Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 106:40-48

40 ଏହି ହେତୁ, ସଦାପ୍ରଭୁ ତାଙ୍କର ଲୋକମାନଙ୍କ ସହିତ ବହୁତ କ୍ରୋଧ କଲେ।
    ପରମେଶ୍ୱର ସେମାନଙ୍କ ପ୍ରତି ବିରକ୍ତ ହେଲେ।
41 ପରମେଶ୍ୱର ସେମାନଙ୍କୁ ଅନ୍ୟ ଦେଶୀୟମାନଙ୍କ ହସ୍ତରେ ସମର୍ପଣ କଲେ
    ଓ ସେମାନଙ୍କ ଶତ୍ରୁମାନେ ସେମାନଙ୍କ ଉପରେ ଶାସନ କଲେ।
42 ପରମେଶ୍ୱରଙ୍କ ଲୋକମାନଙ୍କର ଶତ୍ରୁମାନେ ସେମାନଙ୍କୁ ନିୟନ୍ତ୍ରଣ କଲେ
    ଏବଂ ସେମାନଙ୍କର ଜୀବନ ଦୁଃର୍ବିସହ ହୋଇଗଲା।
43 ଅନେକ ଥର ପରମେଶ୍ୱର ସେମାନଙ୍କୁ ଉଦ୍ଧାର କଲେ।
    ମାତ୍ର ସେମାନେ କ୍ରମାଗତ ପରମେଶ୍ୱରଙ୍କ ବିଦ୍ରୋହୀ ହେଲେ
    ଏବଂ ଆପଣା ଇଚ୍ଛାନୁସାରେ କାର୍ଯ୍ୟରେ ବହୁତ ଗଭୀର ପର୍ଯ୍ୟନ୍ତ ବୁଡ଼ିଗଲେ।
44 କିନ୍ତୁ ଯେତେବେଳେ ପରମେଶ୍ୱରଙ୍କ ଲୋକ ବିପଦରେ ପଡ଼ିଲେ ସେମାନେ ସର୍ବଦା ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ ଡାକିଲେ।
    ଏବଂ ପ୍ରତ୍ୟେକ ଥର ପରମେଶ୍ୱର ସେମାନଙ୍କ ପ୍ରାର୍ଥନା ଶୁଣିଲେ।
45 ପରମେଶ୍ୱର ସର୍ବଦା ତାଙ୍କର ଚୁକ୍ତି ମନେ କରନ୍ତି
    ଏବଂ ତାଙ୍କର ମହାନ କରୁଣା ପାଇଁ ଦଣ୍ଡ ଦେବାରେ ତାଙ୍କର ମନକୁ ପରିବର୍ତ୍ତନ କଲେ।
46 ସେ ସେମାନଙ୍କର ସମସ୍ତଙ୍କୁ ବନ୍ଦୀ କରିଥିବା ମନରେ
    ଦୟା ଦେଖାଇଲେ।
47 ହେ ସଦାପ୍ରଭୁ ପରମେଶ୍ୱର ଆମ୍ଭକୁ ରକ୍ଷାକର।
    ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ।
ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ
    ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।
48 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ଧନ୍ୟ ହୁଅନ୍ତୁ।
    ପରମେଶ୍ୱର ସର୍ବଦା ଜୀବିତ ରହି ଆସୁଛନ୍ତି ଏବଂ ସେ ସର୍ବଦା ଜୀବିତ ରହିବେ।
ସମସ୍ତ ଲୋକ କହନ୍ତୁ “ଆମେନ୍!”

ସଦାପ୍ରଭୁଙ୍କର ପ୍ରଶଂସା କର।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 10:1-16

ସଦାପ୍ରଭୁ ଓ ପ୍ରତିମାଗଣ

10 ହେ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ସଦାପ୍ରଭୁ ଏହିକଥା କହନ୍ତି,

“ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ
    ଓ ଆକାଶର ନାନା ଚିହ୍ନରେ ଭୟଭୀତ ହୁଅ ନାହିଁ,
କାରଣ ଅନ୍ୟ ଦେଶୀୟମାନେ ତହିଁରେ ଭୀତ ହୁଅନ୍ତି।
ଅନ୍ୟ ଦେଶୀୟମାନଙ୍କର ସକଳ ବିଧି ବ୍ୟବସ୍ଥା ଅସାର
    କାରଣ ଅରଣ୍ୟରୁ ବୃକ୍ଷ ଚ୍ଛେଦନ କରି କାରିଗର ନିର୍ମିତ କରିଥିବା ପ୍ରତିମା ଓ ମୂର୍ତ୍ତିଗୁଡ଼ିକ ସବୁ ମୂଲ୍ୟହୀନ।
    ସେଗୁଡ଼ିକ ଦେବତା ନୁହନ୍ତି।
ସେମାନେ ସେଗୁଡ଼ିକୁ ସୁନା ଓ ରୂପାରେ ସଜ୍ଜିତ କରନ୍ତି।
    ସେମାନେ ସେଗୁଡ଼ିକୁ ହାତୁଡ଼ି ଦ୍ୱାରା କଣ୍ଟା ବାଡ଼େଇ ଦୃଢ଼ କରନ୍ତି,
    ଯେପରି ସେଗୁଡ଼ିକ ଟଳମଳ ହେବେ ନାହିଁ କିଅବା ପଡ଼ିବେ ନାହିଁ।
ସେସବୁ ତାଳଗଛ ତୁଲ୍ୟ, କୁନ୍ଦା
    ଓ କଥା କହନ୍ତି ନାହିଁ।
ସେମାନଙ୍କୁ ବହନ କରିବାକୁ ହୁଏ
    କାରଣ ସେମାନେ ଗ୍ଭଲିପାରନ୍ତି ନାହିଁ।
ତେଣୁ ସେମାନଙ୍କୁ ଭୟ କର ନାହିଁ,
    କାରଣ ସେମାନେ ଅମଙ୍ଗଳ କରି ପାରିବେ ନାହିଁ
କିଅବା ମଙ୍ଗଳ କରିବାକୁ ସେମାନଙ୍କର ଶକ୍ତି ନାହିଁ।”

ହେ ସଦାପ୍ରଭୁ, ତୁମ୍ଭେ ଅତି ମହାନ,
    ତୁମ୍ଭ ତୁଲ୍ୟ ଆଉ କେହି ନାହାନ୍ତି।
    ତୁମ୍ଭର ନାମ ମହତ୍ ଓ ପରାକ୍ରମଶାଳୀ।
ତେଣୁ ହେ ପରମେଶ୍ୱର, ତୁମ୍ଭେ ସର୍ବଦେଶୀୟମାନଙ୍କ ମଧ୍ୟରେ ମହାନ।
    ତୁମ୍ଭକୁ କିଏ ଭୟ ନ କରିବ? ତୁମ୍ଭେ ତାହାର ଯୋଗ୍ୟ।
ସର୍ବଦେଶୀୟ ମଧ୍ୟରେ ବହୁ ଜ୍ଞାନୀ ଲୋକ ଅଛନ୍ତି,
    ମାତ୍ର ସମଗ୍ର ରାଜକୀୟ, ଐଶ୍ୱର୍ଯ୍ୟଶାଳୀ ଓ ଜ୍ଞାନୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହାନ୍ତି।

ଅନ୍ୟ ଦେଶୀୟମାନେ ସମସ୍ତେ ନିର୍ବୋଧ ଓ ଅଜ୍ଞାନ।
    ସେମାନଙ୍କର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ୟହୀନ।
    ସେହି ମୂର୍ତ୍ତିଗୁଡ଼ିକ କେବଳ କାଷ୍ଠ ମାତ୍ର।
ସେମାନେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଆଣି
    କାରିଗର ଓ ସ୍ୱର୍ଣ୍ଣକାର ହସ୍ତରେ
“ପ୍ରତିମାମାନ” ନିର୍ମାଣ କରାନ୍ତି।
    ସେଗୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ଆଚ୍ଛାଦନ କରନ୍ତି।
    ସେଗୁଡ଼ିକ “ନିପୁଣ ଶିଳ୍ପୀମାନଙ୍କର” କୃତ କର୍ମ।
10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି।
    ସେ ଜୀବନ୍ତ ପରମେଶ୍ୱର
    ଓ ଅନନ୍ତକାଳସ୍ଥାୟୀ ରାଜା।
ଯେତେବେଳେ ସେ କୋପ କରନ୍ତି ପୃଥିବୀ କମ୍ପିତ ହୁଏ।
    ବିଦେଶୀ ରାଷ୍ଟ୍ର ତାଙ୍କ କ୍ରୋଧ ସହ୍ୟ କରି ପାରିବେ ନାହିଁ।

11 ସଦାପ୍ରଭୁ ପୁଣି କହନ୍ତି, “ତୁମ୍ଭେମାନେ ସେମାନଙ୍କୁ କୁହ,
    ‘ସେହି ଦେବତାଗଣ ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି।
    ତେଣୁ ସେମାନେ ପୃଥିବୀ ଓ ଆକାଶମଣ୍ଡଳରୁ ଧ୍ୱଂସ ଓ ଲୁପ୍ତ ହେବେ।”’

12 ପରମେଶ୍ୱର ସ୍ୱପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି।
    ସେ ନିଜର ଜ୍ଞାନଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି
    ଓ ନିଜ ବୁଦ୍ଧି ବଳରେ ପୃଥିବୀ ଉପରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।
13 ପରମେଶ୍ୱର ଭୟଙ୍କର ବଜ୍ରର କାରଣ
    ଓ ସେ ଆକାଶର ଜଳରାଶିର ସୃଷ୍ଟିକର୍ତ୍ତା।
ସେ ପୃଥିବୀର ଶେଷପୃଷ୍ଠରୁ ବାଦଲ ଉଠାନ୍ତି
    ଏବଂ ବର୍ଷା ଓ ବିଜୁଳି କରାନ୍ତି।
    ସେ ନିଜ ଭଣ୍ଡାର ଘରୁ ବାୟୁ ପ୍ରବାହିତ କରନ୍ତି।

14 ସମସ୍ତ ମୂର୍ତ୍ତିପୂଜକ ନିର୍ବୋଧ ଓ ଅଜ୍ଞାନୀ ବୋଲି ଜଣା ପଡ଼ିବେ।
    ପ୍ରତ୍ୟେକ ସ୍ୱର୍ଣ୍ଣକାର ଆପଣା ଖୋଦିତ ମୂର୍ତ୍ତିଗୁଡ଼ିକ ପାଇଁ ଲଜ୍ଜିତ।
କାରଣ ତାଙ୍କର ମୂର୍ତ୍ତିଗୁଡ଼ିକ ମିଥ୍ୟା
    ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ।
15 ସେହି ମୂର୍ତ୍ତିଗୁଡ଼ିକ ଅସାର ଓ ପରିହାସଯୋଗୀ।
    ଯେତେବେଳେ ସେମାନଙ୍କର ବିନାଶ ସମୟ ଆସିବ,
    ସେମାନେ ଧ୍ୱଂସ ହେବେ।
16 ମାତ୍ର ଯାକୁବଙ୍କର ପରମେଶ୍ୱର ସେମାନଙ୍କ ପରି ନୁହନ୍ତି।
    କାରଣ ସେ ସମସ୍ତ ବସ୍ତୁର ନିର୍ମାଣକର୍ତ୍ତା
ଓ ଇସ୍ରାଏଲର ଲୋକମାନେ ତାଙ୍କର ନିଜର ବୋଲି ଦାବୀ କରନ୍ତି।
    ପରମେଶ୍ୱରଙ୍କ ନାମ “ସୈନ୍ୟାଧିପତି ସଦାପ୍ରଭୁ।”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 9:19-23

19 ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି। 20 ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ଯିହୂଦୀ ଲୋକମାନଙ୍କ ଭଳି ହେଲି। ମୁଁ ନିଜେ ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ଯେପରି ବ୍ୟବସ୍ଥାଧୀନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥାଧୀନ ଲୋକଙ୍କ ଭଳି ହେଲି। 21 ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ୟବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପାରେ, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥା ବିହୀନ ଲୋକପରି ହେଲି। 22 ଯେଉଁମାନେ ଦୁର୍ବଳ ସେହି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ୟ ଦୂର୍ବଳ ହେଲି। ଯେହେତୁ ଯେଉଁ ଉପାୟରେ ହେଉ ପଛେ ମୁଁ ଯେପରି ଅନେକ ଲୋକଙ୍କୁ ଉଦ୍ଧାର କରି ପାରିବି ସେଥିପାଇଁ ପ୍ରତ୍ୟେକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସେହି ପ୍ରକାରର ହେଲି। 23 ଏହା ସବୁ ମୁଁ ସୁସମାଗ୍ଭର ପାଇଁ କରୁଛି, ସୁସମାଗ୍ଭର ଆଶୀର୍ବାଦରେ ମୋର ମଧ୍ୟ କିଛି ଅଂଶ ରହିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center