Font Size
Readings for Celebrating Advent
Scripture passages that focus on the meaning of Advent and Christmas.
Duration: 35 days
Odia Holy Bible: Easy-to-Read Version (ERV-OR)
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 1:11
11 ସେ ଏହା କହି ପରମେଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କଲା, “ସର୍ବଶକ୍ତିମାନ ସଦାପ୍ରଭୁ ଯଦି ତୁମ୍ଭେ ଦେଖୁଥାଅ ମୁଁ କେତେ ଦୁଃଖୀ, ଯଦି ତୁମ୍ଭେ ତୁମ୍ଭର ଦାସୀକୁ ମନେ ରଖିଥାଅ, ତେବେ ମୋତେ ଏକ ପୁତ୍ର ଦିଅ। ତା'ହେଲେ ମୁଁ ସେହି ପୁତ୍ରଟିକୁ ତୁମ୍ଭଠାରେ ଉତ୍ସର୍ଗ କରିବି। ସେ ତା'ର ଜୀବନସାରା ତୁମ୍ଭର ସେବା କରିବ। ସେ ଦ୍ରାକ୍ଷାରସ ଏବଂ ସୁରା ନାସରୀୟ ତୁଲ୍ୟ ପିଇବ ନାହିଁ ଏବଂ ତା'ର ବାଳ କାଟିବା ପାଇଁ କୌଣସି କ୍ଷୁର ତା'ର ମୁଣ୍ଡରେ ସ୍ପର୍ଶ କରିବ ନାହିଁ।”
ଶାମୁୟେଲଙ୍କ ପ୍ରଥମ ପୁସ୍ତକ 1:22
22 କିନ୍ତୁ ହାନ୍ନା ଗଲା ନାହିଁ, ଏବଂ ସେ ଆପଣା ସ୍ୱାମୀକୁ କହିଲା, “ବାଳକ ସ୍ତନ୍ୟପାନ ଛାଡ଼ିଲା ପରେ ମୁଁ ତାକୁ ନେଇଯିବି। ତା'ପରେ ସେ ସଦାପ୍ରଭୁଙ୍କର ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ।”
Odia Holy Bible: Easy-to-Read Version (ERV-OR)
2010 by World Bible Translation Center