ମାର୍କ ଲିଖିତ ସୁସମାଗ୍ଭର 4:35-41
Odia Holy Bible: Easy-to-Read Version
ଯୀଶୁ ଝଡ଼ ବନ୍ଦ କରିଦେଲେ
(ମାଥିଉ 8:23-27; ଲୂକ 8:22-25)
35 ସେହି ଦିନ ସନ୍ଧ୍ୟାବେଳେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆର ପଟକୁ ଯିବା।” 36 ତେଣୁ ସେମାନେ ସବୁ ଲୋକଙ୍କୁ ସେଠାରେ ଛାଡ଼ିଦେଲେ। ଯେଉଁ ଡଙ୍ଗାରେ ଯୀଶୁ ପୂର୍ବରୁ ବସି ସାରିଥିଲେ, ଶିଷ୍ୟମାନେ ମଧ୍ୟ ଯାଇ ସେଥିରେ ବସିଲେ। ସେଠାରେ ଅନ୍ୟ ଡଙ୍ଗାଗୁଡ଼ିକ ମଧ୍ୟ ଥିଲା। 37 ତା'ପରେ ହ୍ରଦରେ ଗୋଟିଏ ଭୟଙ୍କର ଝଡ଼ ସୃଷ୍ଟି ହେଲା। ଡଙ୍ଗା ଆଡ଼କୁ ଢେଉ ମାଡ଼ି ଆସିଲା। ଡଙ୍ଗାରେ ପାଣି ପ୍ରାୟ ଭର୍ତ୍ତି ହୋଇଗଲା। 38 ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
39 ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା'ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
40 ତା'ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
41 ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
Read full chapter2010 by Bible League International