Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 142

ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।

142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
    ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
    ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
    କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
    ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।

ମୋର ଚତୁର୍ପାର୍ଶ୍ୱରେ
    କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
    କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
    “ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
    ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
    ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
    ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
    ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
    କାରଣ ତୁମ୍ଭେ ମୋର ଯତ୍ନ ନେଲ।

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 3:1-16

ହବ‌କ୍‌କୂକଙ୍କ ପ୍ରାର୍ଥନା

ଭବିଷ୍ୟ‌ଦ୍‌ବକ୍ତା ହବ‌କ୍‌କୂକଙ୍କର ଶିଗିୟୋନତ୍ ପ୍ରାର୍ଥନା:

ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷୟରେ ଶୁଣିଛି
    ଏବଂ ମୁଁ ପରମେଶ୍ୱରଙ୍କ ଭୟରେ ପରିପୂର୍ଣ୍ଣ ହୋଇଛି।
ହେ ସଦାପ୍ରଭୁ, ଅତୀତରେ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ କରିଛ, ସେଥିରେ ମୁଁ ଆଶ୍ଚର୍ଯ୍ୟାନ୍ୱିତ।
    ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷୟରେ ଅନେକ ବଡ଼ କାର୍ଯ୍ୟ କରିବ।
ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର।
    ତୁମ୍ଭର ସେହି କ୍ରୋଧିତ ଅବସ୍ଥାରେ ଆମ୍ଭ ପ୍ରତି ଦୟା କର।

ପରମେଶ୍ୱର ତୈମନରୁ ଆସୁଛନ୍ତି।
    ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି।

ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ।
    ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
ଆଲୋକରଶ୍ମି ସଦାପ୍ରଭୁଙ୍କ ହସ୍ତରୁ ଆସି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
    ତାଙ୍କର ଶକ୍ତି ସେଠାରେ ଲୁଚିଅଛି।
ରୋଗଗୁଡ଼ିକ ତାଙ୍କ ଆଗେ ଆଗେ ଗ୍ଭଲିଲେ
    ଏବଂ ଧ୍ୱଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।
ସଦାପ୍ରଭୁ ଦଣ୍ଡାୟମାନ ହେଲେ ଓ ପୃଥିବୀର ବିଗ୍ଭର କଲେ।
    ସେ ଦୃଷ୍ଟିଜାତ କରି ଗୋଷ୍ଠୀଗଣଙ୍କୁ
    ଭିନ୍ନଭିନ୍ନ କରି ତଡ଼ି ଦେଲେ।
ଯେଉଁ ପର୍ବତଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ
    ସେଗୁଡ଼ିକ ଧ୍ୱଂସ ହେଲେ।
ପୁରାତନ ପାହାଡ଼ଗୁଡ଼ିକର ମଧ୍ୟ ପତନ ହେଲା।
    କିନ୍ତୁ ପରମେଶ୍ୱର ଅନନ୍ତକାଳସ୍ଥାୟୀ।

ମୁଁ ଦେଖିଲି କୂଶନର ନଗରଗୁଡ଼ିକ ଅସୁବିଧାରେ ଥିଲେ।
    ମିଦିୟନର ଗୃହଗୁଡ଼ିକ ଭୟରେ ଥରିଲେ।
ହେ ସଦାପ୍ରଭୁ, ତୁମ୍ଭେ କ’ଣ ନଦୀ, ଝରଣା,
    ସମୁଦ୍ର ଉପରେ କ୍ରୋଧାନ୍ୱିତ ହୋଇଥିଲ?
ସେଥିପାଇଁ କ’ଣ ତୁମ୍ଭେ ତୁମ୍ଭର ଅଶ୍ୱ
    ଏବଂ ରଥକୁ ଆରୋହଣ କଲ?

ତା’ପରେ ତୁମ୍ଭେ ଧନୁ କାଢ଼ିଲ।
    ଶପଥ ପୂର୍ବକ ତୀରଗୁଡ଼ିକୁ ନିକ୍ଷେପ କଲ।

ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ୱାରା ଭାଗ କଲ।
10     ପର୍ବତଗୁଡ଼ିକ ତୁମ୍ଭକୁ ଦେଖି ଥରିଲେ।
ପ୍ରଚଣ୍ତ ଜଳ ଭୂମିରେ ପ୍ରବାହିତ ହେଲା।
    ସମୁଦ୍ର ଭୟଙ୍କର ଗର୍ଜନ କଲା,
    ଢେଉଗୁଡ଼ିକ ଉପରକୁ ଉଠିଲା।
11 ସୂର୍ଯ୍ୟ ଚନ୍ଦ୍ର ତାଙ୍କର କକ୍ଷରେ ଛିଡ଼ା ହେଲେ।
    ଯେତେବେଳେ ସେମାନେ ତୁମ୍ଭର ବିଦ୍ୟୁ‌ତ୍‌ର ଉଜ୍ଜ୍ୱଳ ଦେଖିଲେ ସେମାନେ ଆଲୋକ ଦେବା ବନ୍ଦ କଲେ।
    ସେହି ବିଦ୍ୟୁତ୍ ପବନରେ ବର୍ଚ୍ଛା ଓ ତୀର ଗତି କଲାପରି କ୍ଷିପ୍ର ଥିଲା।
12 କ୍ରୋଧରେ ତୁମ୍ଭେ ପୃଥିବୀ ଉପରେ ଗ୍ଭଲିଲ
    ଏବଂ ଦେଶଗୁଡ଼ିକୁ ଦଣ୍ତ ଦେଲ।
13 ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ।
    ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ।
ପ୍ରତି ମନ୍ଦ ଗୃହରେ ଥିବା ମୁଖ୍ୟଙ୍କୁ ହତ୍ୟା କଲ।
    ତୁମ୍ଭେ ତାକୁ ଆପାଦମସ୍ତକ
    ଗ୍ଭବୁକରେ ପ୍ରହାର କଲ।

14 ତୁମ୍ଭେ ତା’ର ନିଜ ବର୍ଚ୍ଛାରେ
    ତା’ର ମୁଣ୍ତକୁ ଗଣ୍ତିରୁ ଅଲଗା କଲ।
ସେହି ସୈନ୍ୟମାନେ ଶକ୍ତିଶାଳୀ ଝଡ଼ ଭଳି
    ଆମ୍ଭ ବିରୁଦ୍ଧରେ ଲଢ଼ିବାକୁ ଆସିଥିଲେ।
ଗୋଟିଏ ଗରିବ ଲୋକକୁ
    ଗୋପନରେ ଲୁଣ୍ଠନ କଲାପରି ସେମାନେ କଲେ।
15 କିନ୍ତୁ ତୁମ୍ଭେ ସେହି କାଦୁଅ ଓ ପ୍ରବଳ ଜଳସ୍ରୋତ ମଧ୍ୟଦେଇ
    ଘୋଡ଼ାକୁ ଝପଟାଇ ଦେଲ।
16 ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା।
    ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା।
ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି।
    ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି।
ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି।

ଯିହୂଦାଙ୍କ ପତ୍ର 5-21

ତୁମ୍ଭେ ଆଗରୁ ଜାଣିଥିବା କେତେକ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରିବାକୁ ଗ୍ଭହେଁ। ମନେରଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିଶର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ୱାସୀ ଲୋକମାନଙ୍କୁ ଧ୍ୱଂସ କରିଦେଲେ। ତୁମ୍ଭେ ସେହି ସ୍ୱର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସେମାନେ ତାହାକୁ ରଖିପାରିଲେ ନାହିଁ। ସେମାନେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସେମାନଙ୍କୁ ଅନ୍ଧକାରରେ ରଖିଛନ୍ତି। ସେମାନେ ଅନନ୍ତକାଳୀନ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ସେମାନଙ୍କୁ ମହାବିଗ୍ଭର ଦିନ ପର୍ଯ୍ୟନ୍ତ ରଖିଛନ୍ତି। ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି।

ତୁମ୍ଭମାନଙ୍କ ଦଳରେ ପ୍ରବେଶ କରିଥିବା ଲୋକମାନେ ଠିକ୍ ଏହିପରି। ସେମାନେ ସ୍ୱପ୍ନ ଦ୍ୱାରା ପରିଗ୍ଭଳିତ ହୁଅନ୍ତି। ସେମାନେ ନିଜ ଶରୀରକୁ ପାପ କାର୍ଯ୍ୟରେ ଦୂଷିତ କରନ୍ତି। ସେମାନେ ପରମେଶ୍ୱରଙ୍କର କର୍ତ୍ତୃତ୍ୱକୁ ଅସ୍ୱୀକାର କରନ୍ତି ଓ ଗୌରବମୟ ସ୍ୱର୍ଗଦୂତମାନଙ୍କ ବିରୁଦ୍ଧରେ ବହୁତ ମନ୍ଦ କଥା କହନ୍ତି। ପ୍ରଧାନ ସ୍ୱର୍ଗଦୂତ ମୀଖାୟେଲ ମଧ୍ୟ ଏହା କରି ନ ଥିଲେ। ସେ ମୋଶାଙ୍କ ଶରୀର ନେବା ବିଷୟରେ ଶୟତାନ ସହିତ ଯୁକ୍ତି କରିଥିଲେ। କିନ୍ତୁ ମୀଖାୟେଲ ସମାଲୋଚନାମୂଳକ କଥା କହି ତାହାକୁ ଦୋଷୀ କରିବାକୁ ସାହସ କଲେ ନାହିଁ। କିନ୍ତୁ ସେ କହିଲେ, “ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତୁ।”

10 କିନ୍ତୁ ଏହି ଲୋକମାନେ ଗୋଟିଏ କଥା ନ ବୁଝି, ସେ ବିଷୟରେ ସମାଲୋଚନା କରନ୍ତି। ସେମାନେ ଅଳ୍ପ କିଛି ବୁଝନ୍ତି। କିନ୍ତୁ ସେମାନେ ଚିନ୍ତା ନ କରି ବୁଝନ୍ତି। କେବଳ ମୂକ ପଶୁମାନଙ୍କ ପରି ସ୍ପର୍ଶ କରି ବୁଝନ୍ତି। ଏହି ବିଷୟ ଗୁଡ଼ିକ ହେତୁ ସେମାନେ ବିନଷ୍ଟ ହୁଅନ୍ତି। 11 ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ।

12 ଏମାନେ ତୁମ୍ଭମାନଙ୍କର ପ୍ରେମଭୋଜିର କଳଙ୍କ ପରି। ସେମାନେ ନିର୍ଭୟରେ ତୁମ୍ଭ ସହିତ ଭୋଜନ କରନ୍ତି। ସେମାନେ କେବଳ ନିଜର ଯତ୍ନ ନିଅନ୍ତି। ସେମାନେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ୱାରା ସେମାନେ ଗ୍ଭରିଆଡ଼େ ଉଡ଼ନ୍ତି। ସେମାନେ ହେମନ୍ତ କାଳରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସେମାନଙ୍କର ଦୁଇ ଥର ମୃତ୍ୟୁ ହୁଏ। 13 ସେମାନେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କରେ। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି। ଏହି ଲୋକମାନେ ଆକାଶରେ ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ୟ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।

14 ଆଦମଙ୍କଠାରୁ ପୁରୁଷାନୁକ୍ରମେ ସପ୍ତମ ପୁରୁଷରେ ଜାତ ହନୋକ ଏହି ଲୋକମାନଙ୍କ ବିଷୟରେ ଏହି କଥା କହିଥିଲେ: “ଦେଖ ପ୍ରଭୁ ତାହାଙ୍କର ହଜାର ହଜାର ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ଆସୁଛନ୍ତି। 15 ପ୍ରଭୁ ପ୍ରତ୍ୟେକ ଲୋକଙ୍କର ବିଗ୍ଭର କରିବେ। ସେ ପରମେଶ୍ୱରଙ୍କ ବିରୋଧୀ ପ୍ରତ୍ୟେକ ଲୋକଙ୍କୁ ବିଗ୍ଭର କରିବାକୁ ଓ ଦଣ୍ଡ ଦେବାକୁ ଆସୁଛନ୍ତି। ସେ ପରମେଶ୍ୱରଙ୍କର ବିରୁଦ୍ଧରେ ଦୁଷ୍କର୍ମ କରିଥିବା ପ୍ରତ୍ୟେକ ଲୋକଙ୍କୁ ଦଣ୍ଡ ଦେବେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେହି ପାପୀମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ପରମେଶ୍ୱରଙ୍କ ବିରୁଦ୍ଧରେ ମନ୍ଦକଥା କହିବା ହେତୁ ସେ ସେମାନଙ୍କୁ ଦଣ୍ଡ ଦେବେ।”

16 ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ଓ ସେମାନଙ୍କର ଦୋଷ ବାହାର କରନ୍ତି। ସେମାନେ ସବୁବେଳେ ନିଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରି ଥା’ନ୍ତି। ସେମାନେ ନିଜ ବିଷୟରେ ଅହଙ୍କାର କରି କଥା କୁହନ୍ତି। ସେମାନେ ନିଜ ସ୍ୱାର୍ଥ ହାସଲ କରିବା ପାଇଁ କେବଳ ଅନ୍ୟ ଲୋକମାନଙ୍କ ସପକ୍ଷରେ ଭଲକଥା କୁହନ୍ତି।

ଗୋଟିଏ ସତର୍କବାଣୀ ଏବଂ ବ୍ୟବହାରିକ ବିଷୟ

17 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁସବୁ କଥା କହିଛନ୍ତି, ତାହା ସ୍ମରଣ କର। 18 ପ୍ରେରିତମାନେ ତୁମ୍ଭକୁ କହିଥିଲେ, “ଶେଷ କାଳରେ ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ।” ଏହି ଲୋକମାନେ କେବଳ ନିଜ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି। 19 ଏହି ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି। ସେମାନେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ପବିତ୍ରଆତ୍ମା ନାହାନ୍ତି।

20 କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ନିଜର ପବିତ୍ର ବିଶ୍ୱାସ ଉପରେ ନିଜ ନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। 21 ପରମେଶ୍ୱରଙ୍କର ପ୍ରେମରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center