Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 139:1-6

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।

ଗୀତସଂହିତା 139:13-18

13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ। [a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 16:14-17:4

14 “ଏଣୁ ସଦାପ୍ରଭୁ କହନ୍ତି, ‘ଦେଖ, ଇସ୍ରାଏଲ ସନ୍ତାନଗଣକୁ ଯେ ମିଶର ଦେଶରୁ ବାହାର କରି ଆଣିଲେ,’ ସେହି ସମୟ ଆସୁଛି।” ସେହି ଜୀବିତ ସଦାପ୍ରଭୁଙ୍କ ବିଷୟରେ, “ଲୋକମାନେ ଏହି କଥା କହିବେ ନାହିଁ। 15 କିନ୍ତୁ ସମୟ ଆସୁଛି, ଯେତେବେଳେ ସେମାନେ କହିବେ, ‘ନିଶ୍ଚିତ ଭାବରେ ସଦାପ୍ରଭୁ ଅଛନ୍ତି, ଯିଏ କି ଇସ୍ରାଏଲୀୟମାନଙ୍କୁ ଉତ୍ତରରୁ ଓ ଯେଉଁଠାରେ ସେମାନେ ଥିଲେ ସେଠାରୁ ଫେରାଇ ଆଣିଥିଲେ।’ ସେତେବେଳେ ମୁଁ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲି, ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଫେରାଇ ଦେବି।

16 ପୁଣି ସଦାପ୍ରଭୁ କହନ୍ତି, “ଆମ୍ଭେ ଅନେକ କେଉଁଟା ଅଣାଇବା,” “ସେମାନେ ମତ୍ସ୍ୟପରି ସେମାନଙ୍କୁ ଧରିବେ। ତା’ପରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା। ସେମାନେ ପ୍ରତ୍ୟେକ ପର୍ବତରୁ, ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଶିକାର କରି ଆଣିବେ। 17 କାରଣ ସେମାନଙ୍କର ସମସ୍ତ କାର୍ଯ୍ୟରେ ଆମ୍ଭର ଦୃଷ୍ଟି ଅଛି। ସେମାନଙ୍କର କୌଣସି ଜିନିଷ ଆମ୍ଭ ସାକ୍ଷାତରୁ ଗୁପ୍ତ ରହି ନାହିଁ। କିଅବା ସେମାନଙ୍କର କୌଣସି ଅଧର୍ମ ଆମ୍ଭର ଅଗୋଚର ନୁହେଁ। 18 ଆମ୍ଭେ ସେମାନଙ୍କର ପାପ ଓ ଅଧର୍ମର ଦୁଇଗୁଣ ପ୍ରତିଫଳ ଦେବା। କାରଣ ସେମାନେ ନିଜ ନିଜର ଘୃଣ୍ୟବସ୍ତୁ ସ୍ୱରୂପ ଶବରେ ଆମ୍ଭର ଦେଶକୁ ‘ଅପବିତ୍ର’ କରିଅଛନ୍ତି। ସେମାନେ ଆମ୍ଭ ଦେଶକୁ ‘ଅଶୁଚି’ କରିଅଛନ୍ତି ଓ ନିଜର ଘୃଣ୍ୟକର୍ମରେ ଆମ୍ଭର ଦେଶକୁ ପରିପୂର୍ଣ୍ଣ କରିଅଛନ୍ତି।”

19 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତି, ଦୃଢ଼ ଦୁର୍ଗ
    ଓ ବିପଦରେ ମୋର ଆଶ୍ରୟ ସ୍ୱରୂପ।
ପୃଥିବୀର ସମସ୍ତ ପ୍ରାନ୍ତରରୁ ନାନା ଦେଶୀୟମାନେ
    ତୁମ୍ଭ ନିକଟକୁ ଆସି କହିବେ,
“ଆମ୍ଭମାନଙ୍କର ପୂର୍ବପୁରୁଷମାନେ କେବଳ ମିଥ୍ୟା
    ଅର୍ଥାତ୍ ଅସାର ଓ ନିଷ୍ଫଳ ବସ୍ତୁ ଅଧିକାର କରିଅଛନ୍ତି।
20 ମନୁଷ୍ୟ କ’ଣ ଆପଣା ନିମନ୍ତେ ପରମେଶ୍ୱର ନିର୍ମାଣ କରି ପାରିବ?
    ନା, ସେ ପ୍ରତିମା ନିର୍ମାଣ କରିବ, ମାତ୍ର ଏହା ପ୍ରକୃତ ପରମେଶ୍ୱର ନୁହନ୍ତି।”

21 ସଦାପ୍ରଭୁ କହନ୍ତି, “ତେଣୁ ଆମ୍ଭେ ସେମାନଙ୍କୁ ଜଣାଇବା।
    ବର୍ତ୍ତମାନରୁ ସେମାନଙ୍କୁ ଆମ୍ଭର ହସ୍ତ ଓ ପରାକ୍ରମ ଜ୍ଞାତ କରାଇବା।
ତାହାହେଲେ ଆମ୍ଭର ନାମ ଯେ ସଦାପ୍ରଭୁ
    ଏହା ସେମାନେ ଜାଣିବେ।

ପାପ ହୃଦୟରେ ଲିଖିତ

17 “ଯିହୁଦାର ପାପ ଏପରି ଏକ ସ୍ଥାନରେ ଲିଖିତ ହୋଇଅଛି, ଯାହାକୁ ସେମାନେ ଲିଭାଇ ପାରିବେ ନାହିଁ।
    ସେମାନଙ୍କର ପାପ ଲୌହ ଲେଖନୀ ଓ ହୀରକର କଣ୍ଟକ ଦ୍ୱାରା ପଥର ଫଳକରେ ଲିଖିତ ହୋଇଅଛି।
ଯେଉଁଟା କି ସେମାନଙ୍କର ହୃଦୟ।
    ଆଉ ସେମାନଙ୍କର ଯଜ୍ଞବେଦିର ଶିଙ୍ଗରେ ତାହା ଖୋଦିତ ହୋଇଅଛି।
ଯେତେବେଳେ ସେମାନଙ୍କର ସନ୍ତାନଗଣ ସେମାନଙ୍କୁ ମନେ ପକାନ୍ତି
    ସେତେବେଳେ ସେମାନେ ଉଚ୍ଚ ପର୍ବତର
ସବୁଜ ବୃକ୍ଷ ପାଖରେ ଥିବା ବଳିଦାନ
    ଯଜ୍ଞବେଦି ଓ ପବିତ୍ର କାଠଖମ୍ବ ଦେଖନ୍ତି।
ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ,
    ତୁମ୍ଭର ସମୁଦାୟ ଅଞ୍ଚଳରେ କୃତ ପାପ ସକାଶେ
ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର
    ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହେବା ପାଇଁ ଦେବା।
ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଅଧିକାର ଦେଇଥିଲୁ ତୁମ୍ଭେ ସେଥିରୁ ଆପେ କ୍ଷାନ୍ତ ହେବ। ଆଉ ତୁମ୍ଭକୁ ଏକ ଅଜ୍ଞାତ ଦେଶରେ ତୁମ୍ଭ ଶତ୍ରୁଗଣର ସେବା କରାଇବା।
    କାରଣ ତୁମ୍ଭେ ଆମ୍ଭର କ୍ରୋଧରୂପକ ଅଗ୍ନି ପ୍ରଜ୍ୱଳିତ କରିଅଛ।
ଆଉ ସେହି ଅଗ୍ନିରେ ତୁମ୍ଭେ ସଦାକାଳ ଭସ୍ମୀଭୂତ ହେବ।
    ସେହି ଲୋକମାନଙ୍କ ଉପରେ ଏପରି ଘଟିବ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ନାହାନ୍ତି।”

କଲସୀୟଙ୍କ ପ୍ରତି ପତ୍ର 4:7-17

ପାଉଲଙ୍କ ସାଥୀମାନଙ୍କ ବିଷୟରେ

ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୋର ପ୍ରିୟ ଭାଇ ତୁଖିକ, ଜଣେ ବିଶ୍ୱାସୀ ସେବକ ଓ ମୋ’ ସହିତ ପ୍ରଭୁଙ୍କର ଜଣେ ସେବକ ଅଟନ୍ତି। ମୋ’ ସହିତ ଏଠାରେ ଯାହାକିଛି ଘଟୁଛି, ସେହି ସମସ୍ତ କଥା ସେ ତୁମ୍ଭମାନଙ୍କୁ କହିବେ। ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ମୁଁ ଇଚ୍ଛା କରେ ଯେ, ଆମ୍ଭେମାନେ କିପରି ଅଛୁ, ତାହା ତୁମ୍ଭେମାନେ ଜାଣ। ସେ ତୁମ୍ଭମାନଙ୍କୁ ଉତ୍ସାହିତ କରିବେ। ମୁଁ ଅନୀସିମଙ୍କ ସହିତ ତାଙ୍କୁ ପଠାଉଛି। ଅନୀସିମ ଖ୍ରୀଷ୍ଟଙ୍କଠାରେ ଥିବା ଜଣେ ବିଶ୍ୱାସୀ ଓ ପ୍ରିୟ ଭାଇ ଅଟନ୍ତି। ସେ ତୁମ୍ଭମାନଙ୍କ ଦଳର ଅଟନ୍ତି। ତୁଖିକ ଓ ଅନୀସିମ, ଏଠାରେ ଘଟିଥିବା ସମସ୍ତ ବିଷୟ ତୁମ୍ଭମାନଙ୍କୁ କହିବେ।

10 ଅରିସ୍ତାର୍ଖଙ୍କ ନମସ୍କାର ଜଣାଉଛି। ସେ ମୋ’ ସହିତ ଜଣେ ସହବନ୍ଦୀ। ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭାଇ ମାର୍କ ନମସ୍କାର କରୁଛନ୍ତି। (ମୁଁ ଆଗରୁ ତାହାଙ୍କ ବିଷୟରେ କହି ସାରିଛି। ସେ ଯଦି ଆସନ୍ତି, ତାହାଙ୍କୁ ସ୍ୱାଗତ କରିବ। 11 ଯୁସ୍ତ ନାମରେ ମଧ୍ୟ ଖ୍ୟାତ, (ଯୀଶୁ) ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ଯିହୂଦୀ ବିଶ୍ୱାସୀମାନଙ୍କ ମଧ୍ୟରେ କେବଳ ଏମାନେ ପରମେଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହିତ କାମ କରନ୍ତି। ସେମାନେ ଏପର୍ଯ୍ୟନ୍ତ ମୋର ସାନ୍ତ୍ୱନାର କାରଣ ହୋଇଛନ୍ତି।

12 ଏପାଫ୍ରା ତୁମ୍ଭମାନଙ୍କୁ ନମସ୍କାର କରୁଛନ୍ତି। ସେ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ। ସେ ତୁମ୍ଭମାନଙ୍କ ଦଳର ଲୋକ। ସେ ସର୍ବଦା ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। ତୁମ୍ଭେମାନେ ଆଧ୍ୟାତ୍ମିକ ଭାବରେ ପରିପକ୍ୱ ହୁଅ, ଓ ପରମେଶ୍ୱର ଯାହାକିଛି ଇଚ୍ଛା କରନ୍ତି, ସେ ଭଳି ହୁଅ ବୋଲି ସେ ପ୍ରାର୍ଥନା କରନ୍ତି। 13 ସେ ତୁମ୍ଭମାନଙ୍କ ପାଇଁ ଲାଅଦିକୀଆ ଏବଂ ହିଏରାପଲିର ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି ବୋଲି ମୁଁ ଜାଣେ। 14 ଦୀମା ଓ ଆମ୍ଭର ପ୍ରିୟ ବୈଦ୍ୟ ଲୂକ ନମସ୍କାର କରୁଛନ୍ତି।

15 ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁ‌‌ମ୍‌‌ଫା ଓ ତାଙ୍କ ଘରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ। 16 ଏହି ପତ୍ରଟି ତୁମ୍ଭ ପାଖରେ ପଢ଼ା ଯାଇ ସାରିଲା ପରେ, ଲାଅଦିକୀଆର ମଣ୍ଡଳୀକୁ ଏହି ପତ୍ରଟି ପଢ଼ିବାକୁ ଦିଅ। ଲାଅଦିକୀଆକୁ ଯେଉଁ ପତ୍ର ମୁଁ ଲେଖୁଛି, ତାକୁ ମଧ୍ୟ ତୁମ୍ଭେମାନେ ପଢ଼। 17 ଆର୍ଖି‌ପ୍‌ପଙ୍କୁ କୁହ: “ପ୍ରଭୁ ଯେଉଁ କାମ ତୁମ୍ଭକୁ ଦେଇଛନ୍ତି, ତାହା ତୁମ୍ଭେ ନିଶ୍ଚିତ ହୋଇ କର।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center