Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 82

ଆସଫର ଗୀତ।

82 ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି।
    ସେ ବିଗ୍ଭରକର୍ତ୍ତାମାନଙ୍କ ମଧ୍ୟରେ ବିଗ୍ଭର କରନ୍ତି।
ପରମେଶ୍ୱର କହନ୍ତି, “ତୁମ୍ଭେମାନେ କେତେକାଳ ପର୍ଯ୍ୟନ୍ତ ଅନ୍ୟାୟ ବିଗ୍ଭର କରିବ?
    ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ?”

“ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର।
    ଅତ୍ୟାଗ୍ଭରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ୟାୟ ବ୍ୟବହାର କର।
ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର।
    ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ରକ୍ଷା କର।

“ଯାହାସବୁ ଘଟୁଛି ସେମାନେ ଜାଣନ୍ତି ନାହିଁ
    କିଅବା ବୁଝନ୍ତି ନାହିଁ।
ସେମାନେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି।
    ସେମାନଙ୍କର ପୃଥିବୀ ସେମାନଙ୍କର ଚତୁର୍ପାର୍ଶ୍ୱରେ ତଳକୁ ପଡ଼ୁଛି।”
ମୁଁ (ପରମେଶ୍ୱର) କହିଲି,
    “ତୁମ୍ଭେମାନେ ଈଶ୍ୱରଗଣ ଓ ସର୍ବୋପରିସ୍ଥ ପରମେଶ୍ୱରଙ୍କର ସନ୍ତାନ।
ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ।
    ତୁମ୍ଭେ ରାଜକୁମାର ପରି ମୃତ୍ୟୁବରଣ କରିବ।”

ହେ ପରମେଶ୍ୱର, ଉଠ! ପୃଥିବୀର ବିଗ୍ଭର କର!
    ସମସ୍ତ ଜାତିଗଣ ତୁମ୍ଭର ଅଟେ।

ଆମୋଷ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1:1-2:3

ଉପକ୍ରମ

ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲ ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।

ଅରାମ ପାଇଁ ଦଣ୍ତ

ଆମୋଷ କହିଲେ:
“ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ।
    ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ।
ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ।
    ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”

ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ। ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ।

“ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବି। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି।

ଫିଲିଷ୍ଟାଇନ୍ ପାଇଁ ଦଣ୍ତ

ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ। ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ। ଆଉ ମଧ୍ୟ ଅ‌‌ସ୍‌‌ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା’ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ।

ଫୋୟେନସିଆ ପାଇଁ ଶାସ୍ତି

ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ। 10 ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”

ଇଦୋମର ଲୋକମାନଙ୍କ ପାଇଁ ଶାସ୍ତି

11 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ‌‌ଖ‌ଡ଼୍‌ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ। 12 ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”

ଅମୋନର ଅଧିବାସୀଙ୍କ ପାଇଁ ଦଣ୍ତ

13 ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ। 14 କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ। 15 ତା’ପରେ ସେମାନଙ୍କର ରାଜା ଓ ପ୍ରାଚୀନମାନେ ଏବଂ ସେମାନେ ସମସ୍ତେ ନିର୍ବାସିତ ହେବେ।” ସଦାପ୍ରଭୁ ଏହି ବାକ୍ୟ କହିଥିଲେ।

ମୋୟାବ ପାଇଁ ଶାସ୍ତି

ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ। ତେଣୁ ଆମ୍ଭେ ମୋୟାବରେ ଅଗ୍ନି ସଂଯୋଗ କରିବା। ସେହି ଅଗ୍ନିଶିଖା କିରିୟୋଥର ପ୍ରାସାଦଗୁଡ଼ିକ ଧ୍ୱଂସ କରିଦେବ। ସେଠାରେ କୋଳାହଳ ଓ ତୂରୀର ଶବ୍ଦ ହେବ ଏବଂ ମୋୟାବ ଧ୍ୱଂସ ହେବ। ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି।

ଯାକୁବଙ୍କ ପତ୍ର 2:14-26

ବିଶ୍ୱାସ ଓ ସ‌‌‌‌‌ତ୍‌‌‌‌‌କର୍ମ

14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା’ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।

18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।

20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍‌ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।” [a] “ପରମେଶ୍ୱରଙ୍କ ମିତ୍ର” [b] ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।

25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।

26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center