Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ରାଜାବଳୀର ଦ୍ୱିତୀୟ ପୁସ୍ତକ 5:1-14

ନାମାନଙ୍କ ସମସ୍ୟା

ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା’ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।

ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମା‌ନଙ୍କ ଭାର୍ଯ୍ୟାର ଦାସୀ ହେଲା। ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମା‌ନ୍‌ ଯଦି ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।”

ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ତା’ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।”

ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ। ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମା‌ନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।”

ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”

ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”

ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ। 10 ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”

11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା। 12 ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ।

13 କିନ୍ତୁ ନାମା‌ନ୍‌ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟ‌ଦ୍‌ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’”

14 ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା।

ଗୀତସଂହିତା 30

ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।

30 ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
    ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
    ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
    ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
    ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।

ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
    ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
    କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
    ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।

ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
    ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
    ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
    ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
    ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
    ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
    ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
    ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
    ହେ ସଦାପ୍ରଭୁ ମୋର ସହାୟ ହୁଅ।”

11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
    ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
    ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
    ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।

ଗାଲାତୀୟଙ୍କ ପ୍ରତି ପତ୍ର 6:1-6

ଏକଆରେକର ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ। ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ। ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ। ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା’ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରି ପାରିବ। ପ୍ରତ୍ୟେକ ଲୋକ ନିଜ ନିଜର ଦାୟିତ୍ୱ ବହନ କରିବା ଉଚିତ୍।

ଉତ୍ତମ କାର୍ଯ୍ୟ କରିବା ବନ୍ଦ ନ କର

ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

ଗାଲାତୀୟଙ୍କ ପ୍ରତି ପତ୍ର 6:7-16

ଜୀବନ ହେଉଛି ଜମି ଗ୍ଭଷ କରିବା ସହିତ ସମାନ

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ୱରଙ୍କୁ ତୁମ୍ଭେମାନେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସେହିପରି କାଟିବ। ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ। ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା’ର ଫଳ ମିଳିବ। 10 ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ପାଉଲଙ୍କ ପତ୍ରର ସମାପ୍ତି

11 ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। 13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।

14 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। 15 ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। 16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

ଲୂକ ଲିଖିତ ସୁସମାଗ୍ଭର 10:1-11

ଯୀଶୁ ବାସ୍ତରି ଜଣକୁ ପଠାଇଲେ

10 ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ଯିବାର ଯୋଜନା ଥିଲା, ସେହି ନଗର ଓ ସ୍ଥାନମାନଙ୍କୁ ସେ ସେମାନଙ୍କୁ ଦୁଇ ଦୁଇଜଣ ହିସାବରେ ନିଜେ ଯିବା ଆଗରୁ ପଠାଇଦେଲେ। ଯୀଶୁ ସେମାନଙ୍କୁ କହିଲେ, “ଅମଳ ହେବାକୁ ପ୍ରଚୁର ଫସଲ ପଡ଼ି ରହିଛି। କିନ୍ତୁ ମୂଲିଆ ଖୁବ୍ କମ୍। ତେଣୁ ଫସଲର ମାଲିକଙ୍କୁ ପ୍ରାର୍ଥନା କର ଯେ, ସେ ଯେପରି ତାହାଙ୍କର ଫସଲ କାଟିବା ପାଇଁ କାମ କରିବାକୁ ଅଧିକ ମୂଲିଆ ପଠାଇବେ।

“ଯାଅ, କିନ୍ତୁ ମନେରଖ, ମୁଁ ତୁମ୍ଭମାନଙ୍କୁ ଗଧିଆମାନଙ୍କ ମଧ୍ୟରେ ମେଣ୍ଢାଛୁଆ ଭାବରେ ପଠାଉଛି। ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ। ଯେକୌଣସି ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ କୁହ, ‘ଏ ଘରକୁ ଶାନ୍ତି ମିଳୁ।’ ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ। ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନ ଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରି ଆସିବ। ତୁମ୍ଭେମାନେ ଶାନ୍ତି ଥିବା ଘରେ ରୁହ। ସେ ଲୋକମାନେ ତୁମ୍ଭମାନଙ୍କୁ ଯାହାଦେବେ ତାହା ଖାଅ ଓ ପିଅ। କାରଣ କାମ କରିବା ଲୋକର ତା’ ବେତନ ଉପରେ ଅଧିକାର ଅଛି। ଅନ୍ୟ ଘରେ ରହିବା ପାଇଁ ସେହି ଘର ଛାଡ଼ି ଯାଅ ନାହିଁ।

“ଯଦି ତୁମ୍ଭେମାନେ ଗୋଟିଏ ନଗରକୁ ଯାଅ ଓ ସେଠାରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ କରନ୍ତି, ତେବେ ତୁମ୍ଭେମାନଙ୍କୁ ସେମାନେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ। ସେଠାରେ ରହୁଥିବା ଲୋଗୀଙ୍କୁ ସୁସ୍ଥ କର। ତା’ପରେ ସେମାନଙ୍କୁ କୁହ, ‘ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଖୁବ୍ ଶୀଘ୍ର ଆସି ପହଞ୍ଚିଯାଉଛି।’

10 “କିନ୍ତୁ ତୁମ୍ଭେମାନେ ଯଦି ଏଭଳି ଏକ ନଗରକୁ ଯାଅ ଓ ସେଠାରେ ଲୋକେ ତୁମ୍ଭମାନଙ୍କର ସ୍ୱାଗତ ନ କରନ୍ତି, ତେବେ ସେହି ନଗରର ଗଳିମାନଙ୍କରେ ଯାଅ ଏବଂ କୁହ, 11 ଆମ୍ଭର ପାଦରେ ଲାଗିଥିବା ଏହି ଧୂଳିତକ ମଧ୍ୟ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିଠାରେ ଝାଡ଼ି ଦେଇ ଯାଉଛୁ।’ ତଥାପି ମନେରଖ, ‘ପରମେଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସୁଛି।’

ଲୂକ ଲିଖିତ ସୁସମାଗ୍ଭର 10:16-20

16 “ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”

ଶୟତାନର ପତନ

17 ଯେତେବେଳେ ବାସ୍ତରି [a] ଜଣ ସେମାନଙ୍କ ଭ୍ରମଣରୁ ଫେରି ଆସିଲେ, ସେମାନେ ବହୁତ ଖୁସୀ ଥିଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭେମାନେ ଯେତେବେଳେ ଆପଣଙ୍କ ନାମ ନେଇ ଆଜ୍ଞା ଦେଲୁ, ସେତେବେଳେ ଏପରିକି ଭୂତମାନେ ମଧ୍ୟ ଆମ୍ଭମାନଙ୍କ କଥା ମାନିଲେ।”

18 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି। 19 ଶୁଣ! ସାପ ଓ କଙ୍କଡ଼ାବିଛାମାନଙ୍କୁ ପାଦତଳେ ଦଳି ଦେବାକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦେଇଛି। ମୁଁ ତୁମ୍ଭମାନଙ୍କ ଶତ୍ରୁ ପାଖରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦେଇଛି। ତୁମ୍ଭମାନଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। 20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମାନୁଛନ୍ତି। ତୁମ୍ଭେମାନେ ଖୁସୀ ହୁଅ, କାରଣ ତୁମ୍ଭମାନଙ୍କ ପାଖରେ ଏ ଶକ୍ତି ଥିବା ଯୋଗୁଁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ୱର୍ଗରେ ଲେଖା ହୋଇଥିବା ଯୋଗୁଁ ଖୁସୀ ହୁଅ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center