Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 107:1-9

ପଞ୍ଚମ ପୁସ୍ତକ

(ଗୀତସଂହିତା 107-150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ସେମାନଙ୍କ ମଧ୍ୟରୁ କେତେକ ଶୁଷ୍କ ମରୁଭୂମିରେ ଏଣେତେଣେ ଭ୍ରମଣ କଲେ।
    ସେମାନେ ସହରରେ ବାସ କରିବାକୁ ଏକ ସ୍ଥାନ ଖୋଜୁଥିଲେ,
    କିନ୍ତୁ ସେମାନେ ପାଇଲେ ନାହିଁ।
ସେମାନେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ
    ଏବଂ ସେମାନେ ଦୁର୍ବଳ ହୋଇଯାଇଥିଲେ।
ସେମାନେ ବିପଦରେ ଥିଲେ, ତେଣୁ ସେମାନେ ସଦାପ୍ରଭୁଙ୍କ ନିକଟରେ ସାହାଯ୍ୟ ପାଇଁ କାକୁକ୍ତି କଲେ।
    ଏବଂ ସେ ତାଙ୍କୁ ସେହି ବିପଦରୁ ମୁକ୍ତ କଲେ।
ପରମେଶ୍ୱର ସେମାନଙ୍କୁ ବସତି ନଗରକୁ ଆଗେଇ ନେଲେ, ଯେଉଁଠାରେ ସେମାନେ ବାସ କରି ପାରିବେ।
ସେମାନେ ସଦାପ୍ରଭୁଙ୍କ କରୁଣା ପାଇଁ ତାଙ୍କୁ ଧନ୍ୟବାଦ କରିବା ଉଚିତ୍
    କାରଣ ସେ ଲୋକମାନଙ୍କ ପାଇଁ ବହୁତ ଆଶ୍ଚର୍ଯ୍ୟ କର୍ମମାନ କରିଛନ୍ତି।
କାରଣ ପରମେଶ୍ୱର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି।
    କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ୱର ପୂର୍ଣ୍ଣ କରିଛନ୍ତି।

ଗୀତସଂହିତା 107:43

43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
    ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।

ହୋଶେୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 8

ପ୍ରତିମାପୂଜା ଧ୍ୱଂସାଭିମୁଖୀ

“ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପରେ ବାଜପକ୍ଷୀ ପରି ଜଗି ରୁହ। ଇସ୍ରାଏଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସେମାନେ ଆମ୍ଭ ବ୍ୟବସ୍ଥା ବିଷୟକୁ ଅମାନ୍ୟ କରିଛନ୍ତି। ସେମାନେ ଆମ୍ଭକୁ ଚିତ୍କାର କରି କହନ୍ତି, ‘ହେ ପରମେଶ୍ୱର ଆମ୍ଭେ ଇସ୍ରାଏଲବାସୀ ତୁମ୍ଭକୁ ଜାଣୁ।’ କିନ୍ତୁ ଇସ୍ରାଏଲ ଭଲ ଜିନିଷ ଗ୍ରହଣ କରି ନ ଥିଲା। ତେଣୁ ଶତ୍ରୁମାନେ ତାକୁ ଆକ୍ରମଣ କରୁଛନ୍ତି। ଇସ୍ରାଏଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସେମାନେ ଆମ୍ଭ ଉପଦେଶ ମାନି ନ ଥିଲେ। ଇସ୍ରାଏଲୀୟମାନେ ସେମାନଙ୍କର ନେତା ବାଛିଲେ କିନ୍ତୁ ସେମାନେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନ ଥିଲେ। ସେମାନେ ସୁନା, ରୂପା ବ୍ୟବହାର କରି ସେମାନଙ୍କ ପାଇଁ ପ୍ରତିମା ଗଢ଼ିଲେ। ତେଣୁ ସେମାନେ ଧ୍ୱଂସ ହେବେ। 5-6 ହେ ଶମରିୟା, ସଦାପ୍ରଭୁ ତୁମ୍ଭ ଦ୍ୱାରା ପୂଜିତ ହେଉଥିବା ବାଛୁରି ମୂର୍ତ୍ତିକୁ ପ୍ରତ୍ୟାଖ୍ୟାନ କଲେ। ପରମେଶ୍ୱର କହନ୍ତି, ‘ଆମ୍ଭେ ଇସ୍ରାଏଲୀୟମାନଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ।’ ସେମାନେ ସେମାନଙ୍କର ପାପ ପାଇଁ ଦଣ୍ତିତ ହେବେ। କେତେକ ଶ୍ରମିକ ସେହି ମୂର୍ତ୍ତି ନିର୍ମାଣ କରିଥିଲେ। ସେମାନେ କିନ୍ତୁ ଈଶ୍ୱର ନୁହନ୍ତି। ଶମରିୟାର ବାଛୁରି ମୂର୍ତ୍ତିଗୁଡ଼ିକ ଖଣ୍ତ ବିଖଣ୍ତ ହୋଇ ଭାଙ୍ଗିଯିବ। ଇସ୍ରାଏଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସେମାନେ ବାୟୁରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସେମାନେ କେବଳ ଦୁଃଖହିଁ ପାଇବେ। ସେମାନେ ଘୂର୍ଣ୍ଣିବାତ୍ୟାକୁ ନିମନ୍ତ୍ରଣ କଲେ। ଜମିରେ ଉତ୍ପନ୍ନ ହେଉଥିବା ଶସ୍ୟ ଖାଦ୍ୟ ଯୋଗାଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତେବେ ତାକୁ ଅଜଣା ଲୋକ ଭକ୍ଷ୍ୟଣ କରିବେ।

“ଇସ୍ରାଏଲ ଧ୍ୱଂସ ହୋଇଯାଇଛି।
    କେହି ବ୍ୟବହାର କରିବାକୁ ଗ୍ଭହୁଁ ନ ଥିବା ଅଦରକାରୀ ଯନ୍ତ୍ର ପରି
    ଇସ୍ରାଏଲର ଲୋକମାନେ ଦେଶର ଗ୍ଭରିଆଡ଼େ ବିଛାଡ଼ି ହୋଇଗଲେ।
ଗୋଟିଏ ବନ୍ୟ ଗଧ ନିଜ ସାଥୀ ଖୋଜିବାକୁ ଗଲାପରି, ଇଫ୍ରୟିମ ଅଶୂରକୁ ଯାଇଛନ୍ତି।
    ସେମାନେ ନିଜ ପାଇଁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଛନ୍ତି।
10 ଯଦ୍ୟପି ଇସ୍ରାଏଲ ଅନ୍ୟ ରାଷ୍ଟ୍ରମାନଙ୍କରୁ ‘ପ୍ରେମିକମାନଙ୍କୁ’ ଭଡ଼ାରେ ଆଣିଲେ।
    ଆମ୍ଭେ ତାକୁ ବିଗ୍ଭର ପାଇଁ ଏକତ୍ରିତ କରିବା।
ସେମାନେ ରାଜାମାନଙ୍କ ଓ ରାଜକୁମାରମାନଙ୍କଠାରୁ
    ଖୁବ୍ ଶୀଘ୍ର ହଇରାଣ ଓ ଅତ୍ୟାଗ୍ଭରିତ ହେବେ।

ଇସ୍ରାଏଲ ପରମେଶ୍ୱରଙ୍କୁ ଭୁଲି ପ୍ରତିମାପୂଜା କରେ

11 “ଇଫ୍ରୟିମ ପାପପୂର୍ଣ୍ଣ ମୂର୍ତ୍ତି ପୂଜା କରିବା ପାଇଁ
    ଅଧିକରୁ ଅଧିକ ଯଜ୍ଞବେଦି ନିର୍ମାଣ କଲା।
ତା’ ପାଇଁ ଏଗୁଡ଼ିକ ପାପ କରିବାର ଯଜ୍ଞବେଦି ହୋଇଛି।
12 ଏପରିକି ଆମ୍ଭେ ଇଫ୍ରୟିମ ପାଇଁ 10,000 ନିୟମ ଲେଖିଲେ ମଧ୍ୟ ସେ
    ସେଗୁଡ଼ିକ ଅଜଣା ଦ୍ରବ୍ୟ ପରି ବିବେଚନା କରିବ।
13 ଇସ୍ରାଏଲୀୟମାନେ ବଳିଦାନକୁ ଭଲ ପାଆନ୍ତି।
    ସେ ମାଂସ ଅର୍ପଣ କରି ତାକୁ ଭକ୍ଷ୍ୟଣ କରନ୍ତି।
ସଦାପ୍ରଭୁ ସେମାନଙ୍କର ବଳିଦାନକୁ ଗ୍ରହଣ କରନ୍ତି ନାହିଁ।
ସେ ସେମାନଙ୍କର ପାପକୁ ମନେ ରଖନ୍ତି।
    ଏଥିପାଇଁ ସେ ସେମାନଙ୍କୁ ଦଣ୍ତ ଦେବେ
ଏବଂ ସେମାନେ ବନ୍ଦୀ ଭାବରେ ମିଶରକୁ ପ୍ରେରିତ ହେବେ।
14 ଇସ୍ରାଏଲ ରାଜାଙ୍କର ଅଟ୍ଟାଳିକା ନିର୍ମାଣ କଲେ
    କିନ୍ତୁ ସୃଷ୍ଟିକର୍ତ୍ତାଙ୍କୁ ଭୁଲିଗଲେ।
ବର୍ତ୍ତମାନ ଯିହୁଦା ସୁଦୃଢ଼ ଦୁର୍ଗ ନିର୍ମାଣ କରିବ
    ଯାହାକୁ ଆମ୍ଭେ ଅଗ୍ନି ପଠାଇ ସେହି ସୁଦୃଢ଼ ଦୁର୍ଗକୁ ପୋଡ଼ି ଧ୍ୱଂସ କରିବା।”

ରୋମୀୟଙ୍କ ପ୍ରତି ପତ୍ର 11:33-36

ପରମେଶ୍ୱର ଧନ୍ୟ

33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34 କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ:

“ପ୍ରଭୁଙ୍କର ମନକୁ କିଏ ଜାଣିଛି?
    କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?” (A)

35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି?
    ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।” (B)

36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center