Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
2 ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
3 ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
4 ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
5 ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।
6 ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
7 କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
8 ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
ଆମ୍ଭେ ବିଜୟୀ ଦଳ।
9 ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସାଗୀତି
26 ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ।
ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି।
ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା।
ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ।
2 ସେହି ଦ୍ୱାର ଉନ୍ମୁକ୍ତ କର ଯେପରି ଧାର୍ମିକ
ଓ ପରମେଶ୍ୱରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରି ପାରିବେ।
3 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପରେ ନିର୍ଭର କରନ୍ତି
ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ।
4 ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ସଦାକାଳ ନିର୍ଭର ରଖ,
କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।
5 ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ
ଓ ଊର୍ଦ୍ଧ୍ୱସ୍ଥିତ ସେହି ଲୋକମାନଙ୍କୁ ଦଣ୍ଡ ଦେବେ।
ସେମାନଙ୍କୁ ଭୂମିସାତ୍ କରି ଧୂଳିରେ ମିଶାଇ ଦେବେ।
6 ତା’ପରେ ଦରିଦ୍ର ଓ ନମ୍ର ଲୋକମାନେ ସେହି ଧ୍ୱଂସ ସ୍ଥାନ ଉପରେ ବିଚରଣ କରିବେ।
7 ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ।
ସେମାନେ ସରଳ ଓ ସତ୍ୟପଥ ଅନୁସରଣ କରନ୍ତି।
ପୁଣି ହେ ପରମେଶ୍ୱର, ତୁମ୍ଭେ ସେହି ପଥକୁ ଅନୁସରଣ ପାଇଁ
ଅଧିକ ସୁଗମ ଓ ସରଳ କର।
8 ମାତ୍ର ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗର ନ୍ୟାୟକୁ ଅପେକ୍ଷା କରିଛୁ।
ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।
9 ରାତ୍ରିକାଳରେ ମୋର ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି
ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତରେ ତୁମ୍ଭକୁ ଅନ୍ୱେଷଣ କରିବ।
ଯେତେବେଳେ ତୁମ୍ଭର ଶାସନ ସକଳ
ଓ ନ୍ୟାୟ ପ୍ରତିଷ୍ଠିତ ହେବ, ଜଗତବାସୀ ଧର୍ମ ଶିକ୍ଷା କରିବେ।
ବିଶ୍ୱାସରେ ଜୀବନ କାଟିବା
16 ସେଥିପାଇଁ ଆମ୍ଭେ କେବେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ୟିକ ଶରୀର କ୍ଷୀଣ ହୋଇ ଯାଉଛି, କିନ୍ତୁ ଆମ୍ଭର ଅନ୍ତରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହୋଇ ଯାଉଅଛି। 17 ବର୍ତ୍ତମାନ ଆମ୍ଭେ ସମ୍ମୁଖୀନ ହେଉଥିବା ଛୋଟ ଛୋଟ କ୍ଷଣିକ ଅସୁବିଧାଗୁଡ଼ିକ ଆମ୍ଭ ପାଇଁ ଏକ ଅତୁଳନୀୟ, ଉତ୍କୃଷ୍ଟ ଓ ଅନନ୍ତ ମହିମା ଉତ୍ପନ୍ନ କରୁଛି। ଏହି ଅତୁଳନୀୟ ମହିମା ଅସୁବିଧାଗୁଡ଼ିକ ତୁଳନାରେ ଅତି ମହାନ୍। 18 ଆମ୍ଭର ଆଖି ଦୃଶ୍ୟ ବିଷୟ ଗୁଡ଼ିକ ଉପରେ ନ ରହି, ଅଦୃଶ୍ୟ ବିଷୟ ଉପରେ କେନ୍ଦ୍ରୀଭୂତ ହେଉ। କାରଣ ଯାହା ଆମ୍ଭକୁ ଦେଖା ଯାଉଛି, ତାହା ଅସ୍ଥାୟୀ, ଓ ଯାହା ଅଦୃଶ୍ୟ, ତାହା ସମ୍ପୂର୍ଣ୍ଣ ଚିରସ୍ଥାୟୀ।
2010 by World Bible Translation Center