ମାର୍କ ଲିଖିତ ସୁସମାଗ୍ଭର 11:27-33
Odia Holy Bible: Easy-to-Read Version
ଯିହୂଦୀ ନେତାମାନଙ୍କର ଯୀଶୁଙ୍କ କ୍ଷମତା ପ୍ରତି ସନ୍ଦେହ
(ମାଥିଉ 21:23-27; ଲୂକ 20:1-8)
27 ଯୀଶୁ ଓ ତାହଙ୍କ ଶିଷ୍ୟମାନେ ପୁଣି ଯିରୁଶାଲମକୁ ଗଲେ। ଯୀଶୁ ମନ୍ଦିର ଭିତରେ ବୁଲୁଥିଲେ। ପ୍ରଧାନଯାଜକ ଧର୍ମଶାସ୍ତ୍ରୀ ପ୍ରାଚୀନ ଓ ଯିହୂଦୀ ନେତାମାନେ ତାହାଙ୍କ ପାଖକୁ ଆସିଲେ। 28 ସେମାନେ ଯୀଶୁଙ୍କୁ କହିଲେ, “ଆମ୍ଭଙ୍କୁ କୁହ, କେଉଁ ଅଧିକାରରେ ତୁମ୍ଭେ ଏସବୁ କାମ କରୁଛ? ଏ ସବୁ କରିବାକୁ ତୁମ୍ଭକୁ କିଏ ଅଧିକାର ଦେଲା?”
29 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋ’ ପ୍ରଶ୍ନର ଉତ୍ତର ଦେଲେ ମୁଁ ତୁମ୍ଭମାନଙ୍କୁ କହିବି ଯେ, କେଉଁ ଅଧିକାରରେ ମୁଁ ଏସବୁ କାର୍ଯ୍ୟ କରୁଛି। 30 ମୋତେ କୁହ, ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମନୁଷ୍ୟଠାରୁ? ମୋର ପ୍ରଶ୍ନର ଉତ୍ତର ଦିଅ।”
31 ଯିହୂଦୀ ନେତାମାନେ ଯୀଶୁଙ୍କ ପ୍ରଶ୍ନ ଉପରେ ଆଲୋଚନା କଲେ। ସେମାନେ କୁହାକୁହି ହେଲେ, “ଆମ୍ଭେମାନେ ଯଦି କହିବା ଯେ, ‘ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା’, ତେବେ ଯୀଶୁ କହିବେ, ‘ତେବେ ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 32 କିନ୍ତୁ ଯଦି ଆମ୍ଭେମାନେ କହିବା, ‘ଯୋହନଙ୍କ ବାପ୍ତିସ୍ମ ମନୁଷ୍ୟଠାରୁ ଆସିଥିଲା, ତେବେ ଲୋକମାନେ ଆମ୍ଭ ଉପରେ ରାଗିଯିବେ।” ସେମାନେ ଲୋକମାନଙ୍କୁ ଖୁବ୍ ଡରୁଥିଲେ। କାରଣ ସବୁ ଲୋକ ବିଶ୍ୱାସ କରୁଥିଲେ ଯେ, ଯୋହନ ପ୍ରକୃତରେ ଜଣେ ଭବିଷ୍ୟଦ୍ବକ୍ତା।
33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମ୍ଭେମାନେ ଜାଣି ନାହୁଁ।”
ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତା'ହେଲେ ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ ଯେ, କେଉଁ ଅଧିକାରରେ ମୁଁ ଏ ସବୁ କାର୍ଯ୍ୟ କରୁଛି।”
Read full chapter2010 by Bible League International