Add parallel Print Page Options

37 ତେଣୁ ମୁଁ ତୁମ୍ଭର ସମସ୍ତ ପ୍ରେମିକମାନଙ୍କୁ ଏକତ୍ରିତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ରେମ କର। ମୁଁ ସେମାନଙ୍କୁ ତୁମ୍ଭ ବିରୁଦ୍ଧରେ ଗ୍ଭରିଆଡ଼ୁ ଏକତ୍ରିତ କରିବି ଏବଂ ତୁମ୍ଭର ନଗ୍ନତା ସେମାନଙ୍କ ଆଗରେ ଅନାବୃତ କରିବି। ଏବଂ ସେମାନଙ୍କୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦେବି। ସେମାନେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ। 38 ମୁଁ ତୁମ୍ଭକୁ ବ୍ୟଭିଗ୍ଭରିଣୀ ଓ ହତ୍ୟାକାରିଣୀ ରୂପେ ବିଗ୍ଭର କରିବି। ଏବଂ କୋପ ଓ ଅନ୍ତର୍ଜ୍ୱାଳାର ରକ୍ତ ତୁମ୍ଭ ଉପରେ ଉପସ୍ଥିତ କରିବି। 39 ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରେମିକମାନଙ୍କ ହସ୍ତରେ ସମର୍ପଣ କରିବା। ତହିଁରେ ସେମାନେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସେମାନେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସେମାନେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦେବେ।

Read full chapter