Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 80:1-7

ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।

80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
    ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
    ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ
    ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
    ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
    କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
    ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
    ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।

ଗୀତସଂହିତା 80:17-19

17 ହେ ପରମେଶ୍ୱର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିବା
    ମନୁଷ୍ୟ [a] ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
18 ଆମ୍ଭେମାନେ ତୁମ୍ଭକୁ ପୁନ୍ନରାୟ ଛାଡ଼ିବୁ ନାହିଁ।
    ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭେମାନେ ତୁମ୍ଭର ନାମରେ ଉପାସନା କରିବା।
19 ହେ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର,
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।

ଶାମୁୟେଲଙ୍କ ଦ୍ୱିତୀୟ ପୁସ୍ତକ 7:1-17

ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଗ୍ଭହିଁଲେ

ଏହା ପରେ ଦାଉଦ, ଯେତେବେଳେ ନୂତନ ଗୃହକୁ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କଠାରୁ ଶାନ୍ତି ପ୍ରଦାନ କଲେ। ରାଜା ଦାଉଦ ଭବିଷ୍ୟ‌ଦ୍‌ବକ୍ତା ନାଥନଙ୍କୁ କହିଲେ, “ଦେଖ ମୁଁ ଏବେ ଏରସ ନିର୍ମିତ କାଠ ଘରେ ବାସ କରୁଅଛି କିନ୍ତୁ ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ସେହି ତମ୍ବୁ ତଳେ ରହି ଅଛି। ଆମ୍ଭେମାନେ ପବିତ୍ର ସିନ୍ଦୁକ ପାଇଁ ଏକ ସୁନ୍ଦର ପ୍ରାସାଦ ତିଆରି କରିବା କଥା।”

ନାଥନ ରାଜା ଦାଉଦଙ୍କୁ କହିଲେ, “ତୁମ୍ଭର ଯାହା ଇଚ୍ଛା ତାହା କର, କାରଣ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।”

କିନ୍ତୁ ସେହି ରାତ୍ରିରେ ସଦାପ୍ରଭୁଙ୍କର ବାର୍ତ୍ତା ନାଥନଙ୍କ ନିକଟକୁ ଆସିଲା: ଏହା ଥିଲା,

“ତୁମ୍ଭେ ଯାଅ ଓ ମୋର ଦାସ ଦାଉଦଙ୍କୁ କୁହ, ‘ସଦାପ୍ରଭୁ ଏହି କଥା କହିଛନ୍ତି। ତୁମ୍ଭେ ମୋର ବାସସ୍ଥାନ ଗୃହ ନିର୍ମାଣ କରିବାକୁ ଉଦ୍ଧିଷ୍ଟ ବ୍ୟକ୍ତି ନୁହଁ। ମୁଁ ଇସ୍ରାଏଲୀୟ ସନ୍ତାନଗଣକୁ ମିଶରରୁ ବାହାର କରି ଆଣିବାଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୃହରେ ବାସ କରି ନାହିଁ। ମାତ୍ର ମୁଁ ଏକ ତମ୍ବୁ ମଧ୍ୟରେ ଯାତାୟାତ କଲି। ମୁଁ ସମୁଦାୟ ଇସ୍ରାଏଲ ସନ୍ତାନ ସହିତ ଯେ ସବୁ ସ୍ଥାନକୁ ଗମନାଗମନ କଲି, ମୁଁ ମୋର ଇସ୍ରାଏଲର ଏହିପରି କୌଣସି ପରିବାରବର୍ଗ ମୋ’ ପାଇଁ ଏରସ କାଠରେ ଏକ ସୁନ୍ଦର ଗୃହ ନିର୍ମାଣ କରିବାକୁ କହି ନାହିଁ।’

“ତେଣୁ ଏବେ ତୁମ୍ଭେ ମୋ’ ଦାସ ଦାଉଦକୁ ଏପରି କୁହ, ‘ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭକୁ ଆଣିଲି। ଯେତେବେଳେ ତୁମ୍ଭେ ଗ୍ଭରଣଭୂମିରେ ମେଷପଲଗୁଡ଼ିକ ପଛରେ ଅନୁସରଣ କରୁଥିଲ। ମୁଁ ତୁମ୍ଭକୁ ମୋର ଇସ୍ରାଏଲୀୟ ଲୋକମାନଙ୍କ ଉପରେ ନେତା କରିବା ପାଇଁ ନେଇ ଆସିଲି। ଏହା ପରେ ତୁମ୍ଭେ ଯେଉଁ ସ୍ଥାନକୁ ଗଲ, ମୁଁ ତୁମ୍ଭ ସହିତ ଗଲି ଓ ତୁମ୍ଭର ସମସ୍ତ ଶତ୍ରୁମାନଙ୍କୁ ଧ୍ୱଂସ କଲି ଏବଂ ମୁଁ ତୁମ୍ଭକୁ ପୃଥିବୀର ବିଖ୍ୟାତ ଲୋକମାନଙ୍କ ମଧ୍ୟରୁ ଜଣେ କରିବି। 10-11 ମୁଁ ମୋର ଇସ୍ରାଏଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସେଠାରେ ସେମାନଙ୍କୁ ସ୍ଥାପିତ କଲି। ଏବଂ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ପୂର୍ବରୁ ମୁଁ ବିଗ୍ଭରକଗଣଙ୍କୁ ପଠାଇ ଅଛି। ଅତୀତରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଥିଲେ, କିନ୍ତୁ ତାହା ଆଉ କେବେ ହେବ ନାହିଁ। ପରମେଶ୍ୱର ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କଠାରୁ ଆଶ୍ୱସ୍ତି କରିବେ। ଆଉ ସଦାପ୍ରଭୁ କହନ୍ତି, ସେ ତୁମ୍ଭମାନଙ୍କ ବଂଶରୁ ଓ ପରିବାରରୁ ରାଜାଗଣ କରିବେ [a]

12 “‘ଯେତେବେଳେ ତୁମ୍ଭେ ମୃତ୍ୟୁବରଣ କରିବ, ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ମଧ୍ୟରେ କବର ଦିଆଯିବ। ତା’ପରେ ମୁଁ ତୁମ୍ଭର ଔରଷରୁ ରାଜା କରିବି ଏବଂ ତାଙ୍କର ରାଜ୍ୟ ସ୍ଥାପନ କରିବି। 13 ସେ ମୋ’ ନାମରେ ଏକ ମନ୍ଦିର ନିର୍ମାଣ କରିବ। ଏବଂ ମୁଁ ତା’ର ରାଜ୍ୟକୁ ଚିରଦିନ ପାଇଁ ଶକ୍ତିଶାଳୀ କରିବି। 14 ମୁଁ ତା’ର ପିତା ହେବି ଓ ସେ ମୋର ପୁତ୍ର ହେବ। ଯେତେବେଳେ ସେ ପାପ କରେ ମୁଁ ତାକୁ ଦଣ୍ତ ଦେବି, ଯେପରି ଲୋକମାନେ ସେମାନଙ୍କର ପୁତ୍ରମାନଙ୍କୁ ଦଣ୍ତ ଦିଅନ୍ତି। 15 ମୁଁ କେବେ ତା’ ପ୍ରତି ମୋର କରୁଣା ଓ ପ୍ରେମ ବନ୍ଦ କରିବି ନାହିଁ। ମୁଁ ଶାଉଲଠାରୁ ମୋର ପ୍ରେମ ଓ କରୁଣା ଦୂର କଲି, କିନ୍ତୁ ମୁଁ ତୁମ୍ଭକୁ ସେପରି କରିବି ନାହିଁ। 16 ତୁମ୍ଭ ପରିବାର ଓ ତୁମ୍ଭ ରାଜତ୍ୱ ଓ ତୁମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରିକୃତ ହେବ। ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ ହେବ।’”

17 ନାଥନ ଏ ସମସ୍ତ ବାକ୍ୟ ଦର୍ଶନ ଅନୁସାରେ ସେ ପରମେଶ୍ୱରଙ୍କର ବାକ୍ୟଗୁଡ଼ିକ ଅନୁସାରେ ଦାଉଦଙ୍କୁ କହିଲେ।

ଗାଲାତୀୟଙ୍କ ପ୍ରତି ପତ୍ର 3:23-29

23 ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେବେଳେ କୌଣସି ସ୍ୱାଧୀନତା ନ ଥିଲା। 24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା’ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ। 25 ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ।

26 ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ। 27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। 28 ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ। 29 ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center