ଆଦିପୁସ୍ତକ 1:26
Odia Holy Bible: Easy-to-Read Version
26 ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ଏବଂ ପ୍ରତ୍ୟେକ ଭୂଚର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।”
Read full chapter
ଆଦିପୁସ୍ତକ 1:27
Odia Holy Bible: Easy-to-Read Version
27 ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ।
ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।
ଆଦିପୁସ୍ତକ 2:7
Odia Holy Bible: Easy-to-Read Version
7 ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
Read full chapter
ଆଦିପୁସ୍ତକ 5:1
Odia Holy Bible: Easy-to-Read Version
ଆଦମର ବଂଶାବଳୀର ଇତିହାସ
5 ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ।
Read full chapter
ଆଦିପୁସ୍ତକ 5:2
Odia Holy Bible: Easy-to-Read Version
2 ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ”[a] ଦେଲେ।
Read full chapterFootnotes
- ଆଦିପୁସ୍ତକ 5:2 ମନୁଷ୍ୟ ଏହି ନାମର ଅର୍ଥ “ଆଦମ” କିମ୍ବା “ଲୋକମାନେ”। ଏହା ଶାଦ୍ଦିକ ଅର୍ଥ “ଭୂମି” କିମ୍ବା “ଲାଲ ମାଟି।”
ଦ୍ୱିତୀୟ ବିବରଣ 4:32
Odia Holy Bible: Easy-to-Read Version
ପରମେଶ୍ୱରଙ୍କର ମହାନ କର୍ମକୁ ସ୍ମରଣ କର
32 “ଏହା ପୂର୍ବରୁ ଏପରି ମହାନ କାର୍ଯ୍ୟ କେବେ ଦେଖିଛ କି? କଦାପି ନୁହେଁ କାରଣ ଅତୀତକୁ ଦେଖ। ତୁମ୍ଭମାନଙ୍କର ଜନ୍ମ ପୂର୍ବରୁ ଦେଖ। ପରମେଶ୍ୱର ମନୁଷ୍ୟକୁ ପୃଥିବୀରେ ସୃଷ୍ଟି କରିବା ଦିନଠାରୁ ପୃଥିବୀର ଗ୍ଭରିଆଡ଼େ ଏପରି ମହାନ କାର୍ଯ୍ୟ କେହି କରିଛି। ଏପରି ମହାକାର୍ଯ୍ୟ ଘଟିବାର ଆଉ କେହି ଶୁଣିଛ କି? ନାଁ!
Read full chapter
ଆୟୁବ ପୁସ୍ତକ 4:17
Odia Holy Bible: Easy-to-Read Version
17 ଜଣେ ମନୁଷ୍ୟ କ’ଣ ପରମେଶ୍ୱରଙ୍କଠାରୁ ଅଧିକ ଧାର୍ମିକ ହୋଇ ପାରିବ?
ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ୟ କ’ଣ ଅଧିକ ପବିତ୍ର ହୋଇ ପାରିବ?
ଆୟୁବ ପୁସ୍ତକ 10:2
Odia Holy Bible: Easy-to-Read Version
2 ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ।
ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି।
ମୋ’ ବିପକ୍ଷରେ ତୁମ୍ଭର କ’ଣ କହିବାର ଅଛି।
ଆୟୁବ ପୁସ୍ତକ 10:3
Odia Holy Bible: Easy-to-Read Version
3 ଯେତେବେଳେ ପରମେଶ୍ୱର ମୋତେ ଆଘାତ କରନ୍ତି, ତାହା କ’ଣ ତୁମ୍ଭକୁ ଖୁସୀ କରେ?
ଏପରି ଦେଖାଯାଉଛି ଯେପରି ତୁମ୍ଭେ ଯାହାକୁ ଗଢ଼ିଛ, ତାହାର କୌଣସି ଯତ୍ନ ନେଉ ନାହଁ।
କିନ୍ତୁ ତୁମ୍ଭେ ଦୁଷ୍ଟ ଲୋକଙ୍କର ଯୋଜନାରେ ଖୁସୀ।
2010 by Bible League International