Print Page Options
Previous Prev Day Next DayNext

Revised Common Lectionary (Semicontinuous)

Daily Bible readings that follow the church liturgical year, with sequential stories told across multiple weeks.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 75

ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ। “ନଷ୍ଟ କର ନାହିଁ” ସ୍ୱରରେ ଆସଫର ଗୀତ।

75 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ପ୍ରଶଂସା କରୁଛୁ।
    ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ କରୁଛୁ! କାରଣ ତୁମ୍ଭେ ଅତି ନିକଟବର୍ତ୍ତୀ;
    ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟା ସକଳ ବର୍ଣ୍ଣନା କରନ୍ତି।

ପରମେଶ୍ୱର କହିଲେ, “ମୁଁ ବିଗ୍ଭର ଦିନ ନିରୂପିତ କଲେ,
    ମୁଁ ନିରପେକ୍ଷଭାବେ ବିଗ୍ଭର କରିବି।
ପୃଥିବୀ ଓ ତହିଁରେ ବାସ କରୁଥିବା ସମସ୍ତ ଜୀବନ ଟଳମଳ ହୋଇ ପତନ ହେବାକୁ ଯାଉଛନ୍ତି,
    କିନ୍ତୁ ମୁଁ ତାକୁ ସ୍ଥିର କରିବି।

4-5 “କିଛି ଲୋକ ବହୁତ ଗର୍ବୀ,
    ସେମାନେ ଭାବନ୍ତି ସେମାନେ ବହୁତ ଶକ୍ତିଶାଳୀ।
ଏବଂ ନିଜକୁ ବହୁତ ମୁଖ୍ୟବ୍ୟକ୍ତି ବୋଲି ଭାବନ୍ତି।
    କିନ୍ତୁ ମୁଁ ସେହି ଲୋକମାନଙ୍କୁ କହେ, ‘ଆତ୍ମଶ୍ଲାଘା ହୁଅ ନାହିଁ’ ‘ଗର୍ବ କର ନାହିଁ।‌”’

କୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ କରିବାରେ
    ପୃଥିବୀର କୌଣସି ଶକ୍ତି ନାହିଁ।
ପରମେଶ୍ୱର ବିଗ୍ଭରକର୍ତ୍ତା ଅଟନ୍ତି
    ଏବଂ ପରମେଶ୍ୱର ନିଷ୍ପତ୍ତି ନେବେ କିଏ ଯେ ମହାନ ହେବ।
    ପରମେଶ୍ୱର ହିଁ ଯେକୌଣସି ବ୍ୟକ୍ତିକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରି ପାରନ୍ତି।
ସଦାପ୍ରଭୁଙ୍କ ହସ୍ତରେ ଏକ ପିଆଲା ଅଛି,
    ଯାହାକି ବିଷାକ୍ତ ଦ୍ରାକ୍ଷାରସରେ ପରିପୂର୍ଣ୍ଣ।
ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳିବେ
    ଏବଂ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ପାନୀୟ ନିଗାଡ଼ି ପିଇବେ।
ମୁଁ ଏହିସବୁ ବିଷୟରେ ସଦାକାଳ ପ୍ରଗ୍ଭର କରିବି।
    ମୁଁ ଇସ୍ରାଏଲ ପରମେଶ୍ୱରଙ୍କର ପ୍ରଶଂସା କରିବି।
10 ପରମେଶ୍ୱର କହନ୍ତି, “ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦେବି
    ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।”

ରାଜାବଳୀର ଦ୍ୱିତୀୟ ପୁସ୍ତକ 3:4-20

ମୋୟାବ ଇସ୍ରାଏଲର ବିରୁଦ୍ଧାଚରଣ କରନ୍ତି

ମୋୟାବର ରାଜା ମେଶା ମେଷାଧିକାରୀ ଥିଲେ। ସେ ଇସ୍ରାଏଲର ରାଜାଙ୍କୁ କରରୂପେ 100,000 ମେଷବତ୍ସର ଓ 100,000 ମେଷର ଲୋମ ପ୍ରତି ବର୍ଷ ଦେଉଥିଲେ। ମାତ୍ର ଆହାବଙ୍କ ମୃତ୍ୟୁପରେ ମୋୟାବର ରାଜା ଇସ୍ରାଏଲର ରାଜାଙ୍କ ବିରୁଦ୍ଧାଚରଣ କଲେ।

ସେତେବେଳେ ରାଜା ଯିହୋରାମ୍ ଶମରିୟାରୁ ଯାଇ ଇସ୍ରାଏଲର ସମସ୍ତ ଲୋକଙ୍କୁ ଏକତ୍ର କଲେ। ତତ୍ପରେ ଯିହୋରାମ୍ ଯିହୁଦାର ରାଜା ଯିହୋଶାଫ‌ଟଙ୍କ ନିକଟକୁ ଦୂତ ପଠାଇ କହିଲେ, “ମୋୟାବର ରାଜା ମୋ’ ବିରୁଦ୍ଧରେ ଦ୍ରୋହାଚରଣ କରିଛି, ତୁମ୍ଭେ ମୋ’ ସହିତ ଯୁଦ୍ଧ କରିବାକୁ ମୋୟାବ ବିରୁଦ୍ଧରେ ଯିବ କି?”

ଯିହୋଶାଫଟ୍ କହିଲେ, “ହଁ, ମୁଁ ତୁମ୍ଭ ସହିତ ଯୋଗ ଦେବି। ଆମ୍ଭେ ଏକ ବୃହତ ସେନା ସ୍ୱରୂପେ ଏକତ୍ରିତ ଯୋଗଦେବା। ମୋର ଲୋକ ତୁମ୍ଭ ଲୋକପରି ଓ ମୋର ଅଶ୍ୱ ତୁମ୍ଭର ଅଶ୍ୱପରି।”

ତିନି ରାଜା ଇଲୀଶାୟଙ୍କ ପରାମର୍ଶ ଗ୍ଭହିଁଲେ

ଯିହୋରାମଙ୍କୁ ଯିହୋଶାଫଟ୍ ପଗ୍ଭରିଲେ, “ଆମ୍ଭେମାନେ କେଉଁ ପଥରେ ଯିବା?”

ଯିହୋରାମ୍ ଉତ୍ତର ଦେଲେ, “ଆମ୍ଭେମାନେ ଇଦୋମର ମରୁଭୂମି ପ୍ରାନ୍ତର ଦେଇ ଯିବା।”

ତହୁଁ ଇସ୍ରାଏଲର ରାଜା, ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତ ଦିନ ଧରି ଯାତ୍ରା କଲେ। ସେମାନଙ୍କର ସୈନ୍ୟମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନ ଥିଲା। 10 ଶେଷରେ ଇସ୍ରାଏଲର ରାଜା ଯିହୋରାମ୍ କହିଲେ, “ହାୟ, ସଦାପ୍ରଭୁ ମୋୟାବ ହସ୍ତରେ ସମର୍ପଣ କରିବାକୁ ଆମ୍ଭ ତିନି ଜଣଙ୍କୁ ଏକତ୍ର ଡାକିଛନ୍ତି।”

11 ମାତ୍ର ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କର ଏପରି କେହି ଭବିଷ୍ୟ‌ଦ୍‌ବକ୍ତା କ’ଣ ଏଠାରେ ନାହାନ୍ତି, ଯାହାଙ୍କ ଦେଇ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?”

ଇସ୍ରାଏଲ ରାଜାଙ୍କର ଦାସମାନଙ୍କ ମଧ୍ୟରୁ ଜଣେ କହିଲେ, “ଶାଫଟର ପୁତ୍ର ଇଲୀଶାୟ ଯେ ଏଲିୟ ହସ୍ତରେ ଜଳ ଢାଳୁଥିଲେ, ସେ ଏଠାରେ ଅଛନ୍ତି।”

12 ତହୁଁ ଯିହୋଶାଫଟ୍ କହିଲେ, “ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପାଖରେ ଅଛି।”

ତେଣୁ ଇସ୍ରାଏଲର ରାଜା, ଯିହୋଶାଫଟ୍ ଓ ଇଦୋମର ରାଜା ଇଲୀଶାୟଙ୍କୁ ଭେଟ କରିବାକୁ ଗଲେ।

13 ଏଥିରେ ଇଲୀଶାୟ ଇସ୍ରାଏଲର ରାଜା ଯିହୋରା‌‌ମଙ୍କୁ କହିଲେ, “ମୋ’ ପାଖରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତାମାତାଙ୍କର ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ଯାଅ।”

ଇସ୍ରାଏଲର ରାଜା ଉତ୍ତର ଦେଲେ, “ନାଁ ଆମ୍ଭେ ତୁମ୍ଭଙ୍କୁ ଦେଖିବାକୁ ଆସିଲୁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକି ଅଛନ୍ତି।”

14 ପୁଣି ଇଲୀଶାୟ କହିଲେ, “ମୁଁ ଯିହୁଦାର ରାଜା ଯିହୋଶାଫ‌ଟଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମୟଙ୍କର ସେବା କରେ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ପ୍ରତିଜ୍ଞା କରୁଛି, କେବଳ ଯିହୋଶାଫ‌ଟଙ୍କ ସକାଶେ ମୁଁ ଏଠାକୁ ଆସିଲି। ଯଦି ଯିହୋଶାଫଟ୍ ଏଠି ନ ଥା’ନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥା’ନ୍ତି। ମୁଁ ତୁମ୍ଭ ଆଡ଼େ ସମ୍ପୂର୍ଣ୍ଣ ଦୃଷ୍ଟି ପକାଇ ନ ଥା’ନ୍ତି। 15 ତଥାପି ଜଣେ ବୀଣାବାଦକକୁ ଆଣ।”

ଯେତେବେଳେ ସେହି ବାଦକ ଆସି ବୀଣା ବାଦନ କଲା ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା। 16 ତା’ପରେ ଇଲୀଶାୟ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଏହି ଉପତ୍ୟକାରେ ଗାତମାନ ଖୋଳ।’ 17 ସଦାପ୍ରଭୁ ଏହା ମଧ୍ୟ କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳରେ ପରିପୂର୍ଣ୍ଣ ହେବ। ତେବେ ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସମସ୍ତ ଗୋମେଷାଦି ପଶୁମାନେ ଜଳପାନ କରିବେ।’ 18 ଏହି କାର୍ଯ୍ୟ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ୟ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ପରାସ୍ତ କରାଇବେ। 19 ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର ବେଷ୍ଟିତ ସୁଦୃଢ଼ ଓ ଉତ୍ତମ ନଗରଗୁଡ଼ିକୁ ଧ୍ୱଂସ କରିବ। ପ୍ରତ୍ୟେକ ଉତ୍ତମ ବୃକ୍ଷଗୁଡ଼ିକୁ କାଟି ପକାଇବ। ନିର୍ଝରଗୁଡ଼ିକର ଜଳକୁ ଅଟକାଇ ଓ ପ୍ରତ୍ୟେକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡ଼ି ବିନାଶ କରିବ।”

20 ଏହା ପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦେଇ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।

ଏଫିସୀୟଙ୍କ ପ୍ରତି ପତ୍ର 5:6-20

ମିଥ୍ୟାକଥା କହି କେହି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟରେ ସଚେତନ ରୁହ। ଯେଉଁମାନେ ଅବାଧ୍ୟ ହୋଇ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସେମାନଙ୍କ ଉପରେ ପରମେଶ୍ୱର କ୍ରୋଧାନ୍ୱିତ ହୁଅନ୍ତି। ଅତଏବ ତୁମ୍ଭେ ମଧ୍ୟ ଏଭଳି ମନ୍ଦ କର୍ମ ସେହି ଅବଜ୍ଞାକାରୀଙ୍କ ସହିତ କର ନାହିଁ। ଅତୀତରେ ତୁମ୍ଭେ ଅନ୍ଧକାରରେ ଥିଲ, କିନ୍ତୁ ଏବେ ତୁମ୍ଭେ ପ୍ରଭୁଙ୍କଠାରେ ଆଲୋକରେ ଅଛ। ଅତଏବ ଆଲୋକର ସନ୍ତାନମାନଙ୍କ ଭଳି ଆଚରଣ କର। ଆଲୋକ ପ୍ରତ୍ୟେକ ପ୍ରକାରର ଉତ୍ତମ ଭାବ, ଉଚିତ୍ ଜୀବନଯାପନ ଓ ସତ୍ୟ ଫଳ ଉତ୍ପନ୍ନ କରେ। 10 କେଉଁ ବିଷୟ ଗୁଡ଼ିକ ଈଶ୍ୱରଙ୍କ ସନ୍ତୋଷ ଜନ୍ମାଏ, ସେଗୁଡ଼ିକ ଶିଖିବାକୁ ଚେଷ୍ଟା କର। ଅନ୍ଧକାରରେ ଲୋକେ ଯେଭଳି କାମ କରନ୍ତି, ସେଗୁଡ଼ିକୁ କର ନାହିଁ। ସେଗୁଡ଼ିକ କରିବା ଦ୍ୱାରା କିଛି ଲାଭ ହୁଏ ନାହିଁ। 11 ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର। 12 ଅନ୍ଧକାରରେ ଯେ ଲୋକେ ଯେଉଁ ଗୁପ୍ତ କର୍ମ ସବୁ କରନ୍ତି, ସେଗୁଡ଼ିକ କହିବା ପାଇଁ ମଧ୍ୟ ଲଜ୍ଜା ଲାଗେ। 13 କିନ୍ତୁ ଆଲୋକ ସମ୍ମୁଖରେ ଏଗୁଡ଼ିକୁ ରଖିଲେ, ଏସବୁ କର୍ମର ସମସ୍ତ ମନ୍ଦତା ସ୍ପଷ୍ଟ ଭାବେ ପ୍ରକାଶିତ ହୁଏ। 14 ଯାହା ସହଜରେ ପ୍ରକାଶିତ ହୁଏ, ତାହା ଆଲୋକ। ସେଥିପାଇଁ ଆମ୍ଭେ କହୁ:

“ହେ! ଶୋଇଥିବା ଲୋକ, ଜାଗି ଉଠ
    ମୃତ୍ୟୁରୁ ଉଠି ଆସ,
ଏବଂ ଖ୍ରୀଷ୍ଟ ତୁମ୍ଭକୁ ଆଲୋକିତ କରିବେ।”

15 ଅତଏବ କିପରି ଜୀବନ କାଟୁଅଛ, ଏବିଷୟରେ ବିଶେଷ ସାବଧାନ ରୁହ। ନିର୍ବୋଧ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନଯାପନ କର। 16 ଏହା ଅତ୍ୟନ୍ତ ମନ୍ଦ ସମୟ ହୋଇ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ। 17 ଅତଏବ ମୂର୍ଖପରି ଜୀବନ ନ କାଟି ପରମେଶ୍ୱର ତୁମ୍ଭଠାରୁ କ’ଣ ଗ୍ଭହାନ୍ତି, ଏହା ଜାଣିବାକୁ ଚେଷ୍ଟା କର। 18 ମଦ ପିଇ ମାତାଲ ହୁଅ ନାହିଁ। କାରଣ ତାହା ଆତ୍ମିକ ଭାବେ ତୁମ୍ଭର ସମ୍ପୂର୍ଣ୍ଣ ବିନାଶ ଘଟାଇବ ବରଂ ଆତ୍ମାରେ ପରିପୂର୍ଣ୍ଣ ହୁଅ। 19 ସ୍ତୁତି, ଭଜନ, ଆଧ୍ୟାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁମ୍ଭେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ। 20 ପ୍ରତ୍ୟେକ କଥା ପାଇଁ ପରମପିତା ପରମେଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦିଅ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱରଙ୍କୁ ଧନ୍ୟବାଦ ଅର୍ପଣ କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center