Revised Common Lectionary (Semicontinuous)
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଏହି ଗୀତ, ଏହି ଗୀତଟି ଶିଗାୟୋନ ଯିଏକି କୂଶଙ୍କର ପୁତ୍ର ଏବଂ ବିନ୍ୟାମୀନୀୟ ପରିବାରର ଅନ୍ତର୍ଭୁକ୍ତ।
7 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନେଉଛି।
ମୋ’ ପଛରେ ଗୋଡ଼ାଇଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର ଓ ଉଦ୍ଧାର କର।
2 ତୁମ୍ଭେ ଯଦି ମୋତେ ସାହାଯ୍ୟ ନ କର ଶେଷରେ ସିଂହ ଦ୍ୱାରା ଧରା ପଡ଼ିଥିବା ପଶୁଟି ପରି ମୋର ଅବସ୍ଥା ହେବ।
ମୋତେ ସେମାନେ ବୋହି ନେଇଯିବେ।
ସେତେବେଳେ କେହି ମୋତେ ରକ୍ଷା କରିବାକୁ ନ ଥିବେ।
3 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ କିଛି ଭୁଲ୍ କରି ନାହିଁ।
ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।
4 ଯେବେ ମୋର ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ,
ମାତ୍ର ବିନା କାରଣରେ ଯେ ମୋର ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।
5 ଏହା ଯଦି ସତ୍ୟ ନୁହେଁ ତାହାହେଲେ ମୋତେ ଶାସ୍ତି ଦିଅ।
ମୋର ଶତ୍ରୁ ମୋ’ ପଛରେ ଗୋଡ଼ାଇ ମୋତେ ଧରି ମାରି ଦେଉ।
ମୋର ଜୀବନକୁ ଭୂମିରେ ଦଳି ପକାଉ।
ମୋର ଆତ୍ମାକୁ ତଥା ଗୌରବକୁ ଧୂଳିସାତ୍ କରୁ।
6 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ ଓ ତୁମ୍ଭର କ୍ରୋଧ ପ୍ରକାଶ କର।
ମୋର ଶତ୍ରୁମାନେ କ୍ରୋଧିତ ତେଣୁ ସେମାନଙ୍କ ସମ୍ମୁଖରେ ରହି ସେମାନଙ୍କ ବିରୁଦ୍ଧରେ ସଂଗ୍ରାମ କର।
ହେ ସଦାପ୍ରଭୁ, ମୋ’ ପକ୍ଷରେ ଜାଗ୍ରତ ହୁଅ ଓ ନ୍ୟାୟ ବିଗ୍ଭର କର।
7 ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର।
ଯେଉଁମାନେ କି ତୁମ୍ଭ ରାଜ୍ୟର ଚତୁର୍ଦ୍ଦିଗରେ ଏକତ୍ରିତ ହୋଇଛନ୍ତି।
8 ହେ ସଦାପ୍ରଭୁ ଲୋକମାନଙ୍କର ବିଗ୍ଭର କର।
ମୋର ମଧ୍ୟ ବିଗ୍ଭର କର।
ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍।
ପ୍ରମାଣ କର ଯେ ମୁଁ ନିରପରାଧ।
9 ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ।
ସାଧୁ ସନ୍ଥ ଲୋକଙ୍କୁ ସାହାଯ୍ୟ କର।
ହେ ପରମେଶ୍ୱର ତୁମ୍ଭେ ଅତ୍ୟନ୍ତ ମହାନ
ଏବଂ ଲୋକଙ୍କ ହୃଦୟକୁ ସହଜରେ ଚିହ୍ନିପାର।
10 ପରମେଶ୍ୱର ସବୁବେଳେ ଯଥାର୍ଥ ହୃଦୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରନ୍ତି,
ତେଣୁ ପରମେଶ୍ୱର ମୋତେ ନିଶ୍ଚୟ ରକ୍ଷା କରିବେ।
11 ପରମେଶ୍ୱର ହେଉଛନ୍ତି ଧର୍ମମୟ ବିଗ୍ଭରକର୍ତ୍ତା।
ସେ ସବୁବେଳେ ଦୁଷ୍ଟମାନଙ୍କର କାର୍ଯ୍ୟ ପାଇଁ କ୍ରୋଧ କରନ୍ତି।
12 ଯଦି ପରମେଶ୍ୱର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
13 ପରମେଶ୍ୱର ସବୁବେଳେ ଦୁଷ୍ଟମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଥା’ନ୍ତି।
14 କିଛି ଲୋକ ସବୁବେଳେ ମନ୍ଦ ଯୋଜନାରେ ବ୍ୟସ୍ତ ଥା’ନ୍ତି।
ସେମାନେ ଗୋପନ ଯୋଜନା କରନ୍ତି ଓ ମିଥ୍ୟା ମଧ୍ୟ କହନ୍ତି।
15 ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି।
କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।
16 ସେମାନେ ନିଶ୍ଚୟ ଦଣ୍ଡ ପାଇବେ।
ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର ପ୍ରଦର୍ଶନ କରନ୍ତି।
କିନ୍ତୁ ସେମାନେ ନିଜର ଦୌରାତ୍ମ୍ୟ ପାଇଁ ନିଜେ ହିଁ ଦଣ୍ଡ ପାଇବେ।
17 ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି କାରଣ ସେ ମହାନ।
ମୁଁ ସର୍ବୋପରିସ୍ଥ ସଦାପ୍ରଭୁଙ୍କର ନାମରେ ପ୍ରଶଂସା ଗାନ କରିବି।
9 ତୁମ୍ଭେ ଅସ୍ଦୋଦର ଓ ମିଶର ରାଜପ୍ରାସାଦରେ ଏହି ବାର୍ତ୍ତା ଘୋଷଣା କର, “ଶମରିୟାର ପର୍ବତମାଳା ଶିଖରକୁ ଆସ ଏବଂ ସେଠାକାର କୋଳାହଳ ଓ ଦଙ୍ଗାକୁ ଦେଖ। ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ବହୁତ ନିଷ୍ଠୁର ଅଟନ୍ତି। 10 ଲୋକମାନେ ସେଠାରେ କିପରି ସାଧୁତ୍ୱଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସେମାନଙ୍କର ଗୋଦାମ ଘର ଯୁଦ୍ଧରୁ ଲୁଟିଥିବା ସମ୍ପତ୍ତିରେ ପୁରିଯାଇଛି।”
11 ତେଣୁ ସଦାପ୍ରଭୁ ମୋର ପ୍ରଭୁ କୁହନ୍ତି: “ଜଣେ ଶତ୍ରୁ ତୁମ୍ଭ ଭୂମିକୁ ବେଷ୍ଟନ କରିବ। ସେ ତୁମ୍ଭର ସମସ୍ତ ଶକ୍ତି ଅପହରଣ କରିବ। ତୁମ୍ଭେ ଯେଉଁସବୁ ଜିନିଷକୁ ପ୍ରାସାଦରେ ଲୁଗ୍ଭଇଛ, ସବୁତକ ତାଙ୍କ ଦ୍ୱାରା ଲୁଣ୍ଠିତ ହେବ।”
12 ସଦାପ୍ରଭୁ ଏହା କୁହନ୍ତି:
“ଯେତେବେଳେ ଗୋଟିଏ ସିଂହ ମେଣ୍ଢା ଛୁଆକୁ ଆକ୍ରମଣ କରେ
ଏବଂ ତା’ପରେ ଯଦି ମେଷପାଳକ ମେଣ୍ଢା ଛୁଆକୁ ରକ୍ଷା କରିବାକୁ ଯାଏ,
ସେ କେବଳ ସିଂହ ମୁହଁରୁ ଦୁଇଟି ଗୋଡ଼
କି କାନର କିଛି ଅଂଶ ପାଇବାକୁ ସକ୍ଷମ ହୋଇପାରେ।
ସେହିପରି, ଆମ୍ଭେ ଇସ୍ରାଏଲୀୟମାନଙ୍କୁ ରକ୍ଷା କରିବା,
ଯେଉଁମାନେ ଶମରିୟାରେ ବସବାସ କରନ୍ତି
ଏବଂ ସେମାନଙ୍କର ବିଛଣାର ଏକ କୋଣରେ କି ପଲଙ୍କର ସୋଫାରେ ବସିବାକୁ ଭଲପାନ୍ତି”
13 ମୋର ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: “ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ। 14 ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେଲ୍ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ। 15 ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ୱଂସ କରିବା। ହାତୀ ଦାନ୍ତରେ ନିର୍ମିତ ଗୃହ ମଧ୍ୟ ଧ୍ୱଂସ ପାଇବ। ବହୁ ଘର ଏହିପରି ଧ୍ୱଂସ ଲାଭ କରିବ।” ସଦାପ୍ରଭୁ ଏହିସବୁ କୁହନ୍ତି।
ସ୍ତ୍ରୀ ଲୋକମାନେ ଆନନ୍ଦକୁ ଭଲ ପାଆନ୍ତି
4 ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।”
2 ମୋର ପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ୱାରା ଶପଥ ନେଲେ ଏବଂ କହିଲେ, ଭବିଷ୍ୟତରେ ଲୋକମାନେ ତେଣ୍ଟା ବ୍ୟବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନେଇଯିବେ। ସେମାନେ ବନଶି କଣ୍ଟା ବ୍ୟବହାର କରି ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ନେଇଯିବେ। 3 ସ୍ତ୍ରୀଲୋକମାନେ କାନ୍ଥଗୁଡ଼ିକ ଭାଙ୍ଗି ବାହାରି ଆସିବେ ଏବଂ ସେମାନେ ହର୍ମୋଣ ଭିତରକୁ ନିକ୍ଷେପ ହେବେ।
ସଦାପ୍ରଭୁ ଏହା କହନ୍ତି: 4 “ବୈଥେଲ୍କୁ ଯାଅ ଏବଂ ସେଠାରେ ପାପ କର। ଗିଲ୍ଗଲ୍କୁ ଯାଅ ସେଠାରେ ଅଧିକ ପାପ କର। ପ୍ରଭାତରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନରେ ଥରେ ଏକ ଦଶମାଂଶ ଶସ୍ୟ ଆଣ। 5 ଆଉ ମଧ୍ୟ ଦ୍ରାକ୍ଷାରସର ଫେଣର ନୈବେଦ୍ୟ ପାଇଁ ଧନ୍ୟବାଦ ଦିଅ। ଏହି ସ୍ୱେଚ୍ଛାଦତ୍ତ ନୈବେଦ୍ୟ ବିଷୟରେ ପ୍ରତ୍ୟେକଙ୍କୁ ଜଣାଅ। ହେ ଇସ୍ରାଏଲୀୟ, ତୁମ୍ଭେ ଏହିସବୁ କାର୍ଯ୍ୟ କରିବାକୁ ଭଲ ପାଉଛ।” ସଦାପ୍ରଭୁ ଏହା ହିଁ କହିଲେ।
ସମସ୍ତଙ୍କୁ ପ୍ରେମ କର
2 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭର ମହିମାମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବିଶ୍ୱାସ କର। ଅତଏବ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବ ନାହିଁ। 2 ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ। 3 ତୁମ୍ଭେ ଦାମିକା ସୁନ୍ଦର ଲୁଗାପଟା ପିନ୍ଧିଥିବା ଲୋକକୁ ଡାକି ବିଶେଷ ଅଭ୍ୟର୍ଥନା ଜଣାଇ କହିଥାଅ: “ଏହି ଭଲ ଆସନରେ ବସନ୍ତୁ।” କିନ୍ତୁ ଗରିବ ଲୋକଟିକୁ କହିଥାଅ: “ତୁମ୍ଭେ ସେଠାରେ ଠିଆ ହୁଅ” ବା “ମୋ’ ଗୋଡ଼ ପାଖର ଭୂଇଁରେ ବସ।” 4 ତୁମ୍ଭେ ଏ କ’ଣ କରୁଛ? ଏହା ଦ୍ୱାରା ତୁମ୍ଭେ କେତେକ ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ମହତ୍ତ୍ୱ ପ୍ରଦାନ କରୁଛ! ମନ୍ଦ ଅଭିପ୍ରାୟ ରଖି ତୁମ୍ଭେ ନିର୍ଣ୍ଣୟ କରୁଛ ଯେ, କେଉଁ ଲୋକଟି ଅଧିକ ଭଲ।
5 ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି। 6 କିନ୍ତୁ ତୁମ୍ଭେ ଗରିବ ଲୋକଙ୍କୁ କୌଣସି ସମ୍ମାନ ଦେଉ ନାହଁ। ଏବଂ ତୁମ୍ଭେ ଜାଣିଛ ଯେ, ଧନୀ ଲୋକମାନେ ତୁମ୍ଭର ଜୀବନକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ଓ ସେହିମାନେ ତୁମ୍ଭକୁ କଚେରୀକୁ ଟାଣି ନେଇ ଯାଆନ୍ତି। 7 ଏବଂ ଯେଉଁ ମହତ ନାମରେ ତୁମ୍ଭେମାନେ ନାମିତ ହୋଇଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସେମାନେ ତାହାଙ୍କର ନିନ୍ଦା କରନ୍ତି।
2010 by World Bible Translation Center