Revised Common Lectionary (Semicontinuous)
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ।
145 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି।
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି।
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ।
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ।
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ,
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ।
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ।
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି।
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ।
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି,
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି।
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି।
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି।
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି,
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ।
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି!
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍।
ଏହା ମନ୍ଦିର ନିର୍ମାଣର ସମୟ
1 ପାରସ୍ୟ ରାଜା ଦାରିୟାବସଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷର ଛଅମାସର ପ୍ରଥମ ଦିବସରେ ହାଗୟ ପରମେଶ୍ୱରଙ୍କଠାରୁ ଏହି ବାର୍ତ୍ତା ପାଇଲେ। ଏହି ବାର୍ତ୍ତା ଶଲ୍ଟୀୟେଲଙ୍କ ପୁତ୍ର ଯିରୁବ୍ବାବିଲ ଓ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କ ପାଇଁ ଥିଲା। ଯିରୁବ୍ବାବିଲ ଯିହୁଦାର ଦେଶାଧ୍ୟକ୍ଷ ଓ ଯିହୋଶୂୟ ଜଣେ ମହାନ ଯାଜକ ଥିଲେ। ଭବିଷ୍ୟଦ୍ବକ୍ତା ହାଗୟଙ୍କ ଦ୍ୱାରା କୁହାଯାଇଥିବା ବାର୍ତ୍ତା ଏହା ହିଁ ଅଟେ। 2 ସର୍ବଶକ୍ତିମାନ ସଦାପ୍ରଭୁ ଏହା କହନ୍ତି: “ଲୋକେ କହୁଛନ୍ତି ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବାର ଏପର୍ଯ୍ୟନ୍ତ ପ୍ରକୃଷ୍ଟ ସମୟ ହୋଇ ନାହିଁ।”
3 ପୁନର୍ବାର ହାଗୟ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଗ୍ରହଣ କଲେ। ହାଗୟ ବାର୍ତ୍ତାଟି କହିଲେ: 4 “ତୁମ୍ଭେମାନେ ଭାବୁଛ ଯେ ସୁନ୍ଦର ଘରେ ବାସ କରିବାକୁ ଠିକ୍ ସମୟ ଆସିଯାଇଛି। ସୁନ୍ଦର କାନ୍ଥରେ କାଠ ଫଳକ ଲାଗିଥିବା ଘରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥାରେ ଅଛି। 5 ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘କ’ଣ ଘଟୁଛି ଚିନ୍ତା କର। 6 ତୁମ୍ଭେ ବହୁ ମଞ୍ଜି ବୁଣୁଛ କିନ୍ତୁ ଅଳ୍ପ ଶସ୍ୟଅମଳ କରୁଛ। ତୁମ୍ଭର ଖାଇବାକୁ ଖାଦ୍ୟ ଅଛି କିନ୍ତୁ ପେଟ ପୁରିବାକୁ ପ୍ରଚୁର ନାହିଁ। ତୁମ୍ଭର ପାନୀୟ ପାଇଁ ଅଳ୍ପ ଦ୍ରାକ୍ଷାରସ ଅଛି। କିନ୍ତୁ ତାହା ତୁମ୍ଭର ଗ୍ଭହିଦା ପୂରଣ ପାଇଁ ଯଥେଷ୍ଟ ନୁହେଁ। ତୁମ୍ଭର ଯଦିଓ କିଛି ବସ୍ତ୍ର ପିନ୍ଧିବାକୁ ଅଛି ତାହା ତୁମ୍ଭମାନଙ୍କୁ ଉଷୁମ ରଖିବାକୁ ଯଥେଷ୍ଟ ନୁହେଁ। ତୁମ୍ଭେମାନେ ଧନ ଅର୍ଜ୍ଜନ କରୁଛ କିନ୍ତୁ ତାହା କୁଆଡ଼େ ଗ୍ଭଲି ଯାଉଛି ତୁମ୍ଭେ ଜାଣିପାରୁ ନାହଁ, ଯେପରିକି ତୁମ୍ଭ ପକେଟରେ ଥିବା କଣା ବାଟେ ସେସବୁ ଗ୍ଭଲି ଯାଉଛି।’”
7 ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯାହା କରୁଛ, ସେ ବିଷୟରେ ଚିନ୍ତା କର। 8 ପର୍ବତ ଉପରକୁ ଯାଅ ଓ କାଠ ନେଇ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କର। ତା’ପରେ ଆମ୍ଭେ ଏହି ଗୃହ ନିମନ୍ତେ ଆନନ୍ଦିତ ହେବା ଓ ଗୌରବାନ୍ୱିତ ହେବା।” ସଦାପ୍ରଭୁ ଏହା କହିଲେ।
9 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ପ୍ରଚୁର ଶସ୍ୟଅମଳ କରିବାକୁ ଖୋଜୁଛ, କିନ୍ତୁ ଯେତେବେଳେ ଶସ୍ୟ ସଂଗ୍ରହ କରିବାକୁ ଯାଉଛ ସେଠାରେ ଅତି ଅଳ୍ପ ଶସ୍ୟ ଦେଖୁଛ। ତୁମ୍ଭେମାନେ ସେ ଶସ୍ୟ ଘରକୁ ଆଣୁଛ, ତା’ପରେ ଆମ୍ଭେ ପବନକୁ ପଠାଇ ସେ ସମସ୍ତକୁ ଉଡ଼ାଇ ଦେଉଛୁ। ଏହା କାହିଁକି ଘଟୁଛି? କାରଣ ତୁମ୍ଭେ ପ୍ରତ୍ୟେକ ଯେତେବେଳେ ନିଜ ନିଜ ଘରର ଯତ୍ନ ନେବାକୁ ତତ୍ପର ହେଉଛ ସେତେବେଳେ ଆମ୍ଭ ଗୃହ ଧ୍ୱଂସ ହେଉଛି। 10 ସେଥିସକାଶେ ଆକାଶ ବର୍ଷା ଫେରାଇ ନେଉଛି ଓ ପୃଥିବୀ ଆଉ ଶସ୍ୟ ଦେଉ ନାହିଁ।”
11 ସଦାପ୍ରଭୁ କୁହନ୍ତି, “ପର୍ବତ ଓ ପୃଥିବୀ ଶୁଷ୍କ ହେବାକୁ ଆମ୍ଭେ ଆଦେଶ ଦେଲୁ। ଶସ୍ୟ, ସଦ୍ୟ ଦ୍ରାକ୍ଷାରସ, ଅଲିଭ ତେଲ ଏବଂ ପୃଥିବୀ ଉତ୍ପାଦନ କରୁଥିବା ସମସ୍ତ ଜିନିଷ ଶୁଷ୍କ ହୋଇଯିବ। ଏହି ମରୁଡି ମଧ୍ୟ ପ୍ରତ୍ୟେକ ପଶୁ, ମନୁଷ୍ୟ ଓ ତୁମ୍ଭର ଶ୍ରମିକ ଉପରେ ପ୍ରଭାବ ପକାଇବ।”
ସଦାପ୍ରଭୁଙ୍କ ନୂତନ ମନ୍ଦିରରେ କାର୍ଯ୍ୟ ଆରମ୍ଭ ହୁଏ
12 ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ଯିହୋଷାଦକଙ୍କ ପୁତ୍ର ମହାଯାଜକ ଯିହୋଶୂୟଙ୍କୁ କହିବାକୁ ସଦାପ୍ରଭୁ ପରମେଶ୍ୱର ହାଗୟଙ୍କୁ ପ୍ରେରଣ କଲେ। ତେଣୁ ଏହି ଲୋକମାନେ ଓ ଅନ୍ୟସବୁ ଲୋକମାନେ ଭବିଷ୍ୟଦ୍ବକ୍ତା ହାଗୟଙ୍କଠାରୁ ସଦାପ୍ରଭୁ ଦେଇଥିବା ବାର୍ତ୍ତା ଶୁଣିଲେ। ସେମାନେ ସେମାନଙ୍କର ଭୟ ଓ ସମ୍ମାନ ସଦାପ୍ରଭୁ ପରମେଶ୍ୱରଙ୍କୁ ଜଣାଇଲେ।
13 ହାଗୟ ସଦାପ୍ରଭୁ ପରମେଶ୍ୱରଙ୍କ ଜଣେ ଦୂତ ଥିଲେ, ଯାହା ମାଧ୍ୟମରେ ସେ ଏହି ବାର୍ତ୍ତା ଲୋକମାନଙ୍କ ପାଖକୁ ପଠାଇଥିଲେ। “ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।’”
14 ତା’ପରେ ସଦାପ୍ରଭୁ ତାଙ୍କର ନିର୍ମାଣ ବିଷୟରେ ଲୋକମାନଙ୍କୁ ଉତ୍ତେଜିତ କଲେ। ଯିହୁଦାର ଶାସକ ଶଲ୍ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲଙ୍କୁ ଓ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟଙ୍କୁ ମଧ୍ୟ ସଦାପ୍ରଭୁ ଉତ୍ତେଜିତ କଲେ। ତାଙ୍କର ମନ୍ଦିର ନିର୍ମାଣ କରିବା ବିଷୟରେ ସଦାପ୍ରଭୁ ସବୁ ଲୋକଙ୍କୁ ଉତ୍ତେଜିତ କଲେ। ସେମାନେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କାମ ଆରମ୍ଭ କଲେ। 15 ପାରସ୍ୟର ରାଜାଙ୍କର ରାଜତ୍ୱର ଦ୍ୱିତୀୟ ବର୍ଷରେ ଏବଂ ଦାରିୟାବସଙ୍କ ଶାସନର ଛଅମାସ ପୂର୍ତ୍ତିର ଚତୁର୍ବିଂଶ ଦିବସରେ ସେମାନେ କାର୍ଯ୍ୟ ଆରମ୍ଭ କଲେ।
ଯିହୂଦୀ ନେତାମାନେ ଯୀଶୁଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିଲେ(A)
20 ଦିନେ ଯୀଶୁ ମନ୍ଦିର ଭିତରେ ଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ଯୀଶୁ ଲୋକମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ସୁସମାଗ୍ଭର କହୁଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ପ୍ରଶ୍ନ ପଗ୍ଭରିବାକୁ ଆସିଲେ। 2 ସେମାନେ ପଗ୍ଭରିଲେ, “ଆମ୍ଭକୁ କୁହ, କେଉଁ ଅଧିକାର ବଳରେ ତୁମ୍ଭେ ଏସବୁ କାମ କରୁଛ? ତୁମ୍ଭକୁ ଏ ଅଧିକାର କିଏ ଦେଲା?”
3 ଯୀଶୁ ଉତ୍ତର ଦେଲେ, “ମୁଁ ମଧ୍ୟ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଗ୍ଭରିବି। ମୋତେ କୁହ: 4 ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?”
5 ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟରେ କଥାବାର୍ତ୍ତା ହେଲେ। ସେମାନେ ପରସ୍ପର କୁହାକୁହି ହେଲେ, “ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ୱରଙ୍କଠାରୁ ଆସିଥିଲା, ତେବେ ସେ ପଗ୍ଭରିବେ, ‘ତୁମ୍ଭେମାନେ ଯୋହନଙ୍କୁ କାହିଁକି ବିଶ୍ୱାସ କଲ ନାହିଁ?’ 6 କିନ୍ତୁ ଆମ୍ଭେ ଯଦି କହିବା, ‘ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,’ ତେବେ ସବୁ ଲୋକ ଆମ୍ଭ ଉପରକୁ ଟେକା ପଥର ଫିଙ୍ଗି ଆମ୍ଭକୁ ଜୀବନରେ ମାରିଦେବେ। କାରଣ ସେମାନେ ଯୋହନଙ୍କୁ ଭବିଷ୍ୟଦ୍ବକ୍ତା ରୂପେ ବିଶ୍ୱାସ କରନ୍ତି।” 7 ତେଣୁ ସେମାନେ କହିଲେ, “ଆମ୍ଭେ ଜାଣି ନାହୁଁ।”
8 ଯୀଶୁ ସେମାନଙ୍କୁ କହିଲେ, “ମୁଁ ତେବେ ତୁମ୍ଭମାନଙ୍କୁ କହିବି ନାହିଁ ଯେ ମୁଁ କେଉଁ ଅଧିକାରରେ ଏ ସବୁ କାମ କରୁଛି।”
2010 by World Bible Translation Center