Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 12

ପରମେଶ୍ୱରଙ୍କ ପ୍ରତି ପ୍ରଶଂସା ଗାନ

12 ସେହି ସମୟରେ ତୁମ୍ଭେ କହିବ,
ହେ ସଦାପ୍ରଭୋ, “ମୁଁ ତୁମ୍ଭର ପ୍ରଶଂସା କରୁଛି।
    ତୁମ୍ଭେ ଆମ୍ଭ ଉପରେ କ୍ରୋଧାନ୍ୱିତ ଥିଲ,
ମାତ୍ର ବର୍ତ୍ତମାନ ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି,
    ତୁମ୍ଭେ ତୁମ୍ଭର ପ୍ରେମ ଆମ୍ଭକୁ ଦେଖାଇଅଛ।
ପରମେଶ୍ୱର ମୋର ତ୍ରାଣକର୍ତ୍ତା।
    ମୁଁ ତାଙ୍କୁ ବିଶ୍ୱାସ କରେ।
କିନ୍ତୁ ତାଙ୍କୁ ଭୟ କରେ ନାହିଁ।
    କାରଣ ସେ ମୋତେ ରକ୍ଷା କରନ୍ତି।
ଯିହୋବାଃ ସଦାପ୍ରଭୁ ମୋର ବଳ ଓ ତ୍ରାଣକର୍ତ୍ତା।
    ତେଣୁ ତାଙ୍କର ପ୍ରଶଂସା ଗାନ କରିବି।”

ପରିତ୍ରାଣ ରୂପକ କୂପରୁ ତୁମ୍ଭେମାନେ ଜଳ କାଢ଼ିବ।
    ତାହାହେଲେ ତୁମ୍ଭେମାନେ ସୁଖୀ ହେବ।
ତା’ପରେ ତୁମ୍ଭେ କହିବ, “ସଦାପ୍ରଭୁଙ୍କର ପ୍ରଶଂସା କର।
    ତାହାଙ୍କ ନାମରେ ପ୍ରାର୍ଥନା କର।
ସେ ଯେଉଁ ମହାନ କାର୍ଯ୍ୟ କରିଛନ୍ତି,
    ସେଥିପାଇଁ ସମସ୍ତ ଗୋଷ୍ଠୀ ଆଗରେ ତାଙ୍କର ପ୍ରଶଂସା କର।”
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର।
    କାରଣ ସେ ମହିମାଯୁକ୍ତ କାର୍ଯ୍ୟ କରିଛନ୍ତି।
ତାହାଙ୍କର ସମଗ୍ର ପୃଥିବୀରେ ମହିମା ବ୍ୟାପ୍ତ ହେଉ।
    ସମଗ୍ର ମାନବ ସମାଜ ଏହା ଜାଣନ୍ତୁ।
ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର।
    ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି,
    ତେଣୁ ଆନନ୍ଦ କର।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 59:15-21

15 ତେଣୁ ସତ୍ୟତାର ଅଭାବ ହୋଇଅଛି
    ଓ ଯେ ଦୁଷ୍କର୍ମ ତ୍ୟାଗ କରେ ସେ ଲୁଣ୍ଠିତ ହୁଏ।

ପୁଣି ସଦାପ୍ରଭୁ ଏହା ଦେଖିଲେ
    ଓ ନ୍ୟାୟବିଗ୍ଭର ନ ଥିବାରୁ ଅସନ୍ତୁଷ୍ଟ ହେଲେ।
16 ସଦାପ୍ରଭୁ ଦେଖିଲେ କୌଣସି ପୁରୁଷ ବର୍ତ୍ତମାନ ନାହିଁ।
    ପୁଣି ମଧ୍ୟସ୍ଥ କେହି ନାହିଁ ବୋଲି ଚମତ୍କୃତ ହେଲେ।
ତେଣୁ ତାଙ୍କର ନିଜ ବାହୁ ତାହାଙ୍କ ନିମନ୍ତେ ପରିତ୍ରାଣ ସାଧନ କଲା
    ଓ ତାଙ୍କର ଧାର୍ମିକତା ହିଁ ତାଙ୍କୁ ରକ୍ଷା କଲା।
17 ପୁଣି ସଦାପ୍ରଭୁ ଧାର୍ମିକତାର ସାଞ୍ଜୁ ବୁକୁରେ,
    ପରିତ୍ରାଣରୂପକ ଟୋପି ମସ୍ତକରେ,
ପ୍ରତିଶୋଧରୂପକ ବସ୍ତ୍ର
    ଓ ଉ‌ଦ୍‌ଯୋଗରୂପକ ବସ୍ତ୍ର ଉତ୍ତରୀୟ ରୂପେ ପରିଧାନ କଲେ।
18 ସେ ପାପ କର୍ମର ପରିମାଣ ଅନୁସାରେ
    ସେମାନଙ୍କ ପ୍ରତି ଭୟଙ୍କର ହିଂସ୍ର ହେବେ।
ଏବଂ ନିଜର ଶତ୍ରୁମାନଙ୍କୁ ଏକ ଶିକ୍ଷା ଦେବେ।
    ଆଉ ମଧ୍ୟ ଦ୍ୱୀପ ସମୂହକୁ ପ୍ରତିଫଳ ଦାନ କରିବେ।
19 ତେଣୁ ପଶ୍ଚିମ ଦିଗର ଲୋକମାନେ ସଦାପ୍ରଭୁଙ୍କ ନାମକୁ
    ଓ ପୂର୍ବଦିଗର ଲୋକମାନେ ସଦାପ୍ରଭୁଙ୍କର ମହିମାକୁ ଭୟ କରିବେ।
କାରଣ ସଦାପ୍ରଭୁଙ୍କ ନିଃଶ୍ୱାସରେ ଗ୍ଭଳିତ
    ପ୍ରବଳ ସ୍ରୋତପରି ସେ ମାଡ଼ି ଆସିବେ।
20 ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ
    ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।

21 ନିଜ ବିଷୟରେ ସଦାପ୍ରଭୁ କୁହନ୍ତି, “ସେମାନଙ୍କ ସହିତ ଆମ୍ଭର ଚୁକ୍ତି ହେଉଛି, ଆମ୍ଭର ଯେଉଁ ଆତ୍ମା ତୁମ୍ଭ ଉପରେ ଅଧିଷ୍ଠାନ କରନ୍ତି ଓ ଆମ୍ଭେ ଯେଉଁ ବାକ୍ୟସବୁ ତୁମ୍ଭ ମୁଖରେ ରଖିଛୁ, ତାହା ତୁମ୍ଭ ମୁଖରୁ ଓ ତୁମ୍ଭ ବଂଶ ମୁଖରୁ ଓ ତୁମ୍ଭର ବଂଶୋଦ୍ଭବ ବଂଶର ମୁଖରୁ ଅଦ୍ୟାବଧି ଅନନ୍ତକାଳ ପର୍ଯ୍ୟନ୍ତ ଦୂର କରାଯିବ ନାହିଁ।”

ଲୂକ ଲିଖିତ ସୁସମାଗ୍ଭର 17:20-37

ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭ ନିଜ ଭିତରେ ଅଛି(A)

20 କେତେକ ଫାରୂଶୀ ଯୀଶୁଙ୍କୁ ପଗ୍ଭରିଲେ, “ପରମେଶ୍ୱରଙ୍କ ରାଜ୍ୟ କେବେ ଆସିବ?”

ଯୀଶୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ରାଜ୍ୟ ଆସୁଛି। କିନ୍ତୁ ଯେଉଁଭଳି ଭାବରେ ଆସିବ, ତାହାକୁ ତୁମ୍ଭେମାନେ ଆଖିରେ ଦେଖି ପାରିବ ନାହିଁ। 21 ଲୋକମାନେ କହିବେ ନାହିଁ ଯେ, ‘ହେଇ ଦେଖ, ପରମେଶ୍ୱରଙ୍କ ରାଜ୍ୟ ଏଠାରେ ଅଛି କିମ୍ବା ସେଠାରେ ଅଛି। ନା, ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିଜ ଭିତରେ ଅଛି।’”

22 ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଦିନ ଆସିବ, ଯେତେବେଳେ ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ଦିନ ଗୁଡ଼ିକ ମାନଙ୍କ ଭିତରୁ ଦିନଟିଏ ଦେଖିବାକୁ ବହୂତ ଇଚ୍ଛା କରିବ। କିନ୍ତୁ ତୁମ୍ଭେମାନେ ତାହା ଦେଖି ପାରିବ ନାହିଁ। 23 ଲୋକମାନେ ତୁମ୍ଭମାନଙ୍କୁ କହିବେ, ‘ଦେଖ ତାହା ସେଠାରେ!’ ‘ଦେଖ, ତାହା ଏଠାରେ! କିନ୍ତୁ ତୁମ୍ଭେମାନେ ଯେଉଁଠି ଅଛ ସେହିଠାରେ ରୁହ। ବାହାରକୁ ଯାଇ ଖୋଜ ନାହିଁ। 24 “ମନୁଷ୍ୟପୁତ୍ରଙ୍କର ଫେରି ଆସିବା ସମୟ ତୁମ୍ଭେମାନେ ଜାଣି ପାରିବ। ଯେଉଁ ଦିନ ସେ ଫେରି ଆସିବେ, ସେ ଆକାଶରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ଯ୍ୟନ୍ତ ଉଜ୍ଜ୍ୱଳ ବିଜୁଳି ଝଲକିଲା ଭଳି ଦେଖାଯିବେ। 25 କିନ୍ତୁ ମନୁଷ୍ୟପୁତ୍ର ପ୍ରଥମେ ଅନେକ ଯନ୍ତ୍ରଣା ଭୋଗ କରିବେ ଏବଂ ବର୍ତ୍ତମାନର ଲୋକମାନଙ୍କ ଦ୍ୱାରା ହତ ହେବେ।

26 “ନୋହ ବାସ କରୁଥିବା ସମୟରେ ଯାହା ଘଟିଥିଲା ମନୁଷ୍ୟପୁତ୍ର ଫେରି ଆସିବା ସମୟରେ ସେହି ଏକା କଥା ଘଟିବ। 27 ନୋହଙ୍କ ସମୟରେ, ଏପରିକି ନୋହ ଜାହାଜରେ ବସିବା ସମୟ ପର୍ଯ୍ୟନ୍ତ ଲୋକମାନେ ଖିଆପିଆ କରୁଥିଲେ ଓ ବିବାହ କରୁଥିଲେ। ତା’ପରେ ବନ୍ୟା ମାଡ଼ି ଆସିଲା ଓ ସେ ସମସ୍ତଙ୍କୁ ମାରି ଦେଲା।

28 “ପରମେଶ୍ୱର ଲୋଟଙ୍କ ସମୟରେ ସଦୋମ ନଗର ଧ୍ୱଂସ କଲାବେଳେ ଯାହା ଘଟିଥିଲା, ଏବେ ମଧ୍ୟ ସେହି କଥା ଘଟିବ। ସେହି ଲୋକମାନେ ସେତେବେଳେ ଖିଆପିଆ, କିଣାବିକା କରୁଥିଲେ। ଗଛ ଲଗାଉଥିଲେ ଓ ନିଜ ପାଇଁ ଘର ତୋଳୁଥିଲେ। 29 ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା’ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା। 30 ଯେତେବେଳେ ମନୁଷ୍ୟପୁତ୍ର ଫେରି ଆସିବେ, ସେତେବେଳେ ଠିକ୍ ସେହିଭଳି ଘଟଣା ଘଟିବ।

31 “ସେ ଦିନ ଯଦି କୌଣସି ଲୋକ ତା’ର ଘରର ଛାତ ଉପରେ ଥିବ, ଭିତରକୁ ଯାଇ ଜିନିଷପତ୍ର ଆଣିବାକୁ ତାକୁ ସମୟ ହେବ ନାହିଁ। ଯଦି କୌଣସି ଲୋକ ବିଲରେ ଥିବ, ତେବେ ସେ ଘରକୁ ଫେରି ପାରିବ ନାହିଁ। 32 ଲୋଟଙ୍କ ସ୍ତ୍ରୀଙ୍କର କ’ଣ ହୋଇଥିଲା, ମନେ ପକାଅ।

33 “ଯେଉଁ ଲୋକ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିବ, ସେ ତାହା ହରେଇ ବସିବ। କିନ୍ତୁ ଯେଉଁ ଲୋକ ତା’ ଜୀବନ ପରିତ୍ୟାଗ କରିବ, ସେ ତାହା ରକ୍ଷା କରିବ। 34 ମୁଁ ଫେରି ଆସିବା ସମୟରେ ଗୋଟିଏ କୋଠରିରେ ହୁଏତ ସେହି ରାତିରେ ଦୁଇଜଣ ଲୋକ ଶୋଇଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନିଆ ହେବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। 35 ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକିରେ ଶସ୍ୟ ଦାନା ପେଶୁ ଥାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକୁ ନେଇ ନିଆଯିବ ଓ ଅନ୍ୟ ଜଣକୁ ଛାଡ଼ି ଦିଆଯିବ।” 36 [a]

37 ଶିଷ୍ୟମାନେ ଯୀଶୁଙ୍କୁ ପଗ୍ଭରିଲେ, “ଏ ଘଟଣା କେଉଁଠାରେ ଘଟିବ ପ୍ରଭୁ?”

ଯୀଶୁ ଉତ୍ତର ଦେଲେ, “ଶାଗୁଣାମାନେ ଉଡ଼ିବା ଦ୍ୱାରା ଲୋକମାନେ ଜାଣି ପାରନ୍ତି କୌଣସି ଏକ ଶବ ପଡ଼ିଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center