Print Page Options
Previous Prev Day Next DayNext

Readings for Celebrating Advent

Scripture passages that focus on the meaning of Advent and Christmas.
Duration: 35 days
Odia Holy Bible: Easy-to-Read Version (ERV-OR)
Version
ମଲାଖି ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:1-3

ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।

“ମାତ୍ର ସେହି ସମୟ ପାଇଁ କୌଣସି ବ୍ୟକ୍ତି ପ୍ରସ୍ତୁତ ହୋଇ ପାରିବ ନାହିଁ। ସେ ଯେତେବେଳେ ଆସିବେ କେହି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହେବ, ଆଉ ମଧ୍ୟ ପରିଷ୍କାରକାରୀ ରଜକର କ୍ଷାର ସ୍ୱରୂପ ହେବ। ଅଗ୍ନିରେ ରୂପା ବିଶୁଦ୍ଧ ହେଲାପରି ସେ ଲେବୀୟମାନଙ୍କୁ ପବିତ୍ର କରିବ। ସେ ସୁବର୍ଣ୍ଣ ଓ ରୌପ୍ୟ ସଦୃଶ ସେମାନଙ୍କୁ ଶୁଦ୍ଧ କରିବ। ତା'ପରେ ସେମାନେ ସଦାପ୍ରଭୁଙ୍କ ପାଇଁ ଉପଯୁକ୍ତ ନୈବେଦ୍ୟ ଆଣିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center