Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 124

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା’ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 54:1-10

ପରମେଶ୍ୱର ଆପଣା ଲୋକଙ୍କୁ ଗୃହକୁ ଆଣନ୍ତି

54 “ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର।
ହେ ଗର୍ଭବେଦନାରହିତ ନାରୀ!
    ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର।

କାରଣ ସଦାପ୍ରଭୁ କୁହନ୍ତି,
    “ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।”

“ତୁମ୍ଭେ ନିଜ ତମ୍ବୁର ବସତି ବଢ଼ାଅ
    ଓ ସେମାନେ ତୁମ୍ଭର ବାସ ସ୍ଥାନର ଯବନିକା ସବୁ ବିସ୍ତାର କରନ୍ତୁ।
    ବ୍ୟୟର ଆଶଙ୍କା କର ନାହିଁ।
ତୁମ୍ଭର ଦଉଡ଼ି ସବୁ ଲମ୍ବାଇ ଦିଅ ଓ କିଳାଗୁଡ଼ିକୁ ସୁଦୃଢ଼ କର।
    କାରଣ ତୁମ୍ଭେ ଦକ୍ଷିଣ ଓ ବାମରେ ବ୍ୟାପି ଯିବ
ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ
    ଏବଂ ଜନଶୂନ୍ୟ ନଗରଗୁଡ଼ିକୁ ନିଜର ବସତି ସ୍ଥାନ କରାଇବେ।
ଭୟ କର ନାହିଁ,
    କାରଣ ତୁମ୍ଭେ ଲଜ୍ଜିତ ହେବ ନାହିଁ;
କିମ୍ବା ବିଷଣ୍ଣମନା ହୁଅ ନାହିଁ;
    କାରଣ ତୁମ୍ଭକୁ ଲଜ୍ଜିତ କରାଯିବ ନାହିଁ।
ତୁମ୍ଭେ ଯୌବନକାଳର ଲଜ୍ଜା ଭୁଲିଯିବ
    ଓ ବିଧବାବସ୍ଥାର ଦୁର୍ନାମ ଆଉ ମନେ କରିବ ନାହିଁ।
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି
    ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।
ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା;
    ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।

“କାରଣ ତୁମ୍ଭ ପରମେଶ୍ୱର କୁହନ୍ତି, ତ୍ୟକ୍ତା
    ଓ ମନୋଦୁଃଖିନୀ ଭାର୍ଯ୍ୟା
କିମ୍ବା ଯୌବନକାଳୀନ ପରିତ୍ୟକ୍ତା ଭାର୍ଯ୍ୟାପରି
    ସଦାପ୍ରଭୁ ତୁମ୍ଭକୁ ଆହ୍ୱାନ କରିଅଛନ୍ତି।”
“ଆମ୍ଭେ ଅଳ୍ପକ୍ଷଣ ପାଇଁ ତୁମ୍ଭକୁ ପରିତ୍ୟାଗ କରିଅଛୁ,
    ମାତ୍ର ମହାକରୁଣାରେ ତୁମ୍ଭକୁ ପୁନର୍ବାର ସଂଗ୍ରହ କରିବା।
ଅତି କ୍ରୋଧରେ ନିମିଷକ ନିମିତ୍ତ ଆମ୍ଭର ମୁଖ ତୁମ୍ଭଠାରୁ ଲୁଗ୍ଭଇଲୁ;
    ମାତ୍ର ଅନନ୍ତକାଳସ୍ଥାୟୀ ଦୟାରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିବା।”
    ତୁମ୍ଭର ମୁକ୍ତିଦାତା ସଦାପ୍ରଭୁ ଏହା କୁହନ୍ତି।

“କାରଣ ଏହା ଆମ୍ଭ ପ୍ରତି ନୋହଙ୍କ ସମୟର ଜଳ ସଦୃଶ ଅଟେ;
    ନୋହଙ୍କ ସମୟର ଜଳ ଆଉ ଯେପରି ପୃଥିବୀକୁ ପ୍ଳାବିତ କରିବ ନାହିଁ ବୋଲି ଆମ୍ଭେ ଶପଥ କରିଅଛୁ,
ସେହିପରି ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ
    କିମ୍ବା ଭର୍ତ୍ସନା କରିବା ନାହିଁ ବୋଲି ଶପଥ କରିଅଛୁ।

10 ସଦାପ୍ରଭୁ ଯେ କି ତୁମ୍ଭ ପ୍ରତି କରୁଣା କରିଅଛନ୍ତି କୁହନ୍ତି:
    “ଯଦିଓ ପର୍ବତଗୁଡ଼ିକ ବିଚଳିତ ହୋଇ ଘୁଞ୍ଚିଯିବେ;
ଉପପର୍ବତଗୁଡ଼ିକ ଟଳି ପଡ଼ିବେ,
    ତଥାପି ଆମ୍ଭର ଦୟା ତୁମ୍ଭଠାରୁ ଦୂରେଇ ଯିବ ନାହିଁ
କିମ୍ବା ଆମ୍ଭର ଶାନ୍ତିର ବ୍ୟବସ୍ଥା ଟଳିବ ନାହିଁ।”

ମାଥିଉ ଲିଖିତ ସୁସମାଗ୍ଭର 24:23-35

23 “ସେହି ସମୟରେ କେତେକ ଲୋକ ତୁମ୍ଭକୁ କହିପାରନ୍ତି ‘ଦେଖ, ଖ୍ରୀଷ୍ଟ ଏଠାରେ ଅଛନ୍ତି’ କି ‘ଖ୍ରୀଷ୍ଟ ସେଠାରେ ଅଛନ୍ତି।’ କିନ୍ତୁ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 24 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ। 25 ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚେତାବନୀ ଦେଉଛି।

26 “କିଛି ଲୋକେ ତୁମ୍ଭକୁ କହି ପାରନ୍ତି: ‘ଦେଖ, ଖ୍ରୀଷ୍ଟ ଜନବିହୀନ ମରୁଭୂମି ଅଞ୍ଚଳରେ ଅଛନ୍ତି!’ କିନ୍ତୁ ତୁମ୍ଭେ ଖ୍ରୀଷ୍ଟଙ୍କୁ ଖୋଜିବା ପାଇଁ ଜନବିହୀନ ମରୁଭୂମି ଅଞ୍ଚଳକୁ ଯିବ ନାହିଁ। ବା ସେମାନେ ତୁମ୍ଭକୁ କହି ପାରନ୍ତି: ‘ଖ୍ରୀଷ୍ଟ ସେହି କୋଠରୀରେ ଅଛନ୍ତି।’ କିନ୍ତୁ ତୁମ୍ଭେ ସେମାନଙ୍କୁ ବିଶ୍ୱାସ କରିବ ନାହିଁ। 27 ଆକାଶରେ ବିଜୁଳି ମାରିଲେ ପୂର୍ବରୁ ଆରମ୍ଭ ହୋଇ ପଶ୍ଚିମ ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଏ ଓ ଯେପରି ସମସ୍ତେ ତାହା ଦେଖି ପାରନ୍ତି ଠିକ୍ ସେହିଭଳି ମନୁଷ୍ୟପୁତ୍ରଙ୍କ ଆସିବା ସମୟରେ ସମସ୍ତେ ଦେଖି ପାରିବେ। 28 ଯେଉଁ ସ୍ଥାନରେ ତୁମ୍ଭେ ଶାଗୁଣାମାନଙ୍କୁ ଏକାଠି ହୋଇଥିବାର ଦେଖ, ତୁମ୍ଭେ ସହଜରେ ଜାଣିପାର ଯେ ସେହି ସ୍ଥାନରେ ଗୋଟିଏ ମଲା ଜୀବ ପଡ଼ିଛି। ଠିକ୍ ସେହିଭଳି ମୋର ଆସିବା ଦିନ ଏହି ପ୍ରକାର ହେବ।

29 “ସେହି ଦିନଗୁଡ଼ିକର ବିପଦ ପଡ଼ିବା ପରେ ପରେ ଏହି ଘଟଣାମାନ ଘଟିବ:

‘ସୂର୍ଯ୍ୟ ଅନ୍ଧକାରମୟ ହେବ,
    ଚନ୍ଦ୍ର ଆଲୋକ ଦେବ ନାହିଁ।
ତାରାମାନେ ଆକାଶରୁ ଖସି ପଡ଼ିବେ,
    ଆକାଶର ସମସ୍ତ ଶକ୍ତିଗୁଡ଼ିକ ପରିବର୍ତ୍ତିତ ହୋଇଯିବେ।’ (A)

30 “ସେତିକିବେଳେ ମନୁଷ୍ୟପୁତ୍ରଙ୍କ ଆସିବା ସଙ୍କେତ ଆକାଶରେ ଦେଖାଦେବ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକାଶରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ୟପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ। 31 ନିଜର ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ସର୍ବତ୍ର ପଠାଇବା ପାଇଁ ମନୁଷ୍ୟପୁତ୍ର ମହା ତୂରୀ ଧ୍ୱନି ସହିତ ଆସିବେ। ସେହି ସ୍ୱର୍ଗଦୂତମାନେ ମର୍ତ୍ତ୍ୟର ଗୋଟିଏ ଭାଗରୁ ଆଉ ଗୋଟିଏ ଭାଗ ପର୍ଯ୍ୟନ୍ତ ବୁଲି, ଗ୍ଭରିଆଡ଼ୁ ତାହାଙ୍କର ମନୋନୀତ ଲୋକଙ୍କୁ ଏକାଠି କରିବେ।

32 “ଡିମିରିଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତେବେଳେ ଡିମିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତେବେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିଯିବ। 33 ଠିକ୍ ସେହିଭଳି ମୁଁ କହିଥିବା କଥାଗୁଡ଼ିକ ଯେତେବେଳେ ଘଟିବାର ତୁମ୍ଭେ ଦେଖିବ, ତୁମ୍ଭେ ଜାଣିବ ଯେ ଖ୍ରୀଷ୍ଟଙ୍କ ଆସିବା ସମୟ ନିକଟ ହେଲାଣି। 34 ମୁଁ ତୁମ୍ଭକୁ ସତ୍ୟ କହୁଛି। ବର୍ତ୍ତମାନର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 35 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋର ବାକ୍ୟ କେବେ ଅନ୍ୟଥା ହେବ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center