Revised Common Lectionary (Semicontinuous)
ଏକ ଆରୋହଣ ସଙ୍ଗୀତ।
129 ମୋର ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କଲେ।
ଇସ୍ରାଏଲ, ଏହାକୁ ଆଉଥରେ କୁହ।
2 ମୋ’ ଜୀବନସାରା ବହୁ ଶତ୍ରୁ ମୋତେ ଆକ୍ରମଣ କରିଛନ୍ତି।
କିନ୍ତୁ ସେମାନେ କେବେ ମୋତେ ପରାସ୍ତ କରି ପାରିଲେ ନାହିଁ।
3 ସେମାନେ ମୋ’ ପିଠିରେ ଗଭୀର କ୍ଷତ ହେବା ପର୍ଯ୍ୟନ୍ତ ଆଘାତ କରନ୍ତି।
ମୋର ପିଠି ହଳ କରା ପଡ଼ିଆ ପରି ଜଣାଗଲା।
4 କିନ୍ତୁ ସଦାପ୍ରଭୁ ଯିଏ ଯାହା ଠିକ୍ କରନ୍ତି, ସେହି ରଜ୍ଜୁ କାଟି ପକାଇଲେ
ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
5 ଯେଉଁ ଲୋକମାନେ ସିୟୋନକୁ ଘୃଣା କରନ୍ତି, ସେମାନେ ଲଜ୍ଜିତ ହୁଅନ୍ତୁ।
ସେମାନେ ଅଟକି ଯାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ।
6 ସେମାନେ ଗୃହର ଛାତ ଉପରିସ୍ଥ
ତୃଣତୁଲ୍ୟ ବଢ଼ିବା ପୂର୍ବରୁ ଶୁଖି ଯାଆନ୍ତୁ।
7 ଯେପରି କଟାଳୀ ତା’ର ହେଳାପୂର୍ଣ୍ଣ କରିପାରେ ନାହିଁ।
ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
8 ତାଙ୍କ ବାଟ ଦେଇ ଯାଉଥିବା ଲୋକମାନେ କହନ୍ତି ନାହିଁ,
“ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ!
କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।”
ଯିରୁଶାଲମର ପତନ
39 ଅନନ୍ତର ଯିହୁଦାର ରାଜା ସିଦିକିୟର ରାଜତ୍ୱର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୁଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ। 2 ସିଦିକିୟର ରାଜତ୍ୱର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ଏହି ନଗରର ପ୍ରାଚୀର ଭଙ୍ଗାଗଲା ଓ ଯିରୁଶାଲମକୁ କରଗତ କରାଗଲା। 3 ତା’ପରେ ବାବିଲ ରାଜାର ସମସ୍ତ ଅଧିପତିମାନେ ଯଥା: ନେର୍ଗଲଶରେତ୍ସର, ସମ୍ଗର-ନବୋ, ଶର୍ସଖୀମ, ରବସାରୀସ୍ ଓ ରବମାଗ୍ ପ୍ରଭୃତି ବାବିଲ ରାଜାର ଅବିଶିଷ୍ଟ ଅଧିପତି ସମସ୍ତେ ଆସି ମଧ୍ୟମ ଦ୍ୱାରରେ ବସିଲେ।
4 ତହୁଁ ଯିହୁଦାର ରାଜା ସିଦିକିୟ ଓ ସମସ୍ତ ସୈନ୍ୟଗଣ ସେମାନଙ୍କୁ ଦେଖି ପଳାୟନ କଲେ। ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରି ଗଲେ। ପୁଣି ସେମାନେ ପ୍ରାନ୍ତର ଆଡ଼େ ଗ୍ଭଲିଲେ। 5 ମାତ୍ର କଲ୍ଦୀୟମାନଙ୍କର ସୈନ୍ୟ ସେମାନଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକିୟ ନିକଟରେ ପହଞ୍ଚିଲେ। ସେମାନଙ୍କୁ ଧରି ହମାତ୍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍ନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ୟବସ୍ଥା କଲେ। 6 ବାବିଲ ରାଜା ରିବ୍ଲାରେ ସିଦିକିୟର ସମ୍ମୁଖରେ ସିଦିକିୟର ପୁତ୍ରମାନଙ୍କୁ ବଧ କଲେ। ଆଉ ମଧ୍ୟ ତାଙ୍କର ଅଧିପତିଙ୍କୁ ବଧ କଲେ। 7 ପୁଣି ସେ ସିଦିକିୟର ଚକ୍ଷୁ ଉପାଡ଼ି ତାକୁ ବାବିଲକୁ ନେବାକୁ ପିତ୍ତଳ ଶୃଙ୍ଖଳରେ ବାନ୍ଧିଲେ।
8 କଲ୍ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦଗ୍ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ। 9 ବାବିଲ ରାଜାର ନବୂଷରଦନ୍ ନାମକ ଜଣେ ପ୍ରହରୀବର୍ଗର ସେନାପତି ଯିରୁଶାଲମ ନଗରର ଅବଶିଷ୍ଟ ପଳାତକମାନଙ୍କୁ ଓ ତାଙ୍କ ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା। 10 କିନ୍ତୁ ସେହି ପ୍ରହରୀବର୍ଗରେ ସେନାପତି ନବୂଷରଦନ୍ କେତେକ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିଗଲା, ଆଉ ସେମାନଙ୍କୁ ସେହି ଦିନ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା।
11 ମାତ୍ର ବାବିଲର ରାଜା ନବୂଖଦ୍ନିତ୍ସର ଯିରିମିୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂଷରଦନ୍କୁ ଏହି ଆଜ୍ଞା ଦେଲେ। 12 “ତୁମ୍ଭେ ଯିରିମିୟଙ୍କୁ ଦେଖ ଓ ତାଙ୍କର ଯତ୍ନ ନିଅ। ତାଙ୍କର କୌଣସି କ୍ଷତି କର ନାହିଁ। ସେ ତୁମ୍ଭକୁ ଯାହା ମାଗିବେ, ତାହା ତାଙ୍କୁ ଦିଅ।”
13 ତେଣୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍, ସେନାଧ୍ୟକ୍ଷ ନବୂଶସବନ୍ ଓ ନେର୍ଗଲ-ଶରେତ୍ସର ଓ ବାବିଲର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇ ଯିରିମିୟଙ୍କୁ ଡକାଇଲେ। 14 ସେମାନେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିୟର ହସ୍ତରେ ସମର୍ପଣ କଲେ। ଗଦଲିୟ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧ୍ୟରେ ବାସ କଲେ।
ସଦାପ୍ରଭୁଙ୍କଠାରୁ ଏବଦ୍-ମେଲକଙ୍କ ପ୍ରତି ଏକ ବାର୍ତ୍ତା
15 ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦୀଥିବା ସମୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ତାଙ୍କ ନିକଟରେ ଉପସ୍ଥିତ ହେଲା। 16 “ହେ ଯିରିମିୟ, ତୁମ୍ଭେ ଯାଇ କୁଶୀୟ ଏବଦ୍-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଦେଖ, ଏହି ନଗର ପ୍ରତି ମଙ୍ଗଳ ପାଇଁ ନୁହଁ, ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟସବୁ ସଫଳ କରିବା। ଆଉ ସେସବୁ ତୁମ୍ଭ ସାକ୍ଷାତରେ ସଫଳ ହେବାର ଦେଖିବ।’ 17 ମାତ୍ର ସଦାପ୍ରଭୁ କହନ୍ତି, ‘ସେଦିନ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା। ଆଉ ତୁମ୍ଭେ ଯେଉଁ ଲୋକମାନଙ୍କୁ ଭୟ କରୁଛ, ସେମାନଙ୍କ ହସ୍ତରେ ତୁମ୍ଭେ ସମର୍ପିତ ହେବ ନାହିଁ। 18 ଆଉ ହେ ଏବଦ୍-ମେଲକ, ଆମ୍ଭେ ତୁମ୍ଭକୁ ନିଶ୍ଚୟ ରକ୍ଷା କରିବା। ତୁମ୍ଭେ ଖଡ଼୍ଗରେ ନିହତ ହେବ ନାହିଁ। ମାତ୍ର ତୁମ୍ଭେ ରକ୍ଷା ପାଇବ ଓ ବଞ୍ଚିବ। ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ ରଖିଛ।’” ଏହି ବାକ୍ୟ ସଦାପ୍ରଭୁଙ୍କଠାରୁ ଆସିଥିଲା।
ଧୈର୍ଯ୍ୟବାନ ହୁଅ
7 ଭାଇ ଓ ଭଉଣୀମାନେ, ଧୈର୍ଯ୍ୟ ରଖ, ପ୍ରଭୁ ଯୀଶୁ ଆସିବେ। ସେହି ସମୟ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ। 8 ଗ୍ଭଷୀ ଯେପରି ନିଜ କ୍ଷେତର ମୂଲ୍ୟବାନ ଶସ୍ୟ ବଢ଼ି ଉଠିବାକୁ ଧୈର୍ଯ୍ୟର ସହିତ ଆଶାରଖି, ଆରମ୍ଭ ଓ ଶେଷ ବର୍ଷା ପଡ଼ିବା ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଅପେକ୍ଷା କରେ, ତୁମ୍ଭେମାନେ ସେହିଭଳି ଧୈର୍ଯ୍ୟଶୀଳ ହେବା ଉଚିତ୍। ନିଜର ଆଶା ଛାଡ଼ିଦିଅ ନାହିଁ। ପ୍ରଭୁ ଯୀଶୁ ଶୀଘ୍ର ଆସୁଛନ୍ତି। 9 ଭାଇ ଓ ଭଉଣୀମାନେ, ପରସ୍ପର ବିରୁଦ୍ଧରେ ଅଭିଯୋଗ କର ନାହିଁ। ତୁମ୍ଭେ ଅଭିଯୋଗ କରିବା ବନ୍ଦ ନ କଲେ, ନିଜେ ଦୋଷୀ ବୋଲି ବିଗ୍ଭରିତ ହେବ। ବିଗ୍ଭରପତି ଆସିବାକୁ ପ୍ରସ୍ତୁତ ଅଛନ୍ତି।
10 ଭାଇ ଓ ଭଉଣୀମାନେ, ପ୍ରଭୁଙ୍କ ପାଇଁ ଭାବବାଣୀ କହିଥିବା ଭାବବାଦୀମାନଙ୍କ ଉଦାହରଣ ଅନୁସରଣ କର। ସେମାନେ ଅନେକ ଯାତନା ସହି ଥିଲେ ହେଁ ଧୈର୍ଯ୍ୟବାନ ଥିଲେ। 11 ଆମ୍ଭେ କହୁଛୁ ଯେ, ଯେଉଁମାନେ ସେମାନଙ୍କର ଅସୁବିଧାଗୁଡ଼ିକୁ ଧୈର୍ଯ୍ୟର ସହିତ ଗ୍ରହଣ କଲେ, ସେମାନେ ବର୍ତ୍ତମାନ ଖୁସୀରେ ଅଛନ୍ତି। ତୁମ୍ଭେମାନେ ଆୟୁବଙ୍କର ଧୈର୍ଯ୍ୟ [a] କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହୋଇ ସାରିଲା ପରେ ପରମେଶ୍ୱର ତାହାଙ୍କୁ ସାହାଯ୍ୟ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣାରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।
ସାବଧାନ ରହି କଥା କୁହ
12 ମୋ’ ଭାଇ ଓ ଭଉଣୀମାନେ! ମନେରଖ ଯେକୌଣସି ପ୍ରତିଜ୍ଞା କଲାବେଳେ ଶପଥ କର ନାହିଁ। ଏହା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତୁମ୍ଭର କଥାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସ୍ୱର୍ଗ, ପୃଥିବୀ ବା ଅନ୍ୟ କିଛିର ନାମ ନିଅ ନାହିଁ। “ତୁମ୍ଭର ହଁ କଥା ହଁ ହେଉ, ଏବଂ ନା କଥା ନା ହେଉ। ଏପରି କଲେ ତୁମ୍ଭେ ଦୋଷୀ ସାବ୍ୟସ୍ତ ହେବ ନାହିଁ।”
2010 by World Bible Translation Center