Revised Common Lectionary (Semicontinuous)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍।
44 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ।
ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ।
ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
2 ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ
ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ।
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ।
ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ।
3 ଆମ୍ଭର ପିତୃପୁରୁଷଙ୍କ ଖଡ଼୍ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ।
ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ।
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ।
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା।
କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ।
4 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ।
ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ।
5 ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ।
ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ।
6 ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ,
କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ।
7 ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ।
ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ।
8 ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ।
ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ।
9 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ।
ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ।
ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ।
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ।
ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ।
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ।
ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ।
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ
ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ।
13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ।
ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି।
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି।
ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି।
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି।
ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି।
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ,
ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ।
17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ।
ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ।
ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ।
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ।
ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ।
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ।
ଯେଉଁଠାରେ ଶୃଗାଳମାନେ ବାସ କରନ୍ତି।
ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ।
20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ?
ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା।
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି।
ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ।
ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ।
23 ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
କାହିଁକି ତୁମ୍ଭେ ଶୋଇ ରହିଛ?
ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ।
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ?
ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ?
25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି।
ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।
26 ହେ ପରମେଶ୍ୱର, ଜାଗ୍ରତ ହୁଅ।
ଆମ୍ଭକୁ ସାହାଯ୍ୟ କର।
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର।
14 “ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା। 15 ସେଠାରେ ଆମ୍ଭେ ତାକୁ ଦ୍ରାକ୍ଷାକ୍ଷେତ୍ର ଦେବା। ଆମ୍ଭେ ତାକୁ ଆଶାର ଦ୍ୱାର ସ୍ୱରୂପ ଆଖୋର ଉପତ୍ୟକା ଦେବା। ତା’ପରେ ସେ ମିଶର ଦେଶରୁ ଆସିଲା ସମୟ ପରି ଉତ୍ତର କରିବ।” 16 ସଦାପ୍ରଭୁ ଏହା କୁହନ୍ତି,
“ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ। 17 ଆମ୍ଭେ ତା’ର ମୁଖରୁ ବାଲ୍ ଡାକ କାଢ଼ିଦେବା। ତା’ପରେ ଲୋକେ ବାଲ୍ର ନାମ ଆଉ ପୁନର୍ବାର ବ୍ୟବହାର କରିବେ ନାହିଁ।
18 “ସେତେବେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ଯୁଦ୍ଧ ଅସ୍ତ୍ରଗୁଡ଼ିକୁ ଭାଙ୍ଗି ଦେବା ଏବଂ ଆମ୍ଭେ ସେମାନଙ୍କୁ ନିରାପଦରେ ଶୟନ କରିବାକୁ ଦେବା। 19 ଏବଂ ଆମ୍ଭେ ତୁମ୍ଭକୁ ସବୁଦିନ ପାଇଁ ଆମ୍ଭର ସ୍ତ୍ରୀ କରିବା। ଆମ୍ଭେ ତୁମ୍ଭକୁ ପ୍ରେମ, ସାଧୁତା, ନ୍ୟାୟ ଓ ଦୟାର ସହିତ ଆମ୍ଭର ସ୍ତ୍ରୀ କରିବା। 20 ତୁମ୍ଭକୁ ଆମ୍ଭର ବିଶ୍ୱସ୍ତ ପତ୍ନୀ କରିବା। ସେତେବେଳେ ତୁମ୍ଭେ ପ୍ରକୃତ ସଦାପ୍ରଭୁଙ୍କୁ ଜାଣିବ। 21 ସେତେବେଳେ ଆମ୍ଭେ ଉତ୍ତର ଦେବା।” ସଦାପ୍ରଭୁ ଏହା କହନ୍ତି।
“ଆମ୍ଭେ ଆକାଶକୁ କହିବା
ଏବଂ ସେ ପୃଥିବୀକୁ ବର୍ଷା ଦେବେ।
22 ପୃଥିବୀ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉତ୍ପାଦନ କରିବ
ଏବଂ ସେ ସବୁ ଯିଷ୍ରିୟେଲର ଗ୍ଭହିଦା ପୂରଣ କରିବ।
23 ଆମ୍ଭେ ଇସ୍ରାଏଲ ଭୂମିରେ ବହୁ ମଞ୍ଜି ବୁଣିବା।
ଲୋ-ରୁହାମାଙ୍କୁ ଆମ୍ଭେ ଦୟା କରିବା।
ଲୋ-ଆମୀକୁ କହିବା, ‘ତୁମ୍ଭେ ଆମ୍ଭ ଲୋକ’
ଏବଂ ସେମାନେ ମୋତେ କହିବେ, ‘ତୁମ୍ଭେ ଆମ୍ଭର ପରମେଶ୍ୱର।’”
ହୋଶେୟ ଗୋମରାଙ୍କୁ କ୍ରୀତଦାସ ରୂପେ ପୁନର୍ବାର କିଣନ୍ତି
3 ତା’ପରେ ସଦାପ୍ରଭୁ ପୁନର୍ବାର ମୋତେ କହିଲେ, “ଗୋମରର ଅନେକ ପ୍ରେମିକ ଅଛନ୍ତି। କିନ୍ତୁ ତୁମ୍ଭେ ତାଙ୍କୁ ନିଶ୍ଚିତ ଭଲପାଇ ଗ୍ଭଲ। କାରଣ ତାହା ସଦାପ୍ରଭୁଙ୍କ ପରି। ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଭଲ ପାଇ ଗ୍ଭଲନ୍ତି। କିନ୍ତୁ ସେମାନେ ଅନ୍ୟ ଦେବତାଙ୍କୁ ପୂଜାକରି ଗ୍ଭଲନ୍ତି।”
2 ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରୌପ୍ୟ ଓ ଏକ ହୋମର [a] ବାର୍ଲି ଦେଇ କିଣିଲି। 3 ତା’ପରେ ମୁଁ ତାକୁ କହିଲି, “ତୁମ୍ଭେ ମୋ’ ସହିତ ଗୃହରେ ବହୁ ଦିନ ପର୍ଯ୍ୟନ୍ତ ରହିବ। ତୁମ୍ଭେ ବ୍ୟଭିଗ୍ଭରିଣୀ ପରି ହେବ ନାହିଁ। ତୁମ୍ଭେ ଅନ୍ୟ ସହିତ ରହିବ ନାହିଁ ଏବଂ ମୁଁ ତୁମ୍ଭର ସ୍ୱାମୀ ହେବି।”
4 ସେହିପରି ଭାବରେ ଇସ୍ରାଏଲର ଲୋକମାନେ ବିନା ରାଜା ଓ ନେତାରେ ଦୀର୍ଘଦିନ ଚଳିବେ। ସେମାନେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସେମାନେ ଯାଜକୀୟ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ। 5 ତା’ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା’ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।
ମନୁଷ୍ୟନିର୍ମିତ ନିୟମଗୁଡ଼ିକୁ ମାନ ନାହିଁ
16 ତେଣୁ ଯିହୂଦୀମାନଙ୍କର ଖାଇବା ଓ ପିଇବା କିଅବା ବିଧିବିଧାନ, (ଅର୍ଥାତ୍ ଉତ୍ସବଗୁଡ଼ିକ ମାସର ପ୍ରତିପଦାଗୁଡ଼ିକ, ବା ବିଶ୍ରାମବାରଗୁଡ଼ିକ) [a] ବିଷୟରେ କୌଣସି ଲୋକ ଯେପରି ନିୟମ ତିଆରି ନ କରୁ। 17 ପୂର୍ବ କାଳରେ ଏଗୁଡ଼ିକ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକର ଛାୟା ମାତ୍ର ଥିଲା। କିନ୍ତୁ ଯାହାସବୁ ଘଟିବାକୁ ଥିଲା, ସେଗୁଡ଼ିକର ବାସ୍ତବରୂପ ହେଉଛନ୍ତି ଖ୍ରୀଷ୍ଟ। 18 କେତେକ ଲୋକ, ନିଜକୁ ନମ୍ର ବୋଲି ଦେଖାନ୍ତି ଓ ସ୍ୱର୍ଗଦୂତମାନଙ୍କୁ ପୂଜା କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ଦେଖିଥିବା ଦର୍ଶନ ବିଷୟରେ କଥାବାର୍ତ୍ତା କରନ୍ତି। ଏଭଳି ଲୋକଙ୍କୁ କହିବାକୁ ପ୍ରଶ୍ରୟ ଦିଅ ନାହିଁ ଯେ, “ତୁମ୍ଭେମାନେ ଦର୍ଶନ କରୁ ନାହଁ, ସ୍ୱର୍ଗଦୂତମାନଙ୍କ ପୂଜା କରୁ ନାହଁ, ସେଥିପାଇଁ ତୁମ୍ଭେ ଭୁଲ୍।” ଏହି ଲୋକ ପ୍ରକୃତରେ କେବଳ ମନୁଷ୍ୟମାନଙ୍କ ବିଗ୍ଭରରେ ବୁଡ଼ି ରହିଥିବାରୁ ଓ ପରମେଶ୍ୱରଙ୍କ କଥା ବିଗ୍ଭର ନ କରୁଥିବାରୁ ବୃଥାରେ ଗର୍ବ କରନ୍ତି। 19 ସେମାନେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନରେ ରଖନ୍ତି ନାହିଁ। ସମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ୟ ପରସ୍ପରକୁ ସାହାଯ୍ୟ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରଖେ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ୱରଙ୍କ ଇଚ୍ଛାନୁସାରେ ଶରୀର ବୃଦ୍ଧି ପାଏ।
20 ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ୟ ଏପରି ବ୍ୟବହାର କରୁଛ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ’ଣ ପାଇଁ ପାଳନ କରୁଛ: 21 “ଏହା ଖାଅ ନାହିଁ।”, “ତାହା ଗ୍ଭଖ ନାହିଁ।”, “ସେ ଜିନିଷକୁ ଛୁଅଁ ନାହିଁ।” 22 ଏହି ଜାଗତିକ ନିୟମଗୁଡ଼ିକ ସେହିସବୁ ବିଷୟରେ ଅଟେ, ଯାହାକି ବ୍ୟବହାର ହେବା ପରେ ନଷ୍ଟ ହୋଇଯାଆନ୍ତି। ସେହି ଆଦେଶ ଓ ଶିକ୍ଷାଗୁଡ଼ିକ ମନୁଷ୍ୟମାନଙ୍କଠାରୁ, ପରମେଶ୍ୱରଙ୍କଠାରୁ ନୁହେଁ। 23 ଏହି ବ୍ୟବସ୍ଥାଗୁଡ଼ିକ ଜ୍ଞାନପୂର୍ଣ୍ଣ ଜଣା ପଡ଼ୁଥିଲେ ମଧ୍ୟ ମନୁଷ୍ୟ ଦ୍ୱାରା ଗଠନ କରାଯାଇଥିବା ଧର୍ମର ଗୋଟିଏ ଗୋଟିଏ ଅଂଶ, ଯାହାଦ୍ୱାରା ଲୋକେ ନମ୍ର ବୋଲି ଛଳନା କରନ୍ତି ଓ ନିଜର ଶରୀରକୁ ତାଡ଼ନା କରନ୍ତି। କିନ୍ତୁ ଏହି ନିୟମଗୁଡ଼ିକ ସେମାନଙ୍କୁ ସେମାନଙ୍କର ପାପ ସ୍ୱଭାବ ଓ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ସାହାଯ୍ୟ କରେ ନାହିଁ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ
3 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି।
2010 by World Bible Translation Center