Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 50:1-8

ଆସ‌ଫ୍‌ର ଗୋଟିଏ ଗୀତ।

50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
    ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
ପରମ ସୌନ୍ଦର୍ଯ୍ୟମୟୀ [a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
    ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
    ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
    ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
    ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”

ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
    ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ।

ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
    ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
    ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
    ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।

ଗୀତସଂହିତା 50:22-23

22 ହେ ଲୋକମାନେ ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
    ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
    ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
    ଏବଂ ଯେକେହି ସତ୍ ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 9:8-17

ପରମେଶ୍ୱର ଇସ୍ରାଏଲକୁ ଦଣ୍ଡ ଦେବେ

ମୋର ସଦାପ୍ରଭୁ ଯାକୁବଙ୍କ ପାଖକୁ ଏକ ବାର୍ତ୍ତା ପ୍ରେରଣ କଲେ। ସେହି ବାର୍ତ୍ତା ଇସ୍ରାଏଲ ବିରୁଦ୍ଧରେ କାର୍ଯ୍ୟ କରିବ। ତାହାପରେ ଇଫ୍ରୟିମର ପ୍ରତ୍ୟେକ ଲୋକ ଓ ଏପରିକି ଶମରିୟାର ପ୍ରାଚୀନଗଣ ଜାଣିବେ ଯେ ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେଲେ।

ସେହି ଲୋକମାନେ ପୁଣି ଅହଙ୍କାରୀ ହୋଇ ଦର୍ପରେ କୁହନ୍ତି। 10 “ଏହି ଇଟାସବୁ ପଡ଼ିଯିବ, ମାତ୍ର ଆମ୍ଭେମାନେ ପୁନର୍ବାର ଶକ୍ତ ପଥରରେ ତାହାକୁ ତିଆରି କରିବୁ। ଡିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲା ପରେ ଆମ୍ଭେମାନେ ସେଠାରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହେବ।”

11 ତେଣୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ଲଢ଼ିବାକୁ ଏକ ଗୋଷ୍ଠୀ ପ୍ରସ୍ତୁତ କରିବେ। ସଦାପ୍ରଭୁ ରତ୍ସୀନର ବିପକ୍ଷଗଣଙ୍କୁ ତାଙ୍କ ବିରୁଦ୍ଧରେ ପଠାଇବେ। 12 ତା’ପରେ ସଦାପ୍ରଭୁ ଅରାମୀୟମାନଙ୍କୁ ପୂର୍ବଦିଗରୁ ଓ ପଲେଷ୍ଟୀୟମାନଙ୍କୁ ପଶ୍ଚିମଦିଗରୁ ଅଣାଇବେ। ସେହି ଶତ୍ରୁଗଣ ଏକତ୍ରିତ ଇସ୍ରାଏଲ ବାହିନୀକୁ ପରାଜିତ କରିବେ। ତଥାପି ସଦାପ୍ରଭୁ ଇସ୍ରାଏଲ ଉପରେ କ୍ରୋଧିତ ହେବେ ଓ ତା’ର ଲୋକମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ରହିବେ।

13 ପରମେଶ୍ୱର ଦଣ୍ଡ ଦେଲେ ମଧ୍ୟ ସେମାନେ ପାପ କରିବାରୁ ନିବୃତ୍ତ ହେବେ ନାହିଁ। ସେମାନେ ତାଙ୍କ ନିକଟକୁ ଫେରିବେ ନାହିଁ କିଅବା ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଅନୁସରଣ କରିବେ ନାହିଁ। 14 ତେଣୁ ସଦାପ୍ରଭୁ ଇସ୍ରାଏଲର ମସ୍ତକ ଓ ଲାଞ୍ଜ ଛେଦନ କରିବେ। ଆଉମଧ୍ୟ ତାଳବୃକ୍ଷର ଡାଳ ବାହୁଙ୍ଗା ଓ ଜଳଜ ତୃଣ ଗୋଟିଏ ଦିନରେ କାଟି ପକାଇବେ। 15 ଏଠାରେ ମସ୍ତକ ପ୍ରାଚୀନ ତଥା ସମ୍ଭ୍ରାନ୍ତମାନଙ୍କୁ ବୁଝାଉଛି ଓ ଲାଞ୍ଜ ମିଥ୍ୟାବାଦୀ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବୁଝାଉଛି।

16 ପଥପ୍ରଦର୍ଶକଗଣ ଲୋକମାନଙ୍କୁ ଭୁଲ୍ ବାଟରେ ପରିଗ୍ଭଳିତ କରନ୍ତି। ଆଉ ସେମାନଙ୍କୁ ଅନୁସରଣ କରୁଥିବା ବ୍ୟକ୍ତିଗଣ ବିନଷ୍ଟ ହେବେ। 17 ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି।

ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।

ରୋମୀୟଙ୍କ ପ୍ରତି ପତ୍ର 9:1-9

ପରମେଶ୍ୱର ଓ ଯିହୂଦୀ ଲୋକେ

ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।” [a] ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।” [b]

Odia Holy Bible: Easy-to-Read Version (ERV-OR)

2010 by World Bible Translation Center