Revised Common Lectionary (Semicontinuous)
ସାଦେ
137 ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ।
ଏବଂ ତୁମ୍ଭର ନିୟମ ସବୁ ଧର୍ମମୟ।
138 ତୁମ୍ଭେ ଆପଣା ନିୟମ ଦେଇଅଛ।
ସେଗୁଡ଼ିକ ଧର୍ମମୟ ଓ ଆମ୍ଭେ ତା’ଉପରେ ସମ୍ପୂର୍ଣ୍ଣ ରୂପେ ଭରସା କରି ପାରିବୁ।
139 ମୋର ଦୃଢ଼ ଅନୁଭବ ମୋତେ ଗ୍ରାସ କରିଅଛି।
ମୁଁ ବହୁତ ମାନସିକ ଅଶାନ୍ତିରେ ଅଛି।
କାରଣ ମୋର ଶତ୍ରୁଗଣ ତୁମ୍ଭର ବାକ୍ୟସବୁ ପାଶୋରି ଯାଇଛନ୍ତି।
140 ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହୋଇଅଛି ଏବଂ ବିଶ୍ୱସ୍ତ ବାହାରିଲା,
ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
141 ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଏବଂ ଲୋକମାନେ ମୋତେ ସମ୍ମାନ କରନ୍ତି ନାହିଁ।
କିନ୍ତୁ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଭୁଲି ନାହିଁ।
142 ହେ ସଦାପ୍ରଭୁ, ତୁମ୍ଭର ଧାର୍ମିକତା ଅନନ୍ତକାଳସ୍ଥାୟୀ।
ତୁମ୍ଭର ବ୍ୟବସ୍ଥାସବୁକୁ ଭରସା କରାଯାଇ ପାରିବ।
143 କ୍ଳେଶ ଓ ଯନ୍ତ୍ରଣା ମୋ’ ଉପରେ ଆସିଅଛି।
କିନ୍ତୁ ମୁଁ ତୁମ୍ଭର ଆଜ୍ଞାରେ ଆନନ୍ଦିତ ହୁଏ।
144 ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ୟଗୁଡ଼ିକ ଚିରକାଳ ଉତ୍ତମ।
ତାହା ସବୁ ବୁଝିବାରେ ସହାୟ ହୁଅ, ଯେପରିକି ମୁଁ ବଞ୍ଚିପାରିବି।
ହବକ୍କୂକଙ୍କୁ ପରମେଶ୍ୱରଙ୍କ ଉତ୍ତର
5 ସଦାପ୍ରଭୁ ଉତ୍ତର ଦେଲେ, “ଅନ୍ୟ ଗୋଷ୍ଠୀଗୁଡ଼ିକୁ ଗ୍ଭହଁ। ସେମାନଙ୍କୁ ଲକ୍ଷ୍ୟ କର ଏବଂ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହେବ। ତୁମ୍ଭର ଜୀବନ କାଳ ମଧ୍ୟରେ ଆମ୍ଭେ ଯାହା କରିବା ତାହା ତୁମ୍ଭକୁ ଆଶ୍ଚର୍ଯ୍ୟାନ୍ୱିତ କରିବ। ଯଦି କେହି ତୁମ୍ଭକୁ କହେ, କ’ଣ ହେବାକୁ ଯାଉଥିଲା, ତୁମ୍ଭେ କେବେ ବିଶ୍ୱାସ କରି ନ ଥା’ନ୍ତ। 6 ଆମ୍ଭେ ବାବିଲନୀୟମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀରେ ପରିଣତ କରିବା। ସେହି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର ଯୋଦ୍ଧା। ସେମାନେ ସମଗ୍ର ପୃଥିବୀରେ ମାଡ଼ିଯିବେ। ସେମାନେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡ଼ିକୁ ଅଧିକାର କରିବେ। 7 ବାବିଲୀୟମାନେ ଅନ୍ୟ ଲୋକମାନଙ୍କୁ ଭୟଭୀତ କରାଇବେ। ସେମାନେ ନିଜ ପାଇଁ ଆଇନ୍ ତିଆରି କରିବେ ଏବଂ ନିଜ ପାଇଁ ବ୍ୟବହାର କରିବେ। 8 ସେମାନଙ୍କର ଘୋଡ଼ାଗୁଡ଼ିକ ଚିତାବାଘଠାରୁ ଦ୍ରୁତଗାମୀ ହେବେ ଏବଂ ଗଧିଆଠାରୁ ଦ୍ରୁତଗାମୀ ସମସ୍ଥଳରେ ହେବେ। ସେମାନଙ୍କର ସୈନ୍ୟମାନେ ଘୋଡ଼ା ଚଢ଼ି ବହୁଦୂରରୁ ଆସିବେ। ଗୋଟିଏ ଭୋକିଲା ଚିଲ ପକ୍ଷୀ ଆକାଶରୁ ଶିକାର ଉପରେ ଝାମ୍ପ ମାରିଲା ପରି ସେମାନେ ଦ୍ରୁତ ବେଗରେ ଶତ୍ରୁଙ୍କୁ ଆକ୍ରମଣ କରିବେ। 9 ସେମାନେ କେବଳ ଯୁଦ୍ଧ କରିବାକୁ ଗ୍ଭହାନ୍ତି। ସେମାନଙ୍କର ସୈନ୍ୟମାନେ ବନ୍ଦୀମାନଙ୍କୁ ବାଲିପରି ଆଣିବା ପାଇଁ ସଂକଳ୍ପର ସହିତ ଯାଉଛନ୍ତି।
10 “ବାବିଲ ସୈନ୍ୟମାନେ ଅନ୍ୟ ଦେଶର ରାଜାମାନଙ୍କୁ ଉପହାସ କରିବେ। ବିଦେଶୀ ଶାସକମାନେ ସେମାନଙ୍କ ପାଇଁ ଉପହାସର ପାତ୍ର ହେବେ। ସେମାନେ ସୁଦୃଢ଼ ଉଚ୍ଚ ପ୍ରାଚୀର ବିଶିଷ୍ଟ ନଗରକୁ ଦେଖି ହସିବେ। ସେମାନେ ତ୍ରିଭୁଜାକାର ଚଟାଣ ତିଆରି କରିବେ ଏବଂ ସେହିସବୁ ନଗରକୁ କରାୟତ କରିବେ। 11 ତା’ପରେ ସେମାନେ ପବନ ପରି ଗତିରେ ଯିବେ। ସେମାନେ ଦୋଷୀ ଅଟନ୍ତି ଯେ, ସେମାନେ ତାଙ୍କର ନିଜର ଶକ୍ତିକୁ ପୂଜା କରନ୍ତି।”
ହବକ୍କୂକର ଦ୍ୱିତୀୟ ଅଭିଯୋଗ
12 ତା’ପରେ ହବକ୍କୂକ କହିଲେ, “ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ।
ତୁମ୍ଭେ ଏକମାତ୍ର ପବିତ୍ର ଅଟ, ଯିଏ କେବେ ଅନ୍ତର୍ହିତ କରିବ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ବିଗ୍ଭର କରିବା ପାଇଁ ନିଯୁକ୍ତି କଲ କି?
ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦେବା ପାଇଁ ତୁମ୍ଭେ ସେମାନଙ୍କୁ ପଠାଇଲ କି?
13 ତୁମ୍ଭର ଚକ୍ଷୁଗୁଡ଼ିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖି ପାରିବ ନାହିଁ।
ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ୟ କରି ପାରିବ ନାହିଁ।
ତେଣୁ କିପରି ସେହି ମନ୍ଦ ଲୋକମାନେ ଜୟ କରିବାର ତୁମ୍ଭେ ଦେଖି ପାରିବ?
କାହିଁକି ତୁମ୍ଭେ ପ୍ରତିକ୍ରିୟା କରୁ ନାହଁ, ଯେତେବେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?
14 “ତୁମ୍ଭେ ସମୁଦ୍ରର ମାଛ ସଦୃଶ ଲୋକମାନଙ୍କୁ ତିଆରି କରିଛ
ସେମାନେ ବିନା ନେତାରେ ସମୁଦ୍ରର ଛୋଟ ପ୍ରାଣୀ ସଦୃଶ।
15 ଶତ୍ରୁ ଆଙ୍କୁଡ଼ି ଓ ଜାଲ ସାହାଯ୍ୟରେ ସେମାନଙ୍କୁ ଧରେ।
ସେମାନେ ସେମାନଙ୍କୁ ଜାଲରେ ଧରି
ଖୁସୀ ହୁଅନ୍ତି।
16 ତା’ର ଜାଲ ତାକୁ ଧନୀଲୋକ ପରି ଚଳିବାରେ ସାହାଯ୍ୟ କରେ
ଏବଂ ଉତ୍ତମ ଖାଦ୍ୟ ଯୋଗାଏ।
ତେଣୁ ଶତ୍ରୁ ତା’ର ଜାଲକୁ ପୂଜା କରେ।
ସେ ତା’ର ଜାଲକୁ ସମ୍ମାନ ଦେବାକୁ ବଳିଦାନ ଓ ଧୂପ ଦିଏ।
17 ଏ ନିମନ୍ତେ ସେ କି ଆପଣା ଜାଲ ଖାଲି କରୁଥିବ
ଓ ସେ କ’ଣ ରାଜ୍ୟକୁ ଦୟା ନ ଦେଖାଇ ଧ୍ୱଂସ ସାଧନ କରି ଗ୍ଭଲିଥିବ?
1 ଯୀଶୁ ଖ୍ରୀଷ୍ଟଙ୍କ ସେବକ ଓ ପ୍ରେରିତ, ଶିମିୟୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ୱାସ ଅତି ବହୁମୂଲ୍ୟ, ଏହି ପତ୍ରଟି ଲେଖୁଅଛି।
ଆମ୍ଭର ପରମେଶ୍ୱର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ତୁମ୍ଭେମାନେ ଏହି ବିଶ୍ୱାସ ପାଇଅଛ। ପରମେଶ୍ୱର ଯାହା ଉତ୍ତମ, ତାହା କରନ୍ତି।
2 ଅନୁଗ୍ରହ ଓ ଶାନ୍ତି ପ୍ରଚୁର ଭାବେ ତୁମ୍ଭକୁ ମିଳୁ। ତୁମ୍ଭେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଜାଣିଥିବାରୁ ତୁମ୍ଭେ ଅନୁଗ୍ରହ ଓ ଶାନ୍ତି ପାଇବ।
ପରମେଶ୍ୱର ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି
3 ଯୀଶୁଙ୍କଠାରେ ପରମେଶ୍ୱରଙ୍କ ଶକ୍ତି ଅଛି। ଆମ୍ଭର ଜୀବନଯାପନ ପାଇଁ ଓ ପରମେଶ୍ୱରଙ୍କୁ ସେବା କରିବା ପାଇଁ ଯାହାକିଛି ଦରକାର ସେ ସବୁ ଆପଣା ଶକ୍ତିରେ ଆମ୍ଭକୁ ଦେଇଛନ୍ତି। ଆମ୍ଭେ ତାହାଙ୍କୁ ଜାଣିଛୁ ବୋଲି ଏହାସବୁ ପାଇଛୁ। ଯୀଶୁ ଆପଣା ମହିମା ଓ ଉତ୍ତମତାରେ ଆମ୍ଭମାନଙ୍କୁ ଡାକିଛନ୍ତି। 4 ଯୀଶୁ ନିଜ ମହିମା ଓ ଉତ୍ତମତା ହେତୁ, ପ୍ରତିଜ୍ଞା କରିଥିବା ଅତି ମୂଲ୍ୟବାନ୍ ଓ ମହତ ବିଷୟ ଗୁଡ଼ିକ ଆମ୍ଭକୁ ଦେଇଛନ୍ତି। ସେହି ଦାନଗୁଡ଼ିକ ସାହାଯ୍ୟରେ ତୁମ୍ଭେ ପରମେଶ୍ୱରଙ୍କ ଆଚରଣର ଅଂଶ ହୋଇପାରିବ। ଏହା ଦ୍ୱାରା ଜଗତରେ ଥିବା ମନ୍ଦ ବିଷୟ ଗୁଡ଼ିକ ତୁମ୍ଭକୁ ନଷ୍ଟ କରି ପାରିବ ନାହିଁ।
5 ଯେହେତୁ ଏହି ଆଶୀର୍ବାଦଗୁଡ଼ିକ ତୁମ୍ଭଠାରେ ଅଛି, ତେଣୁ ତୁମ୍ଭେ ନିଜ ଜୀବନରେ ଏଗୁଡ଼ିକ ଅଧିକ ପାଇବା ପାଇଁ ପାରୁପର୍ଯ୍ୟନ୍ତ ପରିଶ୍ରମ କରିବା ଉଚିତ୍। ନିଜ ବିଶ୍ୱାସରେ ଉତ୍ତମ ଗୁଣ, ନିଜ ଉତ୍ତମଗୁଣରେ ଜ୍ଞାନ, 6 ଜ୍ଞାନରେ ଆତ୍ମସଂଯମତା, ଆତ୍ମସଂଯମତାରେ ଧୈର୍ଯ୍ୟ ଓ ଧୈର୍ଯ୍ୟରେ ପରମେଶ୍ୱରଙ୍କ ସେବା, 7 ପରମେଶ୍ୱରଙ୍କ ସେବାରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟାରେ ପ୍ରେମକୁ ଯୋଗ କର। 8 ଯଦି ଏସମସ୍ତ ବିଷୟ ତୁମ୍ଭ ଭିତରେ ଅଛି ଓ ବୃଦ୍ଧି ପାଇ ଗ୍ଭଲିଛି, ତା’ହେଲେ ତୁମ୍ଭେ କେବେ ହେଲେ ଶିଥିଳ ହେବ ନାହିଁ। ସେଗୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ପୂର୍ଣ୍ଣତା ପାଇବା ପାଇଁ କେବେ ହେଲେ ତୁମ୍ଭକୁ ମୂଲ୍ୟହୀନ ହେବାକୁ ଦେବ ନାହିଁ। 9 ଯଦି କୌଣସି ଲୋକଠାରେ ଏଗୁଡ଼ିକ ନାହିଁ, ତା’ହେଲେ ସେ ସ୍ପଷ୍ଟ ଭାବେ ଦେଖି ପାରିବ ନାହିଁ। ସେ ଲୋକ ଅନ୍ଧ। ସେ ପୂର୍ବକୃତ ପାପରୁ କ୍ଷମା ପାଇଅଛି ବୋଲି ଭୁଲିଯାଇଛି।
10 ମୋ’ ଭାଇ ଭଉଣୀମାନେ, ପରମେଶ୍ୱର ତୁମ୍ଭକୁ ଡାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ୱରଙ୍କ ଦ୍ୱାରା ଡକା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ଯ୍ୟ କଲେ ତୁମ୍ଭେ କେବେ ହେଲେ ଝୁଣ୍ଟିବ ନାହିଁ। 11 ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ରାଜ୍ୟରେ ତୁମ୍ଭକୁ ସ୍ୱାଗତ କରାଯିବ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ଅଟେ।
2010 by World Bible Translation Center