Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।
65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହକ୍ଦାର।
ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
2 ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
3 ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
4 କେତେ ଭାଗ୍ୟବାନ୍ ସେମାନେ,
ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
5 ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
6 ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
7 ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
8 ଯେଉଁସବୁ ଅଦ୍ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
9 ତୁମ୍ଭେ ପୃଥିବୀର ଯତ୍ନ ନିଅ।
ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।
ସଦାପ୍ରଭୁଙ୍କ ଆଗମନ ଦିବସ
2 ତୁମ୍ଭେମାନେ ସିୟୋନରେ ତୂରୀ ବଜାଅ।
ଆମ୍ଭର ପବିତ୍ର ପର୍ବତ ଉପରେ ଗୋଟିଏ ବିପଦ ସଙ୍କେତ କରି ପାଟି କର।
ସମଗ୍ର ଦେଶବାସୀ ଭୟରେ କମ୍ପିତ ହେବ।
ସଦାପ୍ରଭୁଙ୍କର ବିଶେଷ ଦିନ ଆସୁଛି।
ସେହି ବିଶେଷ ଦିନଟି ଅତି ସନ୍ନିକଟ।
2 ତାହା ଏକ ଅନ୍ଧାକାର ଓ ତମସାଚ୍ଛନ୍ନ ଦିନ,
ତାହା ନିବିଡ଼ ଅନ୍ଧକାର ଓ ମେଘାଛନ୍ନ ଦିନ ହେବ।
ସୂର୍ଯ୍ୟୋଦୟରେ ପର୍ବତ ଉପରେ ସୈନ୍ୟମାନେ ଘେରି ଯାଇଥିବାର ତୁମ୍ଭେ ଦେଖିବ।
ସେମାନେ ମହାନ ଶକ୍ତିଶାଳୀ ସୈନ୍ୟବାହିନୀ ହେବେ।
ପୂର୍ବରୁ ଏପରି କେବେ ହୋଇ ନାହିଁ,
ଆଉ ମଧ୍ୟ ଏହା ପୁନର୍ବାର କେବେ ହେବ ନାହିଁ।
3 ଜ୍ୱଳନ୍ତ ଅଗ୍ନି ସଦୃଶ ସେହି ସୈନ୍ୟବାହିନୀ ଦେଶକୁ ଧ୍ୱଂସ କରି ଦେବେ।
ସେମାନଙ୍କ ସମ୍ମୁଖରେ ଦେଶ ଏଦନର ବଗିଗ୍ଭ ସଦୃଶ ହେବ।
ପଶ୍ଚାତ୍ ଭାଗରେ ଦେଶଟି ଏକ ଶୂନ୍ୟ ମରୁଭୂମି ସଦୃଶ ହେବ।
ସେମାନଙ୍କଠାରୁ କିଛି ରକ୍ଷା ପାଇବ ନାହିଁ।
4 ସେମାନେ ଅଶ୍ୱ ସଦୃଶ ଦେଖାଯାଆନ୍ତି।
ଯୁଦ୍ଧ ଅଶ୍ୱ ପରି ସେମାନେ ଦୌଡ଼ିବେ।
5 ସେମାନଙ୍କ ଶବ୍ଦ
ପର୍ବତ ଉପରେ ନାଚୁଥିବା ରଥ ପରି,
ନଡ଼ାକୁ ଅଗ୍ନି ଜାଳିଲା ପରି,
ଯୁଦ୍ଧ ପାଇଁ ପ୍ରସ୍ତୁତ
ବଳବାନ୍ ଲୋକ ପରି ହେବ।
6 ଲୋକମାନେ ସେହି ସୈନ୍ୟ ସମ୍ମୁଖରେ ଭୟରେ ଥରିବେ।
ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯିବ।
7 ସେମାନେ ସୈନ୍ୟ ତୁଲ୍ୟ ଦ୍ରୁତଗତିରେ ଦୌଡ଼ନ୍ତି।
ସେମାନେ କାନ୍ଥ ଉପରେ ଚଢ଼ନ୍ତି।
ପ୍ରତ୍ୟେକ ସୈନ୍ୟ ସଦୃଶ ସିଧା ସମ୍ମୁଖରେ ଅଗ୍ରସର ହୁଅନ୍ତି।
ସେମାନେ ନିଜ ପଥରୁ ବିଚ୍ୟୁତ ହୁଅନ୍ତି ନାହିଁ।
8 ସେମାନେ ପରସ୍ପରକୁ ଠେଲନ୍ତି ନାହିଁ।
ପ୍ରତ୍ୟେକ ନିଜ ପଥରେ ଅଗ୍ରସର ହୁଅନ୍ତି।
ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡ଼େ,
ତେବେ ଅନ୍ୟ ଜଣକ ସେହି ପଥରେ ଅଗ୍ରସର ହୁଏ।
9 ସେମାନେ ନଗର ଆଡ଼କୁ ଦୌଡ଼ନ୍ତି।
ସେମାନେ ଦ୍ରୁତଗତିରେ କାନ୍ଥଗୁଡ଼ିକ ଆରୋହଣ କରନ୍ତି।
ଘରଗୁଡ଼ିକରେ ଆରୋହଣ କରନ୍ତି।
ଗ୍ଭେର ପରି ଝରକାବାଟେ ପ୍ରବେଶ କରନ୍ତି।
10 ସେମାନଙ୍କ ସମ୍ମୁଖରେ ପୃଥିବୀ ଓ ଆକାଶ ଥରିଉଠେ।
ସୂର୍ଯ୍ୟ ଚନ୍ଦ୍ର ଅନ୍ଧକାରମୟ ହୁଏ।
ତାରକାଗଣ ନିଜର ତେଜ ହରାନ୍ତି।
11 ସଦାପ୍ରଭୁ ଉଚ୍ଚ ସ୍ୱରରେ ତାଙ୍କର ସୈନ୍ୟବାହିନୀକୁ ଆହ୍ୱାନ କରନ୍ତି।
ତାଙ୍କର ଶିବୀର ଅତି ବିରାଟ।
ସେହି ସୈନ୍ୟଗଣ ତାଙ୍କର ଆଦେଶକୁ ପାଳନ କରନ୍ତି।
ସେମାନେ ଅତି ଶକ୍ତିଶାଳୀ।
ସଦାପ୍ରଭୁଙ୍କର ସେହି ଦିନଟି ଅତି ମହାନ ଓ ଭୟଙ୍କର।
କେହି ତାକୁ ଅଟକାଇ ପାରିବେ ନାହିଁ।
ଶେଷ ଶିକ୍ଷା
10 କିନ୍ତୁ ତୁମ୍ଭେ ସମସ୍ତେ ମୋତେ ଜାଣିଛ। ଏହା ମଧ୍ୟ ଜାଣିଛ ଯେ ମୁଁ କ’ଣ ଶିକ୍ଷା (ଉପଦେଶ) ଦିଏ ଓ କିପରି ରୁହେ। ମୋ’ ଜୀବନର ଉଦ୍ଦେଶ୍ୟ ବିଷୟରେ ମଧ୍ୟ ତୁମ୍ଭେ ଜାଣିଛ। ତୁମ୍ଭେ ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ ବିଷୟରେ ଜାଣିଛ ଓ ଏହା ମଧ୍ୟ ଜାଣିଛ ଯେ ମୁଁ କେବେ ହେଲେ ଚେଷ୍ଟା କରିବାରୁ ବିରତ ହୁଏ ନାହିଁ। 11 ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ। 12 ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସପୂର୍ବକ ଜୀବନ ଅତିବାହିତ କରିବାକୁ ଗ୍ଭହୁଁଥିବା ପ୍ରତ୍ୟେକ ଲୋକ ନିର୍ଯ୍ୟାତିତ ହେବେ। ମନ୍ଦ ଲୋକେ ଓ ଅନ୍ୟମାନଙ୍କୁ ଠକୁଥିବା ଲୋକେ ମନ୍ଦରୁ ମନ୍ଦ ହୋଇଯିବେ। 13 ସେମାନେ ଅନ୍ୟମାନଙ୍କୁ ଭ୍ରାନ୍ତ କରାଇବେ ଓ ନିଜେ ଭ୍ରାନ୍ତ ହେବେ।
14 କିନ୍ତୁ ତୁମ୍ଭେ ଯେଉଁ ଉପଦେଶ ଶିଖିଛ, ସେଗୁଡ଼ିକୁ ପାଳନ କରି ଗ୍ଭଲ। ତୁମ୍ଭେ ଜାଣ ଯେ ସେହି ଶିକ୍ଷାଗୁଡ଼ିକ ସତ୍ୟ। ଯେଉଁମାନେ ସେହି ଶିକ୍ଷାଗୁଡ଼ିକ ପ୍ରଦାନ କଲେ ତାହାଙ୍କୁ ତୁମ୍ଭେ ବିଶ୍ୱାସ କରି ପାରିବ। 15 ପିଲାବେଳୁ ତୁମ୍ଭେ ପବିତ୍ର ଶାସ୍ତ୍ରଗୁଡ଼ିକୁ ଜାଣିଛ। ସେହି ଶାସ୍ତ୍ରଗୁଡ଼ିକ ତୁମ୍ଭକୁ ଜ୍ଞାନୀ କରି ପାରିବ ଓ ସେହି ଜ୍ଞାନ ଖ୍ରୀଷ୍ଟ ଯୀଶୁଙ୍କ ପ୍ରତି ବିଶ୍ୱାସ ମାଧ୍ୟମରେ ମୁକ୍ତି ଆଡ଼କୁ ଆଗେଇନେବ।
2010 by World Bible Translation Center