Revised Common Lectionary (Semicontinuous)
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
14 “ଆମ୍ଭେମାନେ କାହିଁକି ଶାନ୍ତଭାବେ ବସିଅଛୁ?
ଆସ, ଏକତ୍ରିତ ହୋଇ ଆମ୍ଭେମାନେ ଏକ ପ୍ରାଚୀର ବେଷ୍ଟିତ ନଗରକୁ ଗ୍ଭଲିଯିବା।
ଆସ ସେହି ସ୍ଥାନରେ ଆମ୍ଭେ ମୃତ୍ୟୁବରଣ କରିବା।
ଯେହେତୁ ସଦାପ୍ରଭୁ ଆମ୍ଭର ପରମେଶ୍ୱର ଆମ୍ଭମାନଙ୍କୁ ନୀରବ କରିଛନ୍ତି।
ଆସ ବିଷାକ୍ତ ପାଣି ପିଇବା,
ଯେହେତୁ ଆମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଛୁ।
15 ଆମ୍ଭେମାନେ ଶାନ୍ତି ଆଶା କଲୁ,
ମାତ୍ର କିଛି ମଙ୍ଗଳ ହେଲା ନାହିଁ।
ସେ ଆମ୍ଭମାନଙ୍କୁ କ୍ଷମା ଦେବେ ବୋଲି ଇଚ୍ଛା କଲୁ,
ମାତ୍ର କେବଳ ବିପଦ ମାଡ଼ି ଆସିଲା।
16 ଦାନ୍ ନଗରଠାରୁ
ତାହାର ଅଶ୍ୱଗଣର ନାସିକା ଧ୍ୱନି ଶୁଣା ଯାଉଅଛି।
ତାହାର କନିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ
ସମୁଦାୟ ଦେଶ କମ୍ପିତ ହେଉଅଛି।
କାରଣ ସେମାନେ ଆସିଛନ୍ତି,
ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର
ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।”
17 “ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା,
ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ।
ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।”
ଏହା ସଦାପ୍ରଭୁ କହନ୍ତି।
2 ଆଉ ଯଦି ପଥିକମାନଙ୍କର ବସାପରି
ପ୍ରାନ୍ତରରେ ମୋର ଗୋଟିଏ ବସା ଥା’ନ୍ତା,
ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି
ସେମାନଙ୍କଠାରୁ ଦୂରେଇ ଯାଇ ପାରନ୍ତି।
କାରଣ ସେମାନେ ସମସ୍ତେ ବ୍ୟଭିଗ୍ଭରୀ
ଓ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
3 “ପୁଣି ସେମାନେ ଅସତ୍ୟତା ନିମନ୍ତେ
ନିଜ ନିଜ ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି।
ଆଉ ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି,
ମାତ୍ର ସତ୍ୟତା ପାଇଁ ନୁହେଁ।
କାରଣ ସେମାନେ ପାପ ଉପରେ ପାପ କରିବାକୁ ଅଗ୍ରସର ହୁଅନ୍ତି।
ସେମାନେ ଆମ୍ଭକୁ ଜାଣନ୍ତି ନାହିଁ।”
ଏହା ସଦାପ୍ରଭୁ କହନ୍ତି।
4 “ତୁମ୍ଭେମାନେ ପ୍ରତ୍ୟେକ ପ୍ରତିବାସୀ ପ୍ରତି ସାବଧାନ ହୁଅ
ଓ କୌଣସି ଭ୍ରାତାକୁ ବିଶ୍ୱାସ କର ନାହିଁ।
କାରଣ ପ୍ରତ୍ୟେକ ଭ୍ରାତା ପ୍ରତାରକ
ଓ ପ୍ରତ୍ୟେକ ପ୍ରତିବାସୀ ତୁମ୍ଭମାନଙ୍କର ନିନ୍ଦା ଗାଇ ବୁଲିବେ।
5 ସେମାନେ ପ୍ରତ୍ୟେକ ଆପଣା ପ୍ରତିବାସୀକୁ ପ୍ରବଞ୍ଚନା କରିବେ
ଓ କେବେ ସତ୍ୟକଥା କହିବେ ନାହିଁ।
ସେମାନେ ମିଥ୍ୟା କହିବାକୁ
ନିଜ ନିଜ ଜିହ୍ୱାକୁ ଶିଖାଇଅଛନ୍ତି।
ଥକିବା ପର୍ଯ୍ୟନ୍ତ
ସେମାନେ ମନ୍ଦକର୍ମ କରନ୍ତି।
6 ଗୋଟିଏ ମନ୍ଦକର୍ମ ପରେ ଅନ୍ୟ ଏକ ମନ୍ଦକର୍ମ ଗ୍ଭଲେ
ଓ ପ୍ରବଞ୍ଚନା ଲାଗି ରହେ।”
ତେଣୁ ସଦାପ୍ରଭୁ କହନ୍ତି, “ଏହି ମିଥ୍ୟା ଓ ପ୍ରବଞ୍ଚନା ଯୋଗୁଁ
ସେମାନେ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି।”
7 ତେଣୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି,
“ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନିରେ ତରଳାଏ,
ସେହିପରି ଆମ୍ଭେ ସେମାନଙ୍କୁ ପରୀକ୍ଷା କରିବା।
ଆମ୍ଭ ଲୋକମାନେ ପାପ କରିଥିବା ହେତୁ
ଆଉ ଆମ୍ଭେ କ’ଣ କରି ପାରିବା?
8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ବାଣସ୍ୱରୂପ।
ତାହା କେବଳ ମିଥ୍ୟା ଓ ପ୍ରବଞ୍ଚନାର କଥା କହେ।
ସେମାନେ ମୁହଁରେ ପ୍ରତିବାସୀ ସହିତ ପ୍ରେମାଳାପ କରନ୍ତି,
ମାତ୍ର ଅନ୍ତରରେ ସେମାନଙ୍କୁ ବିନାଶ କରିବାକୁ ଯୋଜନା କରନ୍ତି।”
9 ତେଣୁ ସଦାପ୍ରଭୁ କହନ୍ତି,
“ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା।
ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି
କ’ଣ ରହିପାରିବା?”
10 ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ
ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କେବଳ ବିଳାପ କରିବି।
ସେମାନଙ୍କ ନିମନ୍ତେ ଶୋକ କରିବି।
କାରଣ କେହି ଜୀବନ୍ତ ପ୍ରାଣୀ ସେଠାରେ ନ ଥିବେ।
କୌଣସି ଲୋକ ଯାତାୟାତ କରିବେ ନାହିଁ।
ପଶୁପଲର ରବ ଶୁଣାଯିବ ନାହିଁ।
ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସେଠାରୁ ପଳାୟନ କରିବେ।
11 “ପୁଣି ଆମ୍ଭେ ସଦାପ୍ରଭୁ ଯିରୁଶାଲମକୁ ଢିପି
ଓ ଶୃଗାଳମାନଙ୍କ ବାସସ୍ଥାନରେ ପରିଣତ କରିବା।
ଆଉ ଆମ୍ଭେ ଯିହୁଦାର ନଗରସମୂହକୁ
ନିର୍ଜନ ଧ୍ୱଂସସ୍ଥାନ କରିବା।”
ଏକ ବିଧବାର ପ୍ରକୃତ ଦାନ(A)
41 ଯୀଶୁ ମନ୍ଦିରର ଦାନ ବାକ୍ସ ପାଖରେ ବସିଥିଲେ। ଲୋକମାନେ କିଭଳି ଭାବରେ ଦାନ ବାକ୍ସରେ ଟଙ୍କା ଭର୍ତ୍ତି କରୁଛନ୍ତି, ତାହା ସେ ଲକ୍ଷ୍ୟ କରୁଥିଲେ। ବହୁତ ଧନୀ ଲୋକ ଦାନ ବାକ୍ସରେ ପ୍ରଚୁର ଟଙ୍କା ପକାଉଥିଲେ। 42 ପରେ ଗରିବ ବିଧବାଟିଏ ସେଠାକୁ ଆସିଲା ଓ ସେଥିରେ ସେ ମାତ୍ର ଦୁଇଟି ତମ୍ବା-ମୁଦ୍ରା ପକେଇଲା। ଏହି ମୁଦ୍ରା ଦୁଇଟିର ମୂଲ୍ୟ ପଇସାଟିଏ ସାଙ୍ଗରେ ବି ସମାନ ନୁହେଁ।
43 ତା’ପରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହି ସମସ୍ତ ଧନୀ ଲୋକମାନେ ଦେଇଥିବା ଦାନଠାରୁ ଏହି ଗରିବ ବିଧବାଟି ପ୍ରକୃତରେ ବହୁତ ଅଧିକ ଦେଇଛି। 44 କାରଣ ଧନୀ ଲୋକମାନଙ୍କ ପାଖରେ ପ୍ରଚୁର ଅଛି। ସେମାନେ ତାହାଙ୍କର ଦରକାର ନ ଥିବା ବଳକା ଅର୍ଥରୁ ହିଁ ଦାନ ଦେଇଛନ୍ତି। କିନ୍ତୁ ଏହି ବିଧବାଟି ବହୁତ ଗରିବ। ଏହି ଗରିବଟି ନିକଟରେ ଯାହା ଥିଲା, ସେ ସବୁତକ ଦାନ ସ୍ୱରୂପ ଦେଇ ଦେଇଛି। ତା’ର ଚଳିବା ପାଇଁ ସେତିକି ମାତ୍ର ସମ୍ବଳ ଥିଲା।”
2010 by World Bible Translation Center