Revised Common Lectionary (Semicontinuous)
ଦାଉଦଙ୍କର ଏକ ଗୀତ।
20 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ।
ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ।
2 ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ।
ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ।
3 ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ।
ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ।
4 ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ।
ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ।
5 ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ।
ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା।
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ।
6 ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି।
ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି।
ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
7 କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି।
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି
କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ।
8 ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ।
ଆମ୍ଭେ ବିଜୟୀ ଦଳ।
9 ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ
କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ।
15 ପୁଣି ସଦାପ୍ରଭୁ ଏହି କଥା କହନ୍ତି,
“ରାମାରେ କୋଳାହଳ
ଓ ଅତି କରୁଣ ଚିତ୍କାର ଶୁଣାଯିବ।
ରାହେଲ ଆପଣା ପୁତ୍ରମାନଙ୍କ ପାଇଁ ରୋଦନ କରିବ।
ସେ ତା’ର ସନ୍ତାନମାନଙ୍କ ବିଷୟରେ ସାନ୍ତ୍ୱନାବାଣୀ ଶୁଣିବ ନାହିଁ,
କାରଣ ସେମାନେ ମୃତ।”
16 ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ କ୍ରନ୍ଦନରୁ ନିବୃତ୍ତ ହୁଅ
ଓ ଚକ୍ଷୁରୁ ଲୋତକ ବନ୍ଦ କର।
କାରଣ ତୁମ୍ଭେ ତୁମ୍ଭର କର୍ମାନୁସାରେ ପୁରସ୍କୃତ ହେବ।”
ଆଉ ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ଶତ୍ରୁ ଦେଶରୁ ଫେରି ଆସିବ।
17 ତୁମ୍ଭ ଅନ୍ତିମକାଳ ବିଷୟରେ ପ୍ରତ୍ୟାଶ ଅଛି।”
ସଦାପ୍ରଭୁ କହନ୍ତି,
ଆଉ “ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣା ଦେଶକୁ ଫେରି ଆସିବେ।
18 ମୁଁ ପ୍ରକୃତରେ ଇଫ୍ରୟିମର କ୍ରନ୍ଦନ ଶୁଣିଅଛି।
ସେ କାନ୍ଦିକରି ଏହି କଥା କହୁଛି, ‘ହେ ସଦାପ୍ରଭୁ, ତୁମ୍ଭେ ମୋତେ ଶାସ୍ତି ଦେଇଅଛ।
ମୁଁ ପ୍ରକୃତ ଶିକ୍ଷା ପାଇଛି।
ମୁଁ ଏକ ବନ୍ୟପଶୁ ସଦୃଶ ଥିଲି।
ମୋତେ ତୁମ୍ଭ ନିକଟକୁ ଫେରିବାକୁ ଦିଅ,
କାରଣ ତୁମ୍ଭେ ସଦାପ୍ରଭୁ ମୋର ପରମେଶ୍ୱର।
19 ହେ ସଦାପ୍ରଭୁ, ମୁଁ ଫେରିଲା ପରେ ଅନୁତପ୍ତ ହେଲି।
ଶିକ୍ଷା ପାଇଁ ଦୁଃଖରେ ଆପଣା ଊରୁଦେଶକୁ
ଆଘାତ କଲି।
ମୁଁ ଆପଣା ଯୌବନ କାଳରେ ମନ୍ଦାଗ୍ଭର ଯୋଗୁଁ
ଲଜ୍ଜିତ ଓ ବ୍ୟାକୁଳ ହେଲି।’”
20 ପରମେଶ୍ୱର କହନ୍ତି, “ଇଫ୍ରୟିମ ଆମ୍ଭର ପ୍ରିୟ ପୁତ୍ର।
ଆମ୍ଭେ ତାହାକୁ ପ୍ରେମ କରୁ।
ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା’ ବିରୁଦ୍ଧରେ ଯାଉ,
ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ।
ଏଣୁ ତା’ ପାଇଁ ଆମ୍ଭର ପ୍ରାଣ ବ୍ୟାକୁଳ ହୁଏ।
ଆମ୍ଭେ ପ୍ରକୃତରେ ତାକୁ ଦୟା କରିବା।”
ଏହା ସଦାପ୍ରଭୁ କହନ୍ତି।
21 “ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ
ଓ ପଥ ପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର।
ଯେଉଁ ରାଜପଥରେ ତୁମ୍ଭେ ଗମନ କରିଥିଲ
ସେହି ପଥରେ ମନୋନିବେଶ କର।
ହେ ଇସ୍ରାଏଲ କୁମାରୀ, ଫେରି ଆସ,
ତୁମ୍ଭର ନଗରଗୁଡ଼ିକୁ ଫେରି ଆସ।
22 ହେ ଅବିଶ୍ୱସ୍ତା କନ୍ୟା,
ତୁମ୍ଭେ କେତେକାଳ ଏଣେତେଣେ ଭ୍ରମଣ କରିବ?
“କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି,
ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ।”
ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ
41 ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ। 42 ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି। 43 ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ। 44 ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।”
2010 by World Bible Translation Center