Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 94

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:18-31

18 ମାତ୍ର ସଦାପ୍ରଭୁ କହନ୍ତି, “ହେ ଯିହୁଦା ଏପରିକି ଯେତେବେଳେ ସେହି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ନାହିଁ। 19 ଆଉ ତୁମ୍ଭେମାନେ ଯେତେବେଳେ ଯିରିମିୟଙ୍କୁ କହିବ, ‘ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, କେଉଁ କାରଣରୁ ଆମ୍ଭମାନଙ୍କ ପ୍ରତି ଏହିସବୁ କରିଅଛନ୍ତି।’ ସେତେବେଳେ ତୁମ୍ଭେ ସେମାନଙ୍କୁ କହିବ, ‘ଯେଉଁପ୍ରକାରେ ତୁମ୍ଭେମାନେ ମୋତେ ପରିତ୍ୟାଗ କରିଅଛ ଏବଂ ମୂର୍ତ୍ତିଗଣର ସେବା କରିଅଛ, ସେହିପରି ଭାବରେ ତୁମ୍ଭେମାନେ ବିଦେଶରେ ବିଦେଶୀୟମାନଙ୍କର ସେବା କରିବ।’

20 ସଦାପ୍ରଭୁ କହିଲେ, “ତୁମ୍ଭେମାନେ ଯାକୁବ ବଂଶକୁ ଏ କଥା ଜଣାଅ
    ଓ ଯିହୁଦା ମଧ୍ୟରେ ପ୍ରଗ୍ଭର କରି କୁହ।
21 ‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ,
    ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ,
କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ।
    ଏବେ ଏହି କଥା ତୁମ୍ଭେମାନେ ଶୁଣ।
22 ନିଶ୍ଚିତଭାବରେ ତୁମ୍ଭେମାନେ ଆମ୍ଭକୁ ଭୟ କରିବାର କାରଣ ଅଛି,”
ସଦାପ୍ରଭୁ କହନ୍ତି।
    “ହଁ, ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଭୟରେ ଥରିବାର କାରଣ ଅଛି।
ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ,
    ଯେପରି ସମୁଦ୍ର ତା’ର ସୀମା ଲଙ୍ଘନ ନ କରିବ।
ସମୁଦ୍ରରେ ଢେଉ ଉଠେ ଏବଂ ଏହାର କୌଣସି କ୍ଷତି କରେ ନାହିଁ।
    ଏହା ଘୋର ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।
23 ମାତ୍ର ଯିହୁଦାର ଲୋକମାନେ ଅବାଧ୍ୟ ଓ ପ୍ରତିକୂଳାଗ୍ଭରୀ।
    ସେମାନେ ସର୍ବଦା ଆମ୍ଭ ବିରୁଦ୍ଧରେ ଯୋଜନା କରିଛନ୍ତି
    ଓ ଆମ୍ଭଠାରୁ ଦୂରେଇ ଯାଇଅଛନ୍ତି।
24 ସେମାନେ କେବେ କହିବେ ନାହିଁ ଯେ,
    ‘ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ୟ ଓ ଶେଷ ବୃଷ୍ଟି ପ୍ରଦାନ କରିଛନ୍ତି
ଓ ଶସ୍ୟ ଚ୍ଛେଦନ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି,
    ଆସ ଏବେ ଆମ୍ଭେମାନେ ସେହି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।’
25 ତୁମ୍ଭମାନଙ୍କର ଅଧର୍ମ ଏହିସବୁ ଅମଙ୍ଗଳ ଘଟାଇଅଛି।
    ତୁମ୍ଭମାନଙ୍କର ପାପ ସଦାପ୍ରଭୁଙ୍କ ମଙ୍ଗଳ ପଦାର୍ଥ ଉପଭୋଗରୁ ତୁମ୍ଭମାନଙ୍କୁ ନିବୃତ୍ତ କରିଅଛି।
26 କାରଣ ଆମ୍ଭେ ଲୋକମାନଙ୍କ ମଧ୍ୟରେ
    କେତେକ ଦୁଷ୍ଟ ଲୋକ ଅଛନ୍ତି।
ସେମାନେ ବ୍ୟାଧ ତୁଲ୍ୟ ଫାଶ ବସାନ୍ତି
    ଓ ଲୋକମାନଙ୍କୁ ସେହି ଫାନ୍ଦରେ ପକାନ୍ତି।
27 ଯେପରି ପିଞ୍ଜରା ପକ୍ଷୀରେ ପରିପୂର୍ଣ୍ଣ
    ସେହିପରି ସେମାନଙ୍କ ଗୃହ ଛଳନାରେ ପୂର୍ଣ୍ଣ।
ଏହି ମିଥ୍ୟା ଯୋଗୁଁ ସେମାନେ ଉନ୍ନତ ଓ ଧନବନ୍ତ ହୋଇଛନ୍ତି।
28     ସେମାନେ ଅଧିକରୁ ଅଧିକ ମୋଟା ହୁଅନ୍ତି
ଏବଂ ଦୁଷ୍କର୍ମ କରିବାର ସୀମା ପାର କରି ଯାଆନ୍ତି।
    ସେମାନେ ଅନାଥମାନଙ୍କର ମକଦ୍ଦମାରେ ନ୍ୟାୟୋଚିତ ବିଗ୍ଭର କରନ୍ତି ନାହିଁ,
    କାଳେ ଅନାଥମାନେ ଉନ୍ନତି କରି ପାରନ୍ତି।
    ସେମାନେ ଗରିବମାନଙ୍କର ଅଧିକାର ପାଇଁ ପ୍ରତିପକ୍ଷ କରନ୍ତି ନାହିଁ।”
29 ତେଣୁ ସଦାପ୍ରଭୁ କହନ୍ତି,
    “ଆମ୍ଭେ କ’ଣ ଏହିସବୁ ପାଇଁ ସେମାନଙ୍କୁ ଦଣ୍ଡ ଦେବା ନାହିଁ?
ଆମ୍ଭର ପ୍ରାଣ କ’ଣ ଏହିସବୁ ଲୋକମାନଙ୍କଠାରୁ
    ପରିଶୋଧ ନେବ ନାହିଁ?”

30 ପୁଣି ସଦାପ୍ରଭୁ କହନ୍ତି,
    “ଏକ ଭୟଙ୍କର ଓ ମର୍ମନ୍ତୁକ ଘଟଣା ଦେଶ ମଧ୍ୟରେ ଘଟିଅଛି।
31 ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରନ୍ତି
    ଓ ସେମାନଙ୍କ ନିର୍ଦ୍ଦେଶାନୁସାରେ ଯାଜକମାନେ କାର୍ଯ୍ୟ କରନ୍ତି।
ପୁଣି ଆମ୍ଭର ଲୋକମାନେ ଏପରି ହେବାକୁ ଭଲ ପାଆନ୍ତି।
    ମାତ୍ର ତୁମ୍ଭ ଲୋକମାନେ ଶେଷରେ ଦଣ୍ଡ ସମୟରେ କ’ଣ କରିବେ?

ପିତରଙ୍କ ଦ୍ୱିତୀୟ ପତ୍ର 3:8-13

ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ। ଯଦିଓ କିଛି ଲୋକେ ଏହାକୁ ଡେରି ବୋଲି ଭାବୁଛନ୍ତି, ତଥାପି ପରମେଶ୍ୱର ନିଜ ପ୍ରତିଜ୍ଞା ପୂରଣ କରିବାରେ ଡେରି କରିବେ ନାହିଁ। ବରଂ ପରମେଶ୍ୱର ତୁମ୍ଭ ପ୍ରତି ଧୈର୍ଯ୍ୟବାନ ହେଉଛନ୍ତି। ପରମେଶ୍ୱର କୌଣସି ଲୋକ ନଷ୍ଟ ହେଉ ବୋଲି ଗ୍ଭହାନ୍ତି ନାହିଁ। ପରମେଶ୍ୱର ଗ୍ଭହାନ୍ତି ଯେ ପ୍ରତ୍ୟେକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।

10 କିନ୍ତୁ ଗ୍ଭେର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ୟ ହୋଇଯିବ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନିରେ ଧ୍ୱଂସ ହୋଇଯିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳିଯିବ। 11 ମୁଁ କହିଲା ଭଳି, ଏପରି ଭାବରେ ସବୁକିଛି ନଷ୍ଟ ହୋଇଯିବ। ଅତଏବ, ତୁମ୍ଭେ କିପରି ଲୋକ ହେବା ଉଚିତ୍? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ୱରଙ୍କ ସେବା କରିବା ଉଚିତ୍। 12 ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷାରେ ରହିବା ଉଚିତ୍। ସେହି ଦିନ ଆସିଲେ ଅଗ୍ନି ଦ୍ୱାରା ଆକାଶ ନଷ୍ଟ ହୋଇ ଯିବ ଓ ଆକାଶରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ଯିବ। 13 କିନ୍ତୁ ପରମେଶ୍ୱର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷାରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହେବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center