Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:137-144

ସାଦେ

137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
    ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
    ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
    କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
    ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
    କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
    ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
    କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
    ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।

ହବ‌କ୍‌କୂକ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 2:5-11

ପରମେଶ୍ୱର କହିଲେ, “ଧନ ଗୋଟିଏ ବଳବାନ୍ ବ୍ୟକ୍ତିକୁ ପ୍ରତାରଣା କରି ପାରିବ। ସେ କେବେ ସଫଳ ହୋଇ ପାରିବ ନାହିଁ। କବର ପରି ସେ ସର୍ବଦା ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରିବ। କିନ୍ତୁ ମୃତ୍ୟୁ ପରି ସେ କେବେ ସନ୍ତୁଷ୍ଟ ହେବ ନାହିଁ। ସେ ଅନ୍ୟସବୁ ଦେଶକୁ ପରାସ୍ତ କରି ଗ୍ଭଲିବ। ସେ ସେହି ଲୋକମାନଙ୍କୁ ବନ୍ଦୀ କରି ଗ୍ଭଲିବ। କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା’ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା’ର ସମ୍ପଦସବୁ ତା’ ଉପରେ ବୋଝ ହେବ।’

ତୁମ୍ଭମାନଙ୍କର ଋଣକର୍ତ୍ତାମାନେ ହଠାତ୍ ତୁମ୍ଭ ବିରୁଦ୍ଧରେ ଛିଡ଼ା ହେବେ। ତା’ପରେ ସେମାନେ ତୁମ୍ଭଠାରୁ ଗ୍ଭେରି କରିବେ। ତୁମ୍ଭେ ଅତି ଭୟଭୀତ ହୋଇ ପଡ଼ିବ। ତୁମ୍ଭେ ବହୁ ଦେଶରୁ ଧନ ଅପହରଣ କରିଛ। ତେଣୁ ସେହି ଲୋକମାନେ ତୁମ୍ଭଠାରୁ ଅଧିକ ନେଇଯିବେ। ତୁମ୍ଭେ ବହୁ ଲୋକଙ୍କୁ ହତ୍ୟା କରିଛ। ବହୁଦେଶ ଓ ନଗର ଧ୍ୱଂସ କରିଛ। ସବୁ ଲୋକଙ୍କୁ ସେଠାରେ ହତ୍ୟା କରିଛ।

ତାକୁ ଧିକ୍, ଯିଏ ଦୋଷ କରି ଧନୀ ହୋଇଛି। ସେ ଗୋଟିଏ ନିରାପଦ ସ୍ଥାନରେ ବାସ କରିବାକୁ ଏହିସବୁ କରେ। ସେ ଭାବେ ଯେ, ସେ କୌଣସି ଅନିଷ୍ଟରୁ ନିଜକୁ ରକ୍ଷା କରି ପାରିବ। 10 “ତୁମ୍ଭେ ବହୁତ ଲୋକଙ୍କୁ ଧ୍ୱଂସ କରିଅଛ। କିନ୍ତୁ ତୁମ୍ଭେ ନିଜ ଘରକୁ ଲଜ୍ଜା ଆଣିଥିଲ। ତୁମ୍ଭେ ନିଜ ଜୀବନ ବିପକ୍ଷରେ ପାପ କରିଅଛ। 11 ତୁମ୍ଭ କାନ୍ଥରେ ଲାଗିଥିବା ପଥର ତୁମ୍ଭ ବିରୁଦ୍ଧରେ କଥା କହିବ। ଏପରିକି ତୁମ୍ଭ ଛାତରେ ଲାଗିଥିବା କାଠର ବର୍ଗାଗୁଡ଼ିକ ତୁମ୍ଭେ ଭୁଲ୍ ବୋଲି ରାଜି ହେବ।

ଯୋହନ ଲିଖିତ ସୁସମାଗ୍ଭର 8:39-47

39 ଯିହୂଦୀମାନେ କହିଲେ, “ଅବ୍ରହାମ ଆମ୍ଭମାନଙ୍କର ପିତା।”

ଯୀଶୁ କହିଲେ, “ଯଦି ତୁମ୍ଭେ ପ୍ରକୃତରେ ଅବ୍ରହାମଙ୍କ ସନ୍ତାନ, ତେବେ ତୁମ୍ଭେମାନେ ଅବ୍ରହାମ କରିଥିବା କାର୍ଯ୍ୟମାନ କରିବ। 40 ମୁଁ ତୁମ୍ଭକୁ ପରମେଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟ କଥା କହୁଛି। କିନ୍ତୁ ତୁମ୍ଭେମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରହାମ କିନ୍ତୁ ସେହିପରି କିଛି କରି ନ ଥିଲେ। 41 ତୁମ୍ଭେ ସବୁ ତୁମ୍ଭର ନିଜ ପିତା କରିଥିବା କାର୍ଯ୍ୟ ଗୁଡ଼ିକ କରୁଛ।”

କିନ୍ତୁ ଯିହୂଦୀମାନେ କହିଲେ, “ଆମ୍ଭେ ସେ ଭଳି ସନ୍ତାନ ନୋହୁଁ, ଯେଉଁମାନେ ତାହାଙ୍କ ପିତାଙ୍କ ପରିଚୟ ଜାଣନ୍ତି ନାହିଁ। ପରମେଶ୍ୱର ଆମ୍ଭର ପରମପିତା। ସେ ଆମ୍ଭର ଏକମାତ୍ର ପରମପିତା।”

42 ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ଯଦି ପରମେଶ୍ୱର ପ୍ରକୃତରେ ତୁମ୍ଭର ପରମପିତା, ତେବେ ତୁମ୍ଭେ ମୋତେ ଭଲ ପାଇବା ଉଚିତ୍। ମୁଁ ପରମେଶ୍ୱରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠାରେ ଅଛି। ମୁଁ ମୋ’ କ୍ଷମତା ଅନୁସାରେ ଆସି ନାହିଁ। ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି। 43 ମୁଁ ଯାହାସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁ ନାହଁ। ଏହାର କାରଣ ହେଲା ତୁମ୍ଭେ ମୋ’ ଉପଦେଶ ଗ୍ରହଣ କରି ପାରୁ ନାହଁ। 44 ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତା’ର ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ୟର ବିରୁଦ୍ଧ। ତା’ ଭିତରେ କୌଣସି ସତ୍ୟତା ନାହିଁ। ସେ ତା’ର ସ୍ୱଭାବରୁ ମିଛୁଆ। ସେ ମିଥ୍ୟାବାଦୀ, ସେ ମିଥ୍ୟାର ଜନ୍ମଦାତା।

45 “ମୁଁ ସତ୍ୟ କହେ। ସେଥିପାଇଁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ। 46 ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣେ ଏ କଥା ପ୍ରମାଣ କରି ପାରିବ ଯେ, ମୁଁ ପାପ ପାଇଁ ଦୋଷୀ? ଯଦି ମୁଁ ସତ୍ୟ କହେ, ତେବେ ମୋତେ କାହିଁକି ବିଶ୍ୱାସ କରୁ ନାହଁ? 47 ଯେଉଁ ଲୋକ ପରମେଶ୍ୱରଙ୍କର, ସେ ପରମେଶ୍ୱର ଯାହା କହନ୍ତି ଗ୍ରହଣ କରେ। କିନ୍ତୁ ତୁମ୍ଭେ ପରମେଶ୍ୱରଙ୍କ କଥା ଗ୍ରହଣ କରୁ ନାହଁ, କାରଣ ତୁମ୍ଭେ ପରମେଶ୍ୱରଙ୍କର ନୁହଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center