Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 71:1-6

71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
    ମୋତେ ନିରାଶ ହେବାକୁ ଦିଅ ନାହିଁ।
କାରଣ ତୁମ୍ଭେ ଯଥାର୍ଥ ଅଟ।
    ମୋତେ ଉଦ୍ଧାର କର ଓ ବଞ୍ଚାଅ।
    ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
ମୋର ଦୁର୍ଗ ହୁଅ।
    ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
    ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
    ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
    ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
    ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:20-30

20 ପୁଣି ସଦାପ୍ରଭୁ କହନ୍ତି, “ଶିବା ଦେଶରୁ ଧୂପ
    ଓ ଦୂର ଦେଶରୁ ସୁଗନ୍ଧି ବେତ ଆଣିବାର ଫଳ କଅଣ?
ତୁମ୍ଭମାନଙ୍କର ହୋମବଳି ସବୁ ଗ୍ରହଣୀୟ ନୁହେଁ
    କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।”

21 ତେଣୁ ସଦାପ୍ରଭୁ କହନ୍ତି,
“ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ରଖିବା।
    ଯାହା ଫଳରେ ପିତୃଗଣ ଓ ପୁତ୍ରଗଣ
ଏକ ସଙ୍ଗରେ ଝୁଣ୍ଟି ପଡ଼ିବେ
    ଓ ପ୍ରତିବାସୀ ଓ ତାଙ୍କର ମିତ୍ର ବିନଷ୍ଟ ହେବେ।”

22 ଆଉ ମଧ୍ୟ ସଦାପ୍ରଭୁ ଏହିକଥା କହନ୍ତି,
“ଦେଖ ଉତ୍ତର ଦିଗରୁ ଏକ ସୈନ୍ୟବାହିନୀ ଆସୁଛନ୍ତି
    ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତେଜିତ ହେବେ।
23 ସେମାନେ ଧନୁ ଓ ବର୍ଚ୍ଛା ଧରନ୍ତି,
    ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ।
ସେମାନେ ସମୁଦ୍ର ପରି ଗର୍ଜନ କରନ୍ତି।
    ଆଉ ସେମାନେ ଅଶ୍ୱାରୋହଣ କରନ୍ତି।
ଆଗୋ ସିୟୋନର କନ୍ୟା, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ
    ସେମାନଙ୍କର ପ୍ରତ୍ୟେକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।”
24 ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ।
    ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ,
ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ
    ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।
25 ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ
    କିଅବା ରାସ୍ତାରେ ଗମନ କର ନାହିଁ।
କାରଣ ଗ୍ଭରିଆଡ଼େ ଶତ୍ରୁର ‌‌ଖ‌ଡ଼୍‌ଗ
    ଓ ଆଶଙ୍କା ରହିଛି।
26 ହେ ମୋର ଲୋକମାନେ, ତୁମ୍ଭେମାନେ ଚଟବସ୍ତ୍ର ପରିଧାନ କର,
    ଭସ୍ମରେ ଗଡ଼,
ଏକମାତ୍ର ପୁତ୍ରର ମୃତ୍ୟୁରେ ଶୋକ କଲାପରି ଶୋକ କର।
    ଅତିଶୟ ବିଳାପ କର।
କାରଣ ଆମ୍ଭମାନଙ୍କୁ ବିନାଶକାରୀ
    ଅକସ୍ମାତ୍ ଆକ୍ରମଣ କରିବ।

27 “ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ
    ଓ ନିର୍ମଳ ରୂପେ ନିଯୁକ୍ତ କରିଅଛୁ,
ତୁମ୍ଭେ ଯେପରି ମୋ’ ଲୋକମାନଙ୍କୁ ପରୀକ୍ଷା କରି
    ସେମାନଙ୍କର ପଥ ଜ୍ଞାତ ହୋଇ ପାରିବ।
28 ସେମାନେ ଅତ୍ୟନ୍ତ ଅବାଧ୍ୟ,
    ଗ୍ଭରିଆଡ଼େ ସେମାନେ ନିନ୍ଦାଗାନ କରନ୍ତି।
    ସେମାନେ ପିତ୍ତଳ ଓ ଲୁହାପରି,
ସେମାନେ ସମସ୍ତେ
    ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି।
29 ସେମାନେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି
    ସେଥିରୁ ସୀସା ଖାଦ ବାହାର କରି
ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି।
    ମାତ୍ର ସେମାନେ ବୃଥା ଚେଷ୍ଟା କରୁଛନ୍ତି
    କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।
30 ଲୋକେ ସେମାନଙ୍କୁ ‘ପରିତ୍ୟକ୍ତା ରୂପା’ ବୋଲି କହିବେ
    କାରଣ ସଦାପ୍ରଭୁ ସେମାନଙ୍କୁ ପରିତ୍ୟାଗ କରିଅଛନ୍ତି।”

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 17:1-9

ପାଉଲ ଓ ଶୀଲାଙ୍କର ଥେସଲନିକୀରେ ପ୍ରବେଶ

17 ପାଉଲ ଓ ଶୀଲା ଆଂଫିପଲି ଓ ଆପଲ୍ଲୋନିଆ ନଗର ଦେଇ ଥେସଲନୀକୀ ନଗରରେ ପହଞ୍ଚିଲେ। ସେଠାରେ ଯିହୂଦୀୟମାନଙ୍କର ଗୋଟିଏ ସମାଜଗୃହ ଥିଲା। ପାଉଲ ସେମାନଙ୍କ ପାଖକୁ ଗଲେ। ଏପରି ସେ ସର୍ବଦା କରୁଥିଲେ। ସେ ତିନି ବିଶ୍ରାମବାର ଦିନ ପର୍ଯ୍ୟନ୍ତ ସେମାନଙ୍କ ସହିତ ଶାସ୍ତ୍ର ଆଲୋଚନା କଲେ। ସେ ପବିତ୍ର ବାକ୍ୟ ବୁଝେଇଲେ ଓ ସେମାନଙ୍କୁ ପ୍ରମାଣ ଦେଇ କହିଲେ ଯେ, ଖ୍ରୀଷ୍ଟଙ୍କର ଦୁଃଖ ଭୋଗ କରିବାର ଓ ମୃତ୍ୟୁରୁ ପୁନର୍ଜୀବିତ ହେବାର ଆବଶ୍ୟକତା ଥିଲା। ପାଉଲ କହିଲେ, “ଏହି ଯୀଶୁ, ଯାହାଙ୍କ ବିଷୟରେ ମୁଁ ତୁମ୍ଭମାନଙ୍କ ନିକଟରେ ପ୍ରଗ୍ଭର କରୁଛି, ସେ ହେଉଛନ୍ତି ଖ୍ରୀଷ୍ଟ।” ସେମାନଙ୍କ ମଧ୍ୟରୁ କେତେକ ଲୋକ ପରିବର୍ତ୍ତିତ ହେଲେ, ଏବଂ ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ। ସତ୍ୟ ପରମେଶ୍ୱରଙ୍କୁ ପୂଜା କରୁଥିବା ଅନେକ ଗ୍ରୀକ୍ ଲୋକ ଓ ଅନେକ ପ୍ରଭାବଶାଳୀ ସ୍ତ୍ରୀମାନେ ମଧ୍ୟ ସେମାନଙ୍କ ସହିତ ଯୋଗଦେଲେ।

କିନ୍ତୁ ଅବିଶ୍ୱାସୀ ଯିହୂଦୀୟମାନେ ଈର୍ଷାପରାୟଣ ହୋଇ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ୟରୁ ଗୋଟିଏ ଦଳ ଏକାଠି କଲେ ଓ ନଗରରେ ଗଣ୍ଡଗୋଳ ସୃଷ୍ଟିକଲେ। ସେମାନେ ନଗରରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେଷ୍ଟା କଲେ। ସେମାନେ ତାହାଙ୍କୁ ନ ପାଇ ଯାସୋନ ଓ କେତେକ ଭାଇମାନଙ୍କୁ ନଗରକର୍ତ୍ତାମାନଙ୍କ ନିକଟକୁ ଟାଣି ନେଲେ। ସେମାନେ ପାଟି କରି କହିଲେ, “ଏହି ଲୋକମାନେ ସାରା ଜଗତରେ ଭୟଙ୍କର ଅରାଜକତା ସୃଷ୍ଟି କରୁଛନ୍ତି। ସେମାନେ ବର୍ତ୍ତମାନ ଏଠାକୁ ମଧ୍ୟ ଆସିଲେଣି। ଯାସୋନ ସେହିମାନଙ୍କୁ ଆଣି ନିଜ ଘରେ ରଖିଛି। ଯୀଶୁ ନାମରେ ଯେ ଆଉ ଜଣେ ରାଜା ଅଛି, ଏହା କହି ସେମାନେ ସମସ୍ତେ ଦାବୀ କରି କାଇସରଙ୍କ ନିୟମର ବିରୁଦ୍ଧାଚରଣ କରୁଛନ୍ତି।”

ଜନସମୂହ ଓ ନଗରର ଶାସନକର୍ତ୍ତାମାନେ ସେମାନଙ୍କ କଥା ଶୁଣି ବିଚଳିତ ହୋଇ ପଡ଼ିଲେ। ପରେ ସେମାନେ ଯାସୋନ ଓ ଅନ୍ୟମାନଙ୍କଠାରୁ ଜାମିନ ନେଇ ଛାଡ଼ି ଦେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center