Revised Common Lectionary (Semicontinuous)
ଆସଫ୍ର ଗୋଟିଏ ଗୀତ।
50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
2 ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
3 ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
4 ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
5 ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”
6 ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।
7 ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
8 ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”
ପରମେଶ୍ୱରଙ୍କର ତାଙ୍କ ସନ୍ତାନଗଣଙ୍କ ବିରୁଦ୍ଧରେ ଅଭିଯୋଗ
2 ହେ ସ୍ୱର୍ଗ, ହେ ପୃଥିବୀ, ସଦାପ୍ରଭୁଙ୍କ ବାର୍ତ୍ତା ଶୁଣ! ସଦାପ୍ରଭୁ କହିଛନ୍ତି,
“ଆମ୍ଭେ ସନ୍ତାନଗଣଙ୍କୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ,
ମାତ୍ର ସେମାନେ ଆମ୍ଭର ବିରୁଦ୍ଧାଚରଣ କରିଛନ୍ତି।
3 ଗାଈ ତା’ର ମୁନିବକୁ ଜାଣେ,
ଗଧ ନିଜର ମୁନିବର ସଂଗ୍ଭଳକଙ୍କୁ ଜାଣେ,
ମାତ୍ର ଇସ୍ରାଏଲ ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ।
ମୋର ଲୋକମାନେ ମୋତେ ବୁଝୁ ନାହାନ୍ତି।”
4 ଇସ୍ରାଏଲ ଗୋଷ୍ଠୀ ପାପରେ ପରିପୂର୍ଣ୍ଣ। ସେମାନେ ଅଧର୍ମ ଓ ପାପରେ ଭାରାକ୍ରାନ୍ତ। ସେମାନେ ଏକ ଭ୍ରଷ୍ଟାଗ୍ଭରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି। ସେମାନେ ଇସ୍ରାଏଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସେମାନେ ତାଙ୍କୁ ଜଣେ ଅଜଣାବ୍ୟକ୍ତି ପରି ବ୍ୟବହାର କରିଛନ୍ତି ଓ ଛାଡ଼ି ଗ୍ଭଲିଯାଇଛନ୍ତି।
5 ପରମେଶ୍ୱର କୁହନ୍ତି, “ଆମ୍ଭେ କାହିଁକି ତୁମ୍ଭମାନଙ୍କ ପ୍ରତି ଶାସ୍ତି ବିଧାନ କରି ଗ୍ଭଲିବୁ। ତୁମ୍ଭମାନଙ୍କୁ ଦଣ୍ଡ ଦେଲୁ। ମାତ୍ର ତୁମ୍ଭମାନଙ୍କର କିଛି ପରିବର୍ତ୍ତନ ହେଲା ନାହିଁ। ତୁମ୍ଭେମାନେ ମୋ’ ବିରୁଦ୍ଧରେ ବିଦ୍ରୋହ କରି ଗ୍ଭଲିଛ। ବର୍ତ୍ତମାନ ସମସ୍ତ ମସ୍ତକ ଓ ସମସ୍ତ ହୃଦୟ ପୀଡ଼ିତ। 6 ତୁମ୍ଭମାନଙ୍କର ଆପାଦମସ୍ତକ କ୍ଷତ ବିକ୍ଷତ ଓ ପୂଜ ଘା’ରେ ପରିପୂର୍ଣ୍ଣ। ତୁମ୍ଭେମାନେ ସେ କ୍ଷତର ଯତ୍ନ ନେଲ ନାହିଁ। ତୁମ୍ଭମାନଙ୍କର ସେହି କ୍ଷତଗୁଡ଼ିକ ପରିଷ୍କୃତ ହୋଇ ନାହିଁ କିମ୍ବା ଆବୃତ ହୋଇ ନାହିଁ।
7 “ତୁମ୍ଭମାନଙ୍କର ଦେଶ ଧ୍ୱଂସ ପ୍ରାପ୍ତ। ତୁମ୍ଭମାନଙ୍କର ନଗରଗୁଡ଼ିକ ଅଗ୍ନିରେ ଭସ୍ମିଭୂତ ହୋଇଅଛି। ତୁମ୍ଭମାନଙ୍କର ଦେଶ ଶତ୍ରୁମାନଙ୍କ ଦ୍ୱାରା ଅଧିକୃତ। ସୈନ୍ୟବାହିନୀ ଦ୍ୱାରା ଦେଶ ଧ୍ୱଂସ ହେଲାପରି ତୁମ୍ଭର ଦେଶ ଧ୍ୱଂସ ହୋଇଯାଇଛି।
Warnings for Jerusalem
8 ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ରରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’ 9 ଏହା ସତ୍ୟ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା’ ନ ହୋଇଥିଲେ ଆମ୍ଭେମାନେ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥା’ନ୍ତୁ।
ଯିରୁଶାଲମ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନୁହେଁ
21 ପରମେଶ୍ୱର କୁହନ୍ତି, “ଯିରୁଶାଲମ ଏକ ନଗର ଯାହା ମୋ’ ପ୍ରତି ବିଶ୍ୱସ୍ତ ଥିଲା। କିଏ ଏହାକୁ ଏକ ବ୍ୟଭିଗ୍ଭରିଣୀରେ ପରିଣତ କଲା? ଯିରୁଶାଲମ ନ୍ୟାୟ ପୂର୍ଣ୍ଣ ହେବା ଉଚିତ୍। ଯିରୁଶାଲମର ଲୋକମାନେ ଯାହା ଠିକ୍ ତାହା କରିବା ଉଚିତ୍। ବର୍ତ୍ତମାନ ଏହା ତଣ୍ଟିକଟା ଓ ହତ୍ୟାକାରୀମାନଙ୍କର ବାସସ୍ଥାନରେ ପରିଣତ ହୋଇଛି।
22 “ଉତ୍ତମଗୁଣ ରୂପା ସଦୃଶ। ମାତ୍ର ତୁମ୍ଭର ରୂପା ଖାଦ ପାଲଟିଛି। ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି। ଉତ୍ତମଗୁଣ ଦୁର୍ବଳ ହୋଇଛି। 23 ତୁମ୍ଭର ଶାସକଗଣ ବିଦ୍ରୋହୀ ହୋଇଛନ୍ତି ଓ ଗ୍ଭେରମାନଙ୍କର ବନ୍ଧୁ ହୋଇଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ୟାୟ କାର୍ଯ୍ୟ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସେହି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସେହି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସେମାନଙ୍କର ଦରକାର ବେଳେ ସାହାଯ୍ୟ କରନ୍ତି ନାହିଁ।’
ପରମେଶ୍ୱର ସେବା ଧନ ଅପେକ୍ଷା ମହାନ୍(A)
19 “ନିଜ ପାଇଁ ଏ ସଂସାରରେ ଧନ ସଞ୍ଚୟ କର ନାହିଁ। ଏଠାରେ ପୋକ ଓ କଳଙ୍କ ଲାଗି ତାକୁ ନଷ୍ଟ କରିଦେବେ। ଗ୍ଭେର ପଶି ସିନ୍ଧି କାଟି ଗ୍ଭେରି କରିନେବ। 20 ବରଂ ନିଜ ପାଇଁ ସ୍ୱର୍ଗରେ ଧନ ସଞ୍ଚୟ କର, ସେଠାରେ ତାକୁ ପୋକ କି କଳଙ୍କ ମଧ୍ୟ ନଷ୍ଟ କରି ପାରିବ ନାହିଁ। ସେଠାରେ ଗ୍ଭେର ବି ସିନ୍ଧି କାଟି ସେହିଧନ ଗ୍ଭେରାଇ କରି ନେଇ ପାରିବ ନାହିଁ। 21 କାରଣ ଯେଉଁଠାରେ ତୁମ୍ଭର ଧନ, ସେଠାରେ ତୁମ୍ଭର ମନ।
22 “ଆଖି ଶରୀର ପାଇଁ ଆଲୋକ ସ୍ୱରୂପ। ଏଣୁ ତୁମ୍ଭ ଆଖି ଯଦି ଠିକ୍ ଥିବ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଆଲୋକମୟ ହେବ। 23 କିନ୍ତୁ ତୁମ୍ଭର ଆଖି ଯଦି ଖରାପ, ତେବେ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ଅନ୍ଧକାରମୟ ହୋଇଯିବ। ତୁମ୍ଭ ଭିତରର ସେହି ଏକମାତ୍ର ଆଲୋକ ଯଦି ଅନ୍ଧକାରମୟ ହୋଇଯାଏ ତେବେ ସେ ଅନ୍ଧକାର କେତେ ଘନୀଭୂତ ନ ହେବ!
24 “ଜଣେ କେବେ ହେଲେ ଏକା ବେଳେ ଦୁଇଜଣ ମାଲିକଙ୍କ ସେବକ ହୋଇ ପାରିବ ନାହିଁ। କାରଣ ସେ ଜଣକୁ ଘୃଣା କରିବ, ଓ ଅନ୍ୟ ଜଣକୁ ପ୍ରେମ କରିବ, କିଅବା ଜଣେ ମାଲିକ ପ୍ରତି ଅନୁରକ୍ତ ରହିବ ଓ ଅନ୍ୟ ଜଣକୁ ହେୟ ଜ୍ଞାନ କରିବ। ତୁମ୍ଭେ ଏକାସାଙ୍ଗରେ ପରମେଶ୍ୱର ଓ ଧନ ଉଭୟଙ୍କ ସେବା କରି ପାରିବ ନାହିଁ।
2010 by World Bible Translation Center