Revised Common Lectionary (Semicontinuous)
ଅବସନ୍ନକାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଦୁଃଖ ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।
102 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ!
ମୋର ସାହାଯ୍ୟ ପାଇଁ କରୁଥିବା ପ୍ରାର୍ଥନା ଶୁଣ।
2 ହେ ସଦାପ୍ରଭୁ, ମୋର ସଙ୍କଟ କାଳରେ ମୋର ନିକଟରୁ ବିମୁଖ ହୁଅ ନାହିଁ।
ମୋ’ ପ୍ରତି କର୍ଣ୍ଣପାତ କର।
ଯେତେବେଳେ ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କରେ ଶୀଘ୍ର ମୋତେ ଉତ୍ତର ଦିଅ।
3 ମୋର ଜୀବନ ଧୂଆଁ ପରି କ୍ଷୟ ପାଉଅଛି।
ମୋର ଅସ୍ଥି ନିଆଁ ଖୁଣ୍ଟାପରି ଜଳେ।
4 ମୋର ଶକ୍ତିସବୁ ଶେଷ ହୋଇଯାଇଛି।
ମୁଁ ଯେପରି ଶୁଖିଲା ତୃଣପରି।
ଏପରିକି ମୁଁ ଖାଇବା ପାଇଁ କ୍ଷୁଧା ହରେଇଅଛି।
5 ମୋର ଦୁଃଖ ସକାଶୁ ବର୍ତ୍ତମାନ
ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।
6 ମୁଁ ମରୁଭୂମିର ଏକାକୀ ପେଗ୍ଭ ପରି,
ମୁଁ ଏକ ପେଗ୍ଭ ପରି ନିଃସଙ୍ଗ ଯିଏକି ଏକ ପୁରୁଣା ଧ୍ୱଂସିତ ପରିତ୍ୟକ୍ତ କୋଠାରେ ବାସ କରୁଛି।
7 ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି
ମୁଁ ଶୋଇପାରେ ନାହିଁ।
8 ମୋର ଶତ୍ରୁଗଣ ମୋତେ ସର୍ବଦା ଅପମାନିତ କରନ୍ତି।
ମୋତେ ସେମାନେ ପରିହାସ କରନ୍ତି।
9 ମୋର ଦୁଃଖ ହିଁ ଏକମାତ୍ର ଭୋଜନ।
ମୋର ପେୟଦ୍ରବ୍ୟ ଅଶ୍ରୁଜଳ ସଙ୍ଗେ ମିଶିଅଛି।
10 କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି କୃଦ୍ଧ ହେଲ।
ତୁମ୍ଭେ ମୋତେ ଉପରକୁ ଟେକି ପୁଣି ଦୂରକୁ ଫିଙ୍ଗି ଦେଲ।
11 ମୋର ଜୀବନ ପ୍ରାୟ ଶେଷ ହୋଇଅଛି।
ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।
12 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସବୁଦିନ ଶାସନ କର।
ତୁମ୍ଭର ନାମ ଚିରଦିନ ପାଇଁ ଗ୍ଭଲୁ ରହିଥିବ।
13 ତୁମ୍ଭେ ଉଠ ଓ ସିୟୋନକୁ ଦୟା କର।
ସେହି ଯଥାର୍ଥ ସମୟ ଆସିଅଛି।
ଯେତେବେଳେ ତୁମ୍ଭେ ସିୟୋନକୁ ଦୟା କରିବ।
14 ତୁମ୍ଭର ଦାସଗଣ ସିୟୋନର ଶୈଳକୁ ପ୍ରେମ କରନ୍ତି।
ସେମାନେ ଏପରିକି ସହରର ଧୂଳିକି ମଧ୍ୟ ପ୍ରେମ କରନ୍ତି।
15 ଜାତିଗୁଡ଼ିକ ସଦାପ୍ରଭୁଙ୍କ ନାମରେ ଉପାସନା କରିବେ।
ହେ ସଦାପ୍ରଭୁ, ପୃଥିବୀର ସମସ୍ତ ରାଜାଗଣ ତୁମ୍ଭର ମହିମାକୁ ଭୟ କରିବେ।
16 ସଦାପ୍ରଭୁ ସିୟୋନକୁ ପୁନ୍ନରାୟ ତିଆରି କରିବେ।
ଲୋକମାନେ ତାଙ୍କର ମହିମା ପୁନ୍ନରାୟ ଦେଖିବେ।
17 ଯେଉଁମାନେ ଗରିବ ଅବସ୍ଥାରେ ଅଛନ୍ତି, ପରମେଶ୍ୱର ସେମାନଙ୍କର ପ୍ରାର୍ଥନା ଶୁଣିବେ।
ସେ ସେମାନଙ୍କର ବିନତିକୁ ଉପେକ୍ଷା କରିବେ ନାହିଁ।
ପୃଥିବୀର ଗୋଷ୍ଠୀମାନଙ୍କ ଉପରେ ବିଗ୍ଭର
15 ଇସ୍ରାଏଲର ପରମେଶ୍ୱର, ସଦାପ୍ରଭୁ ଏହା ମୋତେ କହିଲେ, “ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କ୍ରୋଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସେମାନଙ୍କୁ ତାହା ପାନ କରାଅ। 16 ତାହା ପାନ କରି ସେମାନେ ବାନ୍ତିକରି ଏଣେ ତେଣେ ଟଳମଳ ହେବେ। ପୁଣି ଆମ୍ଭେ ସେମାନଙ୍କ ବିରୁଦ୍ଧରେ ପଠାଇଥିବା ଖଡ଼୍ଗ ହେତୁ ସେମାନେ ଉନ୍ମତ୍ତ ହେବେ।”
17 ତହୁଁ ମୁଁ ସଦାପ୍ରଭୁଙ୍କ ହସ୍ତରୁ ସେହି ପାତ୍ର ନେଇ, ତାଙ୍କର କହିବାନୁସାରେ ସେ ଗୋଷ୍ଠୀମାନଙ୍କ ନିକଟକୁ ଗଲି ଓ ସେ ସମସ୍ତଙ୍କୁ ତାହା ପାନ କରାଇଲି। 18 ମୁଁ ଯିହୁଦା ଓ ଯିରୁଶାଲମର ସମସ୍ତ ନିବାସୀମାନଙ୍କୁ, ସେହି ପାତ୍ରରୁ ପାନ କରାଇଲି। ସେହି ଦେଶ ଶୁଷ୍କ ମରୁଭୂମି ହେଲା ଓ ଶୋଚନୀୟ ଭାବରେ ବିନଷ୍ଟ ହେଲା। ଏହା ଦେଖି ଲୋକମାନେ ଶୀସ୍ ଶବ୍ଦ କଲେ ଓ ଆଜି ପର୍ଯ୍ୟନ୍ତ ଲୋକମାନେ ଏହାକୁ ଏକ ଅଭିଶାପର ବସ୍ତୁ ରୂପେ ବ୍ୟବହାର କରନ୍ତି।
19 ମୁଁ ମଧ୍ୟ ମିଶରର ରାଜା ଫାରୋକୁ, ତାହାର ଦାସଗଣକୁ ତାହାର ଅଧିପତିମାନଙ୍କୁ ଓ ତାହାର ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କର ସେହି କ୍ରୋଧରୂପୀ ପାତ୍ରରୁ ପାନ କରାଇଲି।
20 ପୁଣି ଆରବର ସମସ୍ତଙ୍କୁ ଓ ଉଷ୍ ଦେଶସ୍ଥ ସମସ୍ତ ରାଜାଙ୍କୁ
ପଲେଷ୍ଟୀୟ ଦେଶସ୍ଥ ସମସ୍ତ ରାଜାଙ୍କୁ ଏବଂ ଅସ୍କିଲୋନ, ଘଷା, ଇକ୍ରୋଣ ଓ ଅସ୍ଦୋଦର ଅବଶିଷ୍ଟାଂଶକୁ ପାନ କରାଇଲି।
21 ତା’ପରେ ଇଦୋମ, ମୋୟାବ ଓ ଅମ୍ମୋନର ସନ୍ତାନଗଣକୁ ସେହି ପାତ୍ରରୁ ପାନ କରାଇଲି।
22 ଆଉ ସୋରର ସମସ୍ତ ରାଜାଙ୍କୁ, ସୀଦୋନର ସମସ୍ତ ରାଜାଙ୍କୁ ଓ ସମୁଦ୍ରପାରସ୍ଥ ଦ୍ୱୀପର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 23 ପୁଣି ଦଦାନ୍, ଢେମା ଓ ବୁଷର ଲୋକମାନେ ଆପଣା ଆପଣା କେଶ ମୁଣ୍ଡନ କରି ସେହି ପାତ୍ରରୁ ପାନ କଲେ। 24 ପୁରି ଆରବର ସମସ୍ତ ରାଜାଙ୍କୁ ଓ ପ୍ରାନ୍ତରବାସୀ ମିଶ୍ରିତ ଗୋଷ୍ଠୀବର୍ଗର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 25 ମୁଁ ମଧ୍ୟ ସିମ୍ରୀ, ଐଲମ ଓ ମାଦୀୟମାନଙ୍କର ସମସ୍ତ ରାଜାଙ୍କୁ ତାହା ପାନ କରାଇଲି। 26 ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣକ ପରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ୟକୁ ପାନ କରାଇଲା ପରେ “ଶେଶକର” ରାଜା ଏହି ପାତ୍ରରୁ ପାନ କରିବେ।
27 “ପୁଣି ଇସ୍ରାଏଲର ପରମେଶ୍ୱର, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ଯିରିମିୟ, ତୁମ୍ଭେ ସେମାନଙ୍କୁ କହିବ, ‘ତୁମ୍ଭେମାନେ ପାନ କରି ମତ୍ତ ହୁଅ ଓ ବାନ୍ତି କର, ପୁଣି ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରୁ ଖଡ଼୍ଗ ପଠାଇବା, ତେଣୁ ତୁମ୍ଭେମାନେ ପତିତ ହୋଇ ଆଉ ଉଠ ନାହିଁ।’
28 “ପୁଣି ସେମାନେ ତୁମ୍ଭ ହସ୍ତରୁ ପାତ୍ର ନେଇ ପାନ କରିବାକୁ ଯେବେ ଅସମ୍ମତ ହେବେ, ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ‘ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ନିଶ୍ଚୟ ତାହା ପାନ କରିବ। 29 କାରଣ ଏହି ଯିରୁଶାଲମକୁ ମୁଁ କ୍ଷତି କରିବାକୁ ଅଭିଯାନ ଆରମ୍ଭ କରିଛି। ତାହା ମୋର ନାମକୁ ଧାରଣ କରିଛି। ତୁମ୍ଭେମାନେ କହିପାର ଆମ୍ଭେମାନେ ଦଣ୍ଡିତ ହେବୁ ନାହିଁ। ମାତ୍ର ତୁମ୍ଭେମାନେ ଭୁଲ୍ କହୁଅଛ। ଆମ୍ଭେ ସମଗ୍ର ପୃଥିବୀବାସୀଙ୍କ ଉପରେ ଖଡ଼୍ଗ ଚଳାଇବା।’” ଏହା ସଦାପ୍ରଭୁ କହନ୍ତି।
30 “ହେ ଯିରିମିୟ, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। ସେମାନଙ୍କୁ କୁହ,
‘ସଦାପ୍ରଭୁ ଊର୍ଦ୍ଧ୍ୱସ୍ଥ ହୁଙ୍କାର କରିବେ।
ସେ ଆପଣା ପବିତ୍ର ବାସସ୍ଥାନରୁ ଆପଣା ଚିତ୍କାର ଶୁଣାଇବେ।
ପୁଣି ସେ ଆପଣା ଲୋକମାନଙ୍କ ଖୁଆଡ଼ ଉପରେ ମହାରବ କରିବେ
ଓ ସେ ଦ୍ରାକ୍ଷାରସମର୍ଦ୍ଦନକାରୀମାନଙ୍କ ପରି ପୃଥିବୀବାସୀ ସମସ୍ତଙ୍କ ବିରୁଦ୍ଧରେ ସିଂହାସନ କରିବେ।
31 ସମଗ୍ର ପୃଥିବୀରେ ଏକ ଧ୍ୱନି ବ୍ୟାପିଯିବ।
କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପରେ
ସଦାପ୍ରଭୁଙ୍କର କ୍ରୋଧ ଅଛି।
ସେ ସେମାନଙ୍କର ବିଗ୍ଭର କରି ଶାସ୍ତି ଦେବେ।
ପୁଣି ସେ ଦୁଷ୍ଟାଗ୍ଭରୀମାନଙ୍କୁ
ଖଡ଼୍ଗରେ ସମର୍ପଣ କରିବେ।’”
ଏହା ସଦାପ୍ରଭୁ କହନ୍ତି।
32 ପୁରି ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଦେଖ, ଦେଶକୁ ଦେଶ
ଅମଙ୍ଗଳ ଘଟିବ।
ସମଗ୍ର ପୃଥିବୀରେ
ମହା ତୋଫାନ ଉଠିବ।”
5 ଏହି ବାରଜଣ ଶିଷ୍ୟଙ୍କୁ ଯୀଶୁ ପଠାଇବା ବେଳେ ଏହି ଆଜ୍ଞା ଦେଲେ: “କୌଣସି ଅଣଯିହୂଦୀ ଅଞ୍ଚଳକୁ ଯିବ ନାହିଁ କି ଶମିରୋଣର କୌଣସି ନଗରରେ ପ୍ରବେଶ କରିବ ନାହିଁ। 6 ବରଂ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ପାଖକୁ ଯିବ। ସେମାନେ ହଜିଯାଇଥିବା ମେଷ ଭଳି। 7 ତୁମ୍ଭେମାନେ ପ୍ରଗ୍ଭର କର, ‘ସ୍ୱର୍ଗରାଜ୍ୟ ନିକଟ ହୋଇ ଗଲାଣି।’ 8 ତୁମ୍ଭେ ରୋଗୀକୁ ସୁସ୍ଥ କର। ମୃତକୁ ପୁନର୍ଜୀବିତ କର, କୁଷ୍ଠରୋଗ ସୁସ୍ଥ କର, ଭୂତମାନଙ୍କୁ ତଡ଼ିଦିଅ। ତୁମ୍ଭେ ବିନାମୂଲ୍ୟରେ ଆଶୀର୍ବାଦ ଓ ଶକ୍ତି ପାଇଛ। ତେଣୁ ଅନ୍ୟକୁ ତାହା ବିନାମୂଲ୍ୟରେ ଦାନ କର। 9 ତୁମ୍ଭେ ତୁମ୍ଭମାନଙ୍କ ସାଙ୍ଗରେ ସୁନା, ରୂପା କିମ୍ବା ତମ୍ବା ନିଅ ନାହିଁ। 10 ଯାତ୍ରା ବେଳେ ଝୁଲା ନିଅ ନାହିଁ। ପିନ୍ଧିଥିବା ପୋଷାକ ଓ ଜୋତା ଛଡ଼ା ଅଧିକା ପୋଷାକ ବା ଜୋତା କି ବାଡ଼ି ନିଅ ନାହିଁ। ଜଣେ ସେବକ କେବଳ ନିହାତି ଆବଶ୍ୟକୀୟ ପଦାର୍ଥ ନେବା ଉଚିତ୍।
11 “କୌଣସି ନଗର ବା ଗାଁରେ ପ୍ରବେଶ କଲାବେଳେ ସେଠାରେ ଯୋଗ୍ୟ ଲୋକଟିକୁ ବାଛି ବାହାର କର। ସେହି ନଗର ବା ଗାଁ ନ ଛାଡ଼ିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରୁହ। 12 କୌଣସି ଘରେ ପ୍ରବେଶ କଲାବେଳେ ସେହି ପରିବାରରେ ଲୋକଙ୍କୁ ‘ତୁମ୍ଭ ପ୍ରତି ଶାନ୍ତି ହେଉ’ ବୋଲି କହି ଆଶୀର୍ବାଦ କର। ଯଦି ସେ ପରିବାରର ଲୋକେ ଯୋଗ୍ୟ, ତେବେ ସେ ପରିବାର ପ୍ରତି ତୁମ୍ଭର ଶାନ୍ତି ରହିବ। 13 ଯଦି ସେ ପରିବାର ଲୋକେ ଅଯୋଗ୍ୟ ତେବେ ତୁମ୍ଭର ଶାନ୍ତି ତୁମ୍ଭ ନିକଟକୁ ଫେରି ଆସିବ। 14 ଯଦି କେହିହେଲେ ତୁମ୍ଭର ସ୍ୱାଗତ କରୁ ନାହାନ୍ତି, କିମ୍ବା ତୁମ୍ଭର ଉପଦେଶ ଶୁଣୁ ନାହାନ୍ତି, ତେବେ ସେ ଘର ବା ନଗର ଛାଡ଼ିଦିଅ। ତୁମ୍ଭ ପାଦରେ ଲାଗିଥିବା ଧୂଳି ମଧ୍ୟ ସେହିଠାରେ ଝାଡ଼ିଦିଅ। 15 ମୁଁ ତୁମ୍ଭକୁ ସତ୍ୟ କହୁଛି, ଯେଉଁ ଦିନ ନ୍ୟାୟ ହେବ, ସେ ଦିନ ସେହି ନଗରର ଲୋକଙ୍କ ଅବସ୍ଥା ସଦୋମ ଓ ହମୋରା [a] ନଗରର ଲୋକଙ୍କ ଅବସ୍ଥା ଅପେକ୍ଷା ଅଧିକ ଖରାପ ହେବ।
2010 by World Bible Translation Center