Revised Common Lectionary (Semicontinuous)
ଆସଫର ଗୀତ।
79 ହେ ପରମେଶ୍ୱର, ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର ଦେଶକୁ ଆକ୍ରମଣ କରିଛନ୍ତି।
ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଛନ୍ତି।
ସେମାନେ ଯିରୁଶାଲମକୁ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି।
2 ସେମାନେ ତୁମ୍ଭ ଦାସଗଣର ଶବ ଖାଦ୍ୟ ନିମନ୍ତେ ଖେଚର ପକ୍ଷୀଗଣଙ୍କୁ ଦେଇଛନ୍ତି।
ତୁମ୍ଭର ସଦ୍ଭକ୍ତମାନଙ୍କ ମାଂସ ବନ୍ୟ ପଶୁଗଣଙ୍କୁ ଦେଇଛନ୍ତି।
3 ଶତ୍ରୁମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ତୁମ୍ଭର ଲୋକମାନଙ୍କର ରକ୍ତକୁ ପାଣି ପରି ବୁହାଇଲେ।
ସେମାନଙ୍କୁ କବର ଦେବା ପାଇଁ କାହାରିକୁ ରଖି ନ ଥିଲେ।
4 ଆମ୍ଭ ପଡ଼ୋଶୀ ଦେବଗଣ ଆମ୍ଭମାନଙ୍କୁ ଅପମାନିତ କଲେ।
ଆମ୍ଭର ସବୁ ଚତୁର୍ପାର୍ଶ୍ୱରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।
5 ହେ ପରମେଶ୍ୱର, ଏହା ଆଉ କେତେ ଦିନ ପର୍ଯ୍ୟନ୍ତ ଯିବ? ତୁମ୍ଭେ କ’ଣ ଚିରକାଳ ଆମ୍ଭମାନଙ୍କ ଉପରେ କ୍ରୋଧ କରିଥିବ?
ତୁମ୍ଭର ଅନ୍ତର କ’ଣ ଅଗ୍ନିଜ୍ୱାଳା ପରି ସର୍ବଦା ଜଳିବ?
6 ଯେଉଁ ଜାତିମାନେ ତୁମ୍ଭକୁ ସ୍ୱୀକାର କରୁ ନାହାନ୍ତି, ଯେଉଁ ରାଜ୍ୟ ସମୂହ ତୁମ୍ଭର ଉପାସନା କରନ୍ତି ନାହିଁ,
ତୁମ୍ଭର କ୍ରୋଧ ସେମାନଙ୍କ ଉପରେ ଢାଳି ଦିଅ।
7 ସେମାନେ ଯାକୁବଙ୍କ ପରିବାରକୁ ଧ୍ୱଂସ କରିଅଛନ୍ତି।
ଓ ସେମାନେ ତା’ର ଗୃହଭୂମିକୁ ଧ୍ୱଂସ କରିଅଛନ୍ତି।
8 ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ।
ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦେଖାଅ!
ଆମ୍ଭେମାନେ ଆଜି କ୍ଷୀଣ ହୋଇଅଛୁ।
9 ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ୱର,
ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର
ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର
ଏବଂ ପାପସବୁ କ୍ଷମା କର।
ଇସ୍ରାଏଲର ପ୍ରତିବାସୀଙ୍କ ପ୍ରତି ସଦାପ୍ରଭୁଙ୍କ ପ୍ରତିଜ୍ଞା
14 ସଦାପ୍ରଭୁ ଏହା କହନ୍ତି, “ସମସ୍ତ ମନ୍ଦ ପଡ଼ୋଶୀ ଯେଉଁମାନେ କି ଆମ୍ଭେ ଉତ୍ତରାଧିକାରୀ ସୂତ୍ରରେ ଇସ୍ରାଏଲୀୟମାନଙ୍କୁ ଦେଇଥିବା ଦେଶକୁ ସ୍ପର୍ଶ କରନ୍ତି ଆମ୍ଭେ ସେମାନଙ୍କୁ ତାଙ୍କ ଦେଶରୁ ଉତ୍ପାଟନ କରିବା ଏବଂ ଆମ୍ଭେ ସେମାନଙ୍କ ମଧ୍ୟରୁ ଯିହୁଦାର ଘରକୁ ହଟେଇ ଦେବା। 15 ପୁଣି ସେମାନଙ୍କୁ ଉତ୍ପାଟନ କଲାପରେ ଆମ୍ଭେ ଫେରି ସେମାନଙ୍କୁ ଦୟା କରିବା। ପୁଣି ପ୍ରତ୍ୟେକ ଲୋକକୁ ତାହାର ଅଧିକାରକୁ ଓ ପ୍ରତ୍ୟେକ ଲୋକକୁ ତାହାର ଜମିକୁ ଫେରାଇ ଆଣିବା। 16 ଆମ୍ଭେ ଗ୍ଭହୁଁ ସେହି ଲୋକମାନେ ଉତ୍ତମ ଶିକ୍ଷା ଲାଭ କରନ୍ତୁ। ଅତୀତରେ ସେମାନେ ଯେପରି ବାଲ୍ଦେବ ନାମରେ ଶପଥ କରିବା ପାଇଁ ଆମ୍ଭ ଲୋକମାନଙ୍କୁ ଶିଖାଇଲେ, ସେହିପରି ‘ସଦାପ୍ରଭୁ ଜୀବିତ’ ବୋଲି ଆମ୍ଭ ନାମରେ ଶପଥ କରିବା ପାଇଁ ଯେବେ ଆମ୍ଭର ଲୋକମାନଙ୍କୁ ଯତ୍ନ ପୂର୍ବକ ଶିଖାଇବେ, ତେବେ ଆମ୍ଭ ଲୋକମାନଙ୍କ ସହିତ ବାସ କରିବେ। 17 ମାତ୍ର ଯେବେ କୌଣସି ଗୋଷ୍ଠୀ ଆମ୍ଭର ବାର୍ତ୍ତା ଶୁଣିବେ ନାହିଁ, ତେବେ ଆମ୍ଭେ ସେହି ଗୋଷ୍ଠୀକୁ ମୃତ ଉଦ୍ଭିଦ ସଦୃଶ ଉତ୍ପାଟନ କରି ଫିଙ୍ଗିଦେବା।” ଏହା ସଦାପ୍ରଭୁ କହନ୍ତି।
ପଟୁକାର ସଙ୍କେତ
13 ସଦାପ୍ରଭୁ ମୋତେ ଏହା କହିଲେ: “ତୁମ୍ଭେ ଏକ ମୋଟା ନାଇଲନ୍ ବସ୍ତ୍ର କିଣ ଓ ତାହା ଆପଣା କଟି ଦେଶରେ ବାନ୍ଧ ଓ ତାକୁ ଓଦା କର ନାହିଁ।”
2 ତେଣୁ ସଦାପ୍ରଭୁଙ୍କ କହିବା ଅନୁସାରେ ମୁଁ ଏକ ପଟୁକା କିଣି ଆପଣା କଟି ଦେଶରେ ବାନ୍ଧିଲି। 3 ଅନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 4 “ହେ ଯିରିମିୟ, ତୁମ୍ଭେ କଟି ଦେଶରେ ଯେଉଁ ପଟୁକା କିଣି ପିନ୍ଧିଛ, ତାହା ନେଇ ଫରାତ୍ ନଦୀ ନିକଟକୁ ଯାଇ ସେଠାସ୍ଥିତ ଏକ ପଥର ତଳେ ଲୁଗ୍ଭଇ ରଖ।”
5 ତେଣୁ ସଦାପ୍ରଭୁଙ୍କ କହିବାନୁସାରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଗ୍ଭଇ ରଖିଲି। 6 ପୁଣି ଅନେକ ଦିନପରେ ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଫରାତ୍ ନଦୀ ନିକଟକୁ ଯାଅ ଓ ଯେଉଁ ପଟୁକା ସେଠାରେ ଲୁଗ୍ଭଇ ରଖିବା ପାଇଁ ଆମ୍ଭେ ଆଜ୍ଞା କରିଥିଲୁ, ତାହା ସେଠାରୁ ନିଅ।”
7 ତେଣୁ ମୁଁ ଫରାତ୍ ନଦୀ ନିକଟକୁ ଯାଇ ସେହି ପଥର ତଳ ଖୋଳି ଲୁଗ୍ଭଇ ରଖିଥିବା ପଟୁକା କାଢ଼ିଲି। ଆଉ ଦେଖ! ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ତାହା ପିନ୍ଧିବା ଯୋଗ୍ୟ ନ ଥିଲା।
8 ତା’ପରେ ସଦାପ୍ରଭୁଙ୍କ ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। 9 ସଦାପ୍ରଭୁ କହିଲେ, “ଯେପରି ପଟୁକା ଧ୍ୱଂସ ପାଇଲା ସେହିପରି ଆମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବା। 10 ଯିହୁଦାର ଏହି ଯେଉଁ ଦୁଷ୍ଟ ଲୋକମାନେ ଆମ୍ଭର ବାକ୍ୟ ଶୁଣିବାକୁ ଅସମ୍ମତ ହୁଅନ୍ତି ଓ ଆପଣା ଅନ୍ତଃକରଣରେ ଅବାଧ୍ୟ ହୋଇ ଗ୍ଭଲନ୍ତି ଆଉ ଅନ୍ୟ ଦେବଗଣର ସେବା ଓ ପୂଜା କରିବା ନିମନ୍ତେ ସେମାନଙ୍କର ପଶ୍ଚାଦ୍ଗମନ କରନ୍ତି, ସେମାନେ ଏହି ଅକର୍ମଣ୍ୟ ପଟୁକା ତୁଲ୍ୟ ହେବେ।” 11 କାରଣ ସଦାପ୍ରଭୁ କହନ୍ତି, “ମନୁଷ୍ୟର କଟି ଦେଶରେ ପଟୁକା ଯେପରି ସଂଲଗ୍ନ ଥାଏ, ସେହିପରି ଆମ୍ଭେ ସମୁଦାୟ ଇସ୍ରାଏଲ ଓ ସମୁଦାୟ ଯିହୁଦା ବଂଶକୁ ଆମ୍ଭର ଲୋକ ହୋଇ ଆମ୍ଭ ପାଇଁ କୀର୍ତ୍ତି, ପ୍ରଶଂସା ଓ ଗୌରବ ଆଣିବା ପାଇଁ ଆମ୍ଭଠାରେ ସଂଲଗ୍ନ କରାଇଲୁ। ମାତ୍ର ସେମାନେ ଆମ୍ଭ କଥା ଶୁଣିବାକୁ ଅସମ୍ମତ ହେଲେ।”
3 ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି? 2 ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ। 3 ଏହା ସତ୍ୟ ଯେ, କେତେକ ଯିହୂଦୀ ପରମେଶ୍ୱରଙ୍କର ବିଶ୍ୱସ୍ତ ନ ଥିଲେ। କିନ୍ତୁ ସେମାନଙ୍କ ଅବିଶ୍ୱସ୍ତତା କ’ଣ ପରମେଶ୍ୱରଙ୍କୁ ନିଜ ପ୍ରତିଜ୍ଞା ରଖିବାରେ ବାଧା ଦେବ? 4 କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ:
“ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ
ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।” (A)
5 ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି। 6 ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା’ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।
7 ଜଣେ ଲୋକ କହିପାରେ, “ଯେତେବେଳେ ମୁଁ ମିଛ କହେ ତାହା ପ୍ରକୃତରେ ପରମେଶ୍ୱରଙ୍କୁ ଅଧିକତର ମହିମା ପ୍ରଦାନକରେ, କାରଣ ମୋ’ ମିଛ, ପରମେଶ୍ୱରଙ୍କ ସତ୍ୟକୁ ପ୍ରକାଶ କରେ।” ସେଥିପାଇଁ ମୋତେ ପାପୀ ବୋଲି କାହିଁକି ବିଗ୍ଭର କରାଗଲା? 8 ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।
2010 by World Bible Translation Center