Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 71:1-6

71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
    ମୋତେ ନିରାଶ ହେବାକୁ ଦିଅ ନାହିଁ।
କାରଣ ତୁମ୍ଭେ ଯଥାର୍ଥ ଅଟ।
    ମୋତେ ଉଦ୍ଧାର କର ଓ ବଞ୍ଚାଅ।
    ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
ମୋର ଦୁର୍ଗ ହୁଅ।
    ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
    ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
    ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
    ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
    ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:1-19

ଶତ୍ରୁଗଣ ଯିରୁଶାଲମକୁ ଅବରୋଧ କରନ୍ତି

ହେ ବିନ୍ୟାମୀନ ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ
    ଯିରୁଶାଲମରୁ ପଳାୟନ କର।
ତିକୋୟ ନଗରରେ ତୂରୀ ବଜାଅ
    ଓ ବୈ‌ଥ୍‌ହକେରମରେ ଧ୍ୱଜା ଟେକ।
କାରଣ ଉତ୍ତର ଦିଗରୁ ଅମଙ୍ଗଳ
    ଓ ମହାବିନାଶ ଆସୁଅଛି।
ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ୟା,
    ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗରେ ନେଇ
    ତାହା ପାଖକୁ ଆସିବେ,
ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ।
    ପ୍ରତ୍ୟେକ ନିଜ ନିଜ ସ୍ଥାନରେ ପଲ ଚରାଇବେ।

“ତୁମ୍ଭେମାନେ ଯିରୁଶାଲମ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ।
    ଉଠ, ଆମ୍ଭେମାନେ ମଧ୍ୟାହ୍ନରେ ଆକ୍ରମଣ କରିବା।
ହାୟ, କାରଣ ଦିନର ଅବସାନ ହେଉଅଛି।
    ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି।
ତେଣୁ ଉଠ, ଆସ ଆମ୍ଭେମାନେ ରାତ୍ରିରେ ଆକ୍ରମଣ କରିବା
    ଓ ରାଜପ୍ରାସାଦଗୁଡ଼ିକୁ ଧ୍ୱଂସ କରିବା।”

କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି,
    “ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି
    ଯିରୁଶାଲମ ବିରୁଦ୍ଧରେ ନିର୍ମାଣ କର।
ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ।
    ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ।
ଯେପରି କୂପ ତା’ର ଜଳକୁ ସତେଜ ରଖେ,
    ସେହିପରି ଯିରୁଶାଲମ ତା’ର ଦୁଷ୍ଟତା ସତେଜ ରଖେ।
ତାହାରି ମଧ୍ୟରେ ଦୌରାତ୍ମ୍ୟ ଓ ଅପହରଣ ଶୁଣାଯାଏ।
    ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ।
ହେ ଯିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର।
    ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତେବେ ଆମ୍ଭେ ବିରକ୍ତିରେ ତୁମ୍ଭ ପାଖରୁ ଦୂରେଇ ଯିବା।
ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି
    ଓ ଜନଶୂନ୍ୟରେ ପରିଣତ କରିବା।”

ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି,
    “ଦ୍ରାକ୍ଷା ସଂଗ୍ରହ କଲାପରି
ଇସ୍ରାଏଲର ଅବଶିଷ୍ଟ ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କର:
    ଏହାର ଶାଖାରେ ହାତ ବୁଲାଅ।”
10 ମୁଁ କାହାକୁ କହିବି?
    କାହାକୁ ମୁଁ ସତର୍କ କରିବି?
    କିଏ ବା ମୋ’ କଥା ଶୁଣିବ?
ଇସ୍ରାଏଲର ଲୋକମାନେ ସେମାନଙ୍କର କର୍ଣ୍ଣ ବନ୍ଦ କରିଛନ୍ତି,
    ତେଣୁ ସେମାନେ ମୋ’ କଥା ଶୁଣି ପାରନ୍ତି ନାହିଁ।
ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ।
    ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।
11 ଏଣୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି
    ଓ ମୁଁ ତାହା ଧରି ରଖିବାରେ କ୍ଳାନ୍ତ ହୋଇଅଛି!
“ସଦାପ୍ରଭୁଙ୍କ କ୍ରୋଧକୁ ରାସ୍ତାରେ କ୍ରୀଡ଼ାରତ ପିଲାମାନଙ୍କ ଉପରେ ଢାଳି ପକାଅ
    ଓ ସଭାରେ ଏକତ୍ରିତ ହୋଇଥିବା ଯୁବକମାନଙ୍କ ଉପରେ ଢାଳିଦିଅ,
କାରଣ ସ୍ୱାମୀ, ସ୍ତ୍ରୀ,
    ବୃଦ୍ଧ ଓ ବୟସ୍କ ସମସ୍ତେ ଧରାଯିବେ।
12 ଆଉ ସେମାନଙ୍କ ଗୃହ, ସେମାନଙ୍କର କ୍ଷେତ୍ର
    ଓ ସେମାନଙ୍କର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆଯିବ।”
କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦେବା ପାଇଁ
    ଆମ୍ଭର ହସ୍ତ ସେମାନଙ୍କ ଉପରେ ବିସ୍ତାର କରିବା।”

13 “ଇସ୍ରାଏଲର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଲୋକ ଲୋଭାସକ୍ତ।
    ଆଉ ଭବିଷ୍ୟ‌ଦ୍‌ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ
    ପ୍ରତ୍ୟେକ ମିଥ୍ୟାଗ୍ଭରୀ।
14 ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହୋଇ ଅଛନ୍ତି,
    ସେମାନେ ଏହା କହି ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି।
ଏଠାରେ ‘ଶାନ୍ତି’ ଅଛି,
    ଯେତେବେଳେ ସେଠାରେ ଆଦୌ ଶାନ୍ତି ନାହିଁ।
15 ଯାଜକ ଓ ଭବିଷ୍ୟ‌ଦ୍‌ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି।
    ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।”
ତେଣୁ ସଦାପ୍ରଭୁ କହନ୍ତି,
    “ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ
ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ
    ସେମାନେ ନିପାତିତ ହେବେ।”

16 ପୁଣି ସଦାପ୍ରଭୁ କହନ୍ତି,
“ତୁମ୍ଭେମାନେ ଛକସ୍ଥାନରେ ଛିଡ଼ା ହୋଇ ଦେଖ,
    ଆଉ ପୁରାତନ ପଥ ବିଷୟରେ ପ୍ରଗ୍ଭର କରି କୁହ,
ଉତ୍ତମ ପଥ କାହିଁ?
    ଆଉ ସେହି ପଥରେ ଗମନ କର,
ତାହାହେଲେ ତୁମ୍ଭେମାନେ ନିଜ ନିଜ ପ୍ରାଣରେ ବିଶ୍ରାମ ପାଇବ।
    ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ସେ ପଥରେ ଗମନ କରିବୁ ନାହିଁ।’
17 ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ୟରେ ପ୍ରହରୀ ନିଯୁକ୍ତ କରି କହିଲୁ,
    ‘ତୂରୀର ଶବ୍ଦ ଶୁଣ।’
    ମାତ୍ର ସେମାନେ କହିଲେ, ‘ଆମ୍ଭେମାନେ ଶୁଣିବୁ ନାହିଁ।’
18 ତେଣୁ ହେ ନାନାଦେଶୀୟମାନେ, ତୁମ୍ଭେମାନେ ଶୁଣ,
    ଆଉ ହେ ମଣ୍ଡଳୀ, ସେମାନଙ୍କର କ’ଣ ହେବାକୁ ଯାଉଛି, ହୃଦୟଙ୍ଗମ କର।
19 ହେ ପୃଥିବୀବାସୀ ଶୁଣ, ଆଉ ଦେଖ,
    ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ ଆଣିବା।
କାରଣ ସେମାନେ ଆମ୍ଭ ବାକ୍ୟରେ ଅବଧାନ କରି ନାହାନ୍ତି
    ଓ ଆମ୍ଭର ବ୍ୟବସ୍ଥାକୁ ଅମାନ୍ୟ କରିଅଛନ୍ତି।”

ଏବ୍ରୀ 12:3-17

ଯୀଶୁଙ୍କ ବିଷୟରେ ଭାବି ଦେଖ। ଯେତେବେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧରେ କିଛି କରୁଥିଲେ, ସେ ଅତି ଧୈର୍ଯ୍ୟର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭେମାନେ ମଧ୍ୟ ସେହିଭଳି ଧୈର୍ଯ୍ୟବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ପରମେଶ୍ୱର ପିତାତୁଲ୍ୟ

ତୁମ୍ଭେମାନେ ପାପ ବିରୁଦ୍ଧରେ ସଂଗ୍ରାମ କରୁଛ, କିନ୍ତୁ ସେହି ସଂଗ୍ରାମ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କର ମୃତ୍ୟୁର କାରଣ ହୋଇପାରି ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଗଣ ହୋଇଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ୱନାର ବାକ୍ୟ କୁହନ୍ତି। ତୁମ୍ଭେମାନେ ସେହି ବାକ୍ୟଗୁଡ଼ିକୁ ଭୁଲି ଯାଇଛ:

“ହେ ମୋର ପୁତ୍ର! ଯେତେବେଳେ ପ୍ରଭୁ ତୁମ୍ଭକୁ ଦଣ୍ଡ ଦିଅନ୍ତି ଭାବ ନାହିଁ ଯେ ତାହା ମୂଲ୍ୟହୀନ,
    ଓ ଯେତେବେଳେ ପ୍ରଭୁ ତୁମ୍ଭର ସଂଶୋଧନ କରନ୍ତି ଚେଷ୍ଟା କରିବାରେ ନିରୁତ୍ସାହ ହୁଅ ନାହିଁ।
ପ୍ରଭୁ ଭଲ ପାଉଥିବା ପ୍ରତ୍ୟେକ ଲୋକକୁ ଦଣ୍ଡ ଦିଅନ୍ତି,
    ଓ ପୁତ୍ର ଭାବରେ ମାନିଥିବା ପ୍ରତ୍ୟେକ ଲୋକକୁ ସେ ଶାସ୍ତି ଦିଅନ୍ତି।” (A)

ଅତଏବ ପ୍ରତ୍ୟେକ ଯାତନାକୁ ପିତାଙ୍କର ଦଣ୍ଡ ବୋଲି ଭାବି ଗ୍ରହଣ କର। ଜଣେ ପିତା ତା’ର ପୁତ୍ର ପ୍ରତି ଯେଭଳି ବ୍ୟବହାର କରେ, ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ସେହିପରି ବ୍ୟବହାର କରନ୍ତି। ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ। ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା। 10 ଆମ୍ଭର ପୃଥିବୀର ପିତାମାନେ ଆମ୍ଭକୁ ଅଳ୍ପ ସମୟ ଧରି ଦଣ୍ଡ ଦେଲେ। ସେମାନେ ଯେପରି ଭଲ ଭାବିଲେ, ସେହିପରି ଦଣ୍ଡ ଦେଲେ। କିନ୍ତୁ ପରମେଶ୍ୱର, ତାହାଙ୍କ ନିଜଭଳି ଆମ୍ଭକୁ ପବିତ୍ର ହେବା ପାଇଁ ସାହାଯ୍ୟ କରିବା ନିମନ୍ତେ ଆମ୍ଭକୁ ଦଣ୍ଡ ଦିଅନ୍ତି। 11 ଦଣ୍ଡ ପାଇଲା ବେଳେ ଆମ୍ଭେ ଆନନ୍ଦ ଲାଭ କରୁ ନାହୁଁ। ଦଣ୍ଡ ପାଇବା କଷ୍ଟଦାୟକ ଅଟେ। କିନ୍ତୁ ପରବର୍ତ୍ତୀ କାଳରେ, ଦଣ୍ଡ ପାଇବା ଦ୍ୱାରା ଶିଖିବା ପରେ, ଆମ୍ଭେ ଶାନ୍ତି ଲାଭ କରୁ ଓ ଧାର୍ମିକ ଜୀବନ ବିତାଉ।

ଜୀବନ ପଦ୍ଧତି ବିଷୟରେ ସାବଧାନ ରୁହ

12 ତୁମ୍ଭେମାନେ ଦୁର୍ବଳ ହୋଇ ଯାଇଛ। ଅତଏବ ନିଜକୁ ପୁନର୍ବାର ଶକ୍ତିଶାଳୀ କର। 13 ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।

14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା’ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। 15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। 16 ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା। 17 ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା’ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center