Revised Common Lectionary (Semicontinuous)
18 ହେ ପରମେଶ୍ୱର ମୋର ହୃଦୟ ଦୁଃଖରେ ଅଭିଭୂତ, ମୁଁ ଅତ୍ୟନ୍ତ ଭୟଭୀତ ଓ ମୂର୍ଚ୍ଛିତ।
19 ମୋର ଲୋକମାନଙ୍କର ଅତି ଦୂର ଦେଶରୁ ଆସୁଥିବା
ଆର୍ତ୍ତଚିତ୍କାର ଶୁଣ।
ସେମାନେ କହନ୍ତି, “ସଦାପ୍ରଭୁ କ’ଣ ସିୟୋନରେ ନାହାନ୍ତି?
ତହିଁର ରାଜା କ’ଣ ତହିଁ ମଧ୍ୟରେ ନାହାନ୍ତି?”
ମାତ୍ର ପରମେଶ୍ୱର କହନ୍ତି,
“ସେମାନେ ନିଜର ଖୋଦିତ ପ୍ରତିମା
ଓ ବିଦେଶୀୟ ଅସାର ବସ୍ତ୍ର ସମୂହଦ୍ୱାରା
ଆମ୍ଭକୁ ବିରକ୍ତ ଓ କ୍ରୋଧିତ କରିଛନ୍ତି।”
20 “ଶସ୍ୟ ସଂଗ୍ରହର ସମୟ ଶେଷ ହେଲା।
ଗ୍ରୀଷ୍ମକାଳ ଅତିବାହିତ ହେଲା।
ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।”
21 ମୋର ହୃଦୟ ଭାଙ୍ଗି ଯାଇଛି କାରଣ ମୋର ଲୋକମାନଙ୍କର ହୃଦୟ ଭାଙ୍ଗି ଯାଇଛି।
ମୁଁ ମଳିନ, ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।
22 ଗିଲିୟଦରେ ଔଷଧ ଅଛି
ଓ ସେଠାରେ ବୈଦ୍ୟମାନେ ମଧ୍ୟ ଅଛନ୍ତି।
ତେବେ ମୋର ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାନ୍ତି?
9 ଯେବେ ମୋର ମସ୍ତକ ଜଳମୟ
ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା,
ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
ପରମେଶ୍ୱର ଗ୍ଭହାନ୍ତି ଆମେ ପ୍ରତେକଙ୍କ ପାଇଁ ପ୍ରାର୍ଥନା କରୁ
2 ସର୍ବପ୍ରଥମେ ସବୁ ଲୋକଙ୍କ ପାଇଁ ପ୍ରାର୍ଥନା କରିବାକୁ ମୁଁ ତୁମ୍ଭକୁ କହୁଛି। ସମସ୍ତଙ୍କ ପାଇଁ ପରମେଶ୍ୱରଙ୍କୁ କୁହ। ଲୋକମାନଙ୍କର ଆବଶ୍ୟକତା ପାଇଁ ତାହାଙ୍କୁ କୁହ ଓ ଧନ୍ୟବାଦ ଦିଅ। 2 ତୁମ୍ଭେ ରାଜା ଓ ଅଧିକାରୀମାନଙ୍କ ଲାଗି ପ୍ରାର୍ଥନା କରିବା ଉଚିତ୍। ତେବେ ଆମ୍ଭେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଜୀବନ ପରମେଶ୍ୱରଙ୍କ ପାଇଁ ସମ୍ମାନ ଓ ଭକ୍ତି ଭରା ଜୀବନ ବିତେଇ ପାରିବା। 3 ଏହା ଉତ୍ତମ ଓ ଏହା ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ।
4 ପରମେଶ୍ୱର ଗ୍ଭହାନ୍ତି ଯେ ସମସ୍ତେ ଉଦ୍ଧାର ପାଆନ୍ତୁ ଓ ସତ୍ୟକୁ ଜାଣନ୍ତୁ। 5 କେବଳ ଜଣେ ମାତ୍ର ପରମେଶ୍ୱର ଅଛନ୍ତି। ମଣିଷ ପାଇଁ ପରମେଶ୍ୱରଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି। ସେହି ମଧ୍ୟସ୍ଥ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଜଣେ ମଣିଷ। 6 ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରିଦେଇଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ୱର ସମସ୍ତ ଲୋକଙ୍କର ଉଦ୍ଧାର ଗ୍ଭହାନ୍ତି। 7 ସେ ଠିକ୍ ସମୟରେ ଆସିଥିଲେ। ସେଥିପାଇଁ ସୁସମାଗ୍ଭର କହିବା ପାଇଁ ମୁଁ ମନୋନୀତ ହୋଇଥିଲି। ମୁଁ ପ୍ରେରିତ ରୂପେ ମଧ୍ୟ ସେଥିପାଇଁ ମନୋନୀତ ହୋଇଥିଲି। ମୁଁ ମିଛ କହୁ ନାହିଁ, ମୁଁ ସତ୍ୟ କହୁଛି। ମୁଁ ଅଣଯିହୂଦୀମାନଙ୍କର ଶିକ୍ଷକ ହେବା ପାଇଁ ମନୋନୀତ ହୋଇଥିଲି। ବିଶ୍ୱାସ କରିବା ଓ ସତ୍ୟକୁ ଜାଣିବା ପାଇଁ ମୁଁ ସେମାନଙ୍କୁ ଶିକ୍ଷା ଦିଏ।
ବାସ୍ତବ ଧନ
16 ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା। 2 ଧନୀଲୋକ ଜଣକ ଗୁମାସ୍ତାଙ୍କୁ ଡାକି କହିଲେ, “ମୁଁ ତୁମ୍ଭ ବିରୁଦ୍ଧରେ ଅନେକ କଥା ଶୁଣୁଛି। ତୁମ୍ଭେ ଯାହାସବୁ କରିଛ, ତା’ର ହିସାବ ମୋତେ ଦିଅ। ଏଣିକି ତୁମ୍ଭେ ଆଉ ମୋର ଗୁମାସ୍ତା ହୋଇ ପାରିବ ନାହିଁ।’
3 “ଗୁମାସ୍ତା ଜଣକ ମନେ ମନେ ଭାବିଲା, ‘ଏବେ ମୁଁ କ’ଣ କରିବି? ମୋ’ ମାଲିକ ମୋ’ ଗ୍ଭକିରି ନେଇ ଯାଉଛନ୍ତି। ଗାତ ଖୋଳିବା ପାଇଁ ମୋ’ ପାଖରେ ବଳ ନାହିଁ। ଭିକ ମାଗିଲେ ମୋତେ ଲାଜ ମାଡ଼ିବ।’ 4 ତେବେ ମୋତେ କ’ଣ କରିବାକୁ ହେବ ତା ମୁଁ ଜାଣିଛି। ଯେତେବେଳେ ମୁଁ ଗୁମାସ୍ତା ଗ୍ଭକିରି ହରାଇବି, ସେତେବେଳେ ଯେପରି ଲୋକେ ସେମାନଙ୍କ ଘରେ ମୋର ସ୍ୱାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।
5 “ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନେଇଥିବା ପ୍ରତ୍ୟେକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଗ୍ଭରିଲେ, ‘ମୋ’ ମାଲିକଙ୍କୁ ତୁମ୍ଭର କେତେ ଦେବାକୁ ଅଛି?’ 6 ଲୋକଟି ଉତ୍ତର ଦେଲା, ‘ଶହେ ମହଣ ତେଲ।’ ଗୁମାସ୍ତା ତାକୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ। ବସିପଡ଼ି ତାକୁ କମ୍ କରି ଶୀଘ୍ର ପଗ୍ଭଶ ବୋଲି ଲେଖିଦିଅ।’
7 “ତା’ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଗ୍ଭରିଲେ, ‘ତୁମ୍ଭର କେତେ ଋଣ ପରିଶୋଧ କରିବାକୁ ଅଛି?’ ଖାତକଟି କହିଲା, ‘ଶହେ ଭରଣ ଗହମ’, ଗୁମାସ୍ତା ତାହାଙ୍କୁ କହିଲେ, ‘ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।’
8 “ପରେ ମାଲିକ ସେହି ଅସାଧୁ ଗୁମାସ୍ତାଙ୍କର ପ୍ରଶଂସା କଲେ। କାରଣ ଗୁମାସ୍ତା ଚତୁରତାର ସହିତ କାମ ତୁଲେଇ ଦେଲେ। ତାହାଙ୍କ ଭଳି, ଅନ୍ୟଲୋକମାନଙ୍କ ସହିତ ବ୍ୟବସାୟ କରିବାରେ ଏହି ସାଂସାରିକ ଲୋକମାନେ ଆଧ୍ୟାତ୍ମିକ ଲୋକମାନଙ୍କ ଅପେକ୍ଷା ଅଧିକ ଚତୁର।
9 “ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭମାନଙ୍କର ଯାହାସବୁ ଅଛି ସେଥିରେ ପରମେଶ୍ୱରଙ୍କ ସହିତ ମିତ୍ରତା ସ୍ଥାପନ କର। ତେଣୁ ଯେତେବେଳେ ଏ ଜାଗତିକ ଧନ ସରିଯିବ, ସେତେବେଳେ ଚିରନ୍ତନ ନିବାସରେ ତୁମ୍ଭମାନଙ୍କୁ ସ୍ୱାଗତ କରାଯିବ। 10 ଛୋଟ ଛୋଟ ବିଷୟରେ ଯଦି ଜଣକୁ ବିଶ୍ୱାସ କରାଯାଇ ପାରିବ, ତେବେ ତାକୁ ବଡ଼ ବିଷୟ ଗୁଡ଼ିକ ପାଇଁ ମଧ୍ୟ ବିଶ୍ୱାସ କରାଯାଇ ପାରିବ। ଅଳ୍ପ ଜିନିଷ ପାଇଁ ଯଦି ଜଣେ ଅସାଧୁ ହୋଇଯାଏ ତେବେ ସେ ଅଧିକ ଜିନିଷ ପାଇଁ ମଧ୍ୟ ଆସାଧୁ ହୋଇଯିବା 11 ତୁମ୍ଭେମାନେ ଯଦି ସାଂସାରିକ ସମ୍ପତ୍ତି ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ପାରିବ ନାହିଁ, ତେବେ ତୁମ୍ଭମାନଙ୍କୁ ସତ୍ୟ ସମ୍ପତ୍ତି ପାଇଁ କିଏ ବିଶ୍ୱାସ କରିବ? 12 ତୁମ୍ଭେମାନେ ଯଦି ଅନ୍ୟ କାହାର ଜିନିଷ ରଖିବା ପାଇଁ ବିଶ୍ୱାସ ଯୋଗ୍ୟ ବୋଲି ପ୍ରମାଣିତ ହୋଇ ନାହଁ, ତେବେ ତୁମ୍ଭମାନଙ୍କ ନିଜ ଜିନିଷ ମଧ୍ୟ ତୁମ୍ଭମାନଙ୍କୁ ଦିଆ ଯିବ ନାହିଁ।
13 “ଜଣେ ସେବକ ଏକା ସଙ୍ଗରେ ଦୁଇଜଣ ମାଲିକଙ୍କ ସେବା କରି ପାରିବ ନାହିଁ। ସେ ଜଣକୁ ଘୃଣା କରିବ ଓ ଅନ୍ୟ ଜଣକୁ ଶ୍ରଦ୍ଧା କରିବ। କିମ୍ବା ସେ ଜଣକ ପ୍ରତି ବିଶ୍ୱସ୍ତ ରହିବ ଓ ଅନ୍ୟ ଜଣକୁ ବେଖାତିରି କରିବ। ତୁମ୍ଭେମାନେ ଏକା ବେଳେ ପରମେଶ୍ୱର ଓ ଧନ ଦୁହିଁଙ୍କ ସେବା କରି ପାରିବ ନାହିଁ।”
2010 by World Bible Translation Center