Revised Common Lectionary (Semicontinuous)
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ’ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
12 “ଧିକ୍ ତୁମ୍ଭମାନଙ୍କୁ, ଯେଉଁମାନେ ଲୋକମାନଙ୍କୁ ମାରି ନଗର ନିର୍ମାଣ କରିଛ ଏବଂ ଦୁଷ୍ଟତାରେ ସହର ପ୍ରତିଷ୍ଠା କରିଛ। 13 ସର୍ବଶକ୍ତିମାନ ସଦାପ୍ରଭୁ ସ୍ଥିର କରିଛନ୍ତି ଯେ ଅଗ୍ନି ସବୁ ଜିନିଷକୁ ପୋଡ଼ିଦେବ ଯାହାସବୁ ଲୋକମାନେ ନିର୍ମାଣ କରିଥିଲେ। ସେମାନଙ୍କର ସେହିସବୁ କାର୍ଯ୍ୟ ନିଷ୍ଫଳ ହେବ। 14 ତା’ପରେ ଲୋକମାନେ ସବୁଆଡ଼େ ସଦାପ୍ରଭୁଙ୍କର ମହିମା ଜାଣିବେ। ସମୁଦ୍ରରେ ଜଳ ବ୍ୟାପିଲା ପରି ଏହି ଖବର ଗ୍ଭରିଆଡ଼େ ବ୍ୟାପିଯିବ। 15 ତୁମ୍ଭକୁ ଧିକ୍, ଯେଉଁମାନେ ପୋଡ଼ୋଶୀମାନଙ୍କୁ ଦ୍ରାକ୍ଷାରସ ପିଆଉଛ, ତାଙ୍କୁ ମାତାଲ କରିବା ପାଇଁ ସେହି ଦ୍ରାକ୍ଷାରସରେ କିଛି ବିଷାକ୍ତ ଉପାଦନ ମିଶାଉଛ, ଯାହା ପାଇଁ ତୁମ୍ଭେ ତାଙ୍କର ଉଲଗ୍ନତା ଦେଖି ପାରିବ।
16 “କିନ୍ତୁ ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତସ୍ଥିତ ପାତ୍ର ତୁମ୍ଭ ଆଡ଼କୁ ଆସିବ। ତୁମ୍ଭେ ସମ୍ମାନ ବଦଳରେ ଅପମାନରେ ପରିପୂର୍ଣ୍ଣ ହେବ।
“ତୁମ୍ଭକୁ ଦ୍ରାକ୍ଷାରସ ପିଆଇ ଦିଆଯିବ ଏବଂ ଉଲଗ୍ନ କରାଯିବ। ତୁମ୍ଭର ସମ୍ମାନ ବଦଳରେ ଅପମାନ ଆସିବ। 17 ତୁମ୍ଭେ ଲିବାନୋନ୍ରେ କରିଥିବା ରକ୍ତପାତ ତୁମ୍ଭକୁ ଆଚ୍ଛନ୍ନ କରିବ। ତୁମ୍ଭେ ସେଠାରୁ ବହୁ ପଶୁ ଗ୍ଭେରି କଲ। ତେଣୁ ସେହି ମୃତବ୍ୟକ୍ତିଙ୍କ ପାଇଁ ଏବଂ ସେହି ଦେଶରେ କରିଥିବା ରକ୍ତପାତ ପାଇଁ ଏବଂ ସେଠାରେ ବାସ କରୁଥିବା ପ୍ରତ୍ୟେକ ପାଇଁ ତୁମ୍ଭେ ଭୟଭୀତ ହେବ।”
ପ୍ରତିମାଗୁଡ଼ିକ ବିଷୟରେ ବାର୍ତ୍ତା
18 ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ। 19 ସେମାନଙ୍କୁ ଧିକ୍, ଯେଉଁ ଲୋକ କାଠକୁ କୁହେ, ଜାଗ୍ରତ ହୁଅ! ମୂକ ପ୍ରସ୍ଥରକୁ କୁହେ “ଉଠ”! ଏହି ଭଣ୍ତ ଦେବତାମାନେ ନିର୍ଦ୍ଦେଶ ଦେଇ ପାରିବେ କି? ସେହି ମୂର୍ତ୍ତି ସୁନା ଓ ରୂପାରେ ଆବୃତ ହୋଇ ପାରିବ, କିନ୍ତୁ ସେ ନିର୍ଜୀବ।
20 ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ।
9 ମୋର ପୂର୍ବ ପତ୍ରରେ ମୁଁ ଲେଖିଥିଲି ଯେ, ତୁମ୍ଭେମାନେ ଯୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ। 10 କିନ୍ତୁ ମୋର କହିବା ଅର୍ଥ ନ ଥିଲା ଯେ, ଜଗତର ପାପୀମାନଙ୍କ ସହିତ ତୁମ୍ଭେମାନେ ସମ୍ପର୍କ କାଟି ଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି, ଯେଉଁମାନେ ସ୍ୱାର୍ଥପର ସେମାନେ ମୂର୍ତ୍ତିପୂଜକ ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ, ଏହି ସଂସାରରୁ ଆମ୍ଭକୁ ବାହାରି ଯିବାକୁ ପଡ଼ିବ। 11 ମୋର ଲେଖିବାର ଅର୍ଥ ଥିଲା, ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି କିଅବା ସ୍ୱାର୍ଥ, ମୂର୍ତ୍ତିପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି। ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ।
12-13 ଯେଉଁମାନେ କୌଣସି ମଣ୍ଡଳୀର ସଭ୍ୟ ନୁହନ୍ତି, ସେମାନଙ୍କ ବିଗ୍ଭର କରିବା ଉଚିତ୍ ନୁହେଁ। ପରମେଶ୍ୱର ସେମାନଙ୍କର ବିଗ୍ଭର କରିବେ। କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ୟ ଅଟନ୍ତି, ତୁମ୍ଭେ ସେମାନଙ୍କର ବିଗ୍ଭର କର। ଶାସ୍ତ୍ର କୁହେ “ତୁମ୍ଭେମାନେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।” [a]
2010 by World Bible Translation Center