Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 65

ପ୍ରଧାନ ବାଦ୍ୟକର ନିମନ୍ତେ, ଦାଉଦଙ୍କର ଏକ ପ୍ରଶଂସାର ଗୀତ।

65 ହେ ସିୟୋନର ପରମେଶ୍ୱର, ତୁମ୍ଭେ ପ୍ରଶଂସିତ ହେବାର ହ‌କ୍‌ଦାର।
    ଆମ୍ଭେମାନେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
ଯିଏକି ଆମ୍ଭର ପ୍ରାର୍ଥନା ଶୁଣନ୍ତି,
    ସମସ୍ତ ଲୋକମାନେ ତୁମ୍ଭ ପାଖକୁ ଆସିବେ।
ଯେତେବେଳେ ଆମ୍ଭର ପାପ ଆମ୍ଭ ଉପରେ ଅତ୍ୟଧିକ ହୁଏ ଓ ସହି ହୁଏ ନାହିଁ,
    ସେତେବେଳେ ତୁମ୍ଭେ ହିଁ ଏକ ଯିଏ ଆମ୍ଭର ପାପକୁ କ୍ଷମା କରିବ।
କେତେ ଭାଗ୍ୟବାନ୍ ସେମାନେ,
    ଯେଉଁମାନଙ୍କୁ ତୁମ୍ଭେ ତୁମ୍ଭ ମନ୍ଦିରର ଅଗଣାରେ
ରଖିବା ପାଇଁ ମନୋନୀତ କର।
    ତୁମ୍ଭ ପବିତ୍ର ମନ୍ଦିରରେ ଆମ୍ଭେ ଆଶୀର୍ବାଦର ଗୃହସହ ପରିପୂର୍ଣ୍ଣ ହେଉ।
ହେ ପରମେଶ୍ୱର, ଆମ୍ଭମାନଙ୍କର ରକ୍ଷାକର୍ତ୍ତା,
    ତୁମ୍ଭେ ଆଶ୍ଚର୍ଯ୍ୟ କାର୍ଯ୍ୟ ମାଧ୍ୟମରେ ଉତ୍ତର ଦିଅ
ଓ ଯାହା ଯଥାର୍ଥ ତାହା କର।
    ସମଗ୍ର ବିଶ୍ୱର ଲୋକମାନେ ତୁମ୍ଭଠାରେ ବିଶ୍ୱାସ ରଖନ୍ତି।
ପରମେଶ୍ୱର, ତୁମ୍ଭେ ମହାଶକ୍ତିର ସହ ପର୍ବତ ତିଆରି କରିଅଛ।
    ତୁମ୍ଭେ ଆପଣା ଶକ୍ତିରେ ବସ୍ତ୍ରାବୃତ କରିବ।
ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର।
    ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।
ଯେଉଁସବୁ ଅ‌ଦ୍‌ଭୂତ କାର୍ଯ୍ୟ ତୁମ୍ଭେ କର, ତାହା ଦେଖି ସମଗ୍ର ପୃଥିବୀର ଲୋକମାନେ ଭୟରେ ଛିଡ଼ା ହୋଇଯାଆନ୍ତି।
    ତୁମ୍ଭେ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ ଆନନ୍ଦରେ ଗୀତ ଗାନ କରାଅ।
    ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଆମ୍ଭମାନଙ୍କୁ ଖୁସୀ କରେ।
ତୁମ୍ଭେ ପୃଥିବୀର ଯତ୍ନ ନିଅ।
    ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ।
ହେ ପରମେଶ୍ୱର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର।
    ତୁମ୍ଭେ ଶସ୍ୟକ୍ଷେତ୍ରମାନ ବଢ଼ାଇ ଥାଅ।
10 ତୁମ୍ଭେ କୃଷିକ୍ଷେତ୍ରକୁ ଯଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ।
    ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ।
ତୁମ୍ଭେ ପୃଥିବୀର ମାଟିକୁ ନରମ କର।
    ତୁମ୍ଭେ ପୃଥିବୀରେ ଶସ୍ୟକ୍ଷେତ୍ରକୁ ବୃଦ୍ଧି କରାଅ।
11 ତୁମ୍ଭେ ପ୍ରତ୍ୟେକ ନୂତନ ବର୍ଷରେ ଉତ୍ତମ ଶସ୍ୟଅମଳ କରାଅ।
    ଉତ୍ତମ ଶସ୍ୟରେ ଶଗଡ଼ ଭରିଦିଅ।
12 ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।
13 ଗ୍ଭରଣଭୂମି ସବୁ ମେଷପଲରେ ପୁରି ଉଠନ୍ତି।
    ଉପତ୍ୟକା ସକଳ ଶସ୍ୟରେ ଆଚ୍ଛନ୍ନ ହୁଅନ୍ତି।
    ପ୍ରତ୍ୟେକେ ଆନନ୍ଦରେ ଗୀତ ଗାଆନ୍ତି ଓ ଜୟଧ୍ୱନି କରନ୍ତି।

ଯୋୟେଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1

ପଙ୍ଗପାଳ ଶସ୍ୟର ଧ୍ୱଂସ ସାଧନ କରିବେ

ପଥୂୟେଲଙ୍କ ପୁତ୍ର ଯୋୟେଲ ସଦାପ୍ରଭୁଙ୍କଠାରୁ ଏହି ବାର୍ତ୍ତା ଲାଭ କଲେ।

ହେ ପ୍ରାଚୀନଗଣ, ତୁମ୍ଭେମାନେ ମୋର ଏହି ବାର୍ତ୍ତା ଶୁଣ।
    ହେ ସମସ୍ତ ଦେଶବାସୀ, ମୋର କଥା ପ୍ରତି କର୍ଣ୍ଣପାତ କର।
ତୁମ୍ଭ ସମୟରେ କି ତୁମ୍ଭ ପିତୃପୁରୁଷଙ୍କ ସମୟରେ ଏପରି କିଛି ଘଟିଅଛି?
    ନା, ଏହା ଘଟି ନାହିଁ କି ଘଟି ନ ଥିଲା।
ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ।
    ତୁମ୍ଭର ପିଲାମାନେ ସେମାନଙ୍କର ସନ୍ତାନମାନଙ୍କୁ ଜଣାନ୍ତୁ
    ଓ ତୁମ୍ଭର ନାତିମାନେ ସେମାନଙ୍କର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।
ଯାହା ଶୂକ କୀଟ ଛାଡ଼ିଛନ୍ତି
    ତାକୁ ପଙ୍ଗପାଳ ଖାଇଛନ୍ତି।
ଯାହା ପଙ୍ଗପାଳ ଛାଡ଼ିଛନ୍ତି
    ତାକୁ ପତଙ୍ଗ ଶେଷ କରିଛନ୍ତି
ଏବଂ ଯାହା ପତଙ୍ଗ ଛାଡ଼ିଛନ୍ତି
    ତାକୁ ଘୁର୍ଘୁରିୟା ନଷ୍ଟ କରିଛନ୍ତି।

ପଙ୍ଗପାଳଙ୍କର ପ୍ରବେଶ

ହେ ମଦ୍ୟପିଗଣ, ଉଠ ଓ ରୋଦନ କର।
    ତୁମ୍ଭେ ସମସ୍ତେ ଯେଉଁମାନେ ମଦ୍ୟପାନ କରିଛ, କ୍ରନ୍ଦନ କର।
କାରଣ ତୁମ୍ଭର ସେହି ମଧୁର ଦ୍ରାକ୍ଷାରସ ଶେଷ ହୋଇଛି।
    ତୁମ୍ଭେମାନେ ଆଉ ତା’ର ସ୍ୱାଦ ପାଇବ ନାହିଁ।
ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା।
    ସେମାନଙ୍କର ସଂଖ୍ୟା ଅଗଣିତ ଥିଲା।
ସେମାନଙ୍କର ଦାନ୍ତଗୁଡ଼ିକ ସିଂହର ଦନ୍ତଠାରୁ ତୀ‌‌‌କ୍ଷ୍‌‌‌ଣ ଥିଲା
    ଏବଂ ସେମାନଙ୍କର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ।

ସେମାନେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି,
    ଏହାର ସୁନ୍ଦର ଦ୍ରାକ୍ଷାଗୁଡ଼ିକ ଶୁଖି ନଷ୍ଟ ହୋଇଯାଇଛି।
ସେମାନେ ମୋର ଡିମ୍ବିରି ବୃକ୍ଷର
    ବ‌କ୍‌କଳ ଛଡ଼ାଇ ଫିଙ୍ଗି ଦେଇଛନ୍ତି।

ଲୋକମାନେ ବିଳାପ କରନ୍ତି

ଗୋଟିଏ କୁଆଁରୀକନ୍ୟା ପରି କାନ୍ଦ
    ଏବଂ ଦୁଃଖ କର ଯେପରି ତା’ର ବର ମରିଛି।
ସେ ତା’ର ବିବାହ ପୋଷାକ ଖୋଲି ଦେଉ
    ଏବଂ ଶୋକରେ ଚଟ ବସ୍ତ୍ର ପରିଧାନ କରୁ।
ସଦାପ୍ରଭୁଙ୍କର ଯାଜକ ଓ ପରିଗ୍ଭଳକଗଣ ରୋଦନ କର।
    କାରଣ ସଦାପ୍ରଭୁଙ୍କ ମନ୍ଦିରର ଶସ୍ୟ ନୈବେଦ୍ୟ
    ଓ ପେୟନୈବେଦ୍ୟ ଆଉ ରହିବ ନାହିଁ।
10 ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି,
    ଏପରିକି ଭୂମି ମଧ୍ୟ କାନ୍ଦୁଛି।
    କାରଣ ଶସ୍ୟସବୁ ନଷ୍ଟ ହୋଇଛି
ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି।
    ଅଲିଭ ତେଲ ଶେଷ ହୋଇଯାଇଛି।
11 ହେ କୃଷକଗଣ, ଦୁଃଖ କର।
    ଉଚ୍ଚ ସ୍ୱରରେ କ୍ରନ୍ଦନ କର।
ଦ୍ରାକ୍ଷା କୃଷିକାରୀଗଣ, ତୁମ୍ଭେମାନେ ମଧ୍ୟ ରୋଦନ କର।
    କାରଣ ତୁମ୍ଭର କ୍ଷେତରେ ଗହମ ଓ ବାର୍ଲି ଅମଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।
12 ଦ୍ରାକ୍ଷାଲତାଗୁଡ଼ିକ ଶୁଷ୍କ ହୋଇଛନ୍ତି
    ଓ ଡିମ୍ବିରି ବୃକ୍ଷ ମରି ଯାଇଛି।
ସମସ୍ତ ଡାଳିମ୍ବ, ତାଳ ଓ
    ସେଓ ବୃକ୍ଷଗୁଡ଼ିକ ଶୁଖି ଯାଇଛି।
    ଲୋକମାନଙ୍କର ସମସ୍ତ ସୁଖ ମରିଯାଇଛି।
13 ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର।
    ହେ ଯଜ୍ଞବେଦିର ପରିଗ୍ଭଳକ ଗଣ,
ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର।
    କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।

ପଙ୍ଗପାଳମାନଙ୍କର ଭୟଙ୍କର ବିନାଶ

14 ଲୋକମାନଙ୍କୁ କୁହ ଯେ, ଉପବାସ ପାଇଁ ଗୋଟିଏ ସ୍ୱତନ୍ତ୍ର ସମୟ ହେବ। ସମସ୍ତ ଲୋକଙ୍କୁ ଏକ ସ୍ୱତନ୍ତ୍ର ସଭାକୁ ଆହ୍ୱାନ କର। ପ୍ରାଚୀନ ଲୋକମାନଙ୍କୁ ଓ ନାଗରିକମାନଙ୍କୁ ଏକତ୍ରିତ କର। ସେମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିରକୁ ଆଣି ସାରିଲା ପରେ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ସେମାନଙ୍କୁ କୁହ।

15 ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସେହି ସମୟରେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ନିକଟରୁ ଦଣ୍ତ ପ୍ରଳୟ ତୁଲ୍ୟ ଆସିବ। 16 ଆମ୍ଭମାନଙ୍କର ଖାଦ୍ୟ ଓ ଆନନ୍ଦ ଉଲ୍ଲାସ ପରମେଶ୍ୱରଙ୍କ ମନ୍ଦିରରୁ ଗ୍ଭଲି ଯାଇଛି। 17 ଆମ୍ଭେମାନେ ଯେଉଁ ମଞ୍ଜି ଭୁମିରେ ରୋପଣ କରିଥିଲୁ ସେଗୁଡ଼ିକ ମାଟିରେ ଶୁଖି ମରିଯାଇଛି। ଆମ୍ଭମାନଙ୍କର ରୋପିତ ବୃକ୍ଷ ଶୁଷ୍କ ଓ ମୃତ। ଆମ୍ଭର ଶସ୍ୟ ଅମାର ଶୂନ୍ୟ ଓ ଭଗ୍ନ ପ୍ରାୟ।

18 ପଶୁଗଣ କ୍ଷୁଧାରେ ବିଳାପ କରୁଛନ୍ତି। ଗୋରୁପଲ ଏଣେତେଣେ ବିଚରଣ କରୁଛନ୍ତି, ଘାସ ନ ପାଇ ବ୍ୟାକୁଳ ହେଉଛନ୍ତି। ମେଷପଲ ମଧ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। 19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରି ଦେଇଛି। ସେହି ଅଗ୍ନିଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡ଼ି ଜାଳି ଦେଇଛି। 20 ବନ୍ୟ ପ୍ରାଣୀମାନେ ମଧ୍ୟ ତୁମ୍ଭର ସାହାଯ୍ୟ ଭିକ୍ଷା କରୁଛନ୍ତି। ଝରଣାଗୁଡ଼ିକ ଜଳଶୂନ୍ୟ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:1-9

ଶେଷ ଦିନଗୁଡ଼ିକରେ

ଏହା ମନେରଖ ଯେ ଶେଷ ଦିନଗୁଡ଼ିକରେ ଅନେକ କଷ୍ଟକର ପରିସ୍ଥିତି ଆସିବ। ସେହି ସମୟରେ ଲୋକେ କେବଳ ନିଜ ନିଜକୁ ଓ ଧନକୁ ଭଲ ପାଇବେ। ସେମାନେ ଅହଂକାରୀ ଓ ଉଦ୍ଧତ ହେବେ। ଅନ୍ୟ ଲୋକଙ୍କ ବିରୁଦ୍ଧରେ ନିନ୍ଦାକଥା କହିବେ। ପିତାମାତାଙ୍କୁ ମାନିବେ ନାହିଁ। ସେମାନେ ବିଶ୍ୱାସଘାତକ ହେବେ। ପରମେଶ୍ୱରଙ୍କ ଇଚ୍ଛାନୁଯାୟୀ ଜୀବନଯାପନ କରିବେ ନାହିଁ। ଅନ୍ୟମାନଙ୍କ ଲାଗି ପ୍ରେମଭାବ ରଖିବେ ନାହିଁ। ସେମାନେ ଲୋକମାନଙ୍କୁ କ୍ଷମା ଦେବା ପାଇଁ ମନା କରିବେ ଓ ଅନ୍ୟମାନଙ୍କ ବିଷୟରେ ଖରାପ କଥା କହିବେ। ଆତ୍ମସଂଯମୀ ହେବେ ନାହିଁ। ସେମାନେ କ୍ରୋଧୀ ଓ ହୀନମନା ହେବେ ଓ ଉତ୍ତମ ବିଷୟ ଗୁଡ଼ିକୁ ଘୃଣା କରିବେ। ଶେଷ ଦିନରେ ଲୋକେ ନିଜ ସାଙ୍ଗମାନଙ୍କ ବିରୁଦ୍ଧରେ ଯିବେ। ବିଗ୍ଭର ନ କରି ମୂର୍ଖତାପୂର୍ଣ୍ଣ କାର୍ଯ୍ୟମାନ କରିବେ। ଆତ୍ମବଡ଼ିମା କରିବେ ଓ ଗର୍ବୀ ହେବେ। ଲୋକେ ପରମେଶ୍ୱରଙ୍କୁ ଯେତେ ଭଲ ପାଆନ୍ତି, ତା’ଠାରୁ ଅଧିକ ଆମୋଦ ପ୍ରମୋଦକୁ ଭଲ ପାଇବେ। ସେମାନେ ପରମେଶ୍ୱରଙ୍କ ସେବକ ହେବାର ଛଳନା କରିବେ। କିନ୍ତୁ ତାଙ୍କ ଜୀବନପଦ୍ଧତି ଦ୍ୱାରା ଜଣା ପଡ଼ିବ ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କ ସେବା କରୁ ନାହାନ୍ତି। ତୀମଥି, ତୁମ୍ଭେ ସେହି ଲୋକମାନଙ୍କଠାରୁ ଦୂରରେ ରୁହ।

ଏମାନଙ୍କ ଭିତରୁ କେତେଜଣ ଘରକୁ ଘର ଯାଇ ଦୁର୍ବଳମନା ସ୍ତ୍ରୀମାନଙ୍କୁ ବଶୀଭୂତ କରିବେ। ସେହି ସ୍ତ୍ରୀଲୋକମାନେ ପାପରେ ପୂର୍ଣ୍ଣ। ସମସ୍ତ ପ୍ରକାର ମନ୍ଦ ଇଚ୍ଛା ଦ୍ୱାରା ପରିଗ୍ଭଳିତ ହେଉଥିବା ଯୋଗୁଁ ଏହି ସ୍ତ୍ରୀଲୋକମାନେ ପାପରେ ପଡ଼ନ୍ତି। ସେହି ସ୍ତ୍ରୀମାନେ ନୂତନ ଶିକ୍ଷାଗୁଡ଼ିକୁ ଶିଖିବାକୁ ସର୍ବଦା ଚେଷ୍ଟା କରନ୍ତି, କିନ୍ତୁ ସେମାନେ କେବେ ହେଲେ ସତ୍ୟକୁ ପୂର୍ଣ୍ଣ ଭାବରେ ବୁଝି ପାରନ୍ତି ନାହିଁ। ଯନ୍ନୀସ୍ ଓ ଯମ୍ବ୍ରୀସ୍ କଥା ମନେପକାଅ। ସେମାନେ ମୋଶାଙ୍କୁ ବିରୋଧ କରିଥିଲେ। ସେହିଭଳି ଏହି ଲୋକମାନେ ମଧ୍ୟ ସତ୍ୟର ବିରୋଧ କରନ୍ତି, ସେମାନଙ୍କର ମନ ବିପଥଗାମୀ। ଈଶ୍ୱର ବିଶ୍ୱାସର ଅନୁସରଣ କରିବାରେ ଏମାନେ ବିଫଳ ହୋଇଛନ୍ତି। କିନ୍ତୁ ନିଜ କର୍ମରେ ସେମାନେ ସଫଳକାମ ହେବେ ନାହିଁ। ସମସ୍ତେ ଦେଖିବେ ଯେ ସେମାନଙ୍କର ମୂର୍ଖତା ପ୍ରକାଶିତ ହୋଇଛି। ଯନ୍ନୀସ୍ ଓ ଯମ୍ବ୍ରୀସ୍ ସହିତ ମଧ୍ୟ ଏହା ଘଟିଥିଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center