Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 21

ଦାଉଦଙ୍କର ଏକ ଗୀତ।

21 ହେ ସଦାପ୍ରଭୁ, ତୁମ୍ଭର ଶକ୍ତି ହିଁ ରାଜାକୁ ସୁଖୀ କରାଏ।
    ତୁମ୍ଭେ ଯେତେବେଳେ ତାକୁ ଉଦ୍ଧାର କର, ସେ ଅତି ଆନନ୍ଦିତ ହୁଏ।
ତୁମ୍ଭେ ସେହି ରାଜାକୁ ଯାହା ସେ ଗ୍ଭହେଁ ପ୍ରଦାନ କର।
    ହେ ସଦାପ୍ରଭୁ, ସେହି ରାଜା ତୁମ୍ଭ ନିକଟରୁ କିଛି ଗ୍ଭହିଁଥିଲା ଓ ତୁମ୍ଭେ ତା’ର ସକଳ ଇଚ୍ଛା ପୂରଣ କଲ।

ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ।
    ତୁମ୍ଭେ ତା’ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।
ହେ ପରମେଶ୍ୱର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ।
    ତୁମ୍ଭେ ତାକୁ ଅନନ୍ତ ଜୀବନ ଦାନ କରିଛ, ଯାହା ଅନନ୍ତକାଳସ୍ଥାୟୀ।
ସେହି ରାଜାଙ୍କୁ ତୁମ୍ଭେ ବିଜୟ ପ୍ରଦାନ କରିଛ ଓ ତାକୁ ଗୌରବରେ ମଣ୍ଡିତ କରିଛ।
    ତୁମ୍ଭେ ତାଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରଦାନ କରିଛ?
ହେ ପରମେଶ୍ୱର, ତୁମ୍ଭେ ପ୍ରକୃତରେ ସେହି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ।
    ଯେତେବେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା’ର ଆନନ୍ଦ ଆହୁରି ବଢ଼ିଯାଏ।
ରାଜା ସଦାପ୍ରଭୁଙ୍କ ଉପରେ ନିର୍ଭର କରେ।
    ସର୍ବୋପରିସ୍ଥ ପରମେଶ୍ୱରଙ୍କ ସ୍ନେହପୂର୍ଣ୍ଣ କରୁଣା କେବେହେଲେ ତାକୁ ପଡ଼ିବା ପାଇଁ ଦେବେ ନାହିଁ।
ହେ ପରମେଶ୍ୱର ତୁମ୍ଭେ ଆପଣା ଶତ୍ରୁମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସବୁଠାରୁ ଶକ୍ତିଶାଳୀ।
    ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି,
    ତୁମ୍ଭର ଶକ୍ତି ସେ ସମସ୍ତଙ୍କୁ ପରାଜିତ କରିବ।
ତୁମ୍ଭେ ଆପଣା ରାଜାଙ୍କୁ ଏକ ଜ୍ୱଳନ୍ତ ଚୁଲ୍ଲୀ ତୁଲ୍ୟ କରିବ,
    ଯେତେବେଳେ ତୁମ୍ଭେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆସ,
ଏବଂ ତାଙ୍କ କ୍ରୋଧରେ ସେ ସମ୍ପୂର୍ଣ୍ଣ ଭାବରେ
    ସେମାନଙ୍କୁ ଧ୍ୱଂସ କରିବେ।
10 ଏ ପୃଥିବୀରୁ ସେମାନଙ୍କର ଫଳ ଓ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ
    ସେମାନଙ୍କର ବଂଶ ଲୋପ କରିବ।
11 କାରଣ ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ।
    ହେ ସଦାପ୍ରଭୁ, ସେମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରୁଥିଲେ କିନ୍ତୁ ସେମାନେ ସେହି କାର୍ଯ୍ୟରେ ସଫଳ ହେଲେ ନାହିଁ।
12 ହେ ସଦାପ୍ରଭୁ, ତୁମ୍ଭେ ସେହି ଲୋକମାନଙ୍କୁ ତୁମ୍ଭର ଦାସ କରିଛ।
    ସେମାନଙ୍କୁ ତୁମ୍ଭେ ରଶିରେ ବାନ୍ଧି ପକାଇଛ।
    ତୁମ୍ଭେ ରଶିରେ ସେମାନଙ୍କର ବେକକୁ ଫାଶ କରି ବସାଇ ଦେଇଛ।
    ତୁମ୍ଭେ ସେମାନଙ୍କୁ ଦାସ କରି ରଖିବାକୁ ବାଧ୍ୟ କରିଛ।

13 ହେ ସଦାପ୍ରଭୁ, ତୁମ୍ଭର ଶକ୍ତିର ବିଜୟ ଗୀତ ଗ୍ଭରିଆଡ଼େ ଗୁଞ୍ଜରିତ ହେଉ।
    ଆମ୍ଭେ ସେହି ଗୀତ ଗାନ କରି ଓ ତୁମ୍ଭର ସଙ୍ଗୀତର ତାଳେ ତାଳେ ନୃତ୍ୟ କରି ତୁମ୍ଭର ପରାକ୍ରମ ସମ୍ପର୍କରେ ଗ୍ଭରିଆଡ଼େ ପ୍ରଗ୍ଭର କରିବୁ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 24:1-16

ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ

24 ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି। ସେତେବେଳେ ସାଧାରଣ ଲୋକ ଓ ଯାଜକ, ଦାସ ଓ ତାହାର କର୍ତ୍ତା, ଦାସୀ ଓ ତାହାର କର୍ତ୍ତ୍ରୀ, କ୍ରେତା ଓ ବିକ୍ରେତା, ଖାତକ ଓ ମହାଜନ ଏବଂ ସୁଧଗ୍ରାହୀ ଓ ସୁଧଦାତା ସମାନ ହେବେ ଓ ସମାନ ଅବସ୍ଥା ଘଟିବ। ସମସ୍ତ ଲୋକ ପୃଥିବୀରୁ ବିତାଡ଼ିତ ହେବେ ଓ ସେ ସମ୍ପୂର୍ଣ୍ଣ ଭାବରେ ଲୁଣ୍ଠିତ ହେବେ। ଏହା ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି। ପୃଥିବୀ ଶୂନ୍ୟ ହେବ ଓ ଦୁଃଖିତ ହେବ। ସେ ମ୍ଳାନ ଓ ନିସ୍ତେଜ ହେବ, ପୃଥିବୀର ଉଚ୍ଚ ଲୋକମାନେ ଦୁର୍ବଳ ହେବେ।

ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସେମାନେ ପରମେଶ୍ୱର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସେମାନେ ପରମେଶ୍ୱରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାନ୍ତି। ଅନନ୍ତକାଳସ୍ଥାୟୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି। ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।

ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି। ଲୋକମାନେ ଆନନ୍ଦ ଉଲ୍ଲାସରୁ ନିବୃତ୍ତ ହୋଇଛନ୍ତି। ସମସ୍ତ ଆନନ୍ଦ ଧ୍ୱନି ନୀରବ ହୋଇଛି। ତବଲା ଓ ବୀଣାର ମଧୁର ସଙ୍ଗୀତ ନିବୃତ୍ତ ହୋଇଅଛି। ଲୋକମାନେ ସୁରାପାନ କଲାବେଳେ ଆଉ ଆନନ୍ଦ ସଙ୍ଗୀତ ଗାଉ ନାହାନ୍ତି। ସୁରାପାନ ସେମାନଙ୍କୁ ତିକ୍ତ ବୋଧ ହେଉଅଛି।

10 ସମସ୍ତ ନଗରଟି ଧ୍ୱଂସ ହେଇଅଛି। ସମସ୍ତ ଦ୍ୱାର ରୁଦ୍ଧ। ଲୋକମାନେ ଗୃହରେ ପ୍ରବେଶ କରିପାରୁ ନାହାନ୍ତି। “ସର୍ବତ୍ର ବିଭ୍ରମତା ସୃଷ୍ଟି ହୋଇଛି।” 11 ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି। 12 କେବଳ ନଗରରେ ପ୍ରତ୍ୟେକ ଜାଗାରେ ଧ୍ୱଂସତା ଦେଖାଯାଉଛି। ସମସ୍ତ ଦ୍ୱାର ଭଗ୍ନ ଓ ବିନଷ୍ଟ ହୋଇଛି।

13 ଯେପରି ଜୀତ ବୃକ୍ଷରୁ ଜୀତଫଳ ତୋଳିଲା ପରେ କିଛି ଜୀତଫଳ ରହିଯାଏ
    ଓ ଦ୍ରାକ୍ଷା ସଂଗ୍ରହକାରୀ କିଛି ଦ୍ରାକ୍ଷାଗଛରେ ଛାଡ଼ି ଯାଇଥାଏ,
    ସେହିପରି ପୃଥିବୀର ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ।
14 ଏହି ଅବଶିଷ୍ଟ ପୃଥିବୀବାସୀ ସମୁଦ୍ର ଗର୍ଜନଠାରୁ ଅଧିକ ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବେ।
    କାରଣ ସଦାପ୍ରଭୁଙ୍କ ମହିମା ହେତୁ ସେମାନେ ଏହା କରିବେ।
15 ସେହି ଲୋକମାନେ କହିବେ, “ହେ ପୂର୍ବ ଦେଶର ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
    ହେ ଦୂରଦେଶର ଲୋକମାନେ,
    ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କର ଗୌରବ ପ୍ରଶଂସା କର।”
16 ଆମ୍ଭେମାନେ ପୃଥିବୀର ସର୍ବତ୍ର ପରମେଶ୍ୱରଙ୍କ ପ୍ରଶଂସା ଶୁଣିବୁ।
    ଏହି ମହିମା ଗାନ ହେଉଛି ମଙ୍ଗଳମୟ ପରମେଶ୍ୱରଙ୍କ ସମ୍ବନ୍ଧରେ।
କିନ୍ତୁ ମୁଁ କହେ, “ମୁଁ କ୍ଷୀଣ ହେଉଅଛି।
    ମୁଁ ସନ୍ତାପର ପାତ୍ର
ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଛନ୍ତି।
    ସେମାନେ ଭୟଙ୍କର ବିଶ୍ୱାସଘାତକତା କରିଛନ୍ତି।”

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:1-12

ପରମେଶ୍ୱରଙ୍କୁ ପ୍ରସନ୍ନ କରୁଥିବା ଜୀବନ

ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମୋର କେତେକ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ୱରଙ୍କୁ ପ୍ରସନ୍ନ କରି ପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭେମାନେ ସେହିଭଳି ଜୀବନଯାପନ କରୁଛ। ପ୍ରଭୁ ଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସେହିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ୟ କରୁଛୁ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କୁ କ’ଣ କରିବା ପାଇଁ କହିଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ମାଧ୍ୟମରେ ଆମ୍ଭେ ତୁମ୍ଭମାନଙ୍କୁ ସେହି କଥାଗୁଡ଼ିକ କହିଛୁ। ପରମେଶ୍ୱର ଇଚ୍ଛା କରନ୍ତି ଯେ, ତୁମ୍ଭେମାନେ ପବିତ୍ର ହୁଅ। ସେ ଗ୍ଭହାନ୍ତି ଯେ, ତୁମ୍ଭେମାନେ ଯୌନଗତ ପାପଗୁଡ଼ିକରୁ ଦୂରରେ ରୁହ। “ପରମେଶ୍ୱର ଗ୍ଭହାନ୍ତି ଯେ, ତୁମ୍ଭେମାନେ ପ୍ରତ୍ୟେକ ନିଜ ଶରୀରକୁ ସଂଯମ କରିବାକୁ ଶିଖ। ତୁମ୍ଭେମାନେ ନିଜ ଶରୀରକୁ ଏପରି ବ୍ୟବହାର କର ଯେ, ତାହା ପବିତ୍ର ହେବ ଓ ପରମେଶ୍ୱରଙ୍କୁ ଗୌରବ ଦେବ। ତୁମ୍ଭମାନଙ୍କ ଶରୀରକୁ କାମାସକ୍ତର ବଶବର୍ତ୍ତୀ ହେବାକୁ ଦିଅ ନାହିଁ। [a] ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ, ସେମାନେ ନିଜ ଶରୀରର ଏପରି ବ୍ୟବହାର କରନ୍ତି। ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ। ପରମେଶ୍ୱର ଆମ୍ଭକୁ ପବିତ୍ର ହେବା ପାଇଁ ଆହ୍ୱାନ କରିଛନ୍ତି। ଆମ୍ଭେ ପାପରେ ଜୀବନଯାପନ କରିବା ପାଇଁ ସେ ଗ୍ଭହାନ୍ତି ନାହିଁ। ଅତଏବ ଯେଉଁ ଲୋକ ଏହି ଶିକ୍ଷାକୁ ଅବମାନନା କରେ, ସେ ପରମେଶ୍ୱରଙ୍କ ଅବମାନନା କରେ, ମଣିଷକୁ ନୁହେଁ। ପରମେଶ୍ୱର ତାଙ୍କର ପବିତ୍ରଆତ୍ମା ତୁମ୍ଭମାନଙ୍କୁ ପ୍ରଦାନ କରି ଥା’ନ୍ତି।

ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରେମଭାବ ବିଷୟରେ ତୁମ୍ଭମାନଙ୍କୁ ଲେଖିବାର ଆବଶ୍ୟକତା ନାହିଁ। ପରସ୍ପରକୁ ପ୍ରେମ କରିବା ପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଆଗରୁ ଶିଖାଇଛନ୍ତି। 10 ସମଗ୍ର ମାକିଦନିଆର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭେମାନେ ପ୍ରକୃତରେ ଭଲ ପାଅ। ହେ ଭାଇଭଉଣୀମାନେ ଆମ୍ଭେ ଏବେ, ସେମାନଙ୍କୁ ଅଧିକରୁ ଅଧିକ ଭଲ ପାଇବାକୁ ତୁମ୍ଭମାନଙ୍କୁ ଉତ୍ସାହିତ କରୁଛୁ।

11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ଯ୍ୟର ଯତ୍ନ ନିଅ। ନିଜ ହାତରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ। 12 ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ସେମାନେ ମଧ୍ୟ, ଏପରି କାମ କରିବା ଓ ଜୀବନଯାପନ ଦେଖି ତୁମ୍ଭମାନଙ୍କୁ ସମ୍ମାନ ଦେବେ। ତୁମ୍ଭମାନଙ୍କୁ ମଧ୍ୟ ନିଜ ଆବଶ୍ୟକତାଗୁଡ଼ିକ ପାଇଁ ଅନ୍ୟ ଲୋକମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center