦେଶ ବହୁତ ମହତ୍ତ୍ୱପୂର୍ଣ୍ଣ

(ମାଥିଉ 22:34-40; ଲୂକ 10:25-28)

28 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କ ପାଖକୁ ଆସିଲେ। ସାଦ୍ଦୂକୀ ଓ ଫାରୂଶୀମାନଙ୍କ ସହିତ ଯୀଶୁଙ୍କୁ ଯୁକ୍ତିତର୍କ କରୁଥିବାର ସେ ଶୁଣିଲେ। ସେ ଦେଖିଲେ ଯେ, ଯୀଶୁ ସେମାନଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଛନ୍ତି। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ?”

29 ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। 30 ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’(A) 31 ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’(B) ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”

32 ଏହା ଶୁଣି ଧର୍ମଶାସ୍ତ୍ରୀ ଜଣକ କହିଲେ, “ଗୁରୁ, ପ୍ରଭୁ ପରମେଶ୍ୱର ଯେ, ଏକ ଓ ତାହାଙ୍କ ଛଡ଼ା ଆଉ ଅନ୍ୟ କେହି ନାହିଁ, ଏହା ତୁମ୍ଭେ ଠିକ୍ କହିଛ। 33 ପ୍ରକୃତରେ ଜଣେ ଲୋକକୁ ସମସ୍ତ ହୃଦୟ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ହେବ। ସେ ଯେପରି ନିଜକୁ ଭଲ ପାଏ, ତାକୁ ଅନ୍ୟକୁ ମଧ୍ୟ ସେହିପରି ଭଲ ପାଇବାକୁ ହେବ। ଆମ୍ଭେ ପରମେଶ୍ୱରଙ୍କୁ ଯେତେ ପଶୁ ବଳି ଓ ଉତ୍ସର୍ଗ ଦାନ ଅର୍ପଣ କରୁ, ସେହି ଗୁଡ଼ିକଠାରୁ ଏହି ଦୁଇଟି ଆଦେଶ ଅଧିକ ମହତ୍ତ୍ୱପୂର୍ଣ୍ଣ।”

34 ଯୀଶୁ ଦେଖିଲେ ଯେ, ଲୋକଟି ବୁଝିବିଗ୍ଭରି ଜ୍ଞାନୀ ଭଳି ଉତ୍ତର ଦେଇଛି। ସେ ତାହାକୁ କହିଲେ, “ତୁମ୍ଭେ ପରମେଶ୍ୱରଙ୍କ ରାଜ୍ୟଠାରୁ ଦୂରରେ ନାହଁ।” ଏହା ପରେ ଆଉ କେହିହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଗ୍ଭରିବାକୁ ସାହସ କଲେ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center