Revised Common Lectionary (Semicontinuous)
ଦାଉଦ ମନ୍ଦିର ଯିବା ସମୟରେ ଗୀତ।
122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
“ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
2 ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
3 ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
5 ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।
6 ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
“ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
7 ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”
8 ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
9 ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
15 “ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ୱାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ୟ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛ। ହେ ପ୍ରଭୁ, ଆମ୍ଭେମାନେ ପାପ କରିଅଛୁ ଓ ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। 16 ହେ ସଦାପ୍ରଭୁ, ବିନୟ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁଯାୟୀ ତୁମ୍ଭର ନଗର ଯିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କ୍ରୋଧ ନ୍ୟାୟୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭେମାନେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।
17 “ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକାରେ ଦେଖ। ତୁମ୍ଭର ନିଜର ଖ୍ୟାତି ପାଇଁ ଏହା କର। 18 ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ। ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମରେ ଖ୍ୟାତି ଏହି ନଗର ଅବସ୍ଥା ଦେଖ। ଆମ୍ଭେମାନେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବେଦନ କରୁଅଛୁ। 19 ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ, କ୍ଷମା କର, ହେ ପରମେଶ୍ୱର, ଅବଧାନ ପୂର୍ବକ କର୍ମ କର। ବିଳମ୍ବ କର ନାହିଁ, ହେ ମୋର ପରମେଶ୍ୱର ନିଜର ନାମ ସକାଶେ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।”
ପରମେଶ୍ୱରଙ୍କଠାରେ ସମର୍ପିତ ହୁଅ
4 ତୁମ୍ଭେ କ’ଣ ଜାଣିଛ କି ତୁମ୍ଭମାନଙ୍କ ଭିତରେ ଝଗଡ଼ା ଓ ଯୁକ୍ତିତର୍କ କାହିଁକି ହୁଏ? ତୁମ୍ଭର ଝଗଡ଼ା ଓ ଯୁକ୍ତିତର୍କ ସ୍ୱାର୍ଥପର ଇଚ୍ଛାରୁ ଆସେ ଓ ତୁମ୍ଭ ମଧ୍ୟରେ ବିବାଦ ସୃଷ୍ଟି କରିଥାଏ? 2 ତୁମ୍ଭେମାନେ ଅନେକ ବିଷୟ ଇଚ୍ଛା କର, କିନ୍ତୁ ପାଅ ନାହିଁ। ତେଣୁ ତୁମ୍ଭେ ଅନ୍ୟ ଲୋକମାନଙ୍କ ପ୍ରତି ଈର୍ଷାନ୍ୱିତ ହୋଇ ସେମାନଙ୍କୁ ହତ୍ୟା କରିଥାଅ। ତଥାପି ତୁମ୍ଭେ ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ପାଇ ପାର ନାହିଁ। ସେଥିପାଇଁ ତୁମ୍ଭେ ତର୍କବିତର୍କ କରିଥାଅ ଓ ବିବାଦ କରିଥାଅ। ଯେହେତୁ ତୁମ୍ଭେ ପରମେଶ୍ୱରଙ୍କୁ ତୁମ୍ଭର ଦରକାରୀ ବିଷୟ ଗୁଡ଼ିକ ମାଗି ନ ଥାଅ, ତେଣୁ ତୁମ୍ଭେମାନେ ସେଗୁଡ଼ିକ ପାଇ ନ ଥାଅ। 3 ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।
4 ଏହା ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ନିକଟରେ ବିଶ୍ୱସ୍ତ ନୁହଁ। ତୁମ୍ଭେ ଜାଣି ରଖିବା ଉଚିତ୍ ଯେ, ଜଗତକୁ ଭଲ ପାଇବା ଓ ପରମେଶ୍ୱରଙ୍କୁ ଘୃଣା କରିବା ବିଷୟ ସମାନ। ଅତଏବ ଯଦି କେହି ଏହି ସଂସାରର ଅଂଶୀ ହେବା ପାଇଁ ଇଚ୍ଛା କରେ, ତେବେ ସେ ନିଜକୁ ପରମେଶ୍ୱରଙ୍କୁ ଶତ୍ରୁ କରି ପକାଏ। 5 ତୁମ୍ଭେ କ’ଣ ଭାବୁଛ କି ଶାସ୍ତ୍ରର ଅର୍ଥ କିଛି ନାହିଁ? ଶାସ୍ତ୍ର କୁହେ: “ପରମେଶ୍ୱର ଆମ୍ଭ ମଧ୍ୟରେ ବାସ କରିବା ପାଇଁ ଯେଉଁ ଆତ୍ମାଙ୍କୁ ଦେଇଛନ୍ତି, ସେ ଆମ୍ଭକୁ ସମ୍ପୂର୍ଣ୍ଣ ରୂପେ ଅଧିକାର କରିବା ନିମନ୍ତେ ଗ୍ଭହାନ୍ତି।” [a] 6 କିନ୍ତୁ ପରମେଶ୍ୱର ଆମ୍ଭକୁ ଦେଇଥିବା ଅନୁଗ୍ରହ ଅତି ମହାନ ଅଟେ। ଯେପରି ଶାସ୍ତ୍ର କୁହେ: “ପରମେଶ୍ୱର ଅହଂକାରୀ ଲୋକମାନଙ୍କର ବିରୋଧୀ, କିନ୍ତୁ ସେ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।” [b]
7 ଅତଏବ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପିତ କର। ଶୟତାନକୁ ବାଧା ଦିଅ, ତା’ହେଲେ ସେ ତୁମ୍ଭଠାରୁ ଦୂରେଇ ଯିବ। 8 ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। 9 ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।
2010 by World Bible Translation Center